ବିଧାୟକଙ୍କ ଘରେ ପଶି ବାହା ହେବାକୁ ଅଡ଼ିବସିଲେ ଯୁବତୀ

ବିଧାୟକଙ୍କୁ ବାହ‌ା ହେବି

ପାଳଲହଡ଼ା ବିଧାୟକଙ୍କ ଏତଲା, ସୁରକ୍ଷା ଦେଇ ଯୁବତୀଙ୍କୁ ଛାଡ଼ିଲା ପୁଲିସ

ପାଳଲହଡ଼ା : ‘ବିଧାୟକଙ୍କୁ ବାହା ହେବି। ବିବାହ ନ ସରିବା ପର୍ଯ୍ୟନ୍ତ ଏ ଘରୁ ଯିବିନି।’ ପାଳଲହଡ଼ା ବିଧାୟକ ମୁକେଶ ପାଳଙ୍କ ବାଲିପଶି ଗାଁରେ ଥିବା ବାସଭବନରେ ପଶି ଏମିତି ଦାବି କରିଛନ୍ତି ଜଣେ ଯୁବତୀ। ପରେ ଏଥିନେଇ ବିଧାୟକ ଥାନାରେ ଏତଲା ଦେବା ପରେ ପୁଲିସ ଯୁବତୀଙ୍କୁ ସେଠାରୁ ଆଣି ଘରକୁ ପଠାଇ ଦେଇଛି। ଏପଟେ ଏହି ଖବର ଜିଲ୍ଲା ରାଜନୀତିକୁ ପୁଣିଥରେ ସରଗରମ କରିଛି। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳର ଜଣେ ଯୁବତୀ ଗତ ୨୫ ତାରିଖରେ ପାଳଲହଡ଼‌ା ବିଧାୟକ ମୁକେଶ ପାଳଙ୍କ ବାସଭବନକୁ ଆସି ତାଙ୍କୁ ବିବାହ କରିବା ପାଇଁ ଅଡ଼ିବସିଥିଲେ। ଏହି ସମୟରେ ବିଧାୟକ ଘରେ ନ ଥିଲେ। ଅଧରାତି ପର୍ଯ୍ୟନ୍ତ ବିଧାୟକଙ୍କ ଘରେ ହାଇପ୍ରୋଫାଇଲ ଡ୍ରାମା ଚାଲିଥିଲାବେଳେ ପାଳଲହଡ଼ା ପୁଲିସ ବିଧାୟକଙ୍କ ଘରକୁ ଯାଇ ରାତି ଗୋଟାଏ ବେଳକୁ ଯୁବତୀଙ୍କୁ ଥାନାକୁ ଆଣିଥିଲେ। ଥାନାକୁ ଆସିବା ପରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ ଯେ, ବିଧାୟକ ମୁକେଶ କୁମାର ପାଳଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଅଛି। ଏଥିନେଇ ତାଙ୍କ ମୋବାଇଲ ଫୋନ୍‌ରେ ପ୍ରମାଣ ମଧ୍ୟ ରହିଛି। ପୁଲିସ ଏହି ଅଭିଯୋଗକୁ ଗ୍ରହଣ କରିଛି। ପରେ ଯୁବତୀଜଣଙ୍କୁ ସୁରକ୍ଷା ବ୍ୟବସ୍ଥା ଭିତରେ କେନ୍ଦୁଝରକୁ ପଠାଇ ଦିଆଯାଇଛି। ଅପରପକ୍ଷରେ ବିଧାୟକ ଥାନାରେ ଅଭିଯୋଗ କରିଛନ୍ତି, ‘ଏହି ଯୁବତୀଙ୍କ ସହ ତାଙ୍କର ବିବାହ ପ୍ରସ୍ତାବ ପଡିଥିଲା। ସେ ବିଭିନ୍ନ ଚାପ ପକାଇ ମୋତେ ବିବାହ କରିବା ପାଇଁ ବାଧ୍ୟ କରିବା ସହ ମୋତେ ଧମକ ଦେଉଥିବା ବିଧାୟକ ଅଭିଯୋଗ କରିଛନ୍ତି। ’ ଅନୁଗୁଳ ଜିଲ୍ଲା ଓ ପାଲଲହଡ଼ା ଉପଖଣ୍ଡର ସରକାରୀ ଅଧିକାରୀଙ୍କୁ ମଧ୍ୟ ଫୋନ କରି ଏହି ବିବାହ କରାଇ ଦେବାକୁ ମଧ୍ୟ ଯୁବତୀ ଚାପ ପ୍ରୟୋଗ କରୁଥିବା ବିଧାୟକ ତାଙ୍କ ଏତଲାରେ ଜଣାଇଛନ୍ତି। ଏହି ଏତଲାକୁ ଭିତ୍ତି କରି ପା‌ଳଲହଡ଼ା ପୁଲିସ ୨୦/ ୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବିଧାୟକଙ୍କ ଘରେ ଏମିତି ରାତିଅଧିଆ ବିବାଦକୁ ନେଇ ଏବେ ପାଳଲହଡାରେ ନାନା ଚର୍ଚ୍ଚା ଚାଲିଛି। ଉଲ୍ଲେଖଯୋଗ୍ୟଯେ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ପ୍ରେମିକା ବୋଲି ଜଣେ ଯୁବତୀ ଦାବି କରିଥିଲେ। ଏହାକୁ ନେଇ ତା‌ଳଚେରରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ହଇଚଇ ସୃଷ୍ଟି ହୋଇଥିଲା।

Share Now:

Kalinga News Beuro

Next Post

୭୦ଟି ଦେଶକୁ ଇଂଲଣ୍ଡ୍‌ର ଏବଂ ୩୧ଟି ଦେଶକୁ ଦକ୍ଷିଣ ଆଫ୍ରିକାର ନୂଆ କୋରୋନାଭାଇରସ୍‌ ‘ଷ୍ଟ୍ରେନ୍‌’ ବ୍ୟାପିଛି: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

Thu Jan 28 , 2021
ଜେନିଭା: ବିଶ୍ୱର ୭୦ଟି ଦେଶକୁ ଇଂଲଣ୍ଡ୍‌ର ଏବଂ ୩୧ଟି ଦେଶକୁ ଦକ୍ଷିଣ ଆଫ୍ରିକାର ନୂଆ କୋରୋନାଭାଇରସ୍‌ ‘ଷ୍ଟ୍ରେନ୍‌’ ବ୍ୟାପିଥିବାର କଥା ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। ମହାମାରୀ ସଂକ୍ରାନ୍ତ ସଦ୍ୟତମ ସୂଚନାରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ବ୍ରିଟେନ୍‌ରେ ଚିହ୍ନଟ ହୋଇଥିବା ଅଧିକ ସଂକ୍ରମଣଶୀଳ କୋଭିଡ୍‌-୧୯ର ଗୁଣସୂତ୍ର ପରିବର୍ତ୍ତିତ ପ୍ରଜାତି ଜାନୁଆରି ୨୫ ତାରିଖ ସୁଦ୍ଧା ସମଗ୍ର ବିଶ୍ୱର ୭୦ଟି ଦେଶକୁ ବ୍ୟାପିଯାଇଛି। ‘ଭିଓସି୨୦୨୦୧୨/୦୧’ ଭାବେ ପରିଚିତ […]
ନୂଆ କୋରୋନାଭାଇରସ୍‌ ‘ଷ୍ଟ୍ରେନ୍‌’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial