କରୋନା ଭଳି ନିଶ୍ୱାସରେ ଶରୀରକୁ କରିଥାଏ ପ୍ରବେଶ ନୂଆଦିଲ୍ଲୀ: ପ୍ରାୟ ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହି ଭୂତାଣୁ ଏତେ ପ୍ରଭାବୀ ହୋଇନଥିଲେ ମଧ୍ୟ ଏହା ଜଣଙ୍କଠାରୁ ଆଉ ଜଣଙ୍କୁ ବ୍ୟାପିବାର ଆଶଙ୍କା ରହିଛି। ସାରା ବିଶ୍ୱ ଏବେ କରୋନା ଭଳି ଭୂତାଣୁ ସହ ଲଢ଼ୁଥିବା ବେଳେ ‘ମଙ୍କିପକ୍ସ’କୁ ନେଇ ଏବେ ଲୋକଙ୍କ ଚିନ୍ତା ବଢିଛି। […]

କଟକ: ଏସ୍‌ସିବିରେ ବଢୁଛି ‌ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏବେ ପାଖାପାଖି ୧୦ଜଣ ଡେଙ୍ଗୁ ରୋଗୀ ମେଡିସିନ୍‌ ବିଭାଗରେ ଚିକିତ୍ସିତ ହେଉଛନ୍ତି। କଟକରେ ଗଲା ଜାନୁଆରିରୁ ଆଜି ସୁଦ୍ଧା ୨୫ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ଏଭଳି ସ୍ଥିତିରେ ଡେଙ୍ଗୁ ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏସସିବିରେ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ ନେଇ ଆଲୋଚନା କରାଯାଇଥିଲେ ବି କେଉଁଠି ଏହି ୱାର୍ଡ ଖୋଲାଯିବ ତାହାକୁ ନେଇ ବର୍ତ୍ତମାନ ଅଡୁଆ […]

ବିଏମସି ଅତିରିକ୍ତ କମିସନରଙ୍କ ସ୍ଥିତି ସମୀକ୍ଷା ଭୁବନେଶ୍ବର : କରୋନା କବଳରୁ ମୁକୁଳି ନଥିବା ବେଳେ ଏବେ ଡେଙ୍ଗୁ ରାଜଧାନୀରେ ଲୋକଙ୍କୁ କଲବଲ କଲାଣି। ମାତ୍ର ୧୦ଦିନ ମଧ୍ୟରେ ଭୁବନେଶ୍ବରରୁ ୧୭ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ ୧୨ଜଣ କେବଳ ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁରର ସେକ୍ଟର-୩ ଅଞ୍ଚଳର ହୋଇଥିବା ବେଳେ ବିଡିଏ କଲୋନିରୁ ୨ଜଣ ଆକ୍ରାନ୍ତ ଥିବା ଜଣାଯାଇଛି। ସେହିପରି ନୀଳାଦ୍ରୀବିହାର, ଚନ୍ଦ୍ରଶେଖରପୁରସ୍ଥିତ ସୀତାନାଥ ନଗର, ହରେକୃଷ୍ଣନଗର ବସ୍ତିର […]

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲରେ ଆଜି ଏକ ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ କରିଛି। ଶିଶୁର ନାକ ନଥିବା ବେଳେ ଗୋଟିଏ ଜଗାରେ ଦୁଇଟି ଆଖି ରହିଛି। ଶିଶୁଟି ମୃତ ଅବସ୍ଥାରେ ଜନ୍ମଗ୍ରହଣ କରିଥିବା ଏମ୍‌କେସିଜି ମେଡିକାଲର ବରିଷ୍ଠ ଶିଶୁରୋଗ ବିଭାଗ ଡା. ସୁନୀଲ କୁମାର ଅଗ୍ରୱାଲ୍‌ ସୂଚନା ଦେଇଛନ୍ତି। ଏଭଳି ଅଦ୍ଭୁତ ଶିଶୁ ଜନ୍ମଗ୍ରହଣ ଏମ୍‌କେସିଜି ମେଡିକାଲରେ ପ୍ରଥମ ବୋଲି କୁହାଯାଉଛି। ଜେନେଟିକ୍‌ ସମସ୍ୟା ଯୋଗୁଁ ଶରୀର ଗଠନରେ ଅସୁବିଧା ହୋଇ […]

ଭୁବନେଶ୍ବର : ଖରାଛୁଟି ଆସିଲେ ପିଲାଙ୍କ ମନରେ ଖୁସି ଉଙ୍କିମାରେ। ପାଠରୁ ବିରାମ ମିଳିବ, ଛୁଟିରେ ସମର୍‌କ୍ୟାମ୍ପ୍‌, ମାମୁଁ ଘର ବୁଲା ଓ ଗ୍ରୀଷ୍ମ ଭ୍ରମଣରେ ବହୁ ନୂଆ ନୂଆ ସ୍ଥାନ ବୁଲି ଦେଖିବାର ଅବକାଶ ସୃଷ୍ଟି ହେବ। ଏଥିସହ ସୁଇମିଂ କ୍ଲାସ୍‌, ସ୍କେଟିଂ, କରାଟେ, ନୃତ୍ୟ ଓ ଯୋଗ ଆଦି କେତେ କ’ଣ ନୂଆ କଥା ଶିଖିବାରେ ଖରା ଗରମର ବିରକ୍ତିକର ଦିନଗୁଡ଼ିକ ବେଶ୍‌ ଆରାମରେ କଟିଯିବ। କିନ୍ତୁ […]

କଟକ: କେବେ ଆସିବ ନିର୍ମଳ? କେବେଠାରୁ ଲାଗୁ ହେବ ଏହି ଯୋଜନା? ଏହାର ସଠିକ୍‌ ତଥ୍ୟ ଯଦିଓ କାହାରି ପାଖରେ ନାହିଁ ତଥାପି ଖୁବ୍‌ଶୀଘ୍ର କଟକ ବଡ଼ ଡାକ୍ତରଖା‌ନାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି। ଏଭଳି ବ୍ୟବସ୍ଥାରେ ଆଉ ଖାଦ୍ୟ ପାଇଁ, ସୁରକ୍ଷାକର୍ମୀ, ସଫେଇ ତଥା ବିଭିନ୍ନ ସେବା ପାଇଁ ଅଲଗା ଅଲଗା ଟେଣ୍ଡର ହେବନି। ଘରୋଇ ସଂସ୍ଥା ହଟିବେ ଓ ଏକକ ବ୍ୟବସ୍ଥା ନିର୍ମଳ ଯୋଜନା […]

ମାସକୁ ଦେଢ଼ ଶହ ପ୍ରସବ ପାଇଁ ୧୧ ଡାକ୍ତର,୨ଶହ ପାଇଁ ଜଣେ କଟକ: କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ସିଟି ହସ୍ପିଟାଲ)ରେ ମାସକୁ ହାରାହାରି ପ୍ରସବ ସଂଖ୍ୟା ହେଉଛି ଦେଢ ଶହରୁ ବି କମ୍। କିନ୍ତୁ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୧୧ ଜଣ ବିଶେଷଜ୍ଞ ଡାକ୍ତର କାର୍ଯ୍ୟ କରୁଛନ୍ତି। କଟକକୁ ଲାଗି ରହିଥିବା କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଡାକ୍ତରଖାନାରେ ମାସକୁ ହାରାହାରି ପ୍ରସବ ସଂଖ୍ୟା ହେଉଛି […]

ଟଙ୍କା ଥାଇ ବି ଇନ୍‌ସିନେ‌ରେଟର୍‌ ଅଚଳ,ଏପଟେ ତାଲିମ୍‌ ପାଇଁ ଖର୍ଚ୍ଚ କରିବେ ୧୦ଲକ୍ଷ କଟକ: ଅଳିଆ(ବର୍ଜ୍ୟବସ୍ତୁ) ଦହନ ପାଇଁ ଯିବ ୨ଶହ କିଲୋମିଟର। ତା’ ପାଇଁ ଖର୍ଚ୍ଚ ହେବ ଲକ୍ଷାଧିକ ଟଙ୍କା। ମୂଳଦୁଆ ଭୁଶୁଡି ଗଲାଣି। ତାକୁ ସଜାଡୁ ନାହାନ୍ତି କି’ ନୂଆ ବ୍ୟବସ୍ଥା କରୁ ନାହାନ୍ତି। କିନ୍ତୁ ତାଲିମ୍‌ ନାଁରେ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏଭଳି ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳିଛି କଟକ ବଡ ଡାକ୍ତରଖାନାରେ। […]

ଇଏନ୍‌ଟି ଓ ଭେଷଜ ବିଭାଗରେ ପରୀକ୍ଷଣ ବନ୍ଦ ଭୁବନେଶ୍ବର : ରୋଗୀସେବାକୁ ତ୍ବରାନ୍ବିତ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଇ-ହସ୍ପିଟାଲ୍ ବ୍ୟବସ୍ଥା ଏବେ ବାଟ ହୁଡ଼ିଛି। ପରୀକ୍ଷାମୂଳକ ଭାବେ ଆରମ୍ଭ ହେବାର ୩ବର୍ଷ ପରେ ମଧ୍ୟ ଏହାର ଏକ ରୂପରେଖ ପ୍ରସ୍ତୁତ ହୋଇପାରି ନାହିଁ। କରୋନା କାଳରେ କ୍ୟାପିଟାଲ ହସ୍ପିଟାଲର ଇଏନ୍‌ଟି ଓ ଭେଷଜ ବିଭାଗରେ ଚାଲିଥିବା ପରୀକ୍ଷଣ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ଏହି […]

ଫେବୃଆରୀରେ ଲୋକଙ୍କୁ ଦିଆଯିବ ବଟିକା ଭୁବନେଶ୍ୱର : ରାଜ୍ୟରେ ଫାଇଲେରିଆ ସ୍ଥିତି ବିଗିଡ଼ି ଗଲାଣି। ଫାଇଲେରିଆ ନିରାକରଣ ଲକ୍ଷ୍ୟ ହାସଲ କରିବାରେ ସରକାର ବିଫଳ ହୋଇଛନ୍ତି। କେବଳ ସେତିକି ନୁହେଁ, ଏକାଧିକ ଜିଲ୍ଲା ଫାଇଲେରିଆ ତାଲିକାରେ ଯୋଡ଼ି ହୋଇ ଗଲାଣି। ଏପରିକି ଫାଇଲେରିଆ ଜିଲ୍ଲାୱାରୀ ଯେଉଁ ତାଲିକା ପ୍ରକାଶ ପାଉଛି ତାହା ମଧ୍ୟ ସନ୍ଦେହ ଘେରରେ। ଏଭଳି ପରିସ୍ଥିତିରେ ଏହି ରୋଗର ନିରାକରଣ ପାଇଁ ନିଆଯାଉଥିବା ପଦକ୍ଷେପକୁ ନେଇ ସନ୍ଦେହ […]

Social media & sharing icons powered by UltimatelySocial