ଭୁବନେଶ୍ବର : ଗାଡ଼ି ଛଡ଼ାଇବାକୁ ଯାଇ ରବିବାର ଏକ ଘରୋଇ ଫାଇନାନ୍ସ କମ୍ପାନିର କର୍ମଚାରୀମାନେ ଦୁଇ ଭାଇଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି। ଆହତ ଦୁଇ ଭାଇ ହେଲେ, ସୁପ୍ରଭାସ ମାନ୍ଧତା ଓ ତାଙ୍କ ଭାଇ ସୌମ୍ୟରଞ୍ଜନ। ଏନେଇ ଭରତପୁର ଥାନା‌ରେ ଅଭିଯୋଗ ହୋଇଛି ଓ ପୁଲିସ ଅଭିଯୁକ୍ତମାନଙ୍କୁ ଖୋଜୁଥିବା ଜଣାପଡ଼ିଛି। ମାତ୍ର ଅଭିଯୁକ୍ତମାନେ ଫେରାର ଥିବାରୁ କାହାକୁ ଗିରଫ କରାଯାଇନାହିଁ।ମିଳିଥିବା ସୂଚନାନୁସାରେ, ସୁପ୍ରଭାସ ସ୍ବିଗି ଡେଲିଭରି-ବୟ ଭାବେ କାମ […]

ଭୁବନେଶ୍ୱର: ୪ ଜଣ ଆନ୍ତରାଜ୍ୟ ଏଟିଏମ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି କମିସନରେଟ ପୁଲିସ। କାନପୁରର ଏହି ୪ ଜଣ ଏଟିଏମ ଲୁଟେରାଙ୍କୁ ସ୍ପେଶାଲ ସ୍କ୍ୱାଡ୍ ଗିରଫ କରିଥିବା ଜଣାଯାଇଛି। ଏମାନେ ଭୁବନେଶ୍ୱରରେ ଏଟିଏମରୁ ଲୁଟ କରିବା ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି। ଆଗରୁ ପୁରୀ ଠାରୁ ବାରିପଦା ପର୍ଯ୍ୟନ୍ତ ୩୦ରୁ ଅଧିକ ଏଟିଏମରେ ଲୋକଙ୍କ ଟଙ୍କା ଲୁଟିଥିଲେ ଏହି ୪ ଲୁଟେରା। ଏମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା, ଡିଭାଇସ […]

ଭୁବନେଶ୍ବର : ଢେଙ୍କାନାଳ ଭାପୁର ନିକଟ ନିକାଞ୍ଛନ ସ୍ଥାନରେ ଚୋରା ବନ୍ଧୁକ ତିଆରି କାରଖାନା ଓ ବିକ୍ରି ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ଖବର ମିଳିଥିଲା। ଖବର ମୁତାବକ କାରାଖାନା ମାଲିକ ଦୁଇ ବେପାରୀଙ୍କୁ ବନ୍ଧୁକ ବିକ୍ରି କରିବାକୁ ଆସିଥିଲା। ଏସଟିଏଫ୍ ଚଢ଼ଉ କରି ଦୁଇ ବନ୍ଧୁକ ବେପାରୀଙ୍କୁ ଧରିବାକୁ ସକ୍ଷମ ହେଲା। କିନ୍ତୁ କାରଖାନା ମାଲିକ ଫେରାର ହୋଇଗଲା। ଦୁଇ ବେପାରୀଙ୍କ ପାଖରୁ ୧୦ ବନ୍ଧୁକ ଜବତ ହେଲା ସତ, […]

ପୁଣି ଚାନ୍ଦିପୁରରେ କ୍ରାଇମବ୍ରାଞ୍ଚର ତନାଘନା,ରିମାଣ୍ଡ ପରେ ଜେଲ୍ ଫେରିଲେ ୫ ଅଭିଯୁକ୍ତ ବାଲେଶ୍ୱର : ଚାନ୍ଦିପୁର ଆଇଟିଆର୍ ନିର୍ଦ୍ଦେଶକଙ୍କ ଗାଡ଼ି ଡ୍ରାଇଭର୍ ଥିବା ଉତ୍ତରପ୍ରଦେଶର ସଚିନ୍ କୁମାର ଛେତା ୩ ଜଣ ଯୁବତୀଙ୍କ ସମ୍ପର୍କରେ ଥିଲା। ଆଇଟିଆରରେ ସ୍ଥାୟୀ କର୍ମଚାରୀ ଥିବା ସଚିନ୍ ନିର୍ଦ୍ଦେଶକଙ୍କୁ ଗାଡ଼ିରେ ବିଭିନ୍ନ ସ୍ଥାନକୁ ନେବା ଆଣିବା କରିଥିବାରୁ ଏହି ସମୟରେ କ୍ଷେପଣାସ୍ତ୍ର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଶୁଣି ସଚିନ୍ ପାକିସ୍ତାନୀ ମହିଳା ଏଜେଣ୍ଟଙ୍କୁ ବିକ୍ରି […]

ପୁଲିସ କବଳରୁ ଅଭିଯୁକ୍ତଙ୍କୁ ଛଡ଼ାଇ ନେବାକୁ ଉଦ୍ୟମ ଭୁବନେଶ୍ବର : ମହିଳା ସଂଗଠନ ନାଁରେ ବସ୍ତିରେ କଙ୍ଗାରୁ କୋର୍ଟ ଚଳାଇଥିବା ମାରୁତିବିହାର ମହିଳା ସଂଘର ୩ଜଣ ମହିଳାଙ୍କୁ ଗିରଫ କରିଛି ନୂଆପଲ୍ଲୀ ପୁଲିସ। ଏମାନେ ହେଲେ କବିତା ଭୂୟାଁ, ଅନିତା ନାୟକ ଓ ସରୋଜିନୀ ସାହୁ। ସାମାନ୍ୟ ପିଲାଖେଳ ଗଣ୍ଡଗୋଳକୁ ବଢ଼ାଇ ଚଢ଼ାଇ ବସ୍ତିର ଜଣେ ମହିଳା ବୈଜୟନ୍ତୀ ସେଠୀ ଓ ତାଙ୍କର ୧୫ ବର୍ଷୀୟ ପୁଅକୁ ୪ଘଣ୍ଟା ପିଣ୍ଡିରେ […]

ଖୋର୍ଦ୍ଧା/ମାଲକାନଗିରି: ଯେଉଁ ୧୨ ଲକ୍ଷ ଟଙ୍କାର କାରରେ ମାଲିକ ଭଳି ବସି ଆସିଥିଲେ ସେହି କାର୍‌ରେ ଅଭିଯୁକ୍ତଙ୍କ ଭଳି ଗିରଫ ହୋଇ ଗଲେ କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏଭଳି ଏକ ଘଟଣା ଆଜି ଘଟିଛି ବେହିସାବ ଟଙ୍କା ସହ ମୋଟୁ ଥାନା ଅଧିକାରୀ ସନ୍ତୋଷ ସାହୁଙ୍କୁ ଆଜି ଭୁବନେଶ୍ୱର ଭିଜିଲାନ୍‌ସ ନାଟକୀୟ ଭାବେ ଗିରଫ କରିଛି। ଗତକାଲି ଅପରାହ୍‌ଣ ପ୍ରାୟ ୧.୪୫ ମିନିଟ ୧୬ ନମ୍ବର ଜାତୀୟ […]

ଭୁବନେଶ୍ବର: ମୋବାଇଲ୍ ଚୋରି କରିଥିବା ସନ୍ଦେହରେ ୩ ଜଣ ଯୁବକଙ୍କୁ କ୍ଲବ୍‌ ଘରେ ଅଟକ ରଖି ନିସ୍ତୁକ ମାଡ଼ ମାରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସାଲିଆସାହି ଜନତା ନଗରର ହରସା ବେହେରା, ମାନସ ବେହେରା, କପିଳା ବେହେରା, ସୁବାସ ଦାସ, ଚିତ୍ତରଂଜନ ବାରିକ ଓ ରାଜକିଶୋର ସାହୁ। ଆକ୍ରମଣର ଶିକାର ହୋଇଥିବା ୩ ଯୁବକ ହେଲେ […]

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ୨୦ ନମ୍ବର ୱାର୍ଡ ବେଲତଳ (ଦକ୍ଷଣିଦିଆ) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ଗ୍ରାମର ଅନ୍ୟ ମହିଳାମାନେ ବିଚ୍‌ ରାସ୍ତାରେ ମାଡ଼ ମାରିବା ସହ ଲଣ୍ଡା କରି ତାଙ୍କ ମୁହଁରେ କାଳୀ ବୋଳିଛନ୍ତି। ପୀଡ଼ିତା ମହିଳା କେତେକ ସ୍ବୟଂସହାୟକ ଗୋଷ୍ଠୀର ମହିଳାଙ୍କଠାରୁ ଋଣ କରାଇଦେବାକୁ କହି ଟଙ୍କା ଆଦାୟ କରିଥିଲେ। କିନ୍ତୁ ସେହି ଟଙ୍କା ନ ଫେରାଇଇବାରୁ ଅଭିଯୁକ୍ତମାନେ ଏଭଳି କାଣ୍ଡ […]

କଟକ: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍‌ କମିସନ୍ (ଓଏସ୍‌ଏସସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରି ବିରଞ୍ଚିଙ୍କୁ ଜାମିନରେ ଛାଡିବେ। ଜାମିନରେ ଯିବା ପରେ ସେ ତଦନ୍ତରେ ସହଯୋଗ କରିବେ ଓ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ […]

ନୂଆପଡା: ଖଡ଼ିଆଳ ଥାନା ସୁନାରିସୀକୁଆଁ ଗ୍ରାମର ହତ୍ୟାକାଣ୍ଡ ଘଟଣାରେ ଖଡ଼ିଆଳ ପୁଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ନୂଆପଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କୁମାର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗତ ୧୧ ଦିନ ଅଭିମନ୍ୟୁ ବୈଠାରୁ ନାମକ ବ୍ୟକ୍ତିଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଲୁହାଛଡ଼ ଏବଂ କୁରାଢ଼ୀରେ ଉକ୍ତ ଗ୍ରାମର ସରୋଜ ନିଆଲ ଓ ରାମ ନିଆଲ […]

Social media & sharing icons powered by UltimatelySocial