ଭୁବନେଶ୍ବର : ୱେବ୍‌ ପୋର୍ଟାଲ୍‌ର ନାଁ ଲାଇଭ୍‌ କଳିଙ୍ଗ ନିଉଜ୍‌(ଏଲ୍‌କେଏନ୍‌)। ପୁଣି ଆକର୍ଷଣୀୟ ଟ୍ୟାଗ୍‌ ଲାଇନ୍‌ ‘ବିଶ୍ବାସ ଓଡ଼ିଶାର’। ତେବେ ଏଇଟି ଥିଲା କେବଳ ଖୋଳପା। ଭିତରେ ଥିଲା ଭୟଙ୍କର କଳଙ୍କିତ ଚରିତ୍ର। ଗଣମାଧ୍ୟମକୁ ଢ଼ାଲ କରି ଚାଲିଥିଲା ଲୁଟ୍‌ତରାଜ। ସାଧରରଣ ଲୋକଙ୍କ ବିଶ୍ବାସ ନାଁରେ ଚାଲିଥିଲା ଅବିଶ୍ବସନୀୟ ଭୟଙ୍କର କାଣ୍ଡ। ଷ୍ଟୁଡିଓ ପାଲଟିଥିଲା ଲୁଟେରାଙ୍କ ଆଡ଼ା। ଅପହରଣ କରି ଦାଦାବଟି ଆଦାୟ କରାଯାଉଥିଲା। ବଟି ଆଦାୟ ପାଇଁ ଅପହୃତଙ୍କ […]

ମାଷ୍ଟରମାଇଣ୍ଡ୍ ରାଜ୍ ଓ ୩ ସହଯୋଗୀ ଫେରାର୍‌,ସାମ୍ବାଦିକାଙ୍କୁ ତଡ଼ିପାର୍ କରାଯିବ: ଡିସିପି ଭୁବନେଶ୍ବର/ବାରଙ୍ଗ : ‘ତୁ ହେଲୁ ଆମର ୨୮ ନମ୍ବର ଶିକାର। ତୋରି ପାଇଁ ଆମର ଖଣିମାଲିକ ସହ ହୋଇଥିବା କୋଟିଏ ଟଙ୍କାର ଡିଲ୍ ବାତିଲ ହୋଇଗଲା। ତେଣୁ ତମେ ଦି’ଟା ୫ ଲକ୍ଷ ଲେଖାଏଁ ମୋଟ ୧୦ ଲକ୍ଷ ଦେଲେ ଏଠାରୁ ଛାଡ଼ ପାଇବ। ନଚେତ୍ ଏଠାରୁ ଯାଇପାରିବନି। ସେମିତିରେ ମାସକୁ ମାସ ଥାନାକୁ ମୁଁ ଲକ୍ଷଲକ୍ଷ […]

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଦୀର୍ଘ ପଚରାଉଚରା ପରେ ଅଭିନେତା ଅରମାନ କୋହଲିଙ୍କୁ ଏନସିବି ଗିରଫ କରିଛି। ଶନିବାର ସନ୍ଧ୍ୟାରେ ଏନସିବି ଅରମାନ କୋହଲିଙ୍କ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା। ଏନସିବି ମୁତାବକ, ଅରମାନଙ୍କୁ ସାମ୍ନାସାମ୍ନୀ ବସାଇ ପଚରାଉଚରା କରାଯିବ। ଏଥିସହିତ ଏହି ଘଟଣାରେ ବଲିଉଡର ଆଉ କିଏ କିଏ ସାମିଲ ଅଛନ୍ତି ତାହାକୁ ନେଇ ବି ତଦନ୍ତ କରାଯିବ। ଏଥିପାଇଁ […]

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ସାମନ୍ତରାୟ ରବିବାର ସକାଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି। ସୋନପୁର ଜିଲ୍ଲା ବିନିକା ସେତୁ ଛକ ନିକଟରେ ପୁର୍ବରୁ ଖବରପାଇ ଛକି ରହିଥିବା ଭିଜିଲାନ୍ସ ଟିମ୍ ଉକ୍ତ ରାସ୍ତାରେ ଯାଉଥିବା ବିଡିଓଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ତାଙ୍କ ନିକଟରୁ ୩ ଲକ୍ଷ ୯୧ ହଜାର ୩ ଶହ ଟଙ୍କା ଜବତ କରିଥିବାର ଜଣାଯାଇଛି। ବିଜେପୁର ବିଡିଓ ୩ […]

ଦେବଗଡ଼: ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ଵାର୍ଡ ଗତକାଲି ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ପଥୁରିଆନାଳି ଓ ମିଞ୍ଜାରୀବାହାଳ ଗ୍ରାମରେ ଚଉ କରି ଦେଶୀ ବୋମା ଓ ୨ ବନ୍ଧୁ ଜବତ କରିଛି। ଉକ୍ତ ଘଟଣାରେ ପଥୁରିଆନାଳି ଗ୍ରାମର କରୁଣା ଖୁଣ୍ଟିଆ ଓ ମେଞ୍ଜାରିବାହାଳ ଗ୍ରାମର ସୁଦନ ପ୍ରଧାନଙ୍କୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତମାନେ କୌଣସି ଅପରାଧିକ ସଂଗଠନ ସହ ଜଡିତ କି ନାହିଁ ଓ ବେଆଇନ ବୋମା ଏବଂ […]

ବ୍ୟାସନଗର: ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରର ଗୋପବନ୍ଧୁ ନଗର ରାଇସମିଲ୍‌ ପରିସରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ଗତକାଲି ରାତିରେ ଚୋରି ହୋଇଛି। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ନିଶା ଔଷଧ ସିଞ୍ଚନ କରି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି। ଅଭିଯୋଗ ପରେ ପୁଲିସ ତଦନ୍ତ କରିବା ସହିତ ପଡ଼ୋଶୀ ଘରର ସିସି କ୍ୟାମେରା ଯାଞ୍ଚ କରିଛି। ହେଲେ ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ଅଭିଯୋଗ ଅନୁଯାୟୀ, […]

ଭୁବନେଶ୍ୱର: ୨ ଏଟିଏମ ଲୁଟେରା ଗିରଫ। ଓଲଡ଼ଟାଉନରେ ଥିବା ଏସବିଆଇ ଏଟିଏମ ଲୁଟ କରିବାକୁ ଉଦ୍ୟମ କରିଥିବା ୨ଲୁଟେରାଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୁଲିସ। ସୂଚନା ମୁତାବକ, ୨ ଏଟିଏମ ଲୁଟେରା ଏସବିଆଇ ଏଟିଏମ ଭାଙ୍ଗି ଲୁଟ କରୁଥିବା ବେଳେ ଲୁଟେରାକୁ କାବୁ କରିଥିଲେ ସ୍ଥାନୀୟ ଲୋକେ। ବଢ଼େଇବାଙ୍କ ଛକ ନିକଟରେ ଥିବା ଏଟିଏମ ଆଗରେ ଲୁଟେରାକୁ ଧରିଥିଲେ ସ୍ଥାନୀୟ ଲୋକେ। ଏନେଇ ଲିଙ୍ଗରାଜ ଥାନା ପୁଲିସକୁ ଖବର […]

ନୂଆପଡ଼ା: ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରଧାନ ଶିକ୍ଷକ। ଖଡ଼ିଆଳ ଆଦର୍ଶ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡ଼ିଛି। ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଵାଦୀ ଗ୍ରାମଠାରେ ଥିବା ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଜନ କୁମାର ସାହୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ପ୍ରଧାନ ଶିକ୍ଷକ ସୁଜନ କୁମାର ସାହୁ ନିଜ ଶିକ୍ଷକ ରାମକୃଷ୍ଣ ପ୍ରଦାନଙ୍କଠାରୁ ସର୍ଭିସ ବୁକ ଠିକ […]

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ୍ଜ ଗୁପ୍ତଗଙ୍ଗା ଗ୍ରାମରେ ଆଜି ବାରହା ଶିକାର କରି ମାଂସ ବିକୁଥିବା ବେଳେ ବନ ବିଭାଗ ଟିମ ଚଢ଼ାଉ କରି ଅଧା କେଜି ମାଂସ ଜବତ କରି ୩ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁପ୍ତଗଙ୍ଗା ଗ୍ରାମର ଜୟଦେବ ଜୁଆଙ୍ଗ, ସାଧବ ଜୁଆଙ୍ଗ, ନିଶାକାର ଜୁଆଙ୍ଗ ଗାଁ ନିକଟସ୍ଥ ଜଙ୍ଗଲରେ ଫାସ ପକାଇ ବାରହା ଶିକାର କରି ବାରହା […]

ସୁନ୍ଦରଗଡ଼: ଜଣେ ଅଭିଯୁକ୍ତଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ବଡ଼ଗାଁ ଥାନା ଏଏସଆଇ କୈଳାସ ନାଏକ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ରେଙ୍ଗାଲମାଲର ବୈକୁଣ୍ଠ ରାଉତ ନାମକ ଜଣେ ବ୍ୟକ୍ତି ଏକ ମାମଲାର ଅଭିଯୁକ୍ତ ଥିଲେ। ତାଙ୍କ ନାମରେ ଥିବା ଦଫା କୋହଳ କରିବାକୁ ଏଏସଆଇ ଶ୍ରୀ ନାଏକ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବୈକୁଣ୍ଠ ନିଜ ଅକ୍ଷମତା ପ୍ରକାଶ କରିବାରୁ ୩୦ ହଜାର ଦେବାକୁ […]

Social media & sharing icons powered by UltimatelySocial