ଭୁବନେଶ୍ୱର : ନଭେମ୍ବର‌ ଦ୍ୱିତୀୟ ସୋମବାରରେ ଅନ୍ତର୍ଜାତୀୟ ସ୍ତରରେ ‘ବିଶ୍ୱ ଅନାଥ ଦିବସ’ ପାଳନ କରାଯାଏ। ଯୁଦ୍ଧ, ମରୁଡ଼ି, ଦେଶାନ୍ତର, ମହାମାରୀ ଓ ଦାରିଦ୍ର୍ୟ ଆଦି କାରଣରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶିଶୁ ଅନାଥ ହେଉଛନ୍ତି। ସେମାନଙ୍କ ଯତ୍ନ ନେବା, ସେମାନଙ୍କ ପ୍ରତି ଧ୍ୟାନ ଦେବା, ଏହି ଦିବସ ପାଳନର ଲକ୍ଷ୍ୟ। ‘ୟୁନିସେଫ୍‌’ ଅନୁଯାୟୀ ବିଶ୍ବରେ ଅନାଥ ଶିଶୁଙ୍କ ସଂଖ୍ୟା ପ୍ରାୟ ୧୫.୩ କୋଟି। ଆମ ଦେଶରେ ଅନାଥଙ୍କ ସଂଖ୍ୟା […]

ନୂଆଦିଲ୍ଲୀ: ଭାରତ ସମେତ ଅନେକ ଦେଶରେ ହ୍ବାଟସଆପ ଆପ୍ ର ଲୋକପ୍ରିୟତା ରହିଛି। ଏହାର ଫିଚର ଅନ୍ୟ ଆପଠାରୁ ଟିକେ ଅଲଗା ରହିଥିବା ବେଳେ ଲୋକେ ଏହି ଆପ ଜରିଆରେ ଚାଟ୍ କରିବା ସହ ଭିଡିଓ କଲ ମଧ୍ୟ କରିଥାନ୍ତି। କିନ୍ତୁ ଆଜିଠାରୁ ଆପଣ ଚାଟ୍ ଓ ଭିଡିଓ କଲ ସହ ହ୍ବାଟସଆପରେ ଟଙ୍କା ପଠାଇପାରିବେ। ଏ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଗୁରୁବାର ହ୍ବାଟସଆପକୁ […]

ଆସନ୍ତା ୭ ତାରିଖରେ ଟ୍ରିବ୍ୟୁନାଲରେ ଶୁଣାଣି ନୂଆଦିଲ୍ଲୀ : ମହାନଦୀ ଜଳବିବାଦ ମାମଲାରେ ଆଜି ସନ୍ଧ୍ୟାରେ ଓଡ଼ିଶା ଓ ଛତିଶଗଡର ବୈଷୟିକ ଅଧିକାରୀସ୍ତରୀୟ ବୈଠକ ବିଫଳ ହୋଇଛି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହୋଇଥିବା ବୈଠକରେ ଓଡ଼ିଶାର ପ୍ରସ୍ତାବଗୁଡ଼ିକୁ ଛତିଶଗଡ଼ ସିଧାସଳଖ ଅଗ୍ରାହ୍ୟ କରିଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ବୈଠକରେ ଉଭୟ ପକ୍ଷରୁ ୫ ଜଣ ଲେଖାଏଁ ବୈଷୟିକ ଅଧିକାରୀ ଆଲୋଚନାରେ ସାମିଲ ଥିଲେ। ଓଡ଼ିଶା ଦ୍ୱାରା ଅଣମୌସୁମୀ ଋତୁରେ ନିର୍ଦ୍ଦିଷ୍ଟ […]

ନୂଆଦିଲ୍ଲୀ: ବିଜୟା ଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଗୁଆ ଘାଟିକୁ ଯାଇ ଯବାନ ମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ.ଏମ. ନରୱାଣେ ଦାର୍ଜିଲିଂ ସ୍ଥିତ ସୁଖନା ଯୁଦ୍ଧ ସ୍ମାରକୀରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବୀର ଯବାନମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇଥିଲେ। ଏଥିସହ ରାଜନାଥ ଦାର୍ଜିଂଲିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପୂଜାର୍ଚ୍ଚନା କରିଛନ୍ତି। […]

ଭୁବନେଶ୍ୱର : ପ୍ରତି ବର୍ଷ ଅକ୍ଟୋବର‌ ୨୪ ତାରିଖରେ ପାଳିତ ହୁଏ ‘ଜାତିସଂଘ ଦିବସ’। ପ୍ରତି ବର୍ଷ ଅକ୍‌ଟୋବର‌ ୨୦-୨୬ ମଧ୍ୟରେ ପାଳିତ ହେଉଥିବା ‘ଜାତିସଂଘ ସପ୍ତାହ’ର ଏହା ଏକ ଅଂଶ। ୧୯୪୮ରେ ‘ଜାତିସଂଘ’ର ସାଧାରଣ ପରିଷଦ ଏହି ଦିନକୁ ‘ଜାତିସଂଘ ସନନ୍ଦର ଜନ୍ମ ବାର୍ଷିକୀ’ ଭାବେ ପାଳିତ କରିବା ପାଇଁ ଘୋଷଣା କରିଥିଲା। ‘ଜାତିସଂଘ’ ଅନୁଯାୟୀ ଏହା ଏକ ଅନ୍ତର୍ଜାତୀୟ ଛୁଟି ଦିବସ। ୧୯୭୨ରୁ ଏହି ଦିନରେ ପାଳିତ […]

ମୁମ୍ବାଇ : ଦକ୍ଷିଣ-ମୁମ୍ବାଇର ଏକ ସପିଂ ମଲରେ ଗୁରୁବାର ରାତିରେ ଲାଗିଥିବା ନିଆଁ ଶୁକ୍ରବାର ସକାଳ ସୁଦ୍ଧା ନିୟନ୍ତ୍ରଣକୁ ଆସିପାରିନାହିଁ। ଗୁରୁବାର ରାତିରେ ମାତ୍ର ଗୋଟିଏ ମହଲାରେ ନିଆଁ ଲାଗିଥିବାବେଳେ ଶୁକ୍ରବାର ସକାଳ ସୁଦ୍ଧା ତାହା ଆଉ ଦୁଇଟି ମହାଲାକୁ ବ୍ୟାପିଯାଇଯାଇଛି। ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ମୁମ୍ବାଇର ନାଗପଡ଼ା ଅଞ୍ଚଳରେ ଥିବା ସିଟି ସେଣ୍ଟର ମଲରେ ଗୁରୁବାର ରାତି ସାଢେ ୮ ସମୟରେ ନିଆଁଲାଗିଥିଲା। ପ୍ରାରମ୍ଭିକ ଅବସ୍ଥାରେ ଏହା […]

ନୂଆଦିଲ୍ଲୀ : ରାଜସ୍ଥାନର ଥର୍‌ ମରୁଭୂମିରୁ ୧ ଲକ୍ଷ ୭୨ ହଜାର ବର୍ଷ ତଳେ ପ୍ରବାହିତ ହେଉଥିବା ଏକ ମୃତ ନଦୀ ଠାବ କରାଯାଇଛି। ଏକ ଅନ୍ତର୍ଜାତୀୟ ଗବେଷଣା ଦଳ ଏହି ମୃତ ନଦୀକୁ ଠାବ କରିବାରେ ସକ୍ଷମ ହୋଇଛନ୍ତି। ପ୍ରସ୍ତର ଯୁଗ ସମୟରେ ଏହି ନଦୀଟି ରାଜସ୍ଥାନର ଥର୍‌ ମରୁଭୂମି ଦେଇ ପ୍ରବାହିତ ହେଉଥିଲା ଏବଂ ଏହା ଥର୍‌ ମରୁଭୂମିର ‘ଲାଇଫ୍‌ ଲାଇନ୍‌’ ଭାବେ ବିବେଚିତ ହେଉଥିଲା। ଏ […]

ନୂଆଦିଲ୍ଲୀ: ଗୋଟିକ ପରେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ଘଟାଇବାକୁ ସମଗ୍ର ହିମାଳୟ ଶ୍ରେଣୀ ପ୍ରସ୍ତୁତ ହୋଇ ରହିଥିବା କଥା ଏକ ଅଧ୍ୟୟନରୁ ଜଣାପଡ଼ିଛି। ୮ରୁ ଅଧିକ ତୀବ୍ରତାସମ୍ପନ୍ନ ପରବର୍ତ୍ତୀ ଭୂମିକମ୍ପ ଆମ ଜୀବଦ୍ଦଶା ମଧ୍ୟରେ ବି ହୋଇପାରେ ବୋଲି ଭୂବିଜ୍ଞାନ ସମ୍ବନ୍ଧୀୟ, ଐତିହାସିକ ଏବଂ ଭୂତାତ୍ତ୍ବିକ ତଥ୍ୟାବଳୀ ସମୀକ୍ଷା କରି ଏହି ଅଧ୍ୟୟନ କହିଛି। ହିମାଳୟ ଶ୍ରେଣୀ ଅନ୍ତର୍ଗତ ଜନଗହଳିପୂର୍ଣ୍ଣ ଦେଶମାନଙ୍କରେ ଏହି ଭୂମିକମ୍ପ ଯୋଗୁଁ ମୃତ୍ୟୁସଂଖ୍ୟା ଅଭୂତପୂର୍ବ […]

ବିଶାଖାପଟନମ୍: ଗୁରୁବାର ଦିନ ବିଶାଖାପଟନମ୍‌ସ୍ଥିତ ନେଭାଲ୍‌ ଡକ୍‌ୟାର୍ଡରେ ଭାରତର ସେନାମୁଖ୍ୟ ଜେନେରାଲ୍‌ ମନୋଜ ମୁକୁନ୍ଦ ନରୱଣେଙ୍କ ଦ୍ୱାରା ବୁଡ଼ାଜାହାଜ ଚିହ୍ନଟକାରୀ କ୍ଷୁଦ୍ର ଯୁଦ୍ଧପୋତ ଆଇଏନ୍‌ଏସ୍‌ ‘କବରତ୍ତୀ’କୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ବୁଡ଼ାଜାହାଜ ଠାବ କରି ସେମାନଙ୍କୁ ମୁକାବିଲା କରିବା ନିମନ୍ତେ ‘କବରତ୍ତୀ’ରେ ସେନ୍‌ସର୍‌ ଏବଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ଏହି କ୍ଷୁଦ୍ର ଯୁଦ୍ଧପୋତର ଆତ୍ମରକ୍ଷା ସାମର୍ଥ୍ୟ ମଧ୍ୟ ରହିଛି। ଦୀର୍ଘକାଳୀନ ମୁତୟନ ନିମନ୍ତେ ମଧ୍ୟ ଏହା ଉପାଦେୟ। ଭାରତୀୟ […]

ଶୁକ୍ରବାର ଅପରାହ୍ନ ସୁଦ୍ଧା ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇସାରିଛି ଓ ଏହା ଆସନ୍ତାକାଲି ସୁଦ୍ଧା ଡିପ୍‌-ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି। ଡିପ୍‌ ଡିପ୍ରେସନରେ ପରିଣତ ହୋଇ ଏହା ଶୁକ୍ରବାର ଅପରାହ୍ନ ସୁଦ୍ଧା ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପଡ଼ା ଅଞ୍ଚଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ କୁହାଯାଇଛି। […]

Social media & sharing icons powered by UltimatelySocial