ନୂଆଦିଲ୍ଳୀ: ମଙ୍ଗଳବାର ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ ନିନ୍ଦା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର୍‌। ଟିଏମ୍‌ସି ସାଂସଦ ସଂସଦ ବାହାରେ ତାଙ୍କର ମିମିକ୍ରି କରୁଥିବା କାରଣକୁ ନେଇ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। କେବଳ କଲ୍ୟାଣ ବାନାର୍ଜୀ ନୁହଁନ୍ତି, ରାହୁଲ ଗାନ୍ଧୀଙ୍କ ଉପରେ ବି ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସାଂସଦ ମିମିକ୍ରି କରୁଥିବା ବେଳେ ତାହାକୁ ଭିଡିଓ ସୁଟ୍‌ କରୁଥିଲେ କଂଗ୍ରେସର ବରିଷ୍ଠ […]

ନୂଆଦିଲ୍ଲୀ: ଆଜି ସଂସଦର ସୁରକ୍ଷାରେ ତ୍ରୁଟିକୁ ନେଇ ବିରୋଧୀ ଦଳମାନେ ସେମାନଙ୍କ ଦାବିରେ ଅଟଳ ରହିଥିଲେ। ଏହାକୁ ନେଇ ଲୋକସଭା ଓ ରାଜ୍ୟସଭାରେ ଜୋରଦାର ହଙ୍ଗାମା ହୋଇଥିଲା। ଅନ୍ୟପକ୍ଷରେ ଲୋକସଭା ବାଚସ୍ପତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ୩୦ ଜଣ ସାଂସଦଙ୍କୁ ଲୋକସଭାର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରିଛନ୍ତି। ସେହିପରି ଅଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଅର୍ଥାତ୍ ମୋଟ […]

ଓଡ଼ିଶାରେ ସନ୍ଦିଗ୍ଧ ଆତଙ୍କବାଦୀ ଧରାହେବା ଘଟଣା ଭୁବନେଶ୍ୱର: ଓଡ଼ିଶାରେ ସନ୍ଦିଗ୍ଧ ଆତଙ୍କବାଦୀ ଘଟଣା ସଂପର୍କରେ ଅଧିକ ସୂଚନା ଦେଇଛନ୍ତି ଏସଟିଏଫ୍ ଏସପି କିଶୋର ପାଣିଗ୍ରାହୀ। ସେ କହିଛନ୍ତି, ଗିରଫ ଆତଙ୍କବାଦୀ ସୟଦ ଈଶାନ ବୁଖାରୀର ଆଇଏସଆଇ ଏଜେଣ୍ଟମାନଙ୍କ ସହ ଚାଟିଙ୍ଗର ତଥ୍ୟ ହ୍ୱାଟ୍ସଅପର ମିଳିଛି। ଏଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି। ଏସଟିଏଫ୍ ଏସପି ଆହୁରି କହିଛନ୍ତି, ଏବେ ବୁଖାରୀ ଜୁଡିସିଆଲ କଷ୍ଟଡିରେ ଅଛି। ବୁଖାରୀକୁ ୭ ଦିନିଆ […]

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାବେଳେ ଆରବ ସାଗରରେ ‘ହାଇଜାକ୍‌’ (ଅପହରଣ) ହୋଇଥିବା ମାଲ୍‌ଟାର ଜାହାଜ ‘ଏମ୍‌ଭି ରୁୢଏନ୍‌’କୁ ଉଦ୍ଧାର କରିବା ଲାଗି ଯୁଦ୍ଧପୋତ ଓ ସାମୁଦ୍ରିକ ପାଟ୍ରୋଲ୍‌ ବିମାନ ପଠାଯାଇଛି ବୋଲି ଆଜି ଭାରତୀୟ ନୌସେନା କହିଛି। ସୂଚନା ପାଇବାକ୍ଷଣି ଭାରତୀୟ ନୌସେନା ତୁରନ୍ତ ତା’ର ‘ଆଣ୍ଟି ପାଇରେସି ପାଟ୍ରୋଲ୍‌’ ଯୁଦ୍ଧପୋତକୁ ମାଲ୍‌ଟାର ଜାହାଜ ‘ଏମ୍‌ଭି ରୁୢଏନ୍‌’କୁ ଠାବ କରି ସହାୟତା କରିବା ଲାଗି ପଠାଇଛି ବୋଲି ନୌସେନା ସୂଚନା ଦେଇଛି। […]

ଜୟପୁର: ଆଜି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ରୂପେ ‘ବିଜେପି’ ବିଧାୟକ ଭଜନଲାଲ୍‌ ଶର୍ମା ଶପଥ ଗ୍ରହଣ କରିଛନ୍ତି। ପ୍ରଖ୍ୟାତ ଆଲ୍‌ବର୍ଟ ହଲ୍‌ରେ ରାଜ୍ୟପାଳ କଲରାଜ ମିଶ୍ରା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଶର୍ମାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଦ୍ୟାଧର ନଗର ବିଧାୟିକା ଦୀୟା କୁମାରୀ ଓ ଦୂଦୂ ବିଧାୟକ ପ୍ରେମ୍‌ଚନ୍ଦ୍‌ ବୈର୍‌ୱା। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର […]

ବେଙ୍ଗାଲୁରୁ: ମହୀଶୂର ବିମାନ ବନ୍ଦରକୁ ଟିପୁ ସୁଲ୍‌ତାନଙ୍କ ନାମାନୁସାରେ ନାମିତ କରିବା ଲାଗି କଂଗ୍ରେସ ବିଧାୟକ ପ୍ରସାଦ ଅବ୍ବୟାଙ୍କ ପ୍ରସ୍ତାବକୁ କର୍ଣ୍ଣାଟକ ବିଧାନସଭାରେ ‘ବିଜେପି’ ବିଧାୟକମାନେ ତୀବ୍ର ସମାଲୋଚନା କରିଛନ୍ତି। ବିମାନ ବନ୍ଦରଗୁଡ଼ିକର ନାମ ପରିବର୍ତ୍ତନ ନିମନ୍ତେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ବିଷୟରେ ଆଲୋଚନା ଚାଲିଥିବା ହୁବଲୀ-ଧାରୱାର୍ଡ (ପୂର୍ବ) ବିଧାୟକ ପ୍ରସାଦ ଅବ୍ବୟା ଉପରୋକ୍ତ ପ୍ରସ୍ତାବ ଦେଇଥିଲେ। ବିଧାନସଭା ଅଧିବେଶ ବେଳେ ଅବ୍ବୟା କହିଲେ, ମହୀଶୂର […]

ନୂଆଦିଲ୍ଲୀ: ସଂସଦରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଏକ ବୈଠକ କରି ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି। ସେପଟେ ଘଟିଥିବା ତ୍ରୁଟିର ତଦନ୍ତ ପାଇଁ ସରକାର ଏକ କମିଟି ଗଠନ କରିଛନ୍ତି, ଯେଉଁଥିରେ ଦୁଇ ଜଣ ବ୍ୟକ୍ତି ଲୋକସଭାରେ ଅନୁପ୍ରବେଶ କରି କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଆଜି ସଂସଦର ଉଭୟ ଗୃହ ଆରମ୍ଭ ହେବା ପରେ ବିରୋଧୀ […]

ନୂଆଦିଲ୍ଲୀ: ବୁଧବାର ଲୋକସଭା କାର୍ଯ୍ୟ ଚାଲିଥିବା ବେଳେ ବୁଧବାର ଦୁଇ ଜଣ ବ୍ୟକ୍ତି ଭିଜିଟର୍ସ ଗ୍ୟାଲେରିକୁ ଡେଇଁ ଧୂଆଁ ସ୍ପ୍ରେ କରିବା ଘଟଣାକୁ ନେଇ ସାରା ଦେଶରେ ଚିନ୍ତା ପ୍ରକାଶ ପାଇଛି। ତେବେ ଏତେ କଡ଼ା ସୁରକ୍ଷାକୁ ଡେଇଁ ସେମାନେ କିପରି ଗୃହ ମଧ୍ୟରେ ପ୍ରବେଶ କଲେ ତାହାକୁ ସମସ୍ତେ ସହଜରେ ହଜମ କରିପାରୁନାହାନ୍ତି। ତେବେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଠାରୁ ମିଳିଥିବା ଭିଜିଟର ପାସରୁ ଜଣାପଡ଼ିଛି ଯେ ସେ […]

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ୨ଜଣ ବ୍ୟକ୍ତି ଲୋକସଭା ଭବନର ‘ଭିଜିଟର୍ସ ଗ୍ୟାଲେରି’ରୁ ତଳକୁ ଡେଇଁପଡ଼ି ଗୃହ ଭିତରେ ଦୌଡ଼ାଦୌଡ଼ି କରିବା ସହ ହଳଦିଆ ରଙ୍ଗର ବାଷ୍ପ ସ୍ପ୍ରେ କରିବା ଭଳି ଅପ୍ରତ୍ୟାଶିତ ଘଟଣା ଘଟିଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ଲୋକସଭା ଭିତ‌ରକୁ କିଭଳି ସେମାନେ ପ୍ରବେଶ କଲେ ଓ ସାଥିରେ ଗ୍ୟାସ ସ୍ପ୍ରେୟର ନେଲେ ତାହା ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସଂସଦ ଭବନର ସୁରକ୍ଷାରେ […]

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପଦ ପାଇଁ ଗାଜିଆବାଦସ୍ଥିତ ଶ୍ରୀ ଦୁଧେଶ୍ୱରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେଙ୍କୁ ବଛାଯାଇଛି। ୩୦୦୦ ପ୍ରାର୍ଥୀଙ୍କର ସାକ୍ଷାତ୍‌କାର ନିଆଯାଇ ସେମାନଙ୍କ ମଧ୍ୟରୁ ପ୍ରଥମେ ୫୦ ଜଣଙ୍କୁ ବଛାଯାଇଥିଲା। ସେହି ୫୦ ଜଣଙ୍କ ମଧ୍ୟରୁ ପାଣ୍ଡେଙ୍କୁ ଚୟନ କରାଯାଇଛି। ମୋହିତଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ ତାଙ୍କର ଜନ୍ମ ୨୦୦୨ ମସିହା ନଭେମ୍ବର ୧୦ ତାରିଖରେ ସୀତାପୁର ବେଲହାଉରାରେ ହୋଇଥିଲା। ଧର୍ମ ରାସ୍ତାରେ […]

Social media & sharing icons powered by UltimatelySocial