ମିଳିବ ଭୋଜି କରିବାର ସୁଯୋଗ ଭୁବନେଶ୍ବର: ନୂଆ ରୂପ ନେବାକୁ ଯାଉଛି ନିକୋ ପାର୍କ। ସବୁ ବୟସର ଲୋକଙ୍କ ପାଇଁ ଚିତ୍ତବିନୋଦନର ଅନ୍ୟତମ ଆକର୍ଷଣର କେନ୍ଦ୍ର ଭାବରେ ନିର୍ମାଣ କରିବାକୁ ହୋଇଥିବା ଡିଜାଇନ୍‌ ଆଜି ଜାରି କରିଛି ବିଡିଏ। ଫନି ପରେ କ୍ଷତିଗ୍ରସ୍ତ ହୋଇଥିବା ଏହି ପାର୍କର ଉନ୍ନତୀକରଣ ନେଇ ଯୋଜନା ହୋଇଥିଲା। ପାର୍କ ଖୋଲିଥିଲେ ମଧ୍ୟ ବୋଟିଂ ସୁବିଧା ସହ ଅନ୍ୟାନ୍ୟ ମନୋରଞ୍ଜନ ବ୍ୟବସ୍ଥା ନଥିଲା। ଏଣୁ ଏହାକୁ […]

ଭୁବନେଶ୍ୱର: ରାଜଧାନୀର ସବୁଠୁ ପୁରୁଣା ଓ ସୁନ୍ଦର ପାର୍କ ହେଉଛି ୟୁନିଟ୍-୨ସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କ। ରାଜଧାନୀର କେନ୍ଦ୍ର ତଥା ଲୋକସେବା ଭବନ ସମ୍ମୁଖରେ ଥିବା ଏହି ପାର୍କର ଅବସ୍ଥା ଏବେ ଶୋଚନୀୟ। ଉପର ଚିକ୍କଣ ସିନା ଭିତରେ ସବୁ ଭଙ୍ଗାଦଦରା ଅବସ୍ଥାରେ। ପାଣିଟ୍ୟାପ୍‌ ଓ ପାଇଖାନା ଭାଙ୍ଗିରୁଜି ଯାଇଥିବା ବେଳେ ଏବେ ସୁରକ୍ଷାକର୍ମୀଙ୍କ ଅବହେଳାରୁ ଭିତରେ ଅସାମାଜିକ ତତ୍ତ୍ବମାନେ ବାଇକ୍‌ ଧରି ବୁଲିବା ଦେଖିବାକୁ ମିଳୁଛି। ତେଣୁ କରୋନା […]

ନୂଆଦିଲ୍ଲୀ: ସାରା ଦେଶରେ ‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅଭିନେତା ଅନୁପମ ଖେର ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୀତ ଐତିହାସିକ ବିଷୟବସ୍ତୁ ଉପରେ ଆଧାରିତ ‘ଦ କାଶ୍ମୀର ଫାଇଲ୍ସ’ ଶୁକ୍ରବାର ସିନେମା ହଲ୍‌ରେ ରିଲିଜ୍ ହେବା ମାତ୍ରେ ବଡ଼ ସଫଳତା ପାଇଛି। ପ୍ରଥମ ଦିନରେ ଏହା ୩.୫୫ କୋଟି ଟଙ୍କାର ଜବରଦସ୍ତ ରୋଜଗାର କରିଛି। ଏହି ଚଳଚ୍ଚିତ୍ରରେ ୧୯୯୦ ଦଶକ ପୂର୍ବରୁ କଶ୍ମୀରୀ ହିନ୍ଦୁ ଦେଶ […]

ଭୋପାଳ: ମଧ୍ୟପ୍ରଦେଶ ସରକାର ସୋମବାର ଘୋଷଣା କରିଛନ୍ତି ଯେ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍‌ସ’ ଦେଖିବା ପାଇଁ ରାଜ୍ୟର ପୁଲିସ୍‌ କର୍ମଚାରୀଙ୍କୁ ଛୁଟି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର ଦିନ ଏହି ଚଳଚ୍ଚିତ୍ରକୁ ରାଜ୍ୟରେ ମନୋରଞ୍ଜନ ଟିକସରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ, ସୋମବାର ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ମଧ୍ୟପ୍ରଦେଶ ପୁଲିସ କର୍ମଚାରୀଙ୍କୁ ’ଦ […]

ମୁମ୍ବାଇ: ମୁମ୍ବାଇର ଏକ ଡାକ୍ତରଖାନାରେ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଯାଇଥିବା କଥା ଜଣେ ଡାକ୍ତର ସୂଚନା ଦେଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ଏକାଧିକ ଶାରିରୀକ ଅସୁବିଧା ନିମନ୍ତେ ତାଙ୍କର ଚିକିତ୍ସା ଚାଲିଥିଲା। ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ବାପି ଲାହିରି ଘରେ ଥି‌ବାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଜୁହୁସ୍ଥିତ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତରାତିରେ […]

ମୁମ୍ବାଇ: ଅନ୍ତିମ ଯାତ୍ରାରେ ସ୍ବର ସମ୍ରାଜ୍ଞୀ। ଏବେ କେବଳ ସ୍ମୃତିରେ ରହିବେ କୋକିଳକଣ୍ଠୀ ଲତା ମଙ୍ଗେସକର। ନିଜ ପରିବାର ଓ ପ୍ରଶଂସକଙ୍କୁ ପଛରେ ଛାଡ଼ି ଏବେ ଅନ୍ତିମ ବିଦାୟ ନେବାକୁ ଯାଉଛନ୍ତି ସମସ୍ତଙ୍କର ପ୍ରିୟ ଲତା ଦିଦି। ତାଙ୍କର ଅନ୍ତିମ ସଂସ୍କାର ପାଇଁ ଏବେ ତାଙ୍କୁ ଶିବାଜୀ ପାର୍କ ଗ୍ରାଉଣ୍ଡକୁ ନିଆଯାଉଛି। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲତାଙ୍କ […]

ମୁମ୍ବାଇ: ପ୍ରାୟ ୧ମାସ ପରେ ଡାକ୍ତରଖାନାରୁ ଡିସଚାର୍ଜ ହେଲେ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର। ଗତ ଜାନୁଆରି ୮ତାରିଖରେ ଛାତିରେ ଯନ୍ତ୍ରଣା ହେବାରୁ ସେ ମୁମ୍ବାଇର ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ତାଙ୍କର ସାମାନ୍ୟ ହୃଦଘାତ ହୋଇଥିବା ଜଣାପଡ଼ିଥିଲା। ତେବେ ୪ଟି ବାଇପାସ ସର୍ଜରୀ ପରେ ଏବେ ସେ ଘରକୁ ଫେରିଛନ୍ତି। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ଏବେ ସୁନୀଲଙ୍କ ସ୍ବାସ୍ଥ୍ୟାବସ୍ଥା ସହ ଜଡ଼ିତ ତଥ୍ୟ ଦେଇଛନ୍ତି। […]

ଭୁବନେଶ୍ବର: ଶୂନଶାନ ଆଦିବାସୀ ପଡ଼ିଆ। ଖାଁ ଖାଁ ସମ୍ପୂର୍ଣ୍ଣ ପରିବେଶ। କୋଭିଡ୍‌ କଟକଣା ଯୋଗୁଁ ଚଳିତବର୍ଷ ଆଦିବାସୀ ମେଳାକୁ ବନ୍ଦ କରାଯାଇଛି। ତେଣୁ ଏବର୍ଷ ଆଉ ବଣଜଙ୍ଗଲ ଘେରା ପାହାଡ଼ ତଳି ଆଦିବାସୀ ଗାଁ ରାଜଧାନୀର ଶୋଭାବର୍ଦ୍ଧନ କରିବନାହିଁ। ଖପର କାତି ଓ ଛଣ ଛପର ନୁଆଁଣିଆ ଚାଳିଘର ଶୋଭା ପାଇବନି। ନାଲି ଦୋରସା ମାଟିର ଗୋବର ଲିପା କାନ୍ଥ ସାଙ୍ଗକୁ କଣିବାଡ଼ ଓ ଝାଟିମାଟି ଘେରା ଅଗଣାର ଝଲକ […]

ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସର୍ବସାଧାରଣ ଦୃଷ୍ଟିର ଆଢୁଆଳରେ ଏକ ଛଅ ମାସର ଶିଶୁ ସିଂହ ଅଛି। ଯେତେବେଳେ କେହି ଜଣେ ଉଚ୍ଚ ସ୍ୱରରେ ଡାକନ୍ତି – ‘ବର୍ଷା’, ସେ ପ୍ରତିକ୍ରିୟା ପ୍ରକାଶ କରି ଲୁହା ଜାଲି ଆଡକୁ ଡେଇଁପଡେ। ନାଁ ଧରି ମଣିଷ ଛୁଆକୁ ଡାକିଲେ ସେ ଯେମିତି ପ୍ରତିକ୍ରିୟା ଦିଏ, ଠିକ ସେମିତି କରେ ଏହି ବର୍ଷା। ଏକଥା କହନ୍ତି ନନ୍ଦନ କାନନ ପ୍ରାଣୀ ଉଦ୍ୟାନର […]

ମୁମ୍ବାଇ: ଭାରତୀୟ ଚଳଚ୍ଚିତ୍ର ଦୁନିଆରେ ‘ସଙ୍ଗୀତର ବୁଲବୁଲ୍’ ଭାବେ ପରିଚିତ କୋକିଳକଣ୍ଠୀ ଲତା ମଙ୍ଗେସକର କରୋନା ଆକ୍ରାନ୍ତ ହୋଇଛନ୍ତି। ସ୍ବାବ ନମୁନା ପଜିଟିଭ ଆସିବାରୁ ତାଙ୍କ ବୟସକୁ ଦେଖି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ନଭେମ୍ବର ୨୦୧୯ରେ ଲତା ମଙ୍ଗେସକର ଛାତି ଜନିତ ସମସ୍ୟା ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଲତା […]

Social media & sharing icons powered by UltimatelySocial