ନୂଆଦିଲ୍ଲୀ : ମାନସିକ ସ୍ବାସ୍ଥ୍ୟ ଅଧିକାର ସମ୍ପର୍କିତ ଆକ୍ସନ ରିପୋର୍ଟ ଦାଖଲ କରିବା ପାଇଁ ଦେଶର ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଦାଖଲ କରାଯାଇଥିବା ପିଟିସନର ଶୁଣାଣି କରି ଏନଏଚଆରସି ନିର୍ଦ୍ଦେଶ ଜାରି କରିଛନ୍ତି। ସରକାରଙ୍କ ଦ୍ବାରା ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ କୌଣସି ଆବଶ୍ୟକୀୟ ପଦକ୍ଷେପ ନନେବା ତଥା […]

ନୂଆଦିଲ୍ଲୀ : ମୋଟର ଯାନ ଅଧିନିୟମର ଧାରା ୪୨.୨ ଅନୁସାରେ ରାଜ୍ୟ ସରକାର ମୋଟର ଯାନ ଫଞ୍ଜୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇ ଥିବା ଫି’ରୁ ଅଧିକ ଫି ନେଇ ପାରିବେ ନାହିଁ। ଫ୍ୟାନସି ନମ୍ବରର ନିଲାମ ମଧ୍ୟ ଏହି ଧାରାର ଅନୁସାରେ କରାଯାଇ ପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ତଥା ବରିଷ୍ଠ ଆଇନଜୀବୀ ମନୋଜ ସ୍ୱରୂପଙ୍କ ଦ୍ୱାରା ସୁପ୍ରିମକୋର୍ଟ ଦାଖଲ କରାଯାଇଥିବା […]

ନୂଆଦିଲ୍ଲୀ: ନୂତନ ଶିକ୍ଷା ନୀତି-୨୦୨୦ ଲାଗୁ କରିବା ପୂର୍ବରୁ ଦେଶର ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଧ୍ୟକ୍ଷଙ୍କ ମତାମତ ଲୋଡ଼ିଲା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। ମନ୍ତ୍ରାଳୟ ଅଧୀନ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଅନିତା କରୱାଲ ଏନେଇ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶିକ୍ଷା ସଚିବଙ୍କୁ ଚିଠି ଲେଖିଛନ୍ତି। ଶିକ୍ଷକ, ଅଧ୍ୟକ୍ଷମାନେ ସରଳ ଭାବେ ଶିକ୍ଷା ନୀତିର ପ୍ରତି ବିଷୟ ଉପରେ ମତ […]

ନୂଆଦିଲ୍ଲୀ: ଗଲଵାନ ସଂଘର୍ଷ ପରେ ସୀମାରେ ଉତ୍ତେଜନା ହ୍ରାସ ସକାଶେ ପ୍ରକୃତ ନିୟନ୍ତ୍ରଣା ରେଖା ନିକଟରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ଭାରତ ଓ ଚୀନ୍‌ର ବିଭିନ୍ନ ପର୍ଯ୍ୟାୟ ସାମରିକ ଓ କୂଟନୈତିକ ଆଲୋଚନାରେ ସହମତି ଆସିଥିଲେ ହେଁ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଅହଂକାର ଯୋଗୁଁ ଚୀନ ସେନା ପଛଘୁଞ୍ଚା ଦେବାକୁ ଅରାଜି। ତଥାପି ସୀମାବିବାଦ ସହ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଉତ୍ତେଜନା ହ୍ରାସ ପାଇଁ ଦ୍ବିପାକ୍ଷିକ […]

ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଚାଲୁ ରଖିଛି ସାମରିକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ନୂଆଦିଲ୍ଲୀ: ପୂର୍ବ ଲଦାଖରୁ ସୈନ୍ୟ ପ୍ରତ୍ୟାହାର କରିବା ପରିବର୍ତ୍ତେ ଚୀନ୍ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ରାସ୍ତା, ସେତୁ, ହେଲିପ୍ୟାଡ୍‌ ଏବଂ ଅନ୍ୟାନ୍ୟ ସାମରିକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଶନିବାର ଦିନ ଜଣେ ବରିଷ୍ଠ ସାମରିକ ଅଧିକାରୀ କହିଛନ୍ତି, ବିବାଦ ସମାଧାନ ପ୍ରସ୍ତାବନା ଆଡ଼େ କୌଣସି ବିଶେଷ ଉଦ୍ୟମ ନ କରି ଚୀନ୍ […]

ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପକ୍ଷରୁ ନିର୍ବାଚନ ପରିଚାଳନା ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଆଗାମୀ ବିହାର ନିର୍ବାଚନ ଓ ବିଭିନ୍ନ ସ୍ଥାନରେ ହେବାକୁ ଥିବା ଉପନିର୍ବାଚନରେ ଏସବୁ ଗାଇଡଲାଇନ ଲାଗୁ କରାଯିବ। ଓଡ଼ିଶାର ଦୁଇଟି ସ୍ଥାନରେ ଉପନିର୍ବାଚନ ହେବାର ସମ୍ଭାବନା ରହିଛି। ବାଲେଶ୍ବର ସଦର ବିଧାୟକ ମଦନ ମୋହନ ଦତ୍ତ ଏବଂ ତିର୍ତ୍ତୋଲ ବିଧାୟକ ବିଷ୍ଣ ଦାସଙ୍କ ପରଲୋକ ହେତୁ ଏହି […]

ନୂଆଦିଲ୍ଲୀ : ଇସଲାମୀୟ ଦେଶଗୁଡ଼ିକରେ ଭାରତର ପ୍ରଭାବ ବୃଦ୍ଧି ପାଇଚାଲିଥିବାବେଳେ ତାହାକୁ ନେଇ ପାକିସ୍ତାନ ଚିନ୍ତିତ ହୋଇପଡ଼ିଛି। ପାକିସ୍ତାନ ଅନ୍ତର୍ଜାତୀୟ ଇସ୍ଲାମିକ ସଂଗଠନର ଏକ ପ୍ରତିଷ୍ଠାତା ସଦସ୍ୟ ହୋଇଥିବା ସତ୍ତ୍ୱେ ସାଉଦି ଆରବ ସହ ତିକ୍ତତା ପରେ ପାକିସ୍ତାନ ଧୀରେ ଧୀରେ ନିଜର ଗୁରୁତ୍ୱ ହରାଉଛି। ଅନ୍ୟପକ୍ଷରେ ଭାରତ ନିଜର କୂଟନୈତିକ ଓ ବାଣିଜ୍ୟିକ ସମ୍ପର୍କ ମାଧ୍ୟମରେ ଆରବ ରାଷ୍ଟ୍ରମାନଙ୍କ ସହ ନିଜ ସଂପର୍କକୁ ଘନିଷ୍ଠ କରିଚାଲିଛି। ନିକଟରେ ପାକିସ୍ତାନର […]

ନୂଆଦିଲ୍ଲୀ : ଜେଇଇ (ମେନ୍) ପ୍ରବେଶିକା ପରୀକ୍ଷାର ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପୂର୍ବରୁ କରୋନା ସମ୍ବନ୍ଧୀୟ ଘୋଷଣାପତ୍ର ଦାଖଲ କରିବାକୁ ପଡ଼ିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍ ଏବଂ ଜେଇଇ (ମେନ୍) ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର ସ୍ପଷ୍ଟ କରିସାରିବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ସେପ୍ଟମ୍ବର ୧ ରୁ ୬ ତାରିଖ ମଧ୍ୟରେ ପ୍ରସ୍ତାବିତ ଜେଇଇ […]

ନୂଆଦିଲ୍ଲୀ: ଭାରତରେ କୋଭିଡ୍ ଟିକା ସ୍ପୁଟ୍‌ନିକ୍-୫ ଉତ୍ପାଦନ କରିବାକୁ ମସ୍କୋ ଆଗ୍ରହୀ ବୋଲି ରୁଷ‌ର ‘ଡାଇରେକ୍ଟ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଫଣ୍ଡ୍‌’ର ସିଇଓ କିରିଲ୍‌ ଡିମିତ୍ରିଏଭ୍ କହିଛନ୍ତି। ରୁଷୀୟ ଟିକା ବିକାଶ ନିମନ୍ତେ ଏହି ସଂସ୍ଥା ଅର୍ଥ ବିନିଯୋଗ କରିଛି। ଏକ ଭାରତୀୟ ନିଉଜ୍ ଚାନେଲ୍‌ ସହ ସାକ୍ଷାତ୍‌କାରରେ ଡିମିତ୍ରିଏଭ୍ କହିଛନ୍ତି ଯେ ଏହି ଟିକା ଭାରତରେ ଉତ୍ପାଦନ ନିମନ୍ତେ ରୁଷ୍‌ ଭାରତୀୟ ନିୟନ୍ତ୍ରକ ଏବଂ ଉତ୍ପାଦନକାରୀଙ୍କ ସହ ଯୋଗାଯୋଗ ଚଳାଇଛନ୍ତି। ସେ […]

କୃଷି, ନିର୍ମାଣ କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ, ୫୦ ଲକ୍ଷ ବେତନଭୋଗୀ ବି ଚାକିରି ହରାଇଲେ ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଭାରତରେ ୪୧ ଲକ୍ଷ ଯୁବକଯୁବତୀ କାମଧନ୍ଦା ହରାଇଛନ୍ତି। ନିର୍ମାଣ ଓ କୃଷି କ୍ଷେତ୍ରରେ କାମ କରୁଥିବା ଲୋକେ ଏଥିଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ) ଓ ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଏଭଳି ଉଦ୍‌ବେଗଜନକ ତଥ୍ୟ […]

Social media & sharing icons powered by UltimatelySocial