ଭାରତର ସରକାରୀ ପ୍ରକଳ୍ପରେ ସାମିଲ ହୋଇପାରିବେନି ଚୀନ୍‌, ପାକିସ୍ତାନୀ କଂପାନୀ ନୂଆଦିଲ୍ଲୀ : ଚୀନ ସହିତ ସୀମାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବା ବେଳେ ଭାରତ ସରକାର ଆଜି ବିଳମ୍ବିତ ରାତିରେ ଏକ ନୂଆ ଆଦେଶ ଜାରି କରିଛନ୍ତି। ଏଥିରେ ଚୀନ ଏବଂ ପାକିସ୍ତାନ ଉପରେ ନୂ୍ଆ କଟକଣା ଲଗାଯାଇଥିବାର କୁହାଯାଇଛି। ଏହି ଦୁଇ ଦେଶର କୌଣସି ସଂସ୍ଥା ଭାରତରେ କୌଣସି ସରକାରୀ ପ୍ରକଳ୍ପରେ ଭାଗ ନେଇପାରିବେ ନାହିଁ। ଭାରତର […]

ମନ୍ଦିର ବେଢ଼ାରେ ରହିବ ସଂଗ୍ରହାଳୟ, ନକ୍ଷତ୍ର ବାଟିକା, ରାମ କଥା ପୁଞ୍ଜ ଅଯୋଧ୍ୟା : ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିର ତିନି ମହଲା ବିଶିଷ୍ଟ ହେବ। ୧୦ ଏକର ଜମି ଉପରେ ପ୍ରସ୍ତାବିତ ବିଶାଳ ରାମ ମନ୍ଦିର ନିର୍ମାଣ କରାଯିବ। ଅବଶିଷ୍ଟ ୫୭ ଏକର ଜମି ଉପରେ ରାମ ମନ୍ଦିର କଂପ୍ଲେକ୍ସ ନିର୍ମାଣ ହେବ। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ମଞ୍ଜୁରି ପାଇଥିବା ମନ୍ଦିର ପ୍ଲାନ୍‌ […]

୨୯ରେ ଅମ୍ବାଲା ଘାଟିରେ ମୁତୟନ ହେବ ୫ ରାଫେଲ ନୂଆଦିଲ୍ଲୀ: ଗତକାଲି ଭାରତ-ଆମେରିକା ପକ୍ଷରୁ ଦୁଇ ଦିନିଆ ମିଳିତ ନୌସମରାଭ୍ୟାସ ଆରମ୍ଭ ହୋଇଛି। ଭାରତ-ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଦୃଷ୍ଟିକୋଣରୁ ଏହାକୁ ଅତି ଗୁରୁତ୍ବପୂର୍ଣ୍ଣ ବୋଲି ମନେ କରାଯାଉଛି। ଲଦାଖରେ ଏଲ୍‌ଏସି ନିକଟରେ ଭାରତ ଓ ଚୀନ୍‌ ମଧ୍ୟରେ ଯେଉଁଭଳି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛିି, ସେ ଦୃଷ୍ଟିରୁ ଗତକାଲିର ମିଳିତ ନୌସମରାଭ୍ୟାସ ଖୁବ୍‌ ଗୁରୁତ୍ବ ବହନ […]

ବାଙ୍ଗାଲୁରୁ : ସାରା ଭାରତରେ କରୋନା ବ୍ୟାପିଚାଲିଥିବାବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏଥିରୁ ବାଦ ପଡ଼ିନାହିଁ। ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରେ କାର୍ଯ୍ୟରତ କେତେକ କର୍ମଚାରୀ ଓ ସୁରକ୍ଷା କର୍ମୀ କରୋନା ପଜିଟିଭ ହେବା ପରେ ଏହି ମହାକାଶ କେନ୍ଦ୍ରକୁ ଲକଡାଉନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଇସ୍ରୋର ସଲିଡ ପ୍ରୋପେଲାଣ୍ଟ ସ୍ପେଶ ବୁଷ୍ଟର ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ସେହିପରି […]

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌ ଯୋଗୁଁ ଦେଶରେ ଦେଖାଦେଇଥିବା ଆର୍ଥିକ ତଥା ସାମାଜିକ ସଂକଟ ବେଳେ ସାଧାରଣ ଲୋକଙ୍କୁ ନାନା ଅସୁବିଧା ସହି ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିଛି। ଏପରିକି ୫୫ ପ୍ରତିଶତ ପରିବାର ଦିନକୁ କେବଳ ଦୁଇଥର ଖାଇବା ପାଇଁ କୌଣସି ମତେ ସାଧନ ଯୋଗାଡ଼ କରିପାରିଥିଲେ ବୋଲି ଜଣାଯାଇଛି। ଗତ ଏପ୍ରିଲ ପହିଲାରୁ ମେ ୧୫ ଭିତରେ ୨୪ଟି ରାଜ୍ୟ ଏବଂ ଦିଲ୍ଲୀ ଓ ଜମ୍ମୁକାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର […]

ନୂଆଦିଲ୍ଲୀ: ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଚୀନ୍‌ ବିରୋଧରେ ଭାରତ ଏବେ ସୁଦୃଢ଼ ରଣନୀତି ପ୍ରସ୍ତୁତ କରିଛି। ଆମେରିକା, ଜାପାନ ଭଳି ବନ୍ଧୁ ରାଷ୍ଟ୍ର ଏହାକୁ ଦୃଢ଼ ସମର୍ଥନ କରି ଆସୁଥିବା ବେଲେ ଏବେ ଅଷ୍ଟ୍ରେଲିଆ ମଧ୍ୟ ଏଥିରେ ସାମିଲ ହୋଇଛି। ଏହି ଚତୁର୍ଦ୍ଦେଶୀୟ ମେଣ୍ଟର ମିଳିତ ସମରାଭ୍ୟାସ ପାଇଁ ଏବେ ବ୍ୟାପକ ପ୍ରସ୍ତୁତି ଚାଲିଥିବାରୁ ଚୀନ୍‌ର ଚିନ୍ତା ବଢ଼ିଯାଇଛି। ମାଲବାର ସମରାଭ୍ୟାସରେ ଅଷ୍ଟ୍ରେଲିଆକୁ ସାମିଲ କରାଯିବା ପରେ ଚୀନ୍‌ ଭାରତ-ପ୍ରଶାନ୍ତ ମହାସାଗରରେ […]

ୱାସିଂଟନ୍: ପାକିସ୍ତାନସ୍ଥିତ ଆତଙ୍କବାଦ ସଂଗଠନ ତେହରିକ୍-ଏ-ତାଲିବାନ୍‌ ପାକିସ୍ତାନର ମୁଖ୍ୟ ମୁଫ୍‌ତି ନୂର୍‌ ୱାଲି ମେହ୍‌ସୁଦ୍‌ଙ୍କୁ ଗୁରୁବାର ଦିନ ଜାତିସଂଘ ବୈଶ୍ବିକ ଆତଙ୍କବାଦୀ ନାମିତ କରିଛି। ଯୁକ୍ତରାଷ୍ଟ୍ର ଆମେରିକାର ନିରାପତ୍ତା ପରିଷଦ ୧୨୬୭ ଅଲ୍‌-କାଇଦା କଟକଣା କମିଟି ମେହ୍‌ସୁଦ୍‌ଙ୍କୁ ତା’ର ‘ଆଇଏସ୍ଆଇଏଲ୍‌’ (ଡାଏସ୍) ଏବଂ ‘ଅଲ୍-କାଇଦା ସାଙ୍କ୍‌ସନ୍‌ ଲିଷ୍ଟ୍‌ରେ ସାମିଲ କରିଛି। ଅଲ୍‌-କାଏଦା ସହ ସମ୍ପୃକ୍ତ ସଂଗଠନଗୁଡ଼ି ନାମରେ ହେଉ, କିଂବା ସେମାନଙ୍କ ପକ୍ଷରୁ ହେଉ କି, ସେମାନଙ୍କୁ ସମର୍ଥନ କରି […]

ନୂଆଦିଲ୍ଲୀ: ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ କିଛି ଦିନ ପାଇଁ ଥମି ଆସିଥିବା ଉତ୍ତେଜନା ଆଗକୁ ଆହୁରି ବିସ୍ଫୋରକ ରୂପ ନେବ ବୋଲି ଆଶଙ୍କା କରାଯାଉଛି। ଉଭୟ ପକ୍ଷର କମାଣ୍ଡରସ୍ତରୀୟ ଓ କୂଟନୈତିକସ୍ତରୀୟ ବୁଝାମଣା ପରେ ଚୀନ୍‌ ସେନା ନିରପେକ୍ଷ ଇଲାକାର ଅତି କମ୍‌ରେ ଦେଢ଼ କିମି ପଛକୁ ହଟିବ ବୋଲି ରାଜି ହୋଇ ଗତ ସପ୍ତାହରେ ପଛଘୁଞ୍ଚା ଆରମ୍ଭ କରିଥିଲା। ଏହି କ୍ରମରେ ସେମାନେ ପାଟ୍ରୋଲିଂ ପଏଣ୍ଟ୍ […]

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଆଉଏକ ଉପଲବ୍ଧି ନିଜ ନାଁରେ କରିବାକୁ ଯାଉଛି। କଶ୍ମୀରରେ ଭାରତୀୟ ରେଲୱେ ଦେଶର ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣ କରୁଛି। କଟରା-ବନିହାଲ୍ ରେଲୱେ ଟ୍ରାକରେ ଦେଶର ଏହି ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣଧୀନ ଅଛି। ଜମୁ-କଶ୍ମୀରରେ ଥିବା ମାତା ବୈଷ୍ଣୋ ଦେବୀଙ୍କ ବେସ୍ କ୍ୟାମ୍ପ୍ କଟରା ଓ ରିୟାସି ମଧ୍ୟରେ ଏହି ଅଞ୍ଜି ବ୍ରିଜ୍ ନିର୍ମାଣ କରାଯାଉଛି। ରେଳ ମନ୍ତ୍ରୀ ପିୟୂଷ ଗୋୟଲ୍ […]

ଦିଶପୁର : ଦେଶରେ କୋଭିଡ୍ ପରିସ୍ଥିତି ଜଟିଳ ହେଉଥିବା ବେଳେ ସେପଟେ ବନ୍ୟାପାଣିରେ ଉବୁଟୁବ ହେଉଛି ଆସାମ। ଲଗାଣ ବର୍ଷା ପରେ ବ୍ରହ୍ମପୁତ୍ରରେ ଜଳ ପତ୍ତନ ବୃଦ୍ଧି ପାଇବା ସହ ଆସାମର ଦିବ୍ରୁଗଡ଼ ଓ ପଡ଼ୋଶୀ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଶନିବାର ଧୁବ୍ରୀ ଓ କୋକରାଝାର ଜିଲ୍ଲାରେ ଦୁଇ ଜଣଙ୍କର ଜୀବନ ଯାଇଥିବା ଥିବା ବେଳେ ରାଜ୍ୟରେ ମୋଟ ୪୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା […]

Social media & sharing icons powered by UltimatelySocial