ଭୁବନେଶ୍ବର: ୟୁରୋପ ଏବଂ ଚୀନରେ ଯେଉଁ ଲହର ହେଉଛି ତାହା ଡେଲଟା ଭାରିଏଣ୍ଟ। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ୟୁରୋପୀୟ ଦେଶରେ ବଢୁଛି ସଂକ୍ରମଣ କିନ୍ତୁ ଆମେ ଆତଙ୍କିତ ହେବାର କିଛି କାରଣ ନାହିଁ। କାହିଁକି ନା ଦ୍ବିତୀୟ ଲହରରେ ଡେଲଟା ଭାରିଏଣ୍ଟକୁ ଆମେ ସାମ୍ନା କରି ସାରିଛେ। ଏହା ବାଦ ଆମର ଇମିନ୍ୟୁଟି ମଧ୍ୟ ଅଧିକ ରହିଛି। ତେଣୁ ଆତଙ୍କିତ ହେବାର ନାହିଁ। ତିନି ମାସ […]

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଚଳିତ ମାସ ପ୍ରଥମ ସପ୍ତା‌ହରେ ଲାଗୁ କରାଯାଇଥିବା କୋଭିଡ କଟକଣାରେ କୋହଳ କରାଯାଇଛି। କଟକଣା କୋହଳ ହୋଇଥିବାରୁ ଏଣିକି ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ୨୫୦ ଲୋକ ଯୋଗ ଦେଇପାରିବେ। ନଭେମ୍ବର ୧ ତାରିଖ ଠାରୁ ନୂଆ ଗାଇଡଲାଇନ ଲାଗୁ ହେବ। ତେବେ ନୂଆ ଗାଇଡଲାଇନ୍ ଅନୁସାରେ ଏହି ସବୁ କାର୍ଯ୍ୟକ୍ରମରେ ଯେକୌଣସି ସମୟରେ ୨୫୦ ଜଣ ଲୋକ ଯୋଗ ଦେଇପାରିବେ। ଅନ୍ୟପଟେ […]

ନୂଆଦିଲ୍ଲୀ: ୨୩୮ଦିନ ପରେ ଚିହ୍ନଟ ହେଲେ ସବୁଠୁ କମ କରୋନା ଆକ୍ରାନ୍ତ। ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୨ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୩୦୦ରୁ ଅଧିକ ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୪୨୮ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୫୬ ମୃତ୍ୟୁ […]

ନୂଆଦିଲ୍ଲୀ: ଭାରତ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ରହିଥିବା କରୋନା ସମ୍ବଳିତ ମାର୍ଗଦର୍ଶିକାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ସଂଶୋଧନ କରିଛନ୍ତି। ଆସନ୍ତା ୨୫ ତାରିଖରୁ ନୂଆ ମାର୍ଗଦର୍ଶିକା କାର୍ଯ୍ୟକାରୀ ହେବ। ଅନ୍ତର୍ଜାତୀୟ ଯାତ୍ରୀମାନେ ଯଦି ପୂରା ମାତ୍ରା ଟିକା ନେଇଥାନ୍ତି ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଞ୍ଜୁରିପ୍ରାପ୍ତ ଟିକାକୁ ନେଇ ଭାରତର ଯେଉଁସବୁ ଦେଶ ସହିତ ପାରସ୍ପରିକ ଗ୍ରହଣଯୋଗ୍ୟତା ରହିଛି ସେଠାରୁ ଆସୁଥିବା ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ ଅଟକାଯିବ […]

ନୂଆଦିଲ୍ଲୀ : ଦେଶରେ କରୋନା ଟିକାକରଣ ୯୯ କୋଟି ଟପିଯାଇଛି। ଆଜି ସକାଳ ସୁଦ୍ଧା ଏହା ୧୦୦ କୋଟି ଟପିବ ବୋଲି ଆଶା କରାଯାଉଛି। ଦେଶରେ ଟିକାକରଣ ଅଭିଯାନ ଜାନୁଆରି ମାସରେ ଆରମ୍ଭ ହୋଇଥିଲା। ଏହି ଅଭିଯାନ ଆରମ୍ଭ ହେବାର ୯ ମାସ ପରେ ଭାରତ ପ୍ରଥମ ଥର ପାଇଁ ୧୦୦ କୋଟି ଟିକାର ମାଇଲଖୁଣ୍ଟ ହାସଲ କରିବ। ଆଜି ଅପରାହ୍ଣ ସୁଦ୍ଧା ଦେଶରେ ପ୍ରାୟ ୯୯.୪ କୋଟି ଟିକା […]

ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି। ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଭୁବନେଶ୍ୱରରୁ ୧୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ଆଜି ଭୁବନେଶ୍ୱରରୁ ୧୮୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୪ଜଣ ମଧ୍ୟରୁ ସଂଗରୋଧରୁ ୬୮ ଓ ସ୍ଥାନୀୟ ଅଞ୍ଚଳରୁ ୧୨୬ ଜଣ ସଂକ୍ରମିତ ଅଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର […]

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୩୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୮୭ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୫ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା […]

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୭୫ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା […]

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ମହାମାରୀରୁ ୪୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ୧୯୯ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୬୪୫ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ […]

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଏବେ ନିୟନ୍ତ୍ରଣାଧୀନ ରହିଛି। କିନ୍ତୁ ୫ରାଜ୍ୟରେ ସକ୍ରିୟ ମାମଲା ଅଧିକ ରହୁଛି। କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ କହିଛନ୍ତି, କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ମିଜୋରାମ ଏବଂ କର୍ଣ୍ଣାଟକରେ ସକ୍ରିୟ ମାମଲା ଅଧିକ ରହୁଛି। କେରଳରେ ବୁଧବାର ୧୨,୬୧୬ ନୂଆ ମାମଲା ଚିହ୍ନଟ ହୋଇଛି। ଏଥିସହ କେରଳରେ ମୋଟ୍‌ ସଂକ୍ରମଣ ମାମଲା ୪୭,୫୧,୪୩୪‌ରେ ପହଞ୍ଚିଛି। ଦେଶର ସର୍ବାଧିକ ଦୈନିକ ସଂକ୍ରମଣ ମାମଲା […]

Social media & sharing icons powered by UltimatelySocial