ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲୁଥିବା କାରଣରୁ ସଚେତନତା ବ୍ୟବସ୍ଥାକୁ ପୂର୍ବାପେକ୍ଷା କଡ଼ାକଡ଼ି କରାଯାଇଛି। ଏହି ପରିସ୍ଥିତିରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ବିନା ଅନୁମତିରେ ଜନପଥରେ ଥିବା ରାମ ମନ୍ଦିର ପରିସରରେ ଥିବା ଫଙ୍କ୍‌ସନ୍‌ ହଲ୍‌ରେ ଏକ ଜନ୍ମଦିନ ଉତ୍ସବ ପାଳନ ହେଉଥିବାରୁ ହଲ୍‌କୁ ସିଲ୍‌ କରାଯାଇଛି। ବିଏମସି ଜୋନାଲ ଡେପୁଟି କମିସନର (ଦକ୍ଷିଣ ପୂର୍ବ) ଅଂଶୁମାନ ରଥ ଘଟଣାସ୍ଥଳକୁ ପରିଦର୍ଶନ କରି […]

ମହାକାଳପଡା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ପାଟଳିପଙ୍କସ୍ଥିତ ଲୁଥେରାନ୍ ମହିଳା ସମିତି ଶିଶୁ ଯତ୍ନ କେନ୍ଦ୍ରରେ ଦୁଷ୍କର୍ମର ଶିକାର ହୋଇ ଜଣେ ପୀଡ଼ିତା ଶିଶୁପୁତ୍ର ଜନ୍ମ ଦେବା ଅଭିଯୋଗକୁ ନେଇ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଘଟଣାର ତଦନ୍ତ କରୁଥିବା ସମୟରେ ଆଉ ଏକ ସାଂଘାତିକ ଅଭିଯୋଗ ଅନୁଷ୍ଠାନ ବିରୋଧରେ ଆସିଛି। ତାଙ୍କ ଶିଶୁ କନ୍ୟାଙ୍କୁ ଲୁଥେରାନ୍ ମହିଳା ସମିତିର […]

ଜଣଙ୍କୁ ବହିଷ୍କାର ଅନ୍ୟଜଣଙ୍କ ଡ୍ୟୁଟି ବନ୍ଦ,ବିଭାଗୀୟ ତଦନ୍ତ ଆରମ୍ଭ ନରସିଂହପୁର: ନରସିଂହପୁର ଲୁଟେରା ଗ୍ୟାଙ୍ଗ୍‌ ପଛରେ ହୋମଗାର୍ଡଙ୍କ ଭୂମିକା ଘଟଣା ଦିନକୁ ଦିନ ଚର୍ଚ୍ଚିତ ହେବାରେ ଲାଗିଛି। ତିନିଦିନ ତଳେ ଭିଡିଓ ଭାଇରାଲ ହୋଇଥିବା ହୋମଗାର୍ଡ ସନାତନ ରଣାଙ୍କୁ ଚାକିରିରୁ ବହିଷ୍କାର ପାଇଁ କଟକ ଗ୍ରାମାଞ୍ଚଳ ଏସ୍‌ପି ବି. ଯୁଗଳ କିଶୋର ନୋଟିସ୍‌ ଜାରି କରିଥିଲେ। ଏବେ ପୁଣି ଉକ୍ତ ଥାନାର ଅନ୍ୟଜଣେ ହୋମଗାର୍ଡ ସୌମ୍ୟରଞ୍ଜନ ସାହୁଙ୍କୁ କାର୍ଯ୍ୟରୁ ଅନ୍ତର […]

ଭୁବନେଶ୍ବର : ବରମୁଣ୍ଡା ପାତ୍ର ଇଲେକ୍ଟ୍ରୋନିକ୍ସ ନିକଟରେ ଆଜି ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଯୁବକଜଣଙ୍କ କିଛି ଦିନ ତଳେ ଫାଇନାନ୍ସରେ କିଛି ସାମଗ୍ରୀ ନେଇଥିଲେ। କିନ୍ତୁ ମାସିକ କିସ୍ତି ଶୁଝୁ ନଥିବାରୁ ଆଜି ସଂସ୍ଥା ପକ୍ଷରୁ ତାଙ୍କୁ ବରମୁଣ୍ଡା ନିକଟକୁ ଡକାଯାଇଥିଲା। ସେଠାରେ ଯୁବକଙ୍କ ସହ ଫାଇନାନ୍ସ ସଂସ୍ଥାର କିଛି କର୍ମଚାରୀଙ୍କ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଂସ୍ଥାର କର୍ମଚାରୀମାନେ ଏକ ଧାରୁଆ ଅସ୍ତ୍ରରେ ଯୁବକଙ୍କୁ […]

ଭୁବନେଶ୍ୱର : ସାଇଶ୍ରୀ ଏନ୍‌କ୍ଲେଭ୍‌ର ଏକ ଫ୍ଲାଟ୍‌ରେ ଚାଲିଥିଲା ସେକ୍ସ ରାକେଟ୍‌। ରାକେଟ୍‌ ଚଳାଉଥିଲେ ଘର ମାଲିକଙ୍କ ଝିଅ। ଦେହଜୀବୀ ବାହାରୁ ଆସୁଥିଲେ। ଫୋନ୍‌ରେ ଯୋଗାଡ଼ ହେଉଥିଲେ ଗ୍ରାହକ। ଦର ଛିଣ୍ଡିବା ପରେ ଗ୍ରାହକ ପହଞ୍ଚୁଥିଲେ ଫ୍ଲାଟ୍‌ରେ। ଗ୍ରାହକଙ୍କ ଠାରୁ ଆସୁଥିବା ଅର୍ଥରୁ ୩୫ ପ୍ରତିଶତ ନେଉଥିଲେ ମାଲିକାଣୀ। ଦୀର୍ଘ ଦିନ ଧରି ଅନାୟାସରେ ଚାଲିଥିଲା ଏହି ଦେହ ବେପାର। ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗଳବାର ରାତିରେ ଚଢ଼ଉ […]

ଭୁବନେଶ୍ବର : ଶ୍ବଶୁର ଘରୁ ସୁନା ଗହଣା ଓ ଦାମୀ ବାଇକ୍ ଲୁଟ୍ କରିଥିବା ଅଭିଯୋଗରେ ଆଜି ଭରତପୁର ଥାନା ପୁଲିସ୍ ଜ୍ବାଇଁକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ଯାଜପୁର ମଙ୍ଗଳପୁର ଅହିୟାସ୍ ଗାଁର ସେକ୍ ସାଜିଦ୍(୩୩)। ପୁଲିସ୍ ସାଜିଦ୍ ପାଖରୁ ୬ ଲକ୍ଷ ଟଙ୍କାର ଦାମୀ ବାଇକ୍, ସୁନା ଚେନ୍ ଓ ୧୦ଟି ସୁନା ମୁଦି ଜବତ କରିଛି। ମିଳିଥିବା ସୂଚନା ମୁତାବକ, ଗତ ମାର୍ଚ୍ଚ ୨୬ରେ ଭରତପୁର […]

ଭୁବନେଶ୍ୱର: ରାଜଧାନୀରୁ ପ୍ରାୟ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସାପ ବିଷ ଜବତ ହେବା ପରେ ଏହି କାରବାର ପଛରେ ବିଦେଶୀ ଲିଙ୍କ୍‌ ଥିବା ସନ୍ଦେହ ଘନୀଭୂତ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ଧରି ଜେରା କଲା ବେଳେ ଏଭଳି ଲିଙ୍କ୍‌ର ସୂଚନା ପାଇଛି ବନବିଭାଗ। ଦେଶୀ ଦଲାଲଙ୍କ୍‌ ଜରିଆରେ ଏହି ବିଷ ବିଦେଶ ଚାଲାଣ ହେଉଛି। ଏହି ବିଦେଶୀ ଲିଙ୍କ୍‌କୁ ଧରି ଦେଶୀ ଦଲାଲ ସହ ବିଦେଶୀ ବେପାରୀ ପାଖରେ […]

ଶ୍ରୀନଗର: ଜମ୍ମୁ-କଶ୍ମୀରର ସୋପୋରେ ସହରରେ ଆତଙ୍କବାଦୀଙ୍କ ଆକ୍ରମଣ। ବୈଠକ ଚାଲୁଥିବା ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଜଣେ ପୁଲିସ କର୍ମଚାରୀ ଏବଂ ମ୍ୟୁନିସିପାଲିଟି କାଉନସିଲରଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି। ବୈଠକ ପାଇଁ କାଉନସିଲରମାନେ ଏକତ୍ରିତ ହେବା ପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସୋପୋରେ ମ୍ୟୁନିସିପାଲିଟି ପରିଷଦର କାଉନସିଲର ରେୟାଜ ଅହମ୍ମଦଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ କାଉନସିଲର ଆହତ ହୋଇଛନ୍ତି। ଆକ୍ରମଣରେ ସୁରକ୍ଷା ଦାୟିତ୍ବରେ […]

ଭୁବନେଶ୍ବର : ନୂଆପଲ୍ଲୀ ଆଇଆରସି ଭିଲେଜ୍‌ ପ୍ଲଟ ନମ୍ବର ଏନ୍‌୩/୨୧୧ରେ ଥିବା ଘରେ ପଶି ସଂଘବଦ୍ଧ ଆକ୍ରମଣ କରିବା ଏବଂ ଆସବାବପତ୍ର ଭାଙ୍ଗିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଓ ଜ୍ବାଇଁ ଶୁଭ୍ରାଂଶୁ ଶେଖର ବିଶ୍ବାଳ ଆଗୁଆ ଜାମିନ୍‌ ପାଇଁ ହାଇକୋର୍ଟରେ ପହଞ୍ଚିଛନ୍ତି। ଏମାନଙ୍କୁ ରାଜ୍ୟ ବାହାରେ ନୂଆପଲ୍ଲୀ ପୁଲିସ ଖୋଜୁଥିବା ବେଳେ ଏମାନେ ଜାମିନ୍‌ ଆବେଦନ କରିଛନ୍ତି। ଏମାନଙ୍କ ସହ ଜେଲ୍‌ରେ […]

ମାଲକାନଗିରି :ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ଜଣେ ମହିଳାଙ୍କ ସମେତ ଦୁଇ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ସୁରେଶ ଏବଂ ମହିଳା ମାଓବାଦୀ ସୁଦୁରୀ ମଡ଼ିୟାମି। ଓଡ଼ିଶାରେ ନକ୍ସଲ ସଂଗଠନ ଘଟାଇଥିବା ବହୁ ହିଂସାରେ ଦୁହେଁ ସଂପୃକ୍ତ ଥିବା ଜଣାପଡ଼ିଛି। ତେବେ ହିଂସା ଛାଡ଼ି ଅବଶିଷ୍ଟ ଜୀବନ ଶାନ୍ତିରେ ବିତାଇବାକୁ ଚାହୁଁଥିବା ସେମାନେ ପ୍ରକାଶ କରିଛନ୍ତି। ସୁରେଶ ସଂଗଠନରେ ଡେପୁଟି କମାଣ୍ଡର […]

Social media & sharing icons powered by UltimatelySocial