ଶ୍ବଶୁର ଘରୁ ଚୋରି କରି ଜ୍ବାଇଁ ଗିରଫ

ଶ୍ବଶୁର ଘରୁ ଚୋରି କରି ଜ୍ବାଇଁ ଗିରଫ

ଭୁବନେଶ୍ବର : ଶ୍ବଶୁର ଘରୁ ସୁନା ଗହଣା ଓ ଦାମୀ ବାଇକ୍ ଲୁଟ୍ କରିଥିବା ଅଭିଯୋଗରେ ଆଜି ଭରତପୁର ଥାନା ପୁଲିସ୍ ଜ୍ବାଇଁକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ଯାଜପୁର ମଙ୍ଗଳପୁର ଅହିୟାସ୍ ଗାଁର ସେକ୍ ସାଜିଦ୍(୩୩)। ପୁଲିସ୍ ସାଜିଦ୍ ପାଖରୁ ୬ ଲକ୍ଷ ଟଙ୍କାର ଦାମୀ ବାଇକ୍, ସୁନା ଚେନ୍ ଓ ୧୦ଟି ସୁନା ମୁଦି ଜବତ କରିଛି। ମିଳିଥିବା ସୂଚନା ମୁତାବକ, ଗତ ମାର୍ଚ୍ଚ ୨୬ରେ ଭରତପୁର ଚିଦାନନ୍ଦବିହାରର କିଶୋର ଚନ୍ଦ୍ର ପ୍ରଧାନଙ୍କ ଘରୁ ଏକ ଦାମୀ ସ୍ପୋର୍ଟସ୍ ବାଇକ୍ ସମେତ ପ୍ରାୟ ଦଶ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିଲା। ଥାନାରେ ଅଭିଯୋଗ ହେବା ପରେ ଦୁର୍ବୃତ୍ତ କିଶୋରଙ୍କ ଘର ସମୁଖରେ ସ୍ପୋର୍ଟସ୍ ବାଇକ୍‌ ରଖି ପଳାଇଥିଲା। ଏହି ଚୋରି ମାମଲାରେ ପରିବାର ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରି ପୁଲିସ ଖୋଳତାଡ଼ କରିବା ପରେ କିଶୋରଙ୍କ ଜ୍ବାଇଁ ସାଜିଦର ସଂପୃକ୍ତି କଥା ଜଣାପଡ଼ିଥିଲା। ତାକୁ ଥାନାରେ ଜେରା କରିବାରୁ ସେ ସବୁ ମାନି ଯାଇଥିଲା। ଏମିତିକି କିଶୋରଙ୍କ ସଂପତ୍ତି ଲୋଭରେ ସେ ତାଙ୍କ ଝିଅକୁ ଫସାଇ ବିବାହ କରିଥିଲା ବୋଲି ସ୍ବୀକାର କରିଥିଲା। ଏହା ପୂର୍ବରୁ ସେ ପ୍ରଥମ ବିବାହ କରିସାରିଥିବା ବେଳେ ତା’ର ଦୁଇଟି ପୁଅ ଝିଅ ଥିବା କଥା ମଧ୍ୟ କହିଥିଲା। ମାତ୍ର ସବୁ କଥା ଲୁଚାଇ ସେ ଦୁବାଇରେ ଏକ ପ୍ରତିଷ୍ଠିତ କମ୍ପାନିରେ ଚାକିରି କରୁଥିବା କହି କିଶୋରଙ୍କ ଝିଅକୁ ୪ମାସ ତଳେ ବାହା ହୋଇଥିଲା। ଆଉ ବିବାହର ଦୁଇ ମାସ ମଧ୍ୟରେ ପତ୍ନୀର ସୁନାଚେନ୍, କଙ୍କଣ ଓ କାନଫୁଲ ସମେତ ପ୍ରାୟ ଦଶ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଅଳଙ୍କାର ଲୁଟି ନେଇଥିଲା। ତେବେ ମାମଲା ଥାନାକୁ ଯିବା ପୂର୍ବରୁ ସେ କୌଶଳକ୍ରମେ ପତ୍ନୀଙ୍କୁ ବାରଣ କରିଥିଲା। ମଝିରେ ଦୁବାଇ ଯାଉଛି କହି ସାଜିଦ ଯାଜପୁର ଯାଇ ନିଜ ଗାଁରେ ପ୍ରଥମ ପତ୍ନୀ ପାଖରେ ରହିଥିଲା। ଏହା ପରେ ପୁଣି ଥରେ ସୁଯୋଗ ଦେଖି ଶ୍ବଶୁର ଘରୁ ସୁନା ଅଳଙ୍କାର ଓ ବାଇକ୍‌ ଲୁଟି ନେଇଥିଲା।

Share Now:

Kalinga News Beuro

Next Post

ରାଜଧାନୀରେ ସେକ୍ସ ରାକେଟ୍ : ୨ ଗ୍ରାହକଙ୍କ ସହ ମାଲିକାଣୀଙ୍କ ଝିଅ ଗିରଫ

Thu Apr 1 , 2021
ଭୁବନେଶ୍ୱର : ସାଇଶ୍ରୀ ଏନ୍‌କ୍ଲେଭ୍‌ର ଏକ ଫ୍ଲାଟ୍‌ରେ ଚାଲିଥିଲା ସେକ୍ସ ରାକେଟ୍‌। ରାକେଟ୍‌ ଚଳାଉଥିଲେ ଘର ମାଲିକଙ୍କ ଝିଅ। ଦେହଜୀବୀ ବାହାରୁ ଆସୁଥିଲେ। ଫୋନ୍‌ରେ ଯୋଗାଡ଼ ହେଉଥିଲେ ଗ୍ରାହକ। ଦର ଛିଣ୍ଡିବା ପରେ ଗ୍ରାହକ ପହଞ୍ଚୁଥିଲେ ଫ୍ଲାଟ୍‌ରେ। ଗ୍ରାହକଙ୍କ ଠାରୁ ଆସୁଥିବା ଅର୍ଥରୁ ୩୫ ପ୍ରତିଶତ ନେଉଥିଲେ ମାଲିକାଣୀ। ଦୀର୍ଘ ଦିନ ଧରି ଅନାୟାସରେ ଚାଲିଥିଲା ଏହି ଦେହ ବେପାର। ବିଶେଷ ସୂତ୍ରରୁ ଖବର ପାଇ ମଙ୍ଗଳବାର ରାତିରେ ଚଢ଼ଉ […]
ଫ୍ଲାଟ୍‌ରେ ଚାଲିଥିଲା ଦେହ ବେପାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial