ବାଲେଶ୍ୱର/ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକରୁ ଗତକାଲି ଚିହ୍ନଟ ହୋଇଥିଲେ ୧୫ ଜଣ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଯୁବକ, ଯିଏ ଏବେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଛନ୍ତି। ନିକଟରେ ପ୍ରେମ ବିବାହ କରିଥିବା ଏହି ଯୁବକଜଣକ ମହାମାରୀ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣର ମୁଖ୍ୟବାହକ (ସୁପର ସ୍ପ୍ରେଡର୍‌) ସାଜିପାରନ୍ତି ବୋଲି ଆଶଙ୍କା କରିଛି ସ୍ୱାସ୍ଥ୍ୟ ବିଭାଗ। ସୂଚନା ମୁତାବକ, ଭୋଗରାଇ ବ୍ଲକ ସୁନାଧରବସାଣ ପଞ୍ଚାୟତର ଏହି […]

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣର ମାତ୍ରା ଦ୍ରୁତ ଗତିରେ ବଢ଼ି ଚାଲିଛି। ସଂକ୍ରମଣ ବଢ଼ି ଚାଲିଥିଲେ ମଧ୍ୟ ଲକ୍‌ଡାଉନ୍‌ ଏହାକୁ ଅନେକ ମାତ୍ରାକୁ ନିୟନ୍ତ୍ରଣ କରିହୋଇଛି। ମେ’ ୧୭ ତାରିଖ ପର୍ଯ୍ୟନ୍ତ ଯଦି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସଠିକ୍‌ ଭାବେ କାର୍ଯ୍ୟକାରୀ ହୁଏ ତେବେ ଅକ୍ଟୋବର ବେଳକୁ ଦେଶରେ ପ୍ରାୟ ୩୦ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। କିନ୍ତୁ ଯଦି ଲକ୍‌ଡାଉନ୍‌ ନଥାନ୍ତା ତେବେ ଅକ୍ଟୋବର ବେଳକୁ […]

ଭୁବନେଶ୍ୱର: ରାଜ୍ୟରେ ୪୦୦ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ଆଉ ନୂଆ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଓଡ଼ିଶାରେ କରୋନା ପଜିଟିଭଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି। ଏହି ନୂଆ ୨୦ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୭ ଜଣ, ସୁନ୍ଦରଗଡ଼ରୁ ୨ ଜଣ ଓ ବୌଦ୍ଧରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ୪୧୪ ଜଣ କରୋନା ପଜିଟିଭ ଚିହ୍ନଟ […]

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଆଜି ରାତିରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ଟୁଇଟ ଜରିଆରେ ଏହି ସୂଚନା ଦେଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଚିକିତ୍ସା ପାଇଁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ସିଂହଙ୍କର ପୂର୍ବରୁ ହାର୍ଟ ସର୍ଜରୀ ହୋଇସାରିଛି।

ଭୁବନେଶ୍ୱର : କରୋନା ଯୁଦ୍ଧରେ ଡାକ୍ତରମାନେ ଆଗଧାଡ଼ିର ଯୋଦ୍ଧା। ସେମାନଙ୍କ ହାତରେ ହିଁ ଏବେ ଦେଶର ଭାଗ୍ୟ, ଭବିଷ୍ୟତ। ମହାମାରୀରୁ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ସେମାନେ ଅହରହ ସଂଗ୍ରାମ କରି ଚାଲିଛନ୍ତି। କିନ୍ତୁ ସେହିଭଳି ଜଣେ କରୋନା ଯୋଦ୍ଧାଙ୍କୁ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ବାହାର ରାଜ୍ୟରୁ ଫେରିଥିବାରୁ ଗ୍ରାମବାସୀ ତାଙ୍କୁ ଘରେ ପୂରାଇ ଦେଲେନି। ସଂ‌ଗରୋଧ କେନ୍ଦ୍ରରେ ରହିବା ପାଇଁ ଯିବାରୁ ତାଙ୍କ ଉପରକୁ ଟେକା‌ପଥର ମାଡ଼ […]

ଓଡ଼ିଶାର ୧୨ ଲକ୍ଷ ଲୋକ ବାହାରେ ଅଛନ୍ତି, ବାହାର ରାଜ୍ୟରୁ ୮ ଲକ୍ଷ ୬୦ ହଜାର ପ୍ରବାସୀ ଆମ ରାଜ୍ୟକୁ ଆସିଛନ୍ତି: ବାଗ୍‌ଚୀ ଭୁବନେଶ୍ୱର: ଗୋଟିଏ ରାଜ୍ୟର ଲୋକେ ଅନ୍ୟ ରାଜ୍ୟକୁ ଯାଇ ଜୀବନ ଜୀବିକା ନିର୍ବାହ କରୁଛନ୍ତି। ବର୍ତ୍ତମାନ ଭାରତରେ ପ୍ରବାସୀଙ୍କ ସଂଖ୍ୟା ୨୦ କୋଟି। ୨୦୧୧ ମସିହାରେ ଏହା ୧୪ କୋଟି ଥିଲା। କିନ୍ତୁ ବିଗତ ୯ ବର୍ଷ ମଧ୍ୟରେ ଲୋକେ ବାହାର ରାଜ୍ୟକୁ ଯିବା ସଂଖ୍ୟା […]

ଇସ୍ଲାମାବାଦ: ଭାରତୀୟ ପାଣିପାଗ ବିଭାଗ, ରାଷ୍ଟ୍ରୀୟ ପ୍ରସାରଣ ସେବା ଦୂରଦର୍ଶନ ଓ ଆକାଶବାଣୀରେ ପାକ-ଅଧିକୃତ କଶ୍ମୀର, ଗିଲଗିଟ-ବାଲଟିସ୍ତାନର ପାଣିପାଗ ରିପୋର୍ଟ ପ୍ରସାରଣକୁ ପାକିସ୍ତାନ ତୀବ୍ର ବିରୋଧ କରିଛି। ଏହା ବେଆଇନ ଓ ଜାତିସଂଘ ନିୟମର ବିରୋଧୀ ବୋଲି ପାକିସ୍ତାନ ସରକାର କହିଛନ୍ତି। ପାକିସ୍ତାନ ବୈଦେଶିିକ ମନ୍ତ୍ରାଳୟ ପକ୍ଷରୁ କୁହାଯଇଛି ଭାରତ ପକ୍ଷରୁ ଗତ ବର୍ଷ ଜାରି ରାଜନୈତିକ ମାନଚିତ୍ର ଯେପରି ବେଆଇନ ଏହାର ପାଣିପାଗ ରିପୋର୍ଟ ମଧ୍ୟ ବେଆଇନ ଓ […]

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ଗଂଜାମ ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କ ସହିତ କଥା ହୋଇଛନ୍ତି। ସଂଗରୋଧ କେନ୍ଦ୍ରର ପରିଚାଳନାରେ ନେତୃତ୍ୱ ନେଇ ସରପଞ୍ଚମାନଙ୍କ ସହିତ କଥା ହେବା ସମୟରେ କରୋନା ମୁକାବିଲା ପାଇଁ କ’ଣ କରାଯାଇପାରିବ ସେ ନେଇ ପାଣ୍ଡିଆନ୍ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଜିଲ୍ଲାର ସମସ୍ତ କରୋନା ଆକ୍ରାନ୍ତ ରାଜ୍ୟ ବାହାରୁ ଫେରିଛନ୍ତି। ତେଣୁ ସରପଞ୍ଚମାନେ ବ୍ୟସ୍ତ ବିବ୍ରତ ନହୁଅନ୍ତୁ। ସଂଗରୋଧ […]

ଭୁବନେଶ୍ୱର: କରୋନା ରାଜଧାନୀ ପିଛା ଛାଡ଼ୁନି। ଗତ ମାସ ୧୪ ତାରିଖ ପରେ ରାଜଧାନୀରେ କେହି କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ। ମାତ୍ର ୨୮ ତାରିଖରେ ମଧୁସୂଦନ ନଗରର ଜଣେ ବୃଦ୍ଧ ଚିହ୍ନଟ ହେବା ଓ ପରେ ପ୍ରାଣ ହରାଇବା ପୁଣିଥରେ ରାଜଧାନୀବାସୀଙ୍କ ଡର ବଢ଼ାଇ ଦେଇଥିଲା। ଏହାର ୯ଦିନ ପରେ ପୁଣି ରାଜଧାନୀରେ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, […]

ଭୁବନେଶ୍ୱର: କିଛି ଦିନ ବ୍ୟବଧାନ ପରେ ରାଜଧାନୀ ଭୁବନେଶ୍ୱରରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଣି ଆତଙ୍କ ଖେଳି ଯାଇଛି। ସବୁଠୁ ବଡ଼ କଥା ହେଲା ମଞ୍ଚେଶ୍ୱରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣେ ବିରିଆନି ଡେଲିଭରି ବୟ ବୋଲି ଜଣାପଡ଼ିଛି। କରୋନା ପଜିଟିଭ୍ ବାହାରିବା ପରେ ତାଙ୍କୁ ତୁରନ୍ତ ଆଇସୋଲେସନ୍‌ରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ଟିମ୍ ସ୍ଥାନୀୟ ମଞ୍ଚେଶ୍ୱର ପୁଲିସ ଡେଲିଭରି ବୟଙ୍କ ଘରେ […]

Social media & sharing icons powered by UltimatelySocial