ପଟ୍ଟାମୁଣ୍ଡାଇ: ପର୍ଯ୍ୟଟକଙ୍କ ପାଇଁ ଗତକାଲି ଠାରୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କେବଳ ରାତ୍ରୀଯାପନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ହିଁ ଭିତରକନିକା ବୁଲିବାକୁ ସୁଯୋଗ ଦିଆଯିବ ବୋଲି ନିଷ୍ପତ୍ତି ନେଇଛି ପ୍ରଶାସନ। ପ୍ରଥମ ଦିନରେ କେବଳ ଡାଙ୍ଗମାଳରେ ୧୬ଟି କଟେଜରେ ପର୍ଯ୍ୟଟକମାନେ ରାତ୍ରୀଯାପନ ପାଇଁ ଅନୁମତି ମିଳିଛି। ପର୍ଯ୍ୟଟକମାନେ ଓଡ଼ିଶା ଇକୋ ଟୁରିଜିମରେ ଅନ୍‌ଲାଇନ୍‌ ବୁକ୍ କରିପାରିବେ। କଟେଜ ଓ ବୋଟ୍‌ ଗୁଡ଼ିକୁ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା […]

ଧରାକୋଟ : ଧରାକୋଟରେ ଥିବା ଷ୍ଟେଟବ୍ୟାଙ୍କ ଉପରେ ପ୍ରାୟ ୩୦ହଜାରରୁ ଅଧିକ ଗ୍ରାହକ ନିର୍ଭର କରିଥାନ୍ତି। ସ୍ଥାନୀୟ ଅଂଚଳରେ ଥିବା ଅଧିକାଂଶ ସରକାରୀ କାର୍ଯ୍ୟାଳୟର ଦେଣନେଣ ଏହି ବ୍ୟାଙ୍କ ଉପରେ ନିର୍ଭର କରିଥାଏ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହା ଯେ ଏହି ବ୍ୟାଙ୍କ ଅନେକ ସମୟରେ ସାଧାରଣ ଲୋକଙ୍କ କାମରେ ଆସୁନାହିଁ। ଏଠାରେ ଥିବା ଏକମାତ୍ର ଏଟିଏମ ମେସିନଟି ପ୍ରାୟ ସମୟରେ ସଟର ପଡିଥିବାର ଦେଖାଯାଉଛି ଓ […]

ଚୀନ ପୁଞ୍ଜିରେ ଚାଲୁଥିବା ବ୍ୟାଙ୍କରୁ ଆଣିଲେ ଋଣ ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଚୀନ ପୁଞ୍ଜିରେ ଚାଲୁଥିବା ବେଜିଂସ୍ଥିତ ଏସିଆନ ଇନଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କ (ଏଆଇଆଇବି)ରୁ ଭାରତ ୯,୦୦୦ କୋଟିରୁ ଅଧିକ ଋଣ ନେଇଛି। ଏ ନେଇ ସୋମବାର କେନ୍ଦ୍ର ସରକାର ନିଶ୍ଚିତ କରିଛନ୍ତି। ଜାତୀୟ ଗଣମାଧ୍ୟମ ‘ସ୍କ୍ରଲ୍’ ଏହି ଖବର ପ୍ରକାଶ କରିଛି। ଲୋକସଭାରେ ବିଜେପି ସାଂସଦ ସୁନୀଲ କୁମାର ସିଂ ଏବଂ ପିପି ଚୌଧୁରୀଙ୍କ […]

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପନିପରିବା ଚାଷୀର ମେରୁଦଣ୍ତ ଭାଙ୍ଗି ଦେଇଛି ଲଘୁଚାପ ଜନିତ ଲଗାଣ ବର୍ଷା। ତା ସାଙ୍ଗକୁ ଦାଉ ସାଦିଛି ବନ୍ୟା। ନାଉଗାଁ ବ୍ଲକ ଦେଇ ପ୍ରବାହିତ ଦେବୀ, ଅଳକା ଓ ଗୋବରୀ ନଦୀର ଉପତ୍ୟକାରେ ବର୍ଷ ତମାମ ଚାଷୀ ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାଇଥାଏ। ଚଳିତ ବର୍ଷ ବର୍ଷା ଋତୁରେ ଚାଷୀମାନେ ଏହି ଅଞ୍ଚଳ ଦେଇ ପ୍ରବାହିତ ନଦୀ ପଠାରେ ଚାଷ କରିଥିଲା ବାଇଗଣ, ପୋଟଳ, […]

ଭୁବନେଶ୍ୱର : ବଣଭୋଜି କରିବା ପାଇଁ ଏଣିକି ଆଉ ସମସ୍ତ ଚିନ୍ତା ମୁଣ୍ଡାଇବାକୁ ପଡ଼ିବ ନାହିଁ। ‌ବୁକିଂ ମାତ୍ରେ ଆପଣଙ୍କ ପାଇଁ ବଣଭୋଜିର ସମସ୍ତ ସୁବିଧା ଯୋଗାଡ଼ କରିଦେବ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)। ପ୍ରଥମେ ପର୍ଯ୍ୟଟନ ବିଭାଗ ଦ୍ବାରା ପରିଚାଳିତ କିଛି ଜୈବ ପର୍ଯ୍ୟଟନସ୍ଥଳରେ ଏ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ଖାଣ୍ଟି ଓଡ଼ିଆ ଖାଦ୍ୟ ସାଙ୍ଗକୁ ବରାଦ ମୁତାବକ ଖାଦ୍ୟ ଭେଟି ଦିଆଯିବ। ଓଟିଡିସିର ୪୧ତମ […]

ପରିବା ଦର ଆକାଶ ଛୁଆଁ ,ପୋଟଳ ଶହେ, କଞ୍ଚାଲଙ୍କା ଦୁଇ ଶହ ବାଲିଅନ୍ତା : ଯେଉଁ ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳ ରାଜଧାନୀକୁ ସଦ୍ୟ ପରିବା ଯୋଗାଉଥିଲା, ଆଜି ସେଠି ପରିବା ଦର ଆକାଶ ଛୁଆଁ ହୋ‌ଇଛି। କୁଆଖାଇ, କୁଶଭଦ୍ରା ଏବଂ ଭାର୍ଗବୀ ନଦୀ ବନ୍ୟାରେ ବ୍ୟାପକ ପରିବା ଫସଲ ଜମି ପଚିସଢ଼ି ନଷ୍ଟ ହୋଇଯାଇଥିବାରୁ ଏବେ ବିଲରେ ପରିବା କଷିଟିଏ ଦେଖିବାକୁ ମିଳୁନି। ତେଣୁ ଯେଉଁ ଅଞ୍ଚଳ ପରିବା […]

ନୂଆଦିଲ୍ଲୀ : ଦେଶର ଜାତୀୟ ରାଜପଥଗୁଡିକରେ ଥିବା ପଥକର ଆଦାୟ କେନ୍ଦ୍ର ବା ଟୋଲ ଫି’ ପ୍ଲାଜାଗୁଡିକରେ କେନ୍ଦ୍ରସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଗାଡି ଚାଳକମାନଙ୍କ ପାଇଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଏହାଫଳରେ ଗାଡ଼ିଚାଳକମାନେ ଫେରନ୍ତା ଯାତ୍ରାରେ ରିହାତି ସମେତ ଅନ୍ୟ ସମସ୍ତ ପ୍ରକାର ସୁବିଧା ପାଇପାରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏ ସଂପର୍କରେ ପ୍ରକାଶିତ ଏକ ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି ଯେ, ଜାତୀୟ ରାଜପଥରେ […]

ହଜାରେ ସାଇକେଲ‌ ନେଇ ସଂସ୍ଥା ଛୁ’ ଭୁବନେଶ୍ୱର : ରାଜଧାନୀବାସୀଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଭେଟି ଦେବା, ଭୁବନେଶ୍ବରକୁ ପ୍ରଦୂଷଣମୁକ୍ତ ସହର କରିବା ଉଦ୍ଦେଶ୍ୟରେ ନଭେମ୍ବର, ୨୦୧୮ରେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ମୋ ସାଇକେଲ‌ ସେବା ଆରମ୍ଭ ହୋଇଥିଲା। ପ୍ରଥମରୁ କେବେ ବି ଉତ୍ସାହଜନକ ସଫଳତା ପାଇ ନଥିବା ଏହି ଯୋଜନା ଦେଢ଼ବର୍ଷ ପରେ ଚିତ୍‌ପଟାଙ୍ଗ ମାରି ପଡ଼ିଛି। ନା ଲୋକ ସାଇକେଲ‌ ଚଲାଉଛନ୍ତି ନା […]

ଲାଭରେ ଚାଲୁଥିବା ଓଟିଡିସିକୁ ବୁଡ଼ାଇ ଦେବେ ଭୁବନେଶ୍ବର : କରୋନା ସମୟରେ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ସମୟରେ ପର୍ଯ୍ୟଟନକୁ ସଜାଡ଼ିବା ପରିବର୍ତ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏକ ଅଭାବନୀୟ କାର୍ଯ୍ୟ କରିବାକୁ ଯାଉଛି। ସରକାରୀ ମାଲିକାନାରେ ଥିବା ୫ଟି ପାନ୍ଥନିବାସକୁ ବିକି ଦେବା ପାଇଁ ସାଂଘାତିକ ଷଡ଼ଯନ୍ତ୍ର ରଚାଯାଇଛି। ଏଥିପାଇଁ ବିଭାଗ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଭିନ୍ନ ଆଳ ଦେଖାଇ ପାନ୍ଥନିବାସର ଘରୋଇକରଣ ପାଇଁ […]

ସମ୍ବଲପୁର : ସମ୍ବଲପୁରୀ ହସ୍ତତନ୍ତ ବ୍ୟବସାୟକୁ ଶକ୍ତ ଧକ୍କା ଦେଇଛି କରୋନା ସ୍ଥିତି। ଗତବର୍ଷ ମାର୍ଚରୁ ଜୁନ୍‌ ମାସ ମଧ୍ୟରେ ସମ୍ବଲପୁରୀ ବସ୍ତ୍ରାଳୟ ହେଣ୍ଡଲୁମ କୋଅପରେଟିଭ ସୋସାଇଟି ଲିମିଟେଡ୍‌ ୨୦ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଚଳିତ ବର୍ଷ ମାର୍ଚରୁ ଜୁନ ମାସ ମଧ୍ୟରେ ମାତ୍ର ୧୦.୪୧ କୋଟି ଟଙ୍କାର ବ୍ୟବସାୟ କରିଛି। ଆଗାମୀ ଦିନରେ ଏହା ଆହୁରି ହ୍ରାସ ପାଇବାର ଆଶଙ୍କା ରହିଛି। ଏଥିସହିତ ଏହି ସୋସାଇଟି ଉପରେ […]

Social media & sharing icons powered by UltimatelySocial