ନୂଆଦିଲ୍ଲୀ : କେନ୍ଦ୍ର ସରକାର ଲକଡାଉନ ଅବଧିକୁ ଆଉ ୨ ସପ୍ତାହ ପାଇଁ ବଢାଇଦେଇଛନ୍ତି। ଏହା ଫଳରେ ଆସନ୍ତା ମେ ୧୭ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ। ତେବେ ଏଥର ଗ୍ରୀନ ଜୋନ ଓ ଅରେଞ୍ଜ ଜୋନ ଗୁଡ଼ିକ ପାଇଁ କେତେକ ରିହାତି ଘୋଷଣା କରାଯାଇଛି। ତେବେ ରେଡ ଜୋନ ପାଇଁ ଅଧିକ କଟକଣା ରହିବ। ଏହି ଲକଡାଉନ ବଢିବା ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି […]

ନୂଆଦିଲ୍ଲୀ: ଏପ୍ରିଲ୍ ୩୦ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୩୦୫୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୩୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୦୭୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତବ୍ୟକ୍ତିମାନଙ୍କ ମଧ୍ୟରେ […]

ଭୁବନେଶ୍ୱର: ଏପ୍ରିଲ ୧୫ରୁ ୨୨ ପର୍ଯ୍ୟନ୍ତ ରାତିଅଧିଆ ରାଜଧାନୀର ସମସ୍ତ ପ୍ରମୁଖ ହାଟ ଓ ବଜାର ଅଞ୍ଚଳରେ ଡ୍ରୋନ୍‌ ଦ୍ୱାରା ବିଶୋଧକ ସିଞ୍ଚନ କରିବା ପରେ ଏବେ ରାଜଧାନୀର ସମସ୍ତ ପ୍ରମୁଖ ଛକକୁ ଟାର୍ଗେଟ୍‌ କରାଯାଇଛି। ବିଏମ୍‌ସି ପକ୍ଷରୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ସହାୟତାରେ ସମସ୍ତ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସୋଡିୟମ୍ ହାଇପୋକ୍ଲୋରାଇଟ୍‌ ସଲ୍ୟୁସନ୍‌ ସିଞ୍ଚନ କରିବାକୁ ନିଷ୍ପତ୍ତି ହୋଇଛି। ବିଏମ୍‌ସିର ଉତ୍ତର ଜୋନରେ ଆଜି ରାତିରୁ ଏହି କେମିକାଲ […]

ରାଉରକେଲା : ଆଜି ସକାଳେ ରାଉରକେଲା ନାଲା ରୋଡରୁ ଆଉ ଚାରି କରୋନା ପଜିଟିଭ ଚିହ୍ନଟ ହେବା ପରେ ସେକ୍ଟର ୧୮ ମାର୍କେଟକୁ ମହାନଗର ପ୍ରଶାସନ ସିଲ କରିଥିବା ଜଣାଯାଇଛି। ଏଠାକାର ସୁରକ୍ଷା ବ୍ୟବସ୍ଥାରେ ଚାରି ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବାର ସୂଚନା ମିଳିଛି। ସୂଚନାଯୋଗ୍ୟ, ଏହାକୁ ମିଶାଇ ସୁନ୍ଦରଗଡ଼ର କରୋନା ପଜିଟିଭ ସଂଖ୍ୟା ୧୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ତିନି ଜଣ ସୁସ୍ଥ ହୋଇ ଫେରିଛନ୍ତି। ଗତ ୨୬ […]

ମୁମ୍ବାଇ : ଦେଶରେ କରୋନା ଭୂତାଣୁ ମହାମାରୀର ପ୍ରଭାବ ମହାରାଷ୍ଟ୍ରରେ ଅଧିକ ଦେଖିବାକୁ ମିଳିଛି। ସାଧାରଣ ମଣିଷଠାରୁ କରୋନା ଯୋଦ୍ଧା ପର୍ଯ୍ୟନ୍ତ ସମସ୍ତେ ଏହି ମହାମାରୀର ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ପୁଲିସ କମିଶନର ୫୫ ବର୍ଷରୁ ଅଧିକ ବୟସର ପୁଲିସ କର୍ମଚାରୀଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇ ପୁଲିସ କମିଶନର ପରମବୀର ସିଂ ନିର୍ଦ୍ଦେଶ ଦେଇଛନ୍ତି ଯେ ୫୫ ବର୍ଷରୁ ଅଧିକ ସମସ୍ତ ପୁଲିସ […]

ଜଳେଶ୍ୱର: ‘ମୁଁ କରୋନାରେ ପୀଡ଼ିତ।’ ଆଜି ନିଜଆଡ଼ୁ ଜଣେ କୋଲକାତା ଫେରନ୍ତା ଯୁବକଙ୍କ ଏଭଳି ବୟାନକୁ ନେଇ ଜଳେଶ୍ୱରସ୍ଥିତ ଜିକେ ଭଟ୍ଟର ଡାକ୍ତରଖାନାରେ ଆତଙ୍କ ଖେଳିଯାଇଛି। ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଭିତରକୁ ପ୍ରବେଶ ଅନୁମତି ଦେଇନାହାନ୍ତି। ତାଙ୍କ ଉପରେ କଡ଼ା ନଜର ରଖାଯିବା ସହିତ ବାଲେଶ୍ୱରକୁ ନେବା ପାଇଁ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି। ଏହି ଯୁବକଙ୍କ ଘର କମର୍ଦ୍ଦା ଥାନା ଅଞ୍ଚଳରେ ହୋଇଥିବାବେଳେ ସେ କୋଲକାତାର ଏକ କମ୍ପାନିରେ କାମ […]

କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଦିଆଗଲା ହୋମିଓପ୍ୟାଥି ଓ ଆୟୁର୍ବେଦିକ ଔଷଧ ଭୁବନେଶ୍ୱର: କରୋନା ପାଇଁ ଏ ପର୍ଯ୍ୟନ୍ତ କୌଣସି ଟିକା କିମ୍ବା ଔଷଧ ବାହାରି ନାହିଁ। ମାତ୍ର ଗୁଜୁରାଟରେ ଆୟୁଷ ଔଷଧକୁ ନେଇ କରୋନା ସନ୍ଦିଗ୍ଧଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଏହି ପରୀକ୍ଷଣ ସଫଳ ହୋଇଛି। କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଙ୍ଗରୋଧରେ ଥିବା ୬୨୧୦ଜଣଙ୍କ ମଧ୍ୟରୁ ମାତ୍ର ୧୧ଜଣ ପଜିଟିଭ୍ ଚିହ୍ନଟ […]

ଭୁବନେଶ୍ୱର:ଗୁଜରାଟରେ ଫସିଥିବା ଓଡ଼ିଆ ଶ୍ରମିକମାନଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ, ବସ୍ ଯୋଗେ ରାଜ୍ୟକୁ ଫେରିବେ ପ୍ରବାସୀ ଓଡ଼ିଆ ଶ୍ରମିକ। ଆଜି ଏ ନେଇ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଂଶଗ୍ରହଣ କରିଥିଲେ। ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ନିରାପଦରେ ଫେରାଇ ଆଣିବାକୁ ଉଭୟଙ୍କ ସହ […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲକଡାଉନ କଟକଣା ବଳବତ୍ତର ରହିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ସୁଚନା ଦିଆଯାଇଛି । ଭୁବନେଶ୍ୱର ହଟ୍‌ସ୍ପଟ ଜୋନରେ ସାମିଲ ଅଛି । ତେଣୁ ଏଠାରେ ଲକଡାଉନ କଟକଣା ଜାରି ରହିବ । ପରବର୍ତ୍ତୀ ସମୀକ୍ଷା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ଲକ୍‌ଡାଉନର ସମସ୍ତ କଟକଣା ବଳବତ୍ତର ରହିବ । ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ସହରବାସୀ ଲକଡାଉନକୁ ସହଯୋଗ ଓ ସମର୍ଥନ […]

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡଘଡ଼ି ସହ ବଜ୍ରପାତ ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ୨୮ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆକଳନ ଅନୁଯାୟୀ ଆସନ୍ତା ୨୪ […]

Social media & sharing icons powered by UltimatelySocial