ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଗାଲଓ୍ଵାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷ ପରେ ଭାରତରେ ଚୀନର ଜିନିଷକୁ ବର୍ଜନ କରିବାର ଦାବି ଜୋର ଧରିଛି। ଏବେ ଚୀନ ଭାରତ ପ୍ରତି କରିଥିବା ହିଂସାତ୍ମକ ବ୍ୟବହାର ପାଇଁ ଚୀନ୍ ନାଗରିକମାନଙ୍କୁ ଦିଲ୍ଲୀର ହୋଟେଲ ଏବଂ ଗେଷ୍ଟ ହାଉସରେ ରହିବାକୁ ଅନୁମତି ନଦେବା ନେଇ ନିଷ୍ପତ୍ତି ନିଆଯାଇଛି। କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ବ୍ୟବସାୟୀ ତଥା […]

ପାରାଦୀପ: ପାରାଦୀପରେ ଇଣ୍ଡିଆନ ଅଏଲ ଦ୍ୱାରା ଏହାର ବିଶୋଧନାଗାର ଓ ପେଟ୍ରୋକେମିକାଲ କଂପ୍ଲେକସ ସହ ୪୩ କୋଟି ଟଙ୍କାର ଏକ ପ୍ରଡକ୍ଟ ଆପ୍ଲିକେସନ ଓ ଡେଭଲପ ସେଣ୍ଟର, ପିଏଡିସି ପ୍ରତିଷ୍ଠା ହୋଇଛି । ଏହାକୁ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ଉଦଘାଟନ କରିଛନ୍ତି । ୫ ଏକର ଜମି ଓ ୩ ହଜାର ୩୩୪ ବର୍ଗମିଟର ବିଶିଷ୍ଟ କ୍ଷେତ୍ରରେ […]

ବାଲିପାଟଣା: ଜମି ରେଜି‌ଷ୍ଟ୍ରେସନ କରିବାର ମାତ୍ର ୨ ଘଣ୍ଟା ପରେ ଜମି କ୍ରେତାଙ୍କୁ ମିଳିଗଲା ନୂତନ ପଟ୍ଟା। ବାଲିପାଟଣା ତହସିଲ କର୍ତ୍ତୃପକ୍ଷ ସରକାରଙ୍କ ଏହି ନୂତନ ଭୂସଂସ୍କାର ପଦ‌କ୍ଷେପକୁ କାର୍ଯ୍ୟକା‌ରୀ କରି ରେକର୍ଡ କରିଥିବା କୁହାଯାଉଛି। ସୋମବାର ରେଜିଷ୍ଟ୍ରେସନ୍ ହୋଇଥିବା ଦୁଇଟି ଜମିର ନୂତନ ପଟ୍ଟା ପ୍ରଦାନ କରାଯାଇଥିବାବେଳେ ଗତ ସପ୍ତାହରେ ଜମି କିଣିଥିବା ୨୧ ଜଣଙ୍କୁ ପୋଷ୍ଟାଲ ଯୋଗେ ପଟ୍ଟା ପଠାଇ ଦିଆଯାଇଛି। ଫଳରେ ଏଣିକି ବାଲିପାଟଣା ଅଞ୍ଚଳରେ […]

ଭୁବନେଶ୍ବର : ସ୍ମାର୍ଟ ଜନପଥ କାମ ଚାଲିଥିବାରୁ ପ୍ରାୟ ଦୁଇବର୍ଷ ହେଲା ବିଏମ୍‌ସି ପାର୍କିଂ ବାବଦକୁ ଜନପଥରୁ ଟାର୍ଗେଟ୍ ରାଜସ୍ବ ପାଉନି। ଏପରିକି ବର୍ଷେ ହେଲା ଜନପଥରେ ପାର୍କିଂ ଅଞ୍ଚଳ ନିଲାମ ବି କରୁନି। ବିଏମ୍‌ସି ପାର୍କିଂ ବାବଦକୁ ପ୍ରାୟ ୫କୋଟିରୁ ଅଧିକ ଟଙ୍କା ଏଠାରୁ ହରାଉଥିବାରୁ ଖୁବ୍‌ ଶୀଘ୍ର ଜନପଥରୁ ପାର୍କିଂ ଫି’ ଆଦାୟ କରିବାକୁ ଯୋଜନା ହୋଇଛି। ଏନେଇ ଖୁବ୍‌ ଶୀଘ୍ର ନିଲାମ ପ୍ରକ୍ରିୟା ଆରମ୍ଭ ହେବ। […]

କୋଲକାତା: ସୀମାରେ ଭାରତୀୟ ସେନା ଉ‌ପରେ ଚୀନ୍‌ ସେନାର ଆକ୍ରମଣ ପ୍ରତିବାଦରେ ସମଗ୍ର ଦେଶରେ ଚାଇନା ସାମଗ୍ରୀ ବର୍ଜନ ଦାବିରେ ବିକ୍ଷୋଭ ଆରମ୍ଭ ହୋଇଛି। ଗୁରୁବାରଠାରୁ ପଶ୍ଚିମବଂଗର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରାଜନୈତିକ ଦଳ, ସ୍ବେଚ୍ଛାସେବୀ ସଂଗଠନ ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ସାମାଜିକ ଦୂରତ୍ବ ରକ୍ଷା ପୂର୍ବକ ଶହଶହ ଜନତା ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିକ୍ଷୋଭକାରୀମାନେ ଚାଇନା ସାମଗ୍ରୀ, ପତାକା ଏବଂ ରାଷ୍ଟ୍ରପତିଙ୍କ ପୋଷ୍ଟର ଭଙ୍ଗାରୁଜା କରିବା […]

ଭୁବନେଶ୍ୱର: ରାଜଧାନୀର ସବୁ ଘର ପାଇଁ ଏକ ସ୍ୱତନ୍ତ୍ର ଡିଜିଟାଲ ନମ୍ବର ମିଳିବ। ଏହି ନମ୍ବରକୁ ଗୁଗୁଲ୍‌ ମ୍ୟାପ୍‌ରେ ପକାଇଦେଲେ ଲୋକଙ୍କୁ ଆଉ ଘର ଠିକଣା ଖୋଜିବାକୁ ପଡ଼ିବନି। କେବଳ ଏତିକି ନୁହେଁ ବିଏମ୍‌ସି ପାଖରେ ଘରର ସବିଶେଷ ତଥ୍ୟ ରହିବ, ସେହି ଅନୁଯାୟୀ ହୋଲ୍‌ଡିଂ ଟିକସ ବି ଆଦାୟ କରିବ। ରାଜ୍ୟ ସରକାର ବି ଏହି ନମ୍ବର ମାଧ୍ୟମରେ ଘରର ସମ୍ପୂର୍ଣ୍ଣ ତଥ୍ୟ ରଖି ବିଭିନ୍ନ ସରକାରୀ ଯୋଜନାକୁ […]

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍-୨ ମାର୍କେଟ ବିଲ୍‌ଡିଂକୁ ବିଏମ୍‌ସି ଜୋନାଲ ଡେପୁଟି କମିସନର ସିଲ୍‌ କରିଛନ୍ତି। କୋଭିଡ-୧୯ ଗାଇଡ୍‌ ଲାଇନ୍‌ ଅନୁସାରେ ଦୋକାନ ଓ ମଲ୍‌ ଖୋଲିବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଆସନ୍ତା ରବିବାର ରଜ ପଡ଼ୁଥିବାରୁ ମଲ୍‌ ଓ ଦୋକାନରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ନ ରହିବାରୁ ବିଏମସି ପକ୍ଷରୁ ମାର୍କେଟ ବିଲ୍‌ଡିଂକୁ ସିଲ୍ କରାଯାଇଛି। ଏହି ସିଲ୍ ୭ ଦିନ ପର୍ଯ୍ୟନ୍ତ […]

ପୁରୁଣା ଭୁବନେଶ୍ୱର: କରୋନା ପ୍ରଭାବରେ ସାରା ଦେଶରେ ଦେବଦେବୀଙ୍କ ମନ୍ଦିର ବନ୍ଦ ରହିଥିବା ବେଳେ ଏକାମ୍ର କ୍ଷେତ୍ରରେ ମନ୍ଦିରଗୁଡ଼ିକ ମଧ୍ୟ ସେଥିରୁ ମୁକୁଳି ନାହିଁ। ଶ୍ରୀଲିଙ୍ଗରାଜ ମନ୍ଦିରରେ ପୂଜା ନୀତିକାନ୍ତି ହେଉଥିବା ବେଳେ ସାଧାରଣ ଦର୍ଶନ ବନ୍ଦ ରହିଛି। ଫଳରେ ଅବଢ଼ା ପାଇବାରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ଶ୍ରୀଲିଙ୍ଗରାଜ ମନ୍ଦିର ଓ ବାସୁଦେବ ମନ୍ଦିରର ଆନନ୍ଦ ବଜାର ଖାଁ ଖାଁ ରହିଛି। କେବଳ କାଁ ଭାଁ ବରାଦିରେ ମିଳୁଛି ଅନନ୍ତ […]

ଭୁବନେଶ୍ୱର: ରାଜ୍ୟର ସାଧାରଣ ଯାତ୍ରୀମାନଙ୍କ ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ସୋମବାରଠାରୁ ବସ ସେବା ଯୋଗାଇବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କେବଳ ୬୬ଟି ରୁଟରେ ବସ ଚାଲିବ। ଏଥି ପାଇଁ ୯୬ଟି ବସରେ ସେବା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବ୍ରୋଥା ଏହି ସୂଚନା ଦେଇଛନ୍ତି। ଏହି ବସ୍‌ଗୁଡ଼ିକ ରାଜଧାନୀ ସମେତ ୨୨ଟି […]

ନୂଆଦିଲ୍ଲୀ: ଆମେରିକା ଏବଂ ଚୀନ୍‌ ମଧ୍ୟରେ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଏବଂ ଦକ୍ଷିଣ ଚୀନ୍‌ ସାଗରରେ ଉଭୟ ରାଷ୍ଟ୍ର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଲଗାତାର ଚୀନ୍‌ ବିରୋଧରେ କଟକଣା ଜାରି କରୁଛନ୍ତି। ୧୬ ଜୁନ୍‌ରୁ ଚୀନ୍‌ରୁ ଆସୁଥିବା ଯାତ୍ରୀ ବିମାନ ଉପରେ କଟକଣା ଲଗାଯିବାକୁ ଘୋଷଣା ହୋଇଥିବାରୁ ଚୀନ୍‌ର ସମସ୍ୟା ବଢ଼ିବା ସୁନିଶ୍ଚିତ ହୋଇଛି। ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ପାଇଁ […]

Social media & sharing icons powered by UltimatelySocial