ପଟିଆଲା: ରବିବାର ସକାଳେ ପଟିଆଲା ଜିଲ୍ଲାରେ ଖଣ୍ଡା ଯୋଗେ ପଞ୍ଜାବ ପୁଲିସର ଜଣେ ସହକାରୀ ସବ୍-ଇନ୍ସପେକ୍ଟରଙ୍କ ହାତ କାଟି ପକାଇବା ସହ ଅନ୍ୟ ଦୁଇ ଜଣ ପୁଲିସ କର୍ମଚାରୀଙ୍କୁ ଆହତ କରିଥିବା ୭ଜଣ ନିହଙ୍ଗଙ୍କୁ ଗିରଫ କରାଯାଇଛି। (ନିହଙ୍ଗମାନେ ହେଉଛନ୍ତି ନୀଳ ରଙ୍ଗର ଢିଲା ପଞ୍ଜାବି ପରିହିତ ପାରମ୍ପରିକ ଅସ୍ତ୍ରଧାରୀ ଶିଖ୍) କରୋନାଭାଇରସ୍ ମହାମାରୀ ସଂକ୍ରମଣ ରୋକିବାକୁ ଜାରି ହୋଇଥିବା କର୍ଫ୍ୟୁ ସମୟରେ ସେମାନେ ପରିବା ବଜାରକୁ ପଶିବାକୁ ଉଦ୍ୟମ […]

ପାଇକସାହି: ଅନୁଗୁଳ ଜିଲ୍ଲାର ଠାକୁରଗଡ଼ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ବିଷାକ୍ତ ତେଲ ପିଇ ମୃତ୍ୟୁବରଣ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୮ଟା ବେଳେ ଠାକୁରଗଡ଼ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ମଙ୍ଗଳୁ ବିଶ୍ୱାଳଙ୍କ ପତ୍ନୀ ମଞ୍ଜୁ ବିଷାକ୍ତ ତେଲ ପିଇଥିଲେ। ଏହାପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ମଞ୍ଜୁ ବିଶ୍ୱାଳଙ୍କୁ ଆଠମଲିକ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ପୂର୍ବାହ୍ନ ସାଢେ […]

ଚନ୍ଦ୍ରଶେଖରପୁର : ବର୍ତ୍ତମାନ ସୁଦ୍ଧା ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ରାଜଧାନୀ‌‌ରେ ଚିହ୍ନଟ ହୋଇଛନ୍ତି। କିନ୍ତୁ ରାଜଧାନୀ ଉପକଣ୍ଠରେ ଥିବା ଆପାର୍ଟମେଣ୍ଟଗୁଡ଼ିକରେ ଏବେ ବି ଅନେକ ସଂଦିଗ୍ଧ ଆତ୍ମଗୋପନ କରି ରହିଥିବା ସୂଚନା ମିଳିଛି। ଏମାନେ ସଂକ୍ରମିତ ଦେଶ କିମ୍ବା ବାହାର ରାଜ୍ୟରୁ ଫେରିଥିଲେ ହେଁ ନିଜକୁ ପଞ୍ଜୀକୃତ କରାଇନାହାନ୍ତି କିମ୍ବା ଗୃହ ସଙ୍ଗରୋଧରେ ମଧ୍ୟ ରହୁନାହାନ୍ତି। ତେଣୁ ଆଗାମୀ ଦିନରେ ଏମାନେ ଯେ ଏକ ବିପଦକୁ ଡାକି ନ […]

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ଦ୍ରବ୍ୟକୁ ସଂଚୟ କରି ରଖିବା ସହ ଏହାର କଳା ବଜାରିରେ ଲିପ୍ତ ଥିବା ଲୋକଙ୍କୁ ଦଣ୍ଡ ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଏକ କଠୋର ଆଇନ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନର ସୁବିଧା ନେଇ କିଛି ଲୋକ ଅତ୍ୟାବଶ୍ୟକ ଜିନିଷକୁ ମହଜୁଦ ରଖି କଳା ବଜାରି କରୁଥିବାରୁ କେନ୍ଦ୍ର ସରକାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଜିନିଷକୁ ମହଜୁଦ ରଖି କଳା […]

ଆନନ୍ଦପୁର : ପୁଣି ବିବାଦରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓରଫ ଟୁଟୁ। ଏହି ଯୁବନେତା ତଥା ଘସିପୁରା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ଗତକାଲି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନାକୁ ଏତଲା ଦେବାକୁ ଯାଇ ପୁଲିସ ସହିତ ମୁହାଁମୁହିଁ ହୋଇଥିଲେ। ମୋବାଇଲରେ ଭିଡିଓ ରେକର୍ଡିଂ କରିବାକୁ ଜଣେ ପୁଲିସ ଏସ୍‌ଆଇ ବାରଣ କରିବାରୁ ବିବାଦର ସୂତ୍ରପାତ ହୋଇଥିଲା। ଝଗଡ଼ା ବଢ଼ିବାରୁ ଦେବାଶିଷ ସେଠାରୁ […]

ନୂଆଦିଲ୍ଲୀ: ମାଲେସିଆ ଖସିଯିବାକୁ ଉଦ୍ୟମ କରୁଥିବା ଆଠଜଣ ବ୍ୟକ୍ତି ରବିବାର ଦିନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଧରାପଡ଼ିଛନ୍ତି। ସେମାନେ ସମସ୍ତେ ମାଲେସିଆର ନାଗରିକ। ନିକଟ ଅତୀତରେ ସେମାନେ ନିଜାମୁଦ୍ଦିନରେ ଅନୁଷ୍ଠିତ ତବଲିଗି ଜମାତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କଥା ଲୁଚାଉଥିବା ସନ୍ଦେହ କରାଯାଉଛି। ଭାରତରୁ ମାଲେସିଆ ଯାଉଥିବା ମାଲିଣ୍ଡୋ ଏୟାରୱେଜର ଏକ ରିଲିଫ୍ ବିମାନରେ ସେମାନେ ଚଢ଼ିବାକୁ ଉଦ୍ୟମ କରୁଥିଲେ। ଏଠାରେ ସ୍ମରଣ କରାଇ ଦିଆଯାଇ […]

ତଥ୍ୟ ଲୁଚାଇ ୨ ଅସୁସ୍ଥ ଶିଶୁଙ୍କୁ ଭର୍ତ୍ତି କରିଥିଲେ, ତୁରନ୍ତ ବିଶୋଧନ କରାଗଲା ୨ ୱାର୍ଡ କଟକ: ଦୁଇ କରୋନା ସନ୍ଦିଗ୍ଧଙ୍କ ମାରାତ୍ମକ କାର୍ଯ୍ୟ କଟକ ଶିଶୁଭବନ ସମେତ ଏବେ ଅନେକଙ୍କୁ ବିପଦ ମୁହଁକୁ ଟାଣି ଆଣିଛି। ଦୁବାଇ ଫେରନ୍ତା ଏକ ପରିବାର ନିଜ ସମ୍ପର୍କରେ ତଥ୍ୟ ଲୁଚାଇ ଦୁଇ ଅସୁସ୍ଥ ଶିଶୁଙ୍କୁ ଚିକିତ୍ସା ପାଇଁ ଆଣି କଟକ ଶିଶୁ ଭବନରେ ଭର୍ତ୍ତି କରିଛନ୍ତି। କିନ୍ତୁ ସେମାନଙ୍କ ସମ୍ପର୍କରେ ତଥ୍ୟ […]

ଭୁବନେଶ୍ୱର: ଆଜର ରାଜଧାନୀ ଭୁବନେଶ୍ୱରରେ ୬୪ଜଣ ସଟ୍‌ଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ପୁଲିସ ଉଠାଇ ନେଇଥିବାର ଖବର ମିଳିଛି। ୪୫ଜଣଙ୍କୁ ବାଧ୍ୟତାମୂଳକ କ୍ଵାରେଣ୍ଟାଇନରେ ରଖାଗଲା ବୋଲି ଡିସିପି ସୂଚନା ଦେଇଛନ୍ତି। ପୁଲିସ ୧୪ଦିନ ପାଇଁ କ୍ଵାରେଣ୍ଟାଇନ ରୁମ୍‌ରେ ରଖିଥିବା ଜଣାଯାଇଛି। ଆଜି ସକାଳୁ ରାଜଧାନୀର ବିଭିନ୍ନ ବସ୍ତିରେ ପୁଲିସର ପାଟ୍ରୋଲିଂ ଜାରି ରହିଛି। ଲୋକ ଗିରଫ ଭୟରେ ଘରୁ ବାହାରୁ ନ ଥିବାର ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ, ଭଦ୍ରକ ସହରରୁ ୩ […]

ସମ୍ବଲପୁର : ସାରା ଦେଶରେ ଲକ୍‌ଡାଉନ୍ ଘୋଷଣା ହୋଇଥିବା ସମୟରେ ସମ୍ବଲପୁର ଶାସନ ଥାନା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏ ନେଇ ଶାସନ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶାସନ ଥାନା ଅନ୍ତର୍ଗତ ପରମାଣପୁର ଗାଁର ଜଣେ ଓଲଡିଂ ମିସ୍ତ୍ରୀଙ୍କର ୧୧ ବର୍ଷ ବୟସ୍କା ନାବାଳିକା କନ୍ୟା ନିଜର ଆଈଙ୍କ ସହ ଘରେ ଶୋଇଥିଲେ। ରାତି […]

ଭୁବନେଶ୍ୱର : ଆମ୍ବୁଲାନ୍ସର ଅପବ୍ୟବହାରକୁ ରୋକିବା ଲାଗି ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। ଆମ୍ବୁଲାନ୍ସକୁ ଯାତ୍ରୀ ପରିବହନ ଲାଗି ବ୍ୟବହାର କରୁଥିବା ଜଣାପଡ଼ିଲେ ଡ୍ରାଇଭରକୁ ଗିରଫ କରାଯିବ ଓ ଗାଡ଼ି ବାଜ୍ୟାପ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ତେବେ ରାଜ୍ୟରେ କେତେକ ସ୍ଥାନରେ ଆମ୍ବୁଲାନ୍ସର ଅସଦବ୍ୟବହାର କରାଯାଇଥିବା ଖବର ଆସିଛି। ଲକଡାଉନ ସମୟରେ ଆମ୍ବୁଲାନ୍ସରେ କିଛି ଲୋକଙ୍କୁ ବୁହାଯାଉଥିବା ସୂଚନା ମିଳିଛି […]

Social media & sharing icons powered by UltimatelySocial