ଭୁବନେଶ୍ୱର/ବୋଲଗଡ଼ : ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଆସି ଭୁବନେଶ୍ବର ଏୟାରଫିଲ୍ଡ ଥାନା ପୁଲିସ ହଟହଟା ହୋଇଛି। ଅଭିଯୁକ୍ତ ଯୁବକଙ୍କୁ ଗ୍ରାମର ମହିଳା ଓ ପୁରୁଷ ମେଳି ବାନ୍ଧି ପୁଲିସଠାରୁ ଛଡ଼େଇ ନେଇଛନ୍ତି। ଫଳରେ ପୁଲିସ ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଛି। ଭୁବନେଶ୍ୱର କମିସନରେଟ୍ ପୁଲିସ ଅନ୍ତର୍ଗତ ଏୟାରଫିଲ୍ଡ ଥାନାର କେସ ନଂ ୧୫୭/୧୯ ବଳରେ ଜନୈକ କଲେଜ ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର ପଦର୍ଶନ, ହତ୍ୟା ଧମକ ଓ […]

ଭୁବନେଶ୍ୱର: ବନ୍ଦ ବେଳେ ବେପାର ! ଏପଟେ ଚାଲିଥାଏ ଜୋରଦାର ଆନ୍ଦୋଳନ ଆଉ ଅନ୍ୟପଟେ ଚାଲିଥାଏ ବେପାର । କଥାଟା ଆପଣଙ୍କୁ ଅଡୁଆ ଲାଗୁଥିଲେ ବି ନିରାଟ ସତ୍ୟ । ୧୨ ଦଫା ଦାବି ନେଇ ଆଜି ଦେଶବ୍ୟାପି ବନ୍ଦ ପାଳନ କରାଯାଉଥିବା ବେଳେ ଓଡିଶାରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ଭାରତ ବନ୍ଦ ପ୍ରଭାବରେ ଆଜି ଗାଡିମଟର ସେବା ବନ୍ଦ ରହିଥିବା ବେଳେ କିଛି ଯୁବକମାନେ କିନ୍ତୁ […]

ଫାଶୀ ପୂର୍ବରୁ ଫିଲ୍ମ ଷ୍ଟାଇଲ୍‌ରେ ଶେଷ ଇଚ୍ଛା ପଚରାଯିବନି ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ୪ ଜଣ ଦୋଷୀଙ୍କୁ ଏକସଂଗରେ ଫାଶୀ ଦିଆଯିବ। ଭାରତ ଇତିହାସରେ ଏହା ପ୍ରଥମ ଘଟଣା ହେବ। ତିହାର ଜେଲ୍‌ରେ ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ଜଣାପଡ଼ିଛି। ତିହାର ଜେଲ୍‌ କର୍ତ୍ତୃପକ୍ଷ ୪ ଦୋଷୀଙ୍କୁ ଏକାବେ‌ଳେ ଫାଶୀ ଦେବାପାଇଁ ଏକ ନୂଆ ଫାଶୀଖୁଣ୍ଟ ପ୍ରସ୍ତୁତ କରିଛନ୍ତି। ଦେଶର ପ୍ରଥମ ଜେଲ୍‌ ଭାବେ ତିହାରରେ ଏକାବେଳେ ୪ ଜଣଙ୍କୁ […]

ମୋବାଇଲ୍‌ରେ କଏଦ୍‌ ମୃତ୍ୟୁ ପୂର୍ବର ଦୃଶ୍ୟ, କ୍ୟାମ୍ପସ୍‌ରେ ନିଶାଦ୍ରବ୍ୟ ବିକ୍ରି ହେଉଛି କିପରି?‌ ଚନ୍ଦ୍ରଶେଖରପୁର: ଇନ୍‌ଫୋସିଟି ଥାନା ଅଧୀନ ଏକ ଘରୋଇ ଇଂଜିନିୟରିଂ କଲେଜ ଛାତ୍ରୀ ଝୁମ୍ପା ଦେବନାଥ(୨୨)ଙ୍କ ଆତ୍ମହତ୍ୟା ଘଟଣା ଆଜି ନୂଆ ମୋଡ଼ ନେଇଛି। ଝୁମ୍ପାଙ୍କ ମୃତ୍ୟୁ ଖବର ପାଇ ଆଜି କୋଲକାତାରୁ ତାଙ୍କ ଘର ଲୋକ ଏଠାରେ ପହଞ୍ଚିଛନ୍ତି। ଝିଅ ମୃତ୍ୟୁ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ସେମାନେ ଦୋଷ ଦେଇଛନ୍ତି। ପିଉସୀ ସୁଧା ମଣ୍ଡଳଙ୍କ ଅଭିଯୋଗ […]

ଭୁବନେଶ୍ୱର : କାର୍ଯ୍ୟରତ ମହିଳା ସାମ୍ବାଦିକ ସ୍ୱାତୀ ଜେନା ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ ଘଟଣାରେ ସହିଦନଗର ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଏସପ୍ଲାନେଡ୍ ମଲ୍‌ର ମାର୍କେଟିଂ ମ୍ୟାନେଜର ଶ୍ୟାମା ଝା ଏବଂ ଦୁଇଜଣ ସୁରକ୍ଷାକର୍ମୀ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ। ମଲ୍ ଖୋଲିବା ପରେ ଆଜି ସାମ୍ବାଦିକମାନେ ସମ୍ମୁଖରେ ଏକାଠି ହୋଇ ପ୍ରତିବାଦ କରିଥିଲେ। ଏହାପରେ ପୁଲିସ ଦୁଇ ସୁରକ୍ଷାକର୍ମୀ ପଙ୍କଜ ଓ […]

ଅଟକାଇ ରଖିଲେ, ପୁଲିସ ଉଦ୍ଧାର କଲା ଭୁବନେଶ୍ୱର : ବେଆଇନ ପ‌ାର୍କିଂ ଫି’ ଆଦାୟକୁ ନେଇ ବିବାଦରେ ଥିବା ଏସ୍‌ପ୍ଲାନେଡ୍‌ ମଲ୍‌ କର୍ମଚ‌ାରୀଙ୍କ ଦାଦାଗିରି ଆଜି ଦେଖିବାକୁ ମିଳିଛି। ମଲ୍‌ରେ ପାର୍କିଂ ଫି’ ଆଦାୟ ହେଉଥିବାରୁ ଏହି ଘଟଣାର ଖବର ସଂଗ୍ରହ ପାଇଁ ଯାଇଥିବା ଏକ ଘରୋଇ ୱେବ୍‌ ଚାନେଲ୍‌ର ମହିଳା ସାମ୍ବାଦିକ ଓ କ୍ୟାମେରାମ୍ୟାନ୍‌ଙ୍କୁ କାର୍ଯ୍ୟରତ ସୁରକ୍ଷାକର୍ମୀ ଆକ୍ରମଣ କରିଥିବା ଅଭି‌ଯୋଗ ହୋଇଛି। କେବଳ ଆକ୍ରମଣ ହୋଇନାହିଁ ବରଂ […]

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ଲୋକଙ୍କ ଉପରେ ରାଗି ଘରୁ ବାହାରି ଆସିଥିବା ନାବାଳିକାଙ୍କୁ କିଛି ଦୁର୍ବୃତ୍ତ ବସ୍‌ ଭିତରେ ଦୁଷ୍କର୍ମ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ପୁଲିସ ଏହି ଘଟଣାର ଯାଞ୍ଚ କରିବା ପରେ ଜଣେ ଦୁଷ୍କର୍ମକାରୀକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ରାଜଗଡ଼ ଜିଲ୍ଲା ମୁଠାଲିଆରେ ବସବାସ କରୁଥିବା ନାବାଳିକା ସ୍ୱପ୍ନା (ଛଦ୍ମନାମ) […]

ଭୁବନେଶ୍ୱର : ଷ୍ଟେସନ ନିକଟ ନିୟୁ ଆଶୀର୍ବାଦ ହୋଟେଲରୁ ଗିରଫ ହୋଇଥିବା ବାଂଲାଦେଶୀ ଯୁବତୀ ବେଶ୍ୟାବୃତ୍ତିରେ ଲିପ୍ତ ଥିଲେ ବୋଲି ପୁଲିସ ସ୍ପଷ୍ଟ କରିଛି। ଜଣେ ଦଲାଲଙ୍କ ଜରିଆରେ ସେ ଏଠାକୁ ଆସିଥିଲେ। ବାଂଲାଦେଶରୁ ଲୁଚିଛପି ପଶ୍ଚିମବଙ୍ଗ ଆସିବା ପରେ ଦଲାଲଙ୍କ ଜରିଆରେ ନିଜର ନକଲି ଆଧାରକାର୍ଡ ତିଆରି କରିଥିଲେ। ଏହି ନକଲି ଆଧାର କାର୍ଡ ବଳରେ ସେ ଦେଶର ବିଭିନ୍ନ ସ୍ଥାନ ବୁଲିବାରେ ସକ୍ଷମ ‌ହେଉଥିଲେ। ଗିରଫ ବାଂଲାଦେଶୀ […]

ହାଇଦ୍ରାବାଦ: ତେଲେଙ୍ଗାନାରେ ଜଣେ ଗର୍ଭବତୀ ମହିଳାଙ୍କର ପ୍ରସବ ସମୟରେ ନବଜାତର ମୁଣ୍ଡ କଟିଯାଇଛି | ନବଜାତର ମୁଣ୍ଡଟି କଟିଯାଇ ଡାକ୍ତରଙ୍କ ହାତକୁ ଆସିଯାଇଥିବା ବେଳେ ଗଣ୍ଡିଟି ମା‘ର ପେଟରେ ହିଁ ରହିଯାଇଛି | ଏହି ଘଟଣାଟି ନାଗରକୁରନୁଲ ଜିଲ୍ଲାର ଅଛମପେଟ ହସ୍ପିଟାଲରେ ଘଟିଛି | କେବଳ ଏତିକି ନୁହେଁ, ଏହି ଘଟଣା ବାବଦରେ ମହିଳାଙ୍କ ପରିବାର ଲୋକଙ୍କୁ କିଛି ନ ଜଣାଇ ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାର ପରିବାର […]

୨୫ ଲକ୍ଷ ଜରିମାନା; ପୀଡ଼ିତାଙ୍କ ମା‌’ଙ୍କୁ ୧୦ ଲକ୍ଷର ଅତିରିକ୍ତ ସହାୟତା, ଲୋକପ୍ରତିନିଧି ହୋଇ ସେଙ୍ଗର ଲୋକଙ୍କ ସହ ବିଶ୍ୱାସଘାତ କରିଛନ୍ତି ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଦିଲ୍ଲୀର ତିସ୍‌ହଜାରି କୋର୍ଟ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ଜିଲ୍ଲା ଜଜ୍‌ ଧର୍ମେଶ ଶର୍ମା ସେଙ୍ଗରଙ୍କୁ ୨୫ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ […]

Social media & sharing icons powered by UltimatelySocial