ନୂଆଦିଲ୍ଲୀ: ଗୁରୁ ତେଗ୍‌ ବାହାଦୁରଙ୍କ ୪୦୦ତମ ଜନ୍ମ ବାର୍ଷିକୀ ଅବସରରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଥିବା ଗୁରଦ୍ବାର ସିସ୍‌ ଗଞ୍ଜ ସାହିବ ଦର୍ଶନ କରିଛନ୍ତି। ୪୦୦ତମ ପ୍ରକାଶ ପୁରବ ଉପଲକ୍ଷେ ସେ ଗୁରଦ୍ବାରରେ ପ୍ରାର୍ଥନା କରିବା ସହ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୁରୁ ତେଗ୍‌ ବାହାଦୁର ‌କୌଣସି ସ୍ବେଚ୍ଛାଚାର ଏବଂ ଅନ୍ୟାୟ ଆଗରେ ମୁଣ୍ଡ ନୋଇଁ ନ ଥିଲେ। ତାଙ୍କର ଆତ୍ମବଳି […]

ପୁରୀ: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଆଖି ଆଗରେ ରଖି ବଡ଼ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ସଂକ୍ରମଣକୁ କମ କରିବା ପାଇଁ ମେ’ ୧୫ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି। ଏହି ସମୟ ମଧ୍ୟରେ ‌ଶ୍ରୀମନ୍ଦିରରେ କେବଳ ମହାପ୍ରଭୁଙ୍କ ନୀତିକାନ୍ତି କରାଯିବ। ଆଜିର ଭର୍ଚୁଆଲ୍ ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ, ଏସପି ଓ ଛତିଶା ନିଯୋଗ ସେବାୟତଙ୍କ ସହ ଆଲୋଚନା କରିବା ପରେ ଏହି […]

ପୁରୁଣା ଭୁବନେଶ୍ବର: ଆଜି ପବିତ୍ର ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା। ମାଉସୀ ମା’ ଛକସ୍ଥିତ ରାମେଶ୍ବର ମନ୍ଦିର ଅଭିମୁଖେ ରୁକୁଣା ରଥରେ ଯାତ୍ରା କରି‌ବେ ପ୍ରଭୁ ଶ୍ରୀଲିଙ୍ଗରାଜ। ରଥରେ ବିରାଜମାନ କରିବେ ପ୍ରଭୁ ଲିଙ୍ଗରାଜ(ଚନ୍ଦ୍ରଶେଖର), ଦେବୀ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ(ଦୋଳଗୋବିନ୍ଦ)। ସାରଥୀ ସାଜି ସ୍ବୟଂ ବ୍ରହ୍ମା ରଥ ଚାଳନା କରିବେ। ପାଞ୍ଚ ଦିନ ପାଇଁ ପ୍ରଭୁ ରାମେଶ୍ବର ମନ୍ଦିରରେ ଅବସ୍ଥାନ କରିବେ। ଚଳିତ ବର୍ଷ କରୋନା କଟକଣା ପାଇଁ […]

ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ମନ୍ଦିରର ୪ଜଣ ସେବାୟତ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାପରେ ବିଏମ୍‌ସି ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ରୋକ୍‌ ଲାଗିଛି। ଆଗାମୀ ନିର୍ଦ୍ଦେଶନାମା ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେନି ବୋଲି ବିଏମ୍‌ସିର (ଦକ୍ଷିଣ-ପୂର୍ବ)ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ସେବାୟତ କରୋନା ଆକ୍ରାନ୍ତ […]

ଖଣ୍ଡଗିରି ପର୍ଯ୍ୟନ୍ତ ରହିଛି ସୁଡ଼ଙ୍ଗ, ରକ୍ଷଣାବେକ୍ଷଣ ପ୍ରତି ପ୍ରଶାସନ ବିମୁଖ କାହିଁକି ? ଭୁବନେଶ୍ବର: ଚାରିପଟେ କୁଢ଼ କୁଢ଼ ଅଳିଆ। ପ୍ରଶାସନ ପକ୍ଷରୁ ରକ୍ଷଣାବେକ୍ଷଣ କରାଯାଉନାହିଁ। ଛାତରୁ ସିମେଣ୍ଟ ଖସି ଲୁହା ରଡ଼ ଦେଖାଯାଉଛି। ଏହା ହେଉଛି ବଡ଼ଗଡ଼ ବ୍ରିଟ୍ ଅଞ୍ଚଳରେ ଥିବା ପୁରାଣ ପ୍ରସିଦ୍ଧ ‘ପଞ୍ଚୁପାଣ୍ଡବ ଗୁମ୍ଫା’ର ଦୟନୀୟ ଅବସ୍ଥା। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ଥିବା ଏହି ୧୫୦୦ ବର୍ଷ ପୁରୁଣା ଐତିହ୍ୟସ୍ଥଳୀର ଦେଖାରେଖା ଓ ସୁରକ୍ଷା […]

ଭୁବନେଶ୍ୱର: କଟକ ଜିଲ୍ଲା ଆମ୍ବିଳିଝରି ଗ୍ରାମ ନିକଟସ୍ଥ ଡାଳିଯୋଡ଼ା ଜଙ୍ଗଲ ମଧ୍ୟ‌ରେ ଏକ ପ୍ରାଚୀନ କୂଅର ସନ୍ଧାନ ମିଳିଛି। ଏହି କୂଅଟି ଦ୍ବାଦଶ/ତ୍ରୟୋଦଶ ଶତାବ୍ଦୀ‌ରେ ନିର୍ମିତ ହୋଇଥିବା ନେଇ ଇଣ୍ଡିଆନ୍ ନ୍ୟାସନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲଚରାଲ୍ ହେରିଟେଜ୍ (ଇନ୍‌ଟାକ୍‌) ପକ୍ଷରୁ ଅନୁମାନ କରାଯାଇଛି। ଏହି ପ୍ରାଚୀନ କୂଅଟିର ସନ୍ଧାନ ପ୍ରଥମେ ଡାଳିଯୋଡ଼ା ପ୍ରାସାଦରେ ରହୁଥିବା ପଞ୍ଚାକୋଟ ରାଜପରିବାରର ବର୍ତ୍ତମାନର ରାଜା ଦେବଜିତ୍ ସିଂହଦେଓ ପାଇଥିଲେ। ପରେ ସେ […]

ପୁରୁଣା ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ମଧ୍ୟାହ୍ନ ସାଢ଼େ ୧୨ଟାରୁ ୨ଟା ମଧ୍ୟରେ ଠାକୁରଙ୍କ ପହଣ୍ଡି କରାଯିବ ଓ ୪ଟାରେ ଆରମ୍ଭ ହେବ ରଥ ଟଣା। ସନ୍ଧ୍ୟା ସାଢ଼େ ୭ଟା ସୁଦ୍ଧା ରଥ ରା‌‌ମେଶ୍ବର ପାଟଣାରେ ପହଞ୍ଚିବ ଓ ଠାକୁର ଶ୍ରୀରାମେଶ୍ବର ମନ୍ଦିରକୁ ବିଜେ କରିବେ। ମନ୍ଦିର କାର୍ଯ୍ୟାଳୟ ସୂଚନା ଅନୁଯାୟୀ ସେଦିନ ଭୋର୍‌ […]

ଘରୋଇ କବ୍‌ଜାରେ ପାଣ୍ଡରା ସତରନଳା ଭୁବନେଶ୍ବର: ଐତିହାସିକ ପାଣ୍ଡରା ସତରନଳା ଏବେ ଘରୋଇ କବ୍‌ଜାକୁ ଚାଲିଯିବାକୁ ବସିଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ପାଇଁ ରାଜଧାନୀର ଏହି ପ୍ରାଚୀନ କୀର୍ତ୍ତିରାଜିକୁ ଅସାମାଜିକ ବ୍ୟକ୍ତିମାନେ ଜବରଦଖଲ କରିବାକୁ ବସିଛନ୍ତି। ତୁରନ୍ତ ଏହାର ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନ ନେଲେ, ଏହି ଐତିହାସିକ କୀର୍ତ୍ତିରାଜି ନଷ୍ଟ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ ଗବେଷକମାନେ ଏହାର ସୁରକ୍ଷା ପାଇଁ ଦାବି […]

ଭୁବନେଶ୍ବର : କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସରକାର ହୋଲି ଖେଳ ଉପରେ କଟକଣା ଲଗାଇଛନ୍ତି। କେବଳ ଘରେ ଖେଳିବା ପାଇଁ ନିର୍ଦ୍ଦେଶ ରହିଛି। ବାହାରେ ଖେଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରତ୍ୟେକ ଗଳିକନ୍ଦିରେ ପିସିଆର ଭ୍ୟାନ୍‌ ବୁଲିବା ସହ ପ୍ରତ୍ୟେକ ଥାନା ସ୍ବତନ୍ତ୍ର ଟିମ୍‌ କରି ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ […]

ଭୁବନେଶ୍ବର: କରୋନା ପାଇଁ ଏଥର ‌ରଙ୍ଗର ପର୍ବ ହୋଲି ଫିକା ପଡ଼ିବ। ହୋଲି ଖେଳ ଉପରେ କଟକଣା ଲାଗୁ ପରେ ୟୁନିଟ୍‌-୧ ହାଟ ସହ ସହରର କିଛି କିଛି ପ୍ରମୁଖ ହାଟରେ ରଙ୍ଗ ଦୋକାନ ଖୋଲିଥିବା ଦେଖିବାକୁ ମିଳିଛି। କିନ୍ତୁ ଗତ ବର୍ଷଗୁଡ଼ିକ ଭଳି ଭିନ୍ନ ଭିନ୍ନ ରକମର ଆଇଟମ୍‌ କିମ୍ବା କୌଣସି ନୂଆ ସାମଗ୍ରୀ ବଜାରକୁ ଆସି ନାହିଁ। କିଛି କିଛି ବେପାରୀ ଗତବର୍ଷର ବଳକା ମାଲ୍‌କୁ ବିକ୍ରି […]

Social media & sharing icons powered by UltimatelySocial