ଗୁରୁ ତେଗ୍‌ ବାହାଦୁରଙ୍କ ୪୦୦ତମ ପ୍ରକାଶ ପୁରବ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୋଦୀ

ଗୁରୁ ତେଗ୍‌ ବାହାଦୁରଙ୍କ ୪୦୦ତମ ପ୍ରକାଶ ପୁରବ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୋଦୀ

ନୂଆଦିଲ୍ଲୀ: ଗୁରୁ ତେଗ୍‌ ବାହାଦୁରଙ୍କ ୪୦୦ତମ ଜନ୍ମ ବାର୍ଷିକୀ ଅବସରରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଥିବା ଗୁରଦ୍ବାର ସିସ୍‌ ଗଞ୍ଜ ସାହିବ ଦର୍ଶନ କରିଛନ୍ତି। ୪୦୦ତମ ପ୍ରକାଶ ପୁରବ ଉପଲକ୍ଷେ ସେ ଗୁରଦ୍ବାରରେ ପ୍ରାର୍ଥନା କରିବା ସହ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୁରୁ ତେଗ୍‌ ବାହାଦୁର ‌କୌଣସି ସ୍ବେଚ୍ଛାଚାର ଏବଂ ଅନ୍ୟାୟ ଆଗରେ ମୁଣ୍ଡ ନୋଇଁ ନ ଥିଲେ। ତାଙ୍କର ଆତ୍ମବଳି ଅନେକଙ୍କୁ ସାମର୍ଥ୍ୟ ଓ ପ୍ରେରଣା ପ୍ରଦାନ କରେ। ଗୁରୁ ତେଗ୍‌ ବାହାଦୁରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ୪୦୦ତମ ପ୍ରକାଶ ପୁରବର ସ୍ବତନ୍ତ୍ର ଅବକାଶରେ ମୁଁ ଶ୍ରୀଗୁରୁ ତେଗ୍‌ ବାହାଦୁରଜୀଙ୍କ ସମ୍ମୁଖରେ ମଥାନତ କରୁଛି।

ନିଜର ସାହସ ଏବଂ ନିଷ୍ପୀଡ଼ିତମାନଙ୍କ ପ୍ରତି ସେବା ପାଇଁ ସେ ବିଶ୍ବବ୍ୟାପୀ ସମ୍ମାନିତ। ସ୍ବେଚ୍ଛାଚାର ଏବଂ ଅନ୍ୟାୟ ଆଗରେ ସେ ମୁଣ୍ଡ ନୋଇଁ ନ ଥିଲେ। ତାଙ୍କର ଆତ୍ମବଳି ଅନେକଙ୍କୁ ସାମର୍ଥ୍ୟ ଓ ପ୍ରେରଣା ପ୍ରଦାନ କରେ। ଆଜି ଗୁରଦ୍ବାର ଯିବା ପଥରେ ପ୍ରଧାନମନ୍ତ୍ରୀ କୌଣସି ନିରାପତ୍ତା ବ୍ୟବସ୍ଥା କରାଇ ନ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦର୍ଶନ ଅବସରରେ ଗୁରଦ୍ବାରରେ କୌଣସି ପ୍ରକାରର ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇ ନ ଥିଲା।

Share Now:

Kalinga News Beuro

Next Post

ଓଡ଼ିଶାକୁ ମେ’୫ରୁ ୧୯ପର୍ଯ୍ୟନ୍ତ ଲକଡାଉନ କଲେ ରାଜ୍ୟ ସରକାର

Sun May 2 , 2021
ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତିକୁ ଦେଖି ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ନାଇଟ କର୍ଫ୍ୟୁ ଓ ସଟଡାଉନ ଭଳି ପଦକ୍ଷେପ ନିଆଯାଇଥିବା ବେଳେ ଏବେ ରାଜ୍ୟକୁ ୧୪ଦିନ ପାଇଁ ଲକଡାଉନ କରାଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ’୫ରୁ ୧୯ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲାରେ ଲକଡାଉନ ହେବ। ଏହି ସମୟ ମଧ୍ୟରେ ସ୍ବାସ୍ଥ୍ୟ ଓ ଜରୁରୀ ସେବା ଜାରି ରହିବ। ଘରଠୁ ୫୦୦ମିଟର ଦୂରତା ଭିତରେ […]
ମେ’୫ରୁ ୧୯ପର୍ଯ୍ୟନ୍ତ ଓଡ଼ିଶାକୁ ଲକଡାଉନ କଲେ ରାଜ୍ୟ ସରକାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial