ବାହାରେ ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ: ପୁଲିସ କମିସନର

ବାହାରେ ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସରକାର ହୋଲି ଖେଳ ଉପରେ କଟକଣା ଲଗାଇଛନ୍ତି। କେବଳ ଘରେ ଖେଳିବା ପାଇଁ ନିର୍ଦ୍ଦେଶ ରହିଛି। ବାହାରେ ଖେଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରତ୍ୟେକ ଗଳିକନ୍ଦିରେ ପିସିଆର ଭ୍ୟାନ୍‌ ବୁଲିବା ସହ ପ୍ରତ୍ୟେକ ଥାନା ସ୍ବତନ୍ତ୍ର ଟିମ୍‌ କରି ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପରିସ୍ଥିତିରେ କେହି ବାହାରେ ଖେଳୁଥିବା ଦେଖାଗଲେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ରହିଥିବା ସେ ସୂଚନା ଦେଇଛନ୍ତି। ତା ସହିତ ସେ ପରାମର୍ଶ ଦେଇଛନ୍ତି କି କାର୍ଯ୍ୟାନୁଷ୍ଠାନର ଶିକାର ନ ହୋଇ ଏହି ପର୍ବକୁ ପରିବାର ସହ ପାଳନ କରନ୍ତୁ।

Share Now:

Kalinga News Beuro

Next Post

ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଲେ ରୁଦ୍ର

Sun Mar 28 , 2021
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀଙ୍କୁ ପିପିଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଭେଟିଛନ୍ତି। ପିପିଲି ମୈଦାନକୁ ଓହ୍ଲାଇବା ପୂର୍ବରୁ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଛନ୍ତି ରୁଦ୍ର। ଏହାସହ ନବୀନ ନିବାସରୁ ଟିକେଟ ନେଇ ଫେରିଛନ୍ତି ରୁଦ୍ର ପ୍ରତାପ। ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରୁଦ୍ର। ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଧେନ୍ଦୁଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରୁଦ୍ର ପ୍ରତାପ […]
ରୁଦ୍ର ପ୍ରତାପ ମହାରଥୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial