ଭୁବନେଶ୍ୱର : କାଗଜପତ୍ର ପ୍ରସ୍ତୁତି ପାଇଁ ସରକାର ଦେଇଥିବା ମହଲତ ଶେଷ ହୋଇଛି। ଏଣିକି ଆଉ ନିୟମ ଉଲ୍ଲଙ୍ଘନକାରୀଙ୍କୁ ନିସ୍ତାର ନାହିଁ। ଦୀର୍ଘ ୬ ମାସର ବିରତି ପରେ ଆଜି ଠାରୁ (ରବିବାର) ରାଜ୍ୟରେ ପୁଣି ଥରେ ସଂଶୋଧିତ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ ହେବାକୁ ଯାଉଛି। ଏଥର ଜୋରଦାର ଧରପଗଡ଼ ହେବ। ଯିଏ ନିୟମ ଭାଙ୍ଗିବ, ତା’ଠାରୁ ମୋଟା ଅଙ୍କର ଜରିମାନା ଆ‌ଦାୟ କରାଯିବ। ଟ୍ରାଫିକ୍‌ ନିୟମ […]

ଗାଡି ଚାଳକଙ୍କ ପାଇଁ ସତର୍କ ଘଣ୍ଟି ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ପହିଲାରୁ ରାଜ୍ୟରେ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ହେବ ବୋଲି ଆଜି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ଦୁର୍ଘଟଣାର ହାର ହ୍ରାସ କରିବାକୁ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଗାଡି ଚାଳକଙ୍କ ପାଇଁ ସତର୍କ ଘଣ୍ଟି । ମାର୍ଚ୍ଚ ପହିଲାରୁ ପୁଣି ରାଜ୍ୟରେ […]

ମଦୁରାଇ: ୟୋକୋହାମା ବନ୍ଦରରେ ପୃଥକ କରି ରଖାଯାଇଥିବା ବିଳାସମୟ ଜାହାଜ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ରୁ ଭାରତୀୟ ପରିଚାରକମାନଙ୍କୁ (କ୍ରୁ’ ମେମ୍ବର୍ସ) ସ୍ଥାନାନ୍ତର କରାଯାଇପାରେ। ଏଥି ନିମନ୍ତେ ପ୍ରସ୍ତୁତ ରହିବାକୁ ଜାପାନସ୍ଥିତ ଭାରତୀୟ ଦୂତାବାସ ତରଫରୁ ମଙ୍ଗଳବାର ଦିନ ସେମାନଙ୍କୁ କୁହାଯାଇଛି। ଏକ ଚାଟର୍ଡ ବିମାନରେ ସେମାନଙ୍କୁ ପାଣିଜାହାଜ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ରୁ ଉଦ୍ଧାର କରାଯିବ। କେତେକ ଯାତ୍ରୀ ‘କରୋନାଭାଇରସ୍‌’ ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିବା ପରେ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’କୁ ପୃଥକ୍‌ ରଖାଯାଇଛି। ମଙ୍ଗଳବାର […]

ଆୟ ଠୁଁ ବଢିଗଲା ବ୍ୟୟ ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ (ବିଏମ୍‌ସି)ର ୨୦୨୦-୨୧ ବଜେଟ୍‌ ରେକର୍ଡ କରିବାକୁ ଯାଉଛି। ବିଏମ୍‌ସି ଏହି ଆର୍ଥିକ ବର୍ଷରେ ୭୦୦କୋଟିର ବଜେଟ୍‌ କରିବାକୁ ଯୋଜନା କରୁଛି। ଆଶ୍ଚର୍ଯ୍ୟର ବିଷୟ ବିଏମ୍‌ସି ଏଥର ୧୦୦କୋଟି ରାଜସ୍ୱ ଆଦାୟ କରିପାରିବ କି ନାହିଁ ସେନେଇ ଦ୍ଵନ୍ଦରେ ଥିବାବେଳେ ଖର୍ଚ୍ଚ କିନ୍ତୁ ୭୦୦କୋଟି କରିବେ ବୋଲି ଯୋଜନା କରିସାରିଲେଣି। ବିଏମ୍‌ସି ପକ୍ଷରୁ ଆଜି ଆସନ୍ତା ଆର୍ଥିକ ବର୍ଷର […]

ଭୁବନେଶ୍ୱର: ଦେଶରେ ବର୍ତ୍ତମାନର ପରିପାର୍ଶ୍ଵିକ ପରିସ୍ଥିତି ଯାହା ତାହାକୁ ଅଣଦେଖା କରି କେନ୍ଦ୍ର ସରକାର ବା ମୋଦି ସରକାର ନିଜର ପ୍ରଚାର ଉଦ୍ଦେଶ୍ୟରେ ଯାହା ସବୁ କରୁଛନ୍ତି ତାହା ବଡ ଦୁର୍ଭାଗ୍ୟ ଜନକ। ଦେଶରେ ବଢୁଥିବା ବେକାରୀ ସମସ୍ୟା,କୃଷି ଓ କୃଷକ ମାନଙ୍କ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ,ଶିକ୍ଷା ,ସ୍ୱାସ୍ଥ୍ୟ ,ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ମଧ୍ୟ ବର୍ଗିୟ ଲୋକମାନଙ୍କ ଅଣ୍ଟା ଭାଙ୍ଗୁଥିବା ବେଳେ ,ଭାରତକୁ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ […]

ଭୁବନେଶ୍ୱର: ବିଏମ୍‌ସି ଓ ବିଡିଏର ଉଚ୍ଛେଦକାରୀ ଅଧିକାରୀଙ୍କ ଉପରେ ଲୋକ ହସିଲେଣି। କାରଣ ଯେଉଁଦିନ ଉଚ୍ଛେଦକାରୀ ଟିମ୍‌ ଜେସିବି ଲଗାଇ ଦୋକାନ ଭାଙ୍ଗିଲେ ବୋଲି କହୁଛନ୍ତି, ତା’ ପରଦିନ ସେଠାରେ ପୁଣି ଦୋକାନ ଗଢ଼ା ହେଉଛି। ବିଏମ୍‌ସି ଓ ବିଡିଏ ଅଧିକାରୀଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇ ପ୍ରତି ଅଞ୍ଚଳରେ ଏମିତି ଉଚ୍ଛେଦ ପରଦିନ ପୁଣି ଦୋକାନ ବସୁଥିଲେ ହେଁ କର୍ତ୍ତୃପକ୍ଷ କିଛି କରି ପାରୁନାହାନ୍ତି। ଏହି ଦୁଇଟି ସଂସ୍ଥାର ଅଧିକାରୀଙ୍କ […]

ଭୁବନେଶ୍ୱର: ଇକୋ ଟୁରିଜିମ୍‌ ଟୁର୍‌ ପ୍ୟାକେଜ୍‌ ପର୍ଯ୍ୟଟକଙ୍କ ଦ୍ୱାରା ବିପୁଳ ଆଦୃତ ହେବାରୁ ଆହୁରି ନୂଆ ଟୁର୍‌ ପ୍ୟାକେଜ୍‌ ଆରମ୍ଭ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଗତ ଜାନୁଆରି ମାସରେ ଓଟିଡିସି ଓ ଜଙ୍ଗଲ ବିଭାଗ ପକ୍ଷରୁ ଭିତରକନିକା ଓ ସାତକୋଶିଆ ପାଇଁ ଦିନିକିଆ ଟୁର୍‌ ପ୍ୟାକେଜ୍‌ର ଶୁଭାରମ୍ଭ ହୋଇଥିବା ବେଳେ ଟିକେଟ୍‌ ବୁକିଂ ତାରିଖରୁ ସପ୍ତାହେ ମଧ୍ୟରେ ସମସ୍ତ ବୁକିଂ ଶେଷ ହୋଇଯାଉଛି। ତେଣୁ ଏହି ସଫଳତାକୁ ଆଧାର […]

ମାସ ଶେଷକୁ ହେବ ଜୋରଦାର ଚଢ଼ଉ, ବସିବ ମୋବାଇଲ୍‌ କୋର୍ଟ ଭୁବନେଶ୍ୱର: ସର୍ବକ୍ଷମା ଯୋଜନାର ଅବଧି ଫେବୃଆରୀ ୨୦ରେ ସରିବ। ଏହାପରେ ବିଏମ୍‌ସି ଓ ବିଡିଏ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବେଆଇନ ନିର୍ମାଣ ଉପରେ ଚଢ଼ଉ ହେବ। ଯିଏ ବିଡିଏର ବିଲଡିଂ ଏବଂ ପ୍ଲାନିଂ ନିୟମକୁ ଉଲ୍ଲଂଘନ କରି ବେଆଇନ ନିର୍ମାଣ କରିଥିବେ, ସେଗୁଡ଼ିକୁ ଭଙ୍ଗାଯିବ ନଚେତ୍ ସିଲ୍‌ କରାଯିବ। ଚଳିତ ମାସର ଶେଷ ସପ୍ତାହରୁ ସମସ୍ତ […]

ଖଣ୍ଡଗିରି: ସରକାରୀ ମଣ୍ଡିରେ ଧାନ ବିକିବା ପାଇଁ ଟୋକନ୍‌କୁ ଚାହିଁ ଚାହିଁ ଚାଷୀ ଆଖି ଜଳକା ହେଲାଣି। ଗୋଟିଏ ଗୋଟିଏ ମଣ୍ଡିରୁ ୭/୮ଥର ଲେଖାଏଁ ଧାନ ବିକ୍ରି ହେବା ପରେ ବି ବହୁ ଚାଷୀଙ୍କୁ ଟୋକୋନ୍‌ ମିଳି ନାହିଁ। ଫଳରେ ଅମଳ ପରେ ଧାନ ସାଇତିବା ସମସ୍ୟା କାରଣରୁ ବହୁ ଚାଷୀ ଏବେ ମଣ୍ଡି ଆଶା ଛାଡ଼ି ଘରୋଇ ବେପାରୀଙ୍କ ଦ୍ୱାରସ୍ଥ ହେବାରେ ଲାଗିଛନ୍ତି। ଏହି ମଉକାରେ ଘରୋଇ ବେପାରୀମାନେ […]

ଭୁବନେଶ୍ୱର: କିନ୍ନରମାନେ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ବକେୟା ହୋଲ୍ଡିଂ ଟିକସ ଆଦାୟ ଆରମ୍ଭ କରିଛନ୍ତି। ଟିକସ ଆଦାୟ କରିବାର ନୂଆ ରଣନୀତି ଭାବେ ଟି.ଜି. ସ୍ୱୀକୃତି ଏସ୍‌ଏଚ୍‌ଜି ଗୋଷ୍ଠୀକୁ ଏକ ବୁଝାମଣାପତ୍ର ମାଧ୍ୟମରେ ଦାୟିତ୍ୱ ଦିଆଯାଇଥିଲା ବେଳେ ଆଜି ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଛି। ବିଏମ୍‌ସି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ଏହାର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର […]

Social media & sharing icons powered by UltimatelySocial