୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା:  ଗୋଲ୍‌ଡ୍‌ କୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶନିବାର ଦିନ ଭାରତର ସତୀଶ କୁମାର ଶିବଲିଙ୍ଗମ୍‌ ୭୭ କେ. ଜି. ଭାର ଉତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। କ୍ରୀଡ଼ା ଆରମ୍ଭ ଦିନ ଏବଂ ତହିଁ ଆର ଦିନ ଭାରତର ମୀରାବାଈ ଚାନୁ ଏବଂ ସଞ୍ଜିତା ଚାନୁ ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ସତୀଙ୍କ ସ୍ୱର୍ଣ୍ଣ ପଦକ ହେଉଛି ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣପଦକ। ଦ୍ୱିତୀୟ […]

ଗାଲଡ଼କୋଷ୍ଟ:ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଯୋଡ଼ିଲେ ମଣିପୁରୀ ଖେଳାଳି ସଞ୍ଜିତା ଚାନୁ |ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି |ସେ ୫୩ କିଲୋ ବର୍ଗରେ ପ୍ରଥମେ ୮୪ କିଲୋ ଏବଂ ପରେ ୧୦୮ କିଲୋ ସମୁଦାୟ ୧୯୨ କିଲୋ ଭାର ଉତ୍ତୋଳନ କରି ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ |ଭାରତର ତୃତୀୟ ମହିଳା ଭାର ଉତ୍ତୋଳନକାରୀ ଭାବରେ ସେ […]

ଗୋଲ୍‌ଡକୋଷ୍ଟ୍‍: ଭାରୋତ୍ତୋଳନରୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତି ଭାରତ ଗୋଲ୍‌ଡକୋଷ୍ଟ୍‍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଭିଯାନ ଆରମ୍ଭ କରିଛି। ମହିଳା ଭାରୋତ୍ତୋଳିକା ମୀରାବାଇ ଚାନୁ ସ୍ୱର୍ଣ୍ଣ ଜିତିବାର କିଛି ଘଣ୍ଟା ପୂର୍ବରୁ ଗୁରୁରାଜା ପୂଜାରୀ ରୌପ୍ୟ ପଦକ ଜିତିଥିଲେ। ଫଳରେ ଆଶା ମୁତାବକ ଭାରତୀୟ ଦଳ ଏହି ଖେଳରେ ପ୍ରଦର୍ଶନ ଦେଖାଇଛି। ବୁଧବାର କରାରା ଷ୍ଟାଡିୟମ୍‌ରେ ରାତିରେ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ପରେ ଗୁୁରୁବାରଠାରୁ ବିଭିନ୍ନ ଖେଳର ପ୍ରତିଯୋଗିତା ଅରମ୍ଭ […]

ନୂଆଦିଲ୍ଲୀ: ୨୦୧୮ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତର ଗୁରୁରାଜ ପୁରୁଷ ବିଭାଗ ୫୬ କେ. ଜି. ଭାରତ୍ତୋଳନ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। ପ୍ରତି ଚାରି ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା କ୍ରୀଡ଼ାର ଉଦ୍‌ଘାଟନୀ ଦିବସରେ ଏହା ହେଉଛି ଭାରତ ପାଇଁ ପ୍ରଥମ ପଦକ। ପ୍ରଥମ ପର୍ଯ୍ୟାୟରେ ୧୧୧ କେ. ଜି. ଭାର ଉତ୍ତୋଳନ କରି ୨୮ ବର୍ଷିୟ ଗୁରୁରାଜ ନିଜର ତୃତୀୟ ପ୍ରଚେଷ୍ଟାରେ ସମୁଦାୟ ୨୪୯ କେ. […]

ଗୋଲ୍ଡକୋଷ୍ଟ: ଅଷ୍ଟ୍ରେଲିଆର ପ୍ରାକୃତିକ ସୌନ୍ଦର୍ଯ୍ୟଭରା କୁଇନ୍ସଲ୍ୟାଣ୍ଡ ପ୍ରଦେଶର ଗୋଲ୍ଡକୋଷ୍ଟଠାରେ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶୁଭାରମ୍ଭ ବୁଧବାର ଅପରାହ୍ନରେ ହୋଇଯାଇଛି। ବ୍ରିଟେନର ଯୁବରାଜ ପ୍ରିନ୍ସ ଚାର୍ଲସ ଆଜି ଔପଚାରିକ ଭାବେ ଏହି ୭୧ ଦଳୀୟ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରତିଯୋଗିତାରେ ପାଖାପାଖି ୬,୫୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି। ଏଥିରେ ୨୭୫ ଖେଳବର୍ଗରେ ପ୍ରତିଦ୍ୱନ୍ଦିତା ହେବ। ପ୍ରତିଯୋଗିତାର ମୁଖ୍ୟ ପଡ଼ିଆ କରାରା ଷ୍ଟାଡିୟମରେ ଅନୁଷ୍ଠିତ ମନ୍ତ୍ରମୁଗ୍ଧକର ଉଦ୍‌ଘାଟନୀ ଉତ୍ସବରେ ସମସ୍ତ […]

ଗୋଲ୍ଡକୋଷ୍ଟ : ରାଜ୍ୟଗୋଷ୍ଠୀ କ୍ରୀଡ଼ାର କ୍ରୀଡ଼ାଗ୍ରାମରେ ସୋମବାର ଭାରତୀୟ ଖେଳାଳିମାନେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏକ ନିରାଡମ୍ବର ଉତ୍ସବରେ ଏହି ପାରମ୍ପରିକ କାର୍ଯ୍ୟ ସମାପନ ହୋଇଥିଲା। ୫ ଥର ବିଶ୍ୱ ବିଜେତା ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ ଏହି ଅବସରରେ ମନଖୋଲି ନାଚୁ ଥିବାର ଦେଖିବାକୁ ମିଳିଥିଲା। ଓଡ଼ିଆ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍‌, ଜାଭେଲିନ୍‌ ଖେଳାଳି ନୀରଜ ଚୋପ୍ରା ସାଥୀ ଖେଳାଳିଙ୍କ ସହ ପ୍ରମୁଖ ଫଟୋ ଉଠାଇ ନିଜ ଉତ୍ସାହର […]

ଭୁବନେଶ୍ୱର: ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଶନିବାରଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ଏଥିଲାଗି କଳିଙ୍ଗ ଷ୍ଟାଡିୟମ ପୁରା ପ୍ରସ୍ତୁତ ରହିଛି। ଏସୀୟ ଦୌଡ଼କୁଦ ପରେ ହକି ବିଶ୍ୱଲିଗ୍‌ ଫାଇନାଲ୍ସ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜିତ ହୋଇଥିଲା। ଏହାପରେ ଆଇଏସ୍‌ଏଲ୍‌ର ଜାମସେଦପୁର ଏଫ୍‌ସି-ବେଙ୍ଗାଲୁରୁ ଏଫ୍‌ସି ମ୍ୟାଚ୍‌ ଖେଳାଯାଇ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା। ଏହାର ସଫଳତା ପରେ ଭୁବନେଶ୍ୱରକୁ ମିଳିଥିଲା ସୁପର କପ୍‌ ଆୟୋଜନ ଅଧିକାର। […]

ଅଧିନାୟକ ପଦରୁ ସ୍ମିଥ୍‌ ଓ ଉପଅଧିନାୟକ ପଦରୁ ଓ୍ଵାର୍ନର ବିଦା ସ୍ମିଥ୍‌ ଗୋଟିଏ ଟେଷ୍ଟ୍‌ରୁ ବାସନ୍ଦ, ୧୦୦% ମ୍ୟାଚ୍‌ ପାଉଣା କଟିଲା ବନକ୍ରଫ୍ଟଙ୍କୁ ୩ ଡିମେରିଟ୍‌ ପଏଣ୍ଟ, ହରାଇଲେ ୭୫% ପାଉଣା ସ୍ମିଥ୍‌ ଓ ଓ୍ଵାର୍ନର ଆଗାମୀ ଆଇପିଏଲ୍‌ରେ ଖେଳିବା ନେଇ ଆଶଙ୍କା କେପ୍‌ଟାଉନ : ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍‌ଟାଉନ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ଖେଳାଳି ବଲ୍‌ ଟ୍ୟାମ୍ପରିଂ କରୁଥିବା ଦୃଶ୍ୟ କ୍ୟାମେରାରେ ଧରାପଡ଼ିବା ପରେ କ୍ରିକେଟ୍‌ ଜଗତରେ ଝଡ଼ […]

କଟକ : ବାରବାଟୀରେ ଭାରତୀୟ କ୍ରିକେଟ୍‌ ଦଳ ଶ୍ରୀଲଙ୍କାକୁୁ ଧୂଳି ଚଟାଇ ଟେ୍ଵଣ୍ଟି-୨୦ରେ ସର୍ବବୃହତ ବିଜୟ ହାସଲ କରିଛି। ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତର ୧୮୦ ରନ୍‌ର ଜବାବରେ ଶ୍ରୀଲଙ୍କା ମାତ୍ର ୮୭ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇ ୯୩ ରନରେ ପରାସ୍ତ ହୋଇଛି। ଟେ୍ଵଣ୍ଟି-୨୦ରେ ରନ୍‌ ବ୍ୟବଧାନରେ ଏହା ଭାରତର ସର୍ବବୃହତ ବିଜୟ। ଭାରତକୁ ଏହି ବିଜୟ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଯୁବ ସ୍ପିନର ୟୁଜବେନ୍ଦ୍ର […]

କୋଲ୍‌କାତା: ଭାରତୀୟ ମହିଳା ଟେନିସ୍‌ ତାରକା ସାନିଆ ମିର୍ଜା ଆସନ୍ତା ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଖେଳିବେନି। ତାଙ୍କ ଡାହଣ ଗୋଡ଼ ଆଣ୍ଠୁରେ ଆଘାତ ଲାଗିଥିବାରୁ ଏହି ପ୍ରତିଯୋଗିିିତାରେ ଭାଗ ନେବେ ନାହିଁ। ଜୟଦୀପ ମୁଖାର୍ଜୀ ଏକାଡେମିଠାରେ ଚାଲିଥିବା ପ୍ରେମ୍‌ଜିତ ଲାଲ୍‌ ଆମନ୍ତ୍ରଣୀୟ ଟେନିସ୍‌ ପ୍ରତିଯୋଗିତା ଅବସରରେ ସାନିଆ ଏନେଇ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ମୁଁ ମୋ ଡାକ୍ତରଙ୍କୁ ଦୁଇ ମାସ ତଳେ ଆଣ୍ଠୁ ଯନ୍ତ୍ରଣା ବିଷୟରେ […]

Social media & sharing icons powered by UltimatelySocial