ଏଲ୍‌ଆଣ୍ଡ୍‌ଟିକୁ ଜବାବ ମାଗିଲା ପୂର୍ତ୍ତ ବିଭାଗ, ମୁଖ୍ୟଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଯାଞ୍ଚ ହେବ ଭୁବନେଶ୍ୱର : ଅଗଷ୍ଟ ୧୫, ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟୁନିଟ୍‌-୫ସ୍ଥିତ ଖାରବେଳ ଭବନକୁ ଉଦ୍‌ଘାଟନ କରିଥିଲେ। ୧୫୯ କୋଟି ୩୧ଲକ୍ଷ ୩୮ହଜାର ୬୩ଟଙ୍କାରେ ନିର୍ମାଣ ହୋଇଥିବା ଏହି ଭବନଟି ନିର୍ମାଣ ଆରମ୍ଭ ହେବା ଦିନରୁ ବିବାଦରେ ଫସିଛି। ରାଜଧାନୀର ସବୁଠୁ ବ୍ୟୟବହୁଳ ଏହି ସରକାରୀ କୋଠା କିନ୍ତୁ ନିର୍ମାଣର ବ‌ର୍ଷ ପୂର୍ତ୍ତି ପୂର୍ବରୁ ଫାଟି ଆଁ […]

ଭୁବନେଶ୍ବର : ପୁରୀ ପରେ ଭୁବନେଶ୍ବରର ପାଳି। ରାଜଧାନୀକୁ ଭିକାରିମୁକ୍ତ କରିବା ପାଇଁ ଖୁବ୍‌ଶୀଘ୍ର ଏକ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଆର୍ଥିକ ସହଯୋଗରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ। ଭିକାରିମାନଙ୍କୁ ଥଇଥାନ କରିବା ପାଇଁ ଏହି ଅଭିଯାନରେ ପ୍ରାୟ ୧କୋଟି ଟଙ୍କା ଖର୍ଚ୍ଚ ହେବ […]

ଭୁବନେଶ୍ୱର: ଟ୍ୱିନ‌ସିଟି ପୋଲିସ୍‌ କର୍ମୀଙ୍କ ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ନିଜକୁ ଫିଟନେସ୍‌ ନ ରଖିଲେ ବେତନ ବୃଦ୍ଧି ନ ହୋଇପାରେ। ଏଥିସହ ସ୍ୱାସ୍ଥ୍ୟଗତ କାରଣରୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇପାରେ। ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ପୋଲିସ୍‌ କମିଶନର। ଆସନ୍ତା ସପ୍ତାହ ମଧ୍ୟରେ ପୋଲିସ୍‌ କର୍ମୀଙ୍କ ଉଚ୍ଚତା ଏବଂ ଓଜନ ମାପ କରାଯିବ। ପୋଲିସ୍‌ କର୍ମୀଙ୍କ ବୟସ ଓ ଉଚ୍ଚତା ଅନୁସାରେ ଆନୁପାତିକ […]

ପାରାଦୀପ: ହଠାତ୍‌ ରେଳ ଲାଇନ୍‌ ପାର୍‌ ହେଉଥିଲା ଟ୍ରକ୍‌, ଏହି ସମୟରେ ମାଡ଼ି ଆସିଲା ଟ୍ରେନ୍।‌ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ଜେଏସଡ଼ବ୍ଳ୍ବ ସାଇଟ୍‌ରେ କୋଇଲା ଟ୍ରକ୍ ଉପରେ ଏକ ଟ୍ରେନ୍ ମାଡ଼ି ଯାଇଛି। ଏଥିରେ ଟ୍ରକ୍‌ଟି ପୂରା ଚାପି ହୋଇ ଯାଇଥିବା ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରୁ ଟ୍ରକ୍‌ର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସିଗନାଲ୍‌ ମ୍ୟାନ୍ ନ ଥାଇ ଟ୍ରେନ୍ ଟି ପଛକୁ ଫେରୁଥିଲା। ଏହି ସମୟରେ ରାସ୍ତା […]

ଭୁବନେଶ୍ୱର : କରୋନା କଟକଣା ମାନିବାକୁ ନିର୍ଦେଶନାମା ଜାରି ହୋଇଛି। ହେଲେ ଖୋଦ୍‌ ବିଦ୍ୟୁତ ବିଭାଗରେ ଚାକିରି ପାଇଁ ଆଜି ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ସାକ୍ଷାତକାର ପାଇଁ ଆଇଆର୍‌ସି ଭିଲେଜ୍‌ସ୍ଥିତ ଭୁବନେଶ୍ବର ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ-୨ ବାହାରେ ଶତାଧିକ ବ୍ୟକ୍ତି ଲମ୍ବା ଲାଇନ୍‌ ଲଗାଇଥିଲେ। ସାକ୍ଷାତକାର କରାଉଥିବା ଏଜେନ୍‌ସି ପକ୍ଷରୁ ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବନ୍ଦୋବସ୍ତ ହୋଇନଥିଲା। ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ […]

ସତ୍ୟଜିତ ମହାନ୍ତି ଅଗ୍ନିଶମ ଓ ହୋମଗାର୍ଡ ଡିଜି,ଉମାଶଙ୍କର ଦାଶ ଭୁବନେଶ୍ୱରର ନୂଆ ଡିସିପି ଭୁବନେଶ୍ୱର: ଆଜି ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। କଟକ ଡିସିପି ଦାୟିତ୍ବରେ ଥିବା ଅଖିଳେଶ୍ବର ସିଂହଙ୍କୁ ପୁରୀ ଏସପି ବଦଳି କରାଯାଇ ତାଙ୍କ ସ୍ଥାନରେ କନ୍ଧମାଳ ଏସପି ପ୍ରତୀକ ସିଂହଙ୍କୁ କଟକ ଡିସିପି ନିଯୁକ୍ତି ଦିଆଯାଇଛି। ଅପରପକ୍ଷରେ ପୁରୀ ଏସପି ଉମାଶଙ୍କର ଦାଶଙ୍କୁ ଭୁବନେଶ୍ୱର ଡିସିପି ଭାବେ ଅବସ୍ଥାପିତ କରାଯାଇଛି। ଏସପି ଭିଜିଲାନ୍ସ […]

ବାରିପଦା : ମୟୂରଭଞ୍ଜର ରାଜମାତା ଶ୍ରୀମତି ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ ହୋଇଯାଇଛି। ବାରିପଦାସ୍ଥିତ ବେଲଗଡିଆ ରାଜପ୍ରାସା‌ଦରେ ୯୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ହେଉଛନ୍ତି ନେପାଳ ନରେଶ ତ୍ରିଭୁବନ ବୀର ବିକ୍ରମ ଶାହାଙ୍କ ଝିଅ। ୧୯୨୮ ମସିହାରେ ସେ ନେପାଳରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୫୨ରେ ସେ ମୟୂରଭଞ୍ଜର ମହାରାଜାଙ୍କୁ ବିବାହ କରିଥିଲେ।

ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଆନ୍ଧ୍ରର ତତ୍ପରତା ନୂଆଦିଲ୍ଲୀ : କରୋନାର କୋଳାହଳରେ ବିବାଦୀୟ ପୋଲାଭରମ ଇନ୍ଦିରା ସାଗର ବହୁମୁଖି ଜଳସେଚନ ପ୍ରକଳ୍ପର ଶୁଣାଣି ସୁପ୍ରିମକୋର୍ଟରେ ହଜି ଯାଇଛି। ଚଳିତ ବର୍ଷ ଏପ୍ରିଲ ୭ ତାରିଖରେ ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଥିଲେ। କରୋନା କଟକଣା ଯୋଗୁଁ ଅତ୍ୟନ୍ତ ଜରୁରୀ ମାମଲାର ଶୁଣାଣି ସୁପ୍ରିମକୋର୍ଟ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରୁଥିବାରୁ ପୋଲାଭରମ ମାମଲାର […]

ଭୁବନେଶ୍ୱର : ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆସନ୍ତା ୨ ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତାକାଲି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ବରଗଡ଼, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ, ସୋନପୁର, ସମ୍ବଲପୁର, […]

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ଏବଂ ତତ୍‌ସଂଲଗ୍ନ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ଉଚ୍ଚତାରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଟ୍ରଫ୍‌ ଲାଇନ୍‌ ଆଜି ଦୁର୍ବଳ ହୋଇ ପଡ଼ିଛି। ଅନ୍ୟପକ୍ଷରେ ଉତ୍ତରଦକ୍ଷିଣରେ ସମୁଦ୍ର ପତନ ଠାରୁ ୪.୫ କିଲୋମିଟର ଉଚ୍ଚତାରେ ସୃଷ୍ଟି ହୋଇଥିବା ଅନ୍ୟ ଏକ ଟ୍ରଫ୍‌ ଲାଇନ୍‌ ପୂର୍ବ ଉତ୍ତରପ୍ରଦେଶରୁ ଛତିଶଗଡ଼ ଉପର ଦେଇ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ଗତିଶୀଳ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା […]

Social media & sharing icons powered by UltimatelySocial