ନୂଆଦିଲ୍ଲୀ : ଦେଶରେ ଆଉ ତିନିଟି ସରକାରୀ ବ୍ୟାଙ୍କର ମିଶ୍ରଣ ହେବ। ସେହି ତିନି ବ୍ୟାଙ୍କ ହେଉଛି ବ୍ୟାଙ୍କ ଅଫ୍‌ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଆଜି ଏହି ସୂଚନା ଦେଇଛନ୍ତି। ଏହି ତିନି ବ୍ୟାଙ୍କର ମିଶ୍ରଣ ହେଲେ ଏହା ହେବ ତୃତୀୟ ବୃହତ ବ୍ୟାଙ୍କ। ଭାରତର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ହୋଇଥିବା ବେଳେ ଦ୍ୱିତୀୟ ବଡ଼ ବ୍ୟାଙ୍କ ହେଉଛି ଏଚ୍‌ଡିଏଫ୍‌ସି […]

ଓ୍ଵାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡା ପ୍ରଦେଶ ଆକାଶରେ ଦୁଇଟି କ୍ଷୁଦ୍ର ବିମାନ ପରସ୍ପର ସହ ଧକ୍କା ଖାଇବାରୁ ତିନି ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା କର୍ତ୍ତୃକ୍ଷମାନେ କହୁଛନ୍ତି। ମଙ୍ଗଳବାର ରାତିରେ ଦୁର୍ଘଟଣା ଘଟିଛି ବୋଲି ଫେଡେରାଲ୍‌ ଆଭିଏସନ୍‌ ଆଡ୍‌ମିନିଷ୍ଟ୍ରେସନ୍‌ କହିଛି। ୪ର୍ଥ ଯାତ୍ରୀଙ୍କର ପତ୍ତା ମିଳିନାହିଁ ବୋଲି ଜିନ୍‌ହୁଆ ଖବର ସରବରାହ ଏଜେନ୍‌ସି କହିଛି। ବାସ୍ତବରେ ଚତୁର୍ଥ ଯାତ୍ରୀ କେହି ଥିଲେ କି, ନାହିଁ ତାହା ମଧ୍ୟ ନିଶ୍ଚିତ […]

ସୁଇସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ବଢ଼ିଲା ୫୦% , ୨୦୧୭ରେ ଜମା ପରିମାଣ ୭୦୦୦ କୋଟି ଟଙ୍କା ଜୁରିକ୍‌/ନୂଆଦିଲ୍ଲୀ : ବିଦେଶରେ ଜମା ହେଉଥିବା କଳାଧନ ଉପରେ ଅଙ୍କୁଶ ଲଗାଇବା ଲାଗି ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଆଉ କାମ ଦେଉନି। ସନ୍ଦିଗ୍‌ଧ କଳାଧନ ଉପରେ ତନାଘନା ଏବଂ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ଯୋଗୁ ୨୦୧୬ରେ ଏଥିରେ ବ୍ରେକ୍‌ ଲାଗିଥିଲେ ମଧ୍ୟ ଗତ ବର୍ଷ ଏହା ୫୦ ଭାଗ […]

ନୂଆଦିଲ୍ଲୀ: ଆଜି ଆସିବ ୧୨୫ ଟଙ୍କିଆ କଏନ୍‌। ଉପରାଷ୍ଟ୍ରପତି ଏମ୍‌.କେ ଭେଙ୍କେୟା ନାଇଡୁ ଏହି କଏନ୍‌କୁ ଉନ୍ମୋଚନ କରିବେ। ପି ସି ମହାଲନୋବିସ୍‌ଙ୍କ ୧୨୫ତମ ଜୟନ୍ତୀ ଏବଂ ପରିସଂଖ୍ୟାନ (Statistics Day ) ଦିବସ ଅବସରରେ ଏହି କଏନଙ୍କୁ ଦେଶ ଉଦ୍ଦେଶ୍ୟରେ ଜାରି କରିବେ ଭେଙ୍କେୟା। ଏଥିସହ ୫ ଟଙ୍କିଆ ନୂଆ ମୁଦ୍ରା ମଧ୍ୟ ଜାରି ହେବ। ମିଳିଥିବା ସୂଚନା ଅନୁଯାୟୀ, ପି ସି ମହାଲନୋବିସ୍‌ଙ୍କ ଜୟନ୍ତୀକୁ ସମ୍ମାନ ଜଣାଇ […]

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍‌ଓ) ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ନୂଆ ନିଷ୍ପତ୍ତି ଅନୁଯାୟୀ ଚାକିରି ଯିବାର ୩୦ ଦିନ ପରେ ଜଣେ ସଦସ୍ୟ ୭୫ ପ୍ରତିଶତ ଜମା ଟଙ୍କା ଉଠାଇ ପାରିବେ। ଏଥିସହିତ ସେମାନଙ୍କ ଆକାଉଣ୍ଟକୁ ଇପିଏଫଓରେ ରଖିପାରିବେ। ତେବେ ଅବଶିଷ୍ଟ ୨୫ ପ୍ରତିଶତ ଅର୍ଥକୁ ସଦସ୍ୟମାନେ ଚାହିଁଲେ ଉଠାଇ ପାରିବେ କିମ୍ବା ଆକାଉଣ୍ଟ ସେଟେଲ୍‌ କରିପାରିବେ। ଇପିଏଫ୍‌ଓ ଟ୍ରଷ୍ଟି ବୋର୍ଡ ବୈଠକ ଶେଷ […]

ଭୁବନେଶ୍ୱର : କିଛି ଦିନ ତଳେ ରାଜଧାନୀର ଜୟଦେବ ବିହାର ନିକଟରେ ଥିବା ଏକ ସ୍ପୋଟର୍ସ ସୋରୁମ୍‌, ଏହାର କିଛି ଦିନ ପରେ ଜନପଥ ରୋଡ୍‌ରେ ଥିବା ଏକ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଯାହାକି ଦେଖଣାହାରୀଙ୍କ ମନରେ ଆତଙ୍କ ସୃଷ୍ଟି କରିଥିଲା। ରାଜଧାନୀରେ ଏଭଳି ଅଗ୍ନିକାଣ୍ଡ ନ ଘଟିବା ଲାଗି ଅଗ୍ନିଶମ ବିଭାଗ ପକ୍ଷରୁ କେତେକ ସର୍ତକମୂଳକ ପଦକ୍ଷେପ ଗ୍ରହଣ କରିବାକୁ ତାରକା ହୋଟେଲଠାରୁ ଆରମ୍ଭ କରି […]

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରେଳବାଇରେ ଚାଲିଥିବା ଫ୍ଲେକ୍ସି ଫେୟାର ବ୍ୟବସ୍ଥାର ଅନୁଧ୍ୟାନ କରିବେ। କେବଳ ରେଳ ଟିକଟର ମୂଲ୍ୟ ବୃଦ୍ଧି ହେବ ନାହିଁ, ହୋଟେଲ ଓ ଏୟାରଲାଇନ୍ସ ଗୁଡ଼ିକ ଯେଭଳି ଗ୍ରାହକଙ୍କୁ ଟିକଟରେ ରିହାତି ପ୍ରଦାନ କରୁଛନ୍ତି ରେଳଯାତ୍ରୀମାନଙ୍କୁ ମଧ୍ୟ ସେଭଳି ଟିକଟରେ ରିହାତି ଦିଆଯିବାର ଯୋଜନା ରହିଛି। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି। ରେଳବାଇ ପକ୍ଷରୁ ସଂଯୋଗ, ସମନ୍ଵୟ ଓ ବିଚାରବିମର୍ଶ ଶୀଷର୍କରେ ଦିବସବ୍ୟାପୀ […]

Social media & sharing icons powered by UltimatelySocial