ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କର ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତର ତୃତୀୟ ଦିନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ତେବେ ମମତା ସୋନିଆଙ୍କୁ ଏମିତି ସମୟରେ ଭେଟିଛନ୍ତି ଯେତେବେଳେ ବିରୋଧୀ ଦଳର ଏକତା ଉପରେ ନିରନ୍ତର ଆଲୋଚନା ଚାଲିଛି। ପେଗାସସ୍, କୃଷି ଆଇନ ଏବଂ ମୁଦ୍ରାସ୍ଫୀତି ପ୍ରସଙ୍ଗରେ ସଂସଦ ଅଚଳ ଥିବାବେଳେ ଆଜି ସୋନିଆ ଗାନ୍ଧୀଙ୍କୁ ଭେଟିବା ପୂର୍ବରୁ ମମତା ବିରୋଧୀ ଦଳମାନଙ୍କୁ ଏକଜୁଟ […]

ବେଙ୍ଗାଲୁରୁ : ବରିଷ୍ଠ ବିଜେପି ନେତା ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ। ଆଜି ସଂଧ୍ୟାରେ ବସିଥିବା ବିଜେପି ବିଧାୟକ ଦଳ ବୈଠକ ପରେ ଏହି ଘୋଷଣା କରାଯାଇଛି। ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି.କିଷନ ରେଡ୍ଡୀଙ୍କୁ ଏଥିପାଇଁ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ। ଆସନ୍ତା କାଲି ଅପରାହ୍ନ ୩ ଟା ୨୦ରେ ଶ୍ରୀ ବୋମାଇଙ୍କ ଶପଥ ଗ୍ରହଣ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ […]

ସ୍ୱାସ୍ଥ୍ୟ ମନ୍ତ୍ରୀ ମୋ ସହ ୪ରୁ ୫ ଜଣ ବିଧାୟକଙ୍କୁ ହତ୍ୟା କରିବାର ଷଡଯନ୍ତ୍ର କରୁଛନ୍ତି ରାୟପୁର: ଛତିଶଗଡ ଏପରି ଏକ ରାଜ୍ୟ ଯେଉଁଠାରେ କଂଗ୍ରେସ ୯୦ ଟି ବିଧାନସଭା ଆସନ ମଧ୍ୟରୁ ୭୦ ଟି ଦଖଲ କରିଛି। ସମଗ୍ର ଦେଶରେ ଯଦି କଂଗ୍ରେସ ସବୁଠାରୁ ଶକ୍ତିଶାଳୀ କେଉଁଠାରେ ଦେଖାଯାଏ, ତେବେ ଏହି ରାଜ୍ୟର ନାମ ହେଉଛି ଛତିଶଗଡ। ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ପଞ୍ଜାବ ଭଳି ଛତିଶଗଡ଼ରେ […]

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ସିଦ୍ଧୁ ବନାମ ଅମରିନ୍ଦର ସିଂ ମଧ୍ୟରେ କଳହରେ ଲାଗିଲା ବ୍ରେକ୍ ଲାଗିବ। ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ସିଦ୍ଧୁଙ୍କୁ ଦଳ ଚୟନ କରିବା ପରେ ୨୩ ତାରିଖରେ ହେବାକୁ ଥିବା ଦାୟିତ୍ୱ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଯୋଗଦେବେ ବୋଲି ଜଣାପଡିଛି। ପଞ୍ଜାବ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ସଭାପତି କୁଲଜିତ୍ ନାଗ୍ରା ଏବଂ ସଙ୍ଗତ ସିଂ ଗିଲଜିଆନ୍ ମୋହାଲିସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଫାର୍ମ ହାଉସରେ […]

ନୂଆଦିଲ୍ଲୀ : ରାଜ୍ୟସଭାରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରତି ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନଙ୍କ ଦୁର୍ବ୍ୟବହାରକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର। ସେନଙ୍କ ବିରୁଦ୍ଧରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ରାଜ୍ୟସଭାରେ ବୈଷ୍ଣବ ବହୁଚର୍ଚ୍ଚିତ ପେଗାସସ୍ ପ୍ରକଳ୍ପ ରିପୋର୍ଟ ସମ୍ପର୍କରେ ବକ୍ତବ୍ୟ ରଖୁଥିବାବେଳେ ତୃଣମୂଳ କଂଗ୍ରେସ ସାଂସାଦ ଶାନ୍ତନୁ ସେନ ବୈଷ୍ଣବଙ୍କୁ ଦୁର୍ବ୍ୟବହାର କରିବା […]

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ସଂସଦୀୟ ଟିମକୁ ପୁନର୍ଗଠନ କରିଛନ୍ତି। ଏହି ପୁନର୍ଗଠନରେ “ଜି -୨୩” ର ନେତାମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁମାନେ ଗତ ବର୍ଷ ବିସ୍ଫୋରକ ଚିଠି ଲେଖି ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ହରାଇଥିଲେ। “ଜି -୨୩”ର ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରେ ଥିବା ଶଶି ଥରୁର ଏବଂ ମନୀଷ ତିୱାରୀଙ୍କୁ ଲୋକସଭାର ସାତ ସଦସ୍ୟ ବିଶିଷ୍ଟ ଗୋଷ୍ଠୀରେ ସାମିଲ […]

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦକୁ ନେଇ କିଛିଦିନ ହେବ ଚର୍ଚ୍ଚା ଜୋର ଧରିଛି। ହେଲେ ଏବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଏହି ପଦ ମିଳିପାରେ ବୋଲି ସୂତ୍ରରୂ ସୂଚନା ମିଳିଛି। କୁହାଯାଇଛି କି ଏହି ପ୍ରସଙ୍ଗକୁ ନେଇ ଗତକାଲି କମଲନାଥ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ବୈଠକ କରିଥିଲେ। ଏପଟେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅନିଚ୍ଛା ପ୍ରକାଶ କରିବା […]

ଡେରାଡୁନ: ତୀରଥ ସିଂହ ରାୱତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆଜି ବସିଥିବା ବିଜେପିର ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି। ବିଜେପି ବିଧାୟକ ପୁଷ୍କର ସିଂହ ଧାମୀ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି। ଉତ୍ତରାଖଣ୍ଡ ବିଜେପି ଯୁବମୋର୍ଚ୍ଚାର ଅଧ୍ୟକ୍ଷ ସାଙ୍ଗକୁ ଦୁଇ ଥର ବିଧାୟକ ହୋଇଥିବା ପୁଷ୍କରଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱ ଆସ୍ଥା ପ୍ରକଟ କରିଛନ୍ତି। ପୁଷ୍କର ଧାମୀ ଉତ୍ତରାଖଣ୍ଡର […]

କୋଲକାତା: ବିଜେପି ଛାଡି ତୃଣମୂଳ କଂଗ୍ରେସକୁ ଫେରିବା ସତ୍ୱେ ମୁକୁଲ ରାୟ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଙ୍କ ଆସନରେ ବସିବେ। ବିଜେପି ଛାଡିବା ପରେ ମଧ୍ୟ ସେ ଆସନ ବଦଳାଇବା ପାଇଁ କୌଣସି ଆବେଦନ କରିନାହାଁନ୍ତି, ଫଳସ୍ୱରୂପ ତାଙ୍କୁ ବିରୋଧୀ ଦଳର ଆସନ ବଣ୍ଟନ କରାଯାଇଛି। ରାଜନୈତିକ ବିଶ୍ଳେଷକମାନେ କହିଛନ୍ତି ଯେ ଦଳ ବିରୋଧୀ ଆଇନରୁ ବଞ୍ଚିବା ପାଇଁ ମୁକୁଲ ଏହି ରଣନୀତି ଆପଣେଇଛନ୍ତି। ସୂଚନାଯୋଗ୍ୟ, ମୁକୁଲ ପ୍ରଥମ ଥର ପାଇଁ […]

ଭୁବନେଶ୍ୱର: ବିଜେଡ଼ି ମହିଳା ଜନତା ଦଳର ପଦାଧିକାରୀ ଘୋଷଣା କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀଙ୍କୁ ଦାୟିତ୍ୱ ଦିଆଯାଇଛି। କାର୍ଯ୍ୟକାରୀ ସଭାପତି ଭାବେ ୩ଜଣଙ୍କୁ ନିଯୁକ୍ତି ମିଳିଛି। ସୁଭାସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କୁ ଦିଆଯାଇଛି ଦାୟିତ୍ୱ।ସାଧାରଣ ସମ୍ପାଦିକା ଭାବେ କସ୍ତୁରୀ ମହାପାତ୍ରଙ୍କୁ […]

Social media & sharing icons powered by UltimatelySocial