ତେହେରାନ: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଇରାନର ଦୁଇ ପାଇଲଟ। ତେହେରାନର ଦକ୍ଷିଣରେ ଥିବା ଇସ୍ଫାହାନ ପ୍ରଦେଶରେ ଏକ ଏଫ୍-୭ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ମଙ୍ଗଳବାର ଇରାନ ବାୟୁସେନାର ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ବ୍ରଡକାଷ୍ଟରର ୱେବସାଇଟରେ କୁହାଯାଇଛି ଯେ ଆଜି ସକାଳେ ଅନରାକ ଜିଲ୍ଲାରେ ଘଟିଥିବା ଦୁର୍ଘଟଣାରେ ବିମାନର ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ଏହି ଯୁଦ୍ଧ ବିମାନଟି ଏକ ଟ୍ରେନିଂ ମିଶନରେ ବାହାରିଥିଲା। ହେଲେ ଉଡ଼ାଣ […]

ବେଜିଂ : ତାଇୱାନ ପ୍ରସଙ୍ଗରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆମେରିକା ଓ ଚୀନ। ତାଇୱାନକୁ ଅଧିକାର କରିବାକୁ ଚୀନ ଉଦ୍ୟମ କଲେ ଆମେରିକା ତାହାର ପ୍ରତିରୋଧ କରିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଇଥିବା ବୟାନର ତୀବ୍ର ବିରୋଧ କରିଛି ଚୀନ। ଚୀନକୁ ହେୟଜ୍ଞାନ କରିବାର ଭୁଲ କରାଯିବା ଉଚିତ ନୁହେଁ ବୋଲି ଚୀନ କହିଛି। ବାଇଡେନର ବୟାନର ଜବାବ ଦେଇ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ […]

ମସ୍କୋ : ୟୁକ୍ରେନର ବନ୍ଦର ନଗରୀ ମାରିୟୁପୋଲକୁ ସଂପୂର୍ଣ୍ଣ ଅଧିକାର କରିନେଇଥିବା ଘୋଷଣା କରିଛି। ଏହା ସହିତ ଗତ କିଛି ସପ୍ତାହ ହେଲା ମାରିୟୁପୋଲ ଓ ଏହି ନଗରୀରେ ଥିବା ଆଜବଷ୍ଟାଲ ଷ୍ଟିଲ ପ୍ଲାଣ୍ଟ ଅଧିକାର କରିବାକୁ ରୁଷ ଚଳାଇଥିବା ସାମରିକ ଅଭିଯାନ ଶେଷ ହୋଇଛି। ଏହି ବିଜୟ ସମ୍ପର୍କରେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସୂଚନା ଦେଇଛନ୍ତି। ଆଜବଷ୍ଟାଲ ଷ୍ଟିଲ ପ୍ଲାଣ୍ଟରେ ଲୁଚିଥିବା […]

ବ୍ରସେଲ୍‌ଜ୍: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଚେତାବନୀ ସତ୍ତ୍ବେ ଆଜି ଫିନ୍‌ଲାଣ୍ଡ୍‌ ଓ ସ୍ବିଡେନ୍‌ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ବାଧୀନ ମେଣ୍ଟ ‘ନର୍ଥ ଆଟ୍‌ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍‌’ର (ନାଟୋ) ସଦସ୍ୟତା ନିମନ୍ତେ ଆବେଦନ କରିଛନ୍ତି। ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣ ଯୋଗୁଁ ନିରାପତ୍ତାଜନିତ ଚିନ୍ତାରେ ପଡ଼ି ଫିନ୍‌ଲାଣ୍ଡ୍‌ ଓ ସ୍ବିଡେନ୍‌ ସଦସ୍ୟତା ନିମନ୍ତେ ଆବେଦନ କରିଥିବା ‘ନାଟୋ’ର ମହାସଚିବ ଜେନ୍ସ୍‌ ଷ୍ଟୋଲ୍‌ଟେନ୍‌ବର୍ଗ ସୁନିଶ୍ଚିତ କରି କହିଛନ୍ତି। ସାମ୍ବାଦିକମାନଙ୍କ ସହ ଆଳାପ କରିବା ବେଳେ […]

ବେଜିଂ : ବିଶ୍ବର ଅନ୍ୟତମ କ୍ଷମତାଶାଳୀ ବ୍ୟକ୍ତିଭାବେ ଜଣାଶୁଣା ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ପଦ ଛାଡ଼ିପାରନ୍ତି କିମ୍ବା ତାଙ୍କୁ ପଦରୁ ହଟାଇ ଦିଆଯାଇପାରେ। ଏପରି ଏକ ଚର୍ଚ୍ଚା ଉଠିଛି ଚୀନ ସୋସିଆଲ ମିଡିଆରେ। ନିକଟରେ ଚୀନର ସର୍ବୋଚ୍ଚ କ୍ଷମତାଶାଳୀ ସଂସ୍ଥା କମ୍ୟୁନିଷ୍ଟ ପାର୍ଟି ପଲିଟିବ୍ୟୁରୋ ଷ୍ଟାଣ୍ଡିଂ କମିଟିର ଏକ ଜରୁରୀ ବୈଠକ ବସିଥିଲା। ଏହି ବୈଠକ ପରେ ସିଙ୍କୁ ହଟାଇବା ନେଇ ଚର୍ଚ୍ଚା ଜୋର ଧରିଛି। କାନାଡାର ଜଣେ […]

କଲମ୍ବୋ : ଶ୍ରୀଲଙ୍କାର ଏକ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ, ତାଙ୍କ ରାଜନୈତିକ ଉତ୍ତରାଧିକାରୀ ତଥା ପୁତ୍ର ନମଲ ଓ ୧୫ ଜଣ ସହଯୋଗୀଙ୍କ ଦେଶ ଛାଡ଼ିବା ଉପରେ ରୋକ ଲଗାଇଛନ୍ତି। ଦେଶରେ ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ରାଜପକ୍ଷେଙ୍କ ବିରୋଧରେ ଆଗତ ଏକ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କୁ ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀ ନିଯୁକ୍ତ […]

ତାଇପେଇ : ତାଇଓ୍ବାନ ଓ ଚୀନ ମଧ୍ୟରେ ପୁଣି ଉତ୍ତେଜନା ଦେଖାଦେଇଛି। ଚୀନର କେତେକ ଲଢୁଆ ବିମାନ ପୁଣି ଥରେ ତାଇଓ୍ବାନର ଏୟାର ଡିଫେନ୍ସ ସୀମା ମଧ୍ୟରେ ଅନୁପ୍ରବେଶ କରିଛନ୍ତି। ତାଇଓ୍ବାନର ଏଫ-୧୬ ଲଢୁଆ ବିମାନ ଗୁଡ଼ିକ ଉଡ଼ାଣ ଭରି ଚେତାବନୀ ଦେବାପରେ ଚୀନ ବିମାନଗୁଡ଼ିକ ଫେରିଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପ୍ରାୟ ଶୁକ୍ରବାରଦିନ ୧୮ଟି ଚୀନ ଲଢୁଆ ବିମାନ ତାଇଓ୍ବାନ ବାୟୁ ପ୍ରତିରକ୍ଷା କ୍ଷେତ୍ର ମଧ୍ୟକୁ ଅନୁପ୍ରବେଶ କରିଥିଲେ। […]

ଇସଲାମାବାଦ: ପାକିସ୍ତାନର ଆର୍ଥିକ ସଙ୍କଟ ମଧ୍ୟରେ ସାହାଯ୍ୟର ହାତ ବଢ଼ାଇଲା ସାଉଦି ଆରବ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ପ୍ରାୟ ଆଠ ବିଲିୟନ ଡଲାରର ଏକ ବଡ ପ୍ୟାକେଜ୍ ଦେବାକୁ ସାଉଦି ଆରବ ରାଜି ହୋଇଥିବା ଜଣାପଡ଼ିଛି। ଏହି ପ୍ୟାକେଜ୍ ପାକିସ୍ତାନର ହ୍ରାସ ପାଉଥିବା ବୈଦେଶିକ ମୁଦ୍ରା ଭଣ୍ଡାର ଏବଂ ବୁଡ଼ିବା ଅବସ୍ଥାରେ ଥିବା ଅର୍ଥନୀତିକୁ ସୁଧାରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି। ଉଚ୍ଚ ମୁଦ୍ରାସ୍ଫୀତି […]

କିବ୍ : ରୁଷ ବିରୋଧୀ ଯୁଦ୍ଧରେ ୟୁକ୍ରେନକୁ ଲମ୍ବା ସମୟ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ପ୍ରସ୍ତୁତ ବୋଲି ନାଟୋ କହିଛି। ନାଟୋର ମହାସଚିବ ଜେନ୍ସ ଷ୍ଟୋଟେନବର୍ଗ କହିଛନ୍ତି ଯେ ବର୍ଷ ବର୍ଷ ଧରି ୟୁକ୍ରେନକୁ ସହାୟତା ପାଇଁ ନାଟୋ ପ୍ରସ୍ତୁତ ଅଛି। ୟୁକ୍ରେନ ପାଖରେ ଥିବା ସୋଭିଏତ ସମୟର ଅସ୍ତ୍ରଅସ୍ତ୍ରକୁ ବଦଳାଇ ଅତ୍ୟାଧୁନିକ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ନାଟୋ ପ୍ରସ୍ତୁତ ଅଛି। ବ୍ରସେଲ୍ସଠାରେ ସେ କହିଛନ୍ତି ଯେ ଆମକୁ […]

ଅବୁଜା: ଦକ୍ଷିଣ ପୂର୍ବ ନାଇଜେରିଆର ଏକ ବେଆଇନ ତୈଳ ବିଶୋଧନାଗାରରେ ବିସ୍ଫୋରଣ ଘଟି ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ସରକାରୀ ତଥ୍ୟ ମୁତାବକ ମୃତକଙ୍କ ସଂଖ୍ୟା ୫୦ରେ ପହଞ୍ଚିଥିବାବେଳେ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୧୦୦ରୁ ଅଧିକ ହୋଇପାରେ। କୁହାଯାଉଛି ଯେ ବିସ୍ଫୋରଣ ହେତୁ ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ […]

Social media & sharing icons powered by UltimatelySocial