ମୁମ୍ବାଇ : କରୋନା ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲଏଚଓ) ପକ୍ଷରୁ ବିଶ୍ୱ ମହାମାରୀ ଘୋଷଣା କରାଯିବା ପରେ ତାହାକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି । ଏହା ଫଳରେ ବିଶ୍ୱ ଆର୍ଥିକ ସଂକଟ ଗଭୀର ହେବାର ଆଶଙ୍କା ଦେଖାଦେଇଛି । ଏହି ଆଶଙ୍କାରେ ସାରା ବିଶ୍ୱର ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି । ଏପରିକି ଆମେରିକା ରାଷ୍ଟ୍ରପତିଙ୍କ ଭାଷଣ ପରେ ମଧ୍ୟ ନିବେଶକଙ୍କ ଭରସା ପାଉନାହିଁ […]

ପୁରୁଣା ଭୁବନେଶ୍ୱର : ଆସନ୍ତା ଏପ୍ରିଲ ପହିଲାରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ନିଷ୍ପତ୍ତି ଅନୁଯାୟୀ ମହାପ୍ରଭୁଙ୍କ ରଥଟଣା ଅପରାହ୍‌ଣ ୩ଟା ୩୦ରେ ଆରମ୍ଭ ହେବ। ମନ୍ଦିର କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଭୋର ୫ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯାଇ ଭୋର ସାଢ଼େ ୫ଟାରେ ସାହାଣମେଲା ଦର୍ଶନ କରାଯିବ। ଘଣ୍ଟେ ସାହାଣମେଲା ଦର୍ଶନ ପରେ ରୋଷ ହୋମ ଓ […]

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ଜମା ଥିବା ଶ୍ରୀଜଗନ୍ନାଥ ମନ୍ଦିରର ୫୪୫ କୋଟି ଟଙ୍କା ଫେରାଇ ଆଣିବା ଲାଗି ବିଜୁ ଜନତା ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବୁଧବାର ବିଜେଡିର ଏକ ସଂସଦୀୟ ପ୍ରତିନିଧି ଦଳ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଶ୍ରୀଜଗନ୍ନାଥ ମନ୍ଦିରର ଜମା ଟଙ୍କା ଫେରାଇ ଆଣିବା ଲାଗି ଦାବି ଜଣାଇଛନ୍ତି। ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ୪ ଜଣିଆ ପ୍ରତିନିଧିଦଳ ଅର୍ଥମନ୍ତ୍ରୀ […]

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତୀୟ ଜନତା ପାର୍ଟି। ଓଡ଼ିଶାରେ ଖାଲି ଥିବା ୪ ରାଜ୍ୟସଭା ଆସନ ଲାଗି ଅନୁଷ୍ଠିତ ହେଉଥିବା ନିର୍ବାଚନରେ କୌଣସି ପ୍ରାର୍ଥୀ ଦେବନାହିଁ ବିଜେପି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବୁଧବାର ଏହା ସ୍ପଷ୍ଟ କରିଛି । ବିଜେପି ପାଖରେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ ପ୍ରାର୍ଥୀ ନ ଦେବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଥିବା ପ୍ରକାଶ […]

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ଫାଶୀରେ ଝୁଲାଇବା ଲାଗି ଚତୁର୍ଥ ଥର ପାଇଁ ଡେଥ୍ ୱାରେଣ୍ଟ ଜାରି ହୋଇଥିବା ବେଳେ, ପୁଣି ଥରେ ଫାଶୀ ଟାଳିବାକୁ ନୂଆ ଚାଲ୍ ଖେଳିଛନ୍ତି ଦୋଷୀ । ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ଠାରେ ଅପିଲ କରିଛି ଦୋଷୀ ବିନୟ ଶର୍ମା । ଦୋଷୀ ବିନୟର ଓକିଲ ଏ.ପି.ସିଂ ଜରିଆରେ ଦିଲ୍ଲୀ ଲେପ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟରେ […]

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟରେ ଅଧିକାଂଶ ଜିଲ୍ଲା ସମେତ ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। କାଳବୈଶାଖୀ ପ୍ରଭାବରେ ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମେତ କନ୍ଧମାଳ,ରାୟଗଡା, ଗଜପତି, ଗଂଜାମ, କୋରାପୁଟ , ସୁନ୍ଦରଗଡ, ଝାରସୁଗୁଡା , କେନ୍ଦୁଝର, ନୂଆପଡା, ନବରଙ୍ଗପୁର, ବରଗଡ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବର୍ଷା ହୋଇପାରେ […]

ଭୁବନେଶ୍ୱର:ହୋଲି ଅବସରରେ ରଙ୍ଗ ଖେଳରେ ଯେପରି ଲୋକେ କୌଣସି ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାରେ ବେଶି କ୍ଷତିଗ୍ରସ୍ତ ନହୁଅନ୍ତି ସେନେଇ କ୍ୟାପିଟାଲ ହସ୍ପିଟାଲ୍‌ରେ ସ୍ୱତନ୍ତ୍ର ଚିକିତ୍ସା ସୁବିଧା କରାଯାଇଛି। କାଜୁଆଲିଟିରେ ୩ ଜଣ ଡାକ୍ତର ରହୁଥିବା ବେଳେ ହୋଲି ଦିନ ଆଉ ଜଣେ ଡାକ୍ତର ରହିବେ। ଗୋଟେ ଡ୍ରେସିଂ କେନ୍ଦ୍ର ଖୋଲା ରହୁଥିବା ବେଳେ ହୋଲି ଦିନ ୨ଟା ଡ୍ରେସିଂ କେନ୍ଦ୍ର ଖୋଲିବ। ଚର୍ମ, ଚକ୍ଷୁ, କାନର ସ୍ୱତନ୍ତ୍ର ସ୍ପେସାଲିଷ୍ଟ ମଧ୍ୟ […]

ଭୁବନେଶ୍ୱର: ଭୁବନେଶ୍ୱରରେ ଟ୍ରାଫିକ୍‌ ଶୃଙ୍ଖଳିତ କରିବା ପାଇଁ କମିସନରେଟ୍‌ ପୁଲିସ ଯଥା ସମ୍ଭବ ଉଦ୍ୟମ କରୁଛି। ରାସ୍ତା କଡ଼ରେ ବେଆଇନ ପାର୍କିଂ ହେଉ ବା ଲେନ୍‌ ଡ୍ରାଇଭିଂ, ରଙ୍ଗ୍‌ରୁଟ୍‌ରେ ଗଲେ ଚକାରେ କଣ୍ଟା ଫୁଟି ଯିବା ବ୍ୟବସ୍ଥା ହେଉ ବା ଡ୍ରୋନ୍‌ ଯୋଗେ ଅମାନିଆ ଚାଳକଙ୍କୁ ଧରିବା ହେଉ; ଏ ସମସ୍ତ ବ୍ୟବସ୍ଥାକୁ ନେଇ କମିସନରେଟ୍‌ ପୁଲିସ ରାଜ୍ୟରେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହାକୁ ବିଭିନ୍ନ ମହଲରୁ ସ୍ୱାଗତ ମଧ୍ୟ […]

ଭୁବନେଶ୍ୱର : ‌ହାତ ମିଳାଇବା ମନା। ଆଲିଙ୍ଗନ କରିବା ବି ମନା। ‘କରୋନା’ ପାଇଁ ଏଭଳି ସତର୍କତା ରଙ୍ଗ ବେପାରରେ ଯେମିତି ଗ୍ରହଣ ଲଗେଇ ଦେଇଛି। ପ୍ରଥମତଃ ହୋଲିରେ ରଙ୍ଗ ଦୋକାନ ପାଇଁ ରାସ୍ତାକଡ଼ରେ ଏଥର ଅନୁମତି ମିଳିନାହିଁ, ସେଥିରେ ପୁଣି ଏହି କରୋନା ଭୂତାଣୁର ସଂକ୍ରମଣ ରଙ୍ଗ ବେପାରକୁ ପାଣିଚିଆ କରିଦେଇଛି। କେବଳ ଦୋଳ ଉତ୍ସବ ପାଇଁ ଅବିର ବିକ୍ରି ହେଉଥିଲେ ହେଁ ଅନ୍ୟ ରଙ୍ଗର ବିକ୍ରିବଟା ବିଲକୁଲ […]

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ୍‌ର ପ୍ରତିଷ୍ଠାତା ରାଣା କପୁର ଏବଂ ଅନ୍ୟମାନଙ୍କ ବିରୋଧରେ ଦିଆଯାଇଥିବା ଏଫ୍‌ଆଇଆର୍‌ ଆଧାରରେ ସୋମବାର ଦିନ ସିବିଆଇ ୭ଟି ସ୍ଥାନରେ ଚଢ଼ାଉ କରିଛି। ମୁମ୍ବାଇଠାରେ ଡିଏଚ୍‌ଏଫ୍‌ଏଲ୍‌, ଆର୍‌କେଡବ୍ଲୁ ଡେଭ୍‌ଲପର୍ସ ଏବଂ ଡୁଇଟ୍‌ ଅର୍ବାନ୍‌ ଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଆଦି କମ୍ପାନିର ମାଲିକାନା ସହ ସମ୍ପୃକ୍ତି ଥିବା ପ୍ରତିଷ୍ଠାନ ଓ ପ୍ରତିଷ୍ଠାତା ରାଣା କପୁରଙ୍କ ବାସଭବନରେ ଚଢ଼ାଉ ହୋଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ଡିଏଚ୍‌ଏଫ୍‌ଏଲ୍‌ର […]

Social media & sharing icons powered by UltimatelySocial