ସିଡବ୍ଲ୍ୟୁସିରୁ ବାଦ‌ପଡ଼ିଲେ ରାମ ଖୁଣ୍ଟିଆ,ପଦ ହରାଇଲେ ଆଜାଦ, ଭୋରା, ଖଡ୍‌ଗେ ନୂଆଦିଲ୍ଲୀ/ଭୁବନେଶ୍ୱର : କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧି ଗତକାଲି ଦଳୀୟ ସଂଗଠନରେ ବଡ଼ ଧରଣର ପୁନର୍ବିନ୍ୟାସ କରିଛନ୍ତି। ଓଡ଼ିଶା ପ୍ରଭାରୀ ଥିବା ଦଳର ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହଙ୍କୁ ବଦଳାଇ ସାଂସଦ ଡ. ଚେଲ୍ଲା କୁମାରଙ୍କୁ ଏହି ଗୁରୁ ଦାୟିତ୍ବ ଦିଆଯାଇଛି। ଏହାସହିତ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲୁସି) ସଦସ୍ୟ ଓ ତେଲେଙ୍ଗାନା ପ୍ରଭାରୀ ଥିବା ବରିଷ୍ଠ କଂଗ୍ରେସ […]

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ଶକ୍ତ ଝଟ୍‌କା ପାଟନା : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ମୁଖ୍ୟ ବିରୋଧୀ ଦଳ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) କୁ ଶକ୍ତ ଝଟ୍‌କା ଲାଗିଛି। ବରିଷ୍ଠ ଆର‌ଜେଡି ନେତା ରଘୁବଂଶ ପ୍ରସାଦ ସିଂହ ଆଜି ଆର୍‌ଜେଡିରୁ ଇସ୍ତଫା ଦେଇଛନ୍ତି। ସିଂହ କହିଛନ୍ତି, କରପୁରୀ ଠାକୁରଙ୍କ ମୃତ୍ୟୁ ପରେ ସେ ଦୀର୍ଘ ୩୨ ବର୍ଷ ଧରି ଆର‌ଜେଡିକୁ ସମର୍ଥନ କଲେ। କିନ୍ତୁ […]

ଭୁବନେଶ୍ବର : ରାଜ୍ୟସଭା ଉପସଭାପତି ନିର୍ବାଚନ ପୂର୍ବରୁ ଓଡ଼ିଶା ମୁଖମନ୍ତ୍ରୀ ମୁଖ୍ୟ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ଲୋଡ଼ିଛନ୍ତି ବିହାର ମୁଖମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନିତିଶ କୁମାର। ଆଜି ନିତିଶ ଫୋନ କରି ନବୀନଙ୍କ ସହ ଆଲୋଚନା କରିବା ସହ ସମର୍ଥନ ମାଗିଛନ୍ତି। ରାଜ୍ୟସଭା ଉପସଭାପତି ନିର୍ବାଚନରେ ଏନଡିଏ ତରଫରୁ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ପ୍ରାର୍ଥୀ ହେଉଥିବାବେଳେ ତାଙ୍କର ବିଜୟ ପାଇଁ ବିଜେଡ଼ିର […]

ନିର୍ବାଚନମଣ୍ତଳୀ ବୁଝୁଛନ୍ତି ପୁଅ ସଞ୍ଜୟ କେନ୍ଦ୍ରାପଡ଼ା: ସ୍ତ୍ରୀ ସରପଞ୍ଚ, ସ୍ବାମୀ ପଞ୍ଚାୟତ ବୁଝାସୁଝା କରିବା କଥା ସମସ୍ତେ ଜାଣନ୍ତି। ରାଜ୍ୟରେ ଏମିତି ହଜାର ହଜାର ଉଦାହରଣ ରହିଛି। କିନ୍ତୁ ବିଧାନସଭା କ୍ଷେତ୍ରରେ ଭୋଟରମାନେ ଜଣଙ୍କୁ ନିର୍ବାଚିତ କରିଥିବେ, ଅଥଚ ତାଙ୍କ ବଦଳରେ ଅନ୍ୟ ଜଣେ ନିର୍ବାଚନମଣ୍ତଳୀ କଥା ସମ୍ପୂର୍ଣ୍ଣ ବୁଝାସୁଝା କରିବା ଘଟଣା ରାଜ୍ୟ ରାଜନୀତିରେ ପ୍ରଥମ। ବାସ୍ତବରେ କିଏ ଲୋକ ପ୍ରତିନିଧି ଏବଂ କାହାକୁ ଭୋଟ୍‌ ଦେଇ ଲୋକେ […]

ଆଜାଦଙ୍କୁ ସମାଲୋଚନା କଲେ ପ୍ରିୟଙ୍କା, ସୋନିଆଙ୍କ ସପକ୍ଷରେ ବାହାରିଲେ ମନମୋହନ, ଆଣ୍ଟୋନି ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ୨୩ ଜଣ ନେତା ନେତୃତ୍ବ ପରିବର୍ତ୍ତନ ଓ ଦଳରେ ପରିବର୍ତ୍ତନ ପାଇଁ ଚିଠି ଲେଖିବା ପରେ କରୋନା ମହାମାରୀ ସମୟରେ ସୋମବାର ଦଳର କାର୍ଯ୍ୟକାରିଣୀର ଏକ ୭ ଘଣ୍ଟିଆ ‌ମାରାଥନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ବୈଠକରେ ୪୮ ଜଣ ସଦସ୍ୟ ଭାଗ ନେଇଥିଲେ ସେମାନଙ୍କ ମତ ଉପସ୍ଥାପନ […]

କଂଗ୍ରେସରେ କମ୍ପନ,ସିଡବ୍ଲ୍ୟୁସି ପୂର୍ବରୁ ସୋନିଆଙ୍କୁ ଚିଠି ଲେଖିଲେ ୨୩ ବରିଷ୍ଠ ନେତା ନୂଆଦିଲ୍ଲୀ : ଦିନକୁ ଦିନ ଲୋକପ୍ରିୟତା ହରାଉଥିବା କଂଗ୍ରେସ ଦଳ‌ରେ ଆମୂଳଚୂଳ ସାଂଗଠନିକ ପରିବର୍ତ୍ତନ ପାଇଁ ଦଳର ୨୩ ଜଣ ବରିଷ୍ଠ ନେତା ଦଳୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପତ୍ର ଲେଖିବା ପରେ ଦଳ ଭିତରେ କଂପନ ସୃଷ୍ଟି ହୋଇଛି। ଏହି ପତ୍ରକୁ ଗାନ୍ଧି ପରିବାରର ନେତୃତ୍ବ ପ୍ରତି ଚାଲେଞ୍ଜ କୁହାଯାଉଥିବା ବେଳେ ଏଥିରେ ଭୀଷଣ ବିରକ୍ତି […]

ଭୁବନେଶ୍ୱର: ବଗଲା ଧର୍ମଶାଳା ବିକ୍ରି ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଗତ ଲୋକସଭା ନିର୍ବାଚନରେ ପୁରୀରୁ ପ୍ରାର୍ଥୀ ହୋଇଥିବା ଡାକ୍ତର ସମ୍ବିତ ପାତ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଆଜି ସକାଳେ ସେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି କହିଛନ୍ତି ଯେ, ବେଆଇନ ଭାବେ ଧର୍ମଶାଳାକୁ ପ୍ଲଟିଂ କରି ରାଜ୍ୟ ସରକାର ଓ ପୁରୀ ପ୍ରଶାସନ ଲଜିଂ ମାଲିକଙ୍କୁ ବିକ୍ରି କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ […]

ଭୁବନେଶ୍ୱର : ବିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ଆଜି ବିଭିନ୍ନ କ୍ଷେତ୍ର ପାଇଁ ୪୫ ଜଣ ସଚିବ ଓ ୪୧ ଜଣଙ୍କୁ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି। ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁ ନୂଆ ଦଳୀୟ କର୍ମକର୍ତ୍ତାମାନଙ୍କୁ ନିଯୁକ୍ତ କରିଛନ୍ତି। କିଶୋର ତରାଇ ଓ ସଂଘମିତ୍ରା ଦଳେଇ ଅନୁସୂଚୀତ ଜାତି ବିକାଶ ଦାୟିତ୍ୱ ଦିଆଯାଇଥିବାବେଳେ ଅନୁଭବ ପଟ୍ଟନାୟକ, କେ.ଶାନ୍ତି ଓ ବିଷ୍ଣପ୍ରିୟା ଦାସଙ୍କୁ […]

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ମାସ ୩୦ ତାରିଖ ପୂର୍ବରୁ ବସିବ। ଏ ନେଇ ଆଜି ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ତେବେ କରୋନା ମହାମାରୀ ସମୟରେ ବୈଠକ ବିଧାନସଭାରେ ହେବ କି ଅନ୍ୟ କେଉଁଠି ସେ ନେଇ ସ୍ଥାନ ନିରୂପଣ ହୋଇପାରି ନଥିବା ନେଇ ସେ କହିଛନ୍ତି। କୋଭିଡ୍‌ କଟକଣା ଭିତରେ କିପରି ଗୃହ ପରିଚାଳନା କରିବାକୁ ହେବ ସେ […]

ଆଳି : ଆଳି ବ୍ଳକ ଚଣ୍ଡିଆଗଡ଼ି ପଞ୍ଚାୟତର କରୋନାମୁକ୍ତ ପ୍ଲାଜମାଦାତାଙ୍କୁ ଆଜି ପ୍ରତାପ ଦେବ ଫ୍ୟାନ କ୍ଳବ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଚଣ୍ଡିଆଗଡି ପଞ୍ଚାୟତ ବଇଦିମାଳ ଗ୍ରାମର ଦେବେନ୍ଦ୍ର ପଣ୍ଡା ବାଙ୍ଗାଲୁରୁରୁ ଫେରି ଗତ ଜୁନ ମାସରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ରାଜ୍ୟରେ ପ୍ଲାଜମା ଚିକିତ୍ସା ଆରମ୍ଭ ହେବାପରେ ସରକାର ବିଧାୟକ ମାନଙ୍କୁ କରୋନାମୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ପ୍ରଦାନ ନିମନ୍ତେ ବୁଝାଇବାକୁ ଦାୟିତ୍ୱ […]

Social media & sharing icons powered by UltimatelySocial