ନୂଆଦିଲ୍ଲୀ: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କର ଏହି ସପ୍ତାହରେ ୟୁକ୍ରେନ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ଯାତ୍ରାର କିଛି ଦିନ ପୂର୍ବରୁ ଏହି ଗସ୍ତ ବାତିଲ କରାଯାଇଛି। ଏହା ପଛର କାରଣକୁ ରୁଷର ଗଣମାଧ୍ୟମ ୟୁକ୍ରେନରେ ମାକ୍ରୋନଙ୍କ ଉପରେ ଘାତକ ଆକ୍ରମଣର ଭୟ ବୋଲି ଦର୍ଶାଇଛନ୍ତି। ମାକ୍ରୋନଙ୍କ କିଭ ଗସ୍ତ ଫେବ୍ରୁଆରି ମଧ୍ୟଭାଗରେ ହେବାର ଥିଲା। ରୁଷର ଗଣମାଧ୍ୟମ ଖବର ଅନୁଯାୟୀ, ୟୁକ୍ରେନରେ ମାରାତ୍ମକ ଆକ୍ରମଣ ହେବାର ସମ୍ଭାବନାକୁ […]

ତେହେରାନ: ବୁଧବାର ସକାଳେ ଇରାନରେ ହୋଇଥିବା ବିସ୍ଫୋରଣରେ ଏକ ପ୍ରାକୃତିକ ଗ୍ୟାସ ପାଇପଲାଇନ ଗୁରୁତରଭାବେ କ୍ଷତିଗ୍ରସ୍ତ ହୋଇଛି। ଜଣେ ଅଧିକାରୀ ଏହି ବିସ୍ଫୋରଣକୁ ଆତଙ୍କବାଦୀ କାର୍ଯ୍ୟ ବୋଲି କହିଛନ୍ତି। ଗାଜା ଉପତ୍ୟକାରେ ହାମାସ ବିରୋଧରେ ଇସ୍ରାଏଲର ଯୁଦ୍ଧ ମଧ୍ୟରେ ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ବିସ୍ଫୋରଣ ଯୋଗୁଁ ଇରାନର ପଶ୍ଚିମ ଚହରମହଲ ଓ ବଖତିଆରି ପ୍ରଦେଶରୁ କାସ୍ପିଆନ୍ ସାଗରର ଉତ୍ତରରେ ଥିବା ସହରକୁ ପ୍ରାକୃତିକ ଗ୍ୟାସ୍ ପାଇପ୍ ଲାଇନ୍ […]

ବାଗଦାଦ୍ : ଇରାନର ରିଭୋଲ୍ୟୁସନରୀ ଗାର୍ଡ (ଆଇଆରଜିସି) ଏବଂ ଏହାର ସମର୍ଥିତ ମିଲିସିଆ ଗୋଷ୍ଠୀଙ୍କ ଆକ୍ରମଣରେ ୩ ଜଣ ସୈନିକଙ୍କ ମୃତ୍ୟୁରେ କ୍ଷୁବ୍ଧ ହୋଇଥିବା ଆମେରିକା କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଇରାକ ଏବଂ ସିରିଆର ବିଭିନ୍ନ ଟାର୍ଗେଟ ଉପରେ ଭୟଙ୍କର ଏୟାର ଷ୍ଟ୍ରାଇକ୍ ଜାରି ରଖିଛି। ଏହି ଆକ୍ରମଣରେ ଆମେରିକା ମଧ୍ୟ ଲମ୍ବା ଦୂରତା ବିଶିଷ୍ଟ ବି-୧ ବୋମାବର୍ଷକ ବିମାନ ବ୍ୟବହାର କରିଛି। ଗତକାଲି ଆମେରିକା ସୈନ୍ୟଙ୍କ ଉପରେ […]

ଲାହୋର : ପାକିସ୍ତାନର ଏକ ଅଦାଲତ ଶନିବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଅଣ-ଇସଲାମିକ ବିବାହ ମାମଲାରେ କୋର୍ଟ ଉଭୟଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବୁଶରାଙ୍କ ପ୍ରଥମ ସ୍ୱାମୀ ଖାଓ୍ଵାର ମନେକା ଦୁଇଟି ବିବାହ ମଧ୍ୟରେ ବାଧ୍ୟତାମୂଳକ ବିରତି ବା ଇଦ୍ଦାତ ପାଳନ କରିବାର ଇସଲାମିକ ପ୍ରଥାକୁ ଉଲ୍ଲଂଘନ କରିଥିବା ଅଭିଯୋଗ କରି ଏକ ମାମଲା […]

ସିଓଲ୍‌: ପୂର୍ବ ଉପକୂଳ ସମୁଦ୍ର ମଧ୍ୟକୁ ଉତ୍ତର ‌କୋରିଆ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଆଜି ଦକ୍ଷିଣ କୋରିଆ କହିଥିବା କଥା ନିଉଜ୍‌ ଏଜେନ୍‌ସି ‘ଏପି’ ରିପୋର୍ଟ କରିଛି। ଦକ୍ଷିଣ କୋରିଆର ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ ଏ କଥା ଘୋଷଣା କରିଛନ୍ତି, କିନ୍ତୁ ଏ ସଂକ୍ରାନ୍ତରେ ଅଧିକ ବିବରଣୀ ଦେଇ ନାହାନ୍ତି। ସେ କହିଛନ୍ତି, ଉତ୍ତର କୋରିଆ ପୂର୍ବ ସାଗର ବା ଜାପାନ ସାଗର ଆଡ଼କୁ ଗୋଟାଏ […]

ନୂଆଦିଲ୍ଲୀ: ଜାନୁଆରି ୬ ତାରିଖରେ ଆଲାସ୍କା ଏୟାରଲାଇନ୍ସର ଏକ ବୋଇଂ ୭୩୭ ବିମାନର କ୍ୟାବିନ୍‌ ଡୋର୍‌ ମଝି ଆକାଶରେ ଉଡ଼ିଯିବା ପରେ ଏହାକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ପ୍ରକଟ କରାଯାଇଛି। ବିମାନଟିକୁ ଜରୁରିକାଳୀନ ଅବତରଣ କରିବା ପରେ ଭାରତୀୟ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃ‌ଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ପକ୍ଷରୁ ଦେଶରେ ଥିବା ସେହି ଧରଣର ୩୨ଟି ବିମାନକୁ ଯାଞ୍ଚ କରାଯାଇଛି। ଏହି ଘଟଣା […]

ନୂଆଦିଲ୍ଲୀ: ଜାପାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର ତୁରନ୍ତ ପରେ ସୁନାମି ଆସିଥିଲା, ଯାହା ଫଳରେ ସହର ଭିତରକୁ ପାଣି ପଶିଯାଇଛି। ଏହି ଘଟଣା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଲହରର ଉଚ୍ଚତା ୧.୩ ଫୁଟ ପର୍ଯ୍ୟନ୍ତ ରହିଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ଲହର ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସେପଟେ ଜାପାନରେ ଥିବା ଆଣବିକ ଶକ୍ତି କେନ୍ଦ୍ରର ସୁରକ୍ଷାକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି। […]

୨୦୨୪ରେ ଆଉ ୩ଟି ‘ସ୍ପାଇ ସାଟେଲାଇଟ୍‌’ ଛାଡ଼ିବ ଉତ୍ତର କୋରିଆ ପ୍ୟୋଙ୍ଗ୍ୟାଙ୍ଗ୍‌: ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ବୋଲି ‘ୱାର୍କର୍‌ ପାର୍ଟି ଅଫ୍‌ କୋରିଆ’ର ବର୍ଷାନ୍ତ ସମ୍ମିଳନୀରେ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ସ୍ପଷ୍ଟ କରି କହିବା ସହିତ ନବବର୍ଷରେ ଆଉ ୩ଟି ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବା ଓ ଆଣବିକ ଶକ୍ତି ବୃଦ୍ଧି କରିବା ଲାଗି ପ୍ରତିଜ୍ଞା କରିଛନ୍ତି। କିମ୍‌ଙ୍କ ବକ୍ତବ୍ୟରୁ ଉଦ୍ଧୃତି କରି ରାଷ୍ଟ୍ରାୟାତ ନିଉଜ୍‌ […]

ଇସଲାମାବାଦ: ପାକିସ୍ତାନ ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ଜଣେ ସଂଖ୍ୟାଲଘୁ ହିନ୍ଦୁ ମହିଳା ନିର୍ବାଚନ ମୈଦାନରେ ଓହ୍ଲାଇଛନ୍ତି। ଖାଇବର-ପଖତୁନଖ୍ବା ପ୍ରଦେଶର ବୁନେର ପ୍ରାଦେଶିକ ନିର୍ବାଚନରେ ଡା ସାବେରା ପ୍ରକାଶ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସାବେରା ପ୍ରକାଶ(୨୫) ବୃତ୍ତିରେ ଜଣେ ଡାକ୍ତର ଅଟନ୍ତି। ସାବେରାଙ୍କ ପିତା ଓମ୍‌ ପ୍ରକାଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପିକେ-୨୫ ନିର୍ବାଚନମଣ୍ଡଳୀର ସାଧାରଣବର୍ଗ ଆସନ ନିମନ୍ତେ ସେ ପାକିସ୍ତାନ ପିପୁଲ୍‌ସ ପାର୍ଟି […]

ଦୋହା: କାତାରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ଗୁରୁବାର ବଡ଼ ଆଶ୍ୱସ୍ତି ମିଳିଛି। ଭାରତ ସରକାରଙ୍କ ଆବେଦନ କ୍ରମେ ସମସ୍ତ ୮ ଜଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଯାଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ମାମଲାରେ କାତାରର ସର୍ବୋଚ୍ଚ ଅଦାଲତରେ ଅପିଲ କରାଯାଇଥିଲା। ଶୁଣାଣି ସମୟରେ କୋର୍ଟ ଦଣ୍ଡାଦେଶକୁ କୋହଳ କରିଥିଲେ। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହି ମାମଲାରେ […]

Social media & sharing icons powered by UltimatelySocial