ପେଶାୱାର : ପାକିସ୍ତାନରୁ ୧୩୦୦ ବର୍ଷ ତଳର ଏକ ପୁରୁଣା ହିନ୍ଦୁ ମନ୍ଦିର ଠାବ ହୋଇଛି। ଉତ୍ତର-ପଶ୍ଚିମ ପାକିସ୍ତାନର ସ୍ବାତ୍‌ ଜିଲ୍ଲାର ବାରିକୋଟଠାରେ ଥିବା ଏକ ପାହାଡ଼ରୁ ଇଟାଲୀୟ ଏବଂ ପାକିସ୍ତାନୀ ପ୍ରତ୍ନତତ୍ତ୍ବବୀତ୍‌ ଏହି ପ୍ରାଚୀନ ହିନ୍ଦୁ ମନ୍ଦିର ଠାବ କରିଛନ୍ତି। ଏଠାରେ ପ୍ରତ୍ନତାତ୍ତ୍ବିକ ଖନନ ଚାଲିଥିବାବେଳେ ଏହି ହିନ୍ଦୁ ମନ୍ଦିରର ସନ୍ଧାନ ମିଳିଥିବା ଜଣାପଡ଼ିଛି। ପାକିସ୍ତାନର ବରିଷ୍ଠ ପ୍ରତ୍ନତତ୍ତ୍ବ ଅଧିକାରୀ ଫାଜଲ ଖଲିକ୍‌ଙ୍କ କହିବା ଅନୁସାରେ, ଏହା ଏକ […]

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଶେଷରେ ତାଙ୍କର ନିର୍ବାଚନୀ ପରାଜୟକୁ ସ୍ବୀକାର କରିଛନ୍ତି ଏବଂ କ୍ଷମତା ହସ୍ତାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପ୍‌ଙ୍କ ଏହି ନିଷ୍ପତ୍ତି ଆମେରିକା ପାଇଁ ବଡ଼ ଆଶ୍ବସ୍ତିର କାରଣ ହୋଇଥିବା ବେଳେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି। ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ ସହିତ କ୍ଷମତା ହସ୍ତାନ୍ତର ପାଇଁ ବିଭିନ୍ନ ସ୍ତରରେ ପ୍ରସ୍ତୁତି ତ୍ବରାନ୍ବିତ ହୋଇଛି। […]

ଥାଇଲାଣ୍ଡ: ଅଧିକାଂଶ ଜଳପ୍ରପାତ ଖସଡ଼ା। କେତେକ ଏତେ ଖସଡ଼ା ଯେ, ତଳୁ ଉପରକୁ ଚଢ଼ିବା ଅସମ୍ଭବ। ତେବେ, ଥାଇଲାଣ୍ଡ‌ରେ ଥିବା ବୁଆ ଥାଙ୍ଗ‌ ଜଳପ୍ରପାତ ଏକ ବ୍ୟତିକ୍ରମ। ଏହା ଉପରକୁ ଚଢ଼ିବା ବା ଓହ୍ଲାଇବା ବେଶ୍‌ ସହଜ। କୌଣସି ସ୍ବତନ୍ତ୍ର ଯନ୍ତ୍ରପାତିର ସହାୟତା ବିନା ଏହା ଉପରକୁ ଚଢ଼ାଯାଇପାରେ। ଏହି ପ୍ରପାତ ଚିଆଂ ମେଇ ପ୍ରଦେଶରେ ଅବସ୍ଥିତ। ଯେଉଁ ପ୍ରସ୍ତର ଶଯ୍ୟା ଉପରେ ଏହା ପ୍ରବାହିତ, ତାହା ଅତି ଅଠାଳିଆ […]

ନୂଆଦିଲ୍ଲୀ/ରିୟାଦ୍‌: ପୂର୍ବ ନିର୍ଦ୍ଧାରିତ ସମୟର ବର୍ଷକ ପରେ ଅର୍ଥାତ୍‌ ୨୦୨୩ ଭାରତ ‘ଜି୨୦ ଶିଖର ସମ୍ମଳନୀ’ ଆୟୋଜନ କରିବ ବୋଲି ରବିବାର ଦିନ ‘ଜି୨୦’ ନେତାମାନେ ଘୋଷଣା କରିଛନ୍ତି। ‘ଜି୨୦’ର ଓସାକା ଘୋଷଣାନାମା ଅନୁସାରେ, ୨୦୨୨ରେ ଭାରତ ଏହି ଶିଖର ସମ୍ମିଳନୀ ଆୟୋଜନ କରିବା କଥା। ଉକ୍ତ ଘୋଷଣାନାମାରେ ଉଲ୍ଲେଖ ଥିଲା ଯେ, ୨୦୨୦ରେ ସାଉଦି ଆରବ, ୨୦୨୧ରେ ଇଟାଲି ଏବଂ ୨୦୨୨ରେ ଭାରତରେ ଆମେ ଏକତ୍ର ହେବାକୁ ସ୍ଥିର […]

ଇସଲାମାବାଦ: ଅନ୍ୟାନ୍ୟ ଦେଶ ତୁଳନାରେ ପାକିସ୍ତାନରେ ମହିଳାମାନେ ଅତ୍ୟନ୍ତ ଅସୁରକ୍ଷିତ। ଏପରିକି ଘରେ ରହୁଥିବା ମହିଳାମାନଙ୍କୁ ମଧ୍ୟ ସୁରକ୍ଷା ଦେବାରେ ପାକିସ୍ତାନ ସରକାର ସଫଳ ହୋଇପାରୁ ନାହିଁ। ଏଥିପାଇଁ ପାକିସ୍ତାନର ମହିଳାମାନଙ୍କ ମଧ୍ୟରେ ପ୍ରବଳ କ୍ରୋଧ ସୃଷ୍ଟି ହେଲାଣି। ପାଖାପାଖି ୧୦ କୋଟି ମହିଳାଙ୍କ ମଧ୍ୟରେ ଏହି କ୍ରୋଧ ପୁଞ୍ଜୀଭୂତ ହୋଇ ରହିଛି ବୋଲି ନିକଟରେ ନ୍ୟୁୟର୍କ ଟାଇମ୍ସରେ ଇସଲାମାବାଦର ସାମ୍ବାଦିକା ଫତିମା ଭୋଜାନି ଲେଖିଛନ୍ତି। ନିକଟରେ ତାଙ୍କୁ ତାଙ୍କର […]

ଅନେକ ‘ପ୍ରଥମ’ର ଅଧିକାରିଣୀ କମଳା ହାରିସ ୱାସିଂଟନ: ଆମେରିକାର ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ଭାବେ କମଳା ହାରିସ ବିଜୟୀ ହେବା ପରେ ତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି। କମଳା ତା‌ଙ୍କ ରାଜନୈତିକ ଜୀବନରେ ଅନେକ ‘ପ୍ରଥମ’ ଯୋଡ଼ି ପାରିଛନ୍ତି। ସେ ଆମେରିକାର ପ୍ରଥମ ମହିଳା, ପ୍ରଥମ କୃଷ୍ଣକାୟ, ପ୍ରଥମ ଭାରତୀୟ-ଆମେରିକୀୟ ଏବଂ ପ୍ରଥମ ଏସୀୟ ଉପରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି। କମଳା ହାରିସଙ୍କ […]

ନୂଆଦିଲ୍ଲୀ: ରାଷ୍ଟ୍ରପତି-ନିର୍ବାଚିତ ଜୋ’ ବାଇଡେନ୍‌ ସୋମବାର ଦିନ ଘୋଷଣା କରିବାକୁ ଥିବା କରୋନାଭାଇରସ୍‌ ଟାସ୍କ୍‌ ଫୋର୍ସରେ ଭାରତୀୟ-ଆମେରିକୀୟ ଡାକ୍ତର ବିବେକ ମୂର୍ତ୍ତିଙ୍କୁ ସାମିଲ କରାଯାଇପାରେ। କର୍ଣ୍ଣାଟକର ମୂଳ ବାସିନ୍ଦା ତଥା ଇଂଲଣ୍ଡ୍‌ରେ ଜନ୍ମିତ ୪୩ ବର୍ଷିୟ ଡାକ୍ତର ବିବେକ ମୂର୍ତ୍ତିଙ୍କୁ ୨୦୧୪ରେ ତତ୍‌କାଳୀନ ରାଷ୍ଟ୍ରପତି ବାରାକ୍‌ ଓବାମା ଆମେରିକାର ଊନବିଂଶତମ ‘ସର୍ଜନ୍ ଜେନେରାଲ୍‌’ ଭାବେ ନିଯୁକ୍ତ କରିଥିଲେ। ପ୍ରଥମ ବିଜୟ ଅଭିଭାଷଣରେ ରାଷ୍ଟ୍ରପତି-ନିର୍ବାଚିତ ଜୋ’ ବାଇଡେନ୍‌ କହିଥିଲେ ଯେ, ଯୁକ୍ତରାଷ୍ଟ୍ର […]

ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସରିଥିବା ବେଳେ କାହା ହାତକୁ କ୍ଷମତା ଯିବ, ସେ ନେଇ ଚର୍ଚ୍ଚା ଲାଗି ରହିଛି। ଫଳାଫଳ ଆସିବା ପୂର୍ବରୁ ମୁହାଁ-ମୁହିଁ ହୋଇଛନ୍ତି ଡେମୋକ୍ରାଟ ପାର୍ଟିର ଜୋ ବାଇଡେନ୍ ଓ ରିପବ୍ଲିକାନ ପାର୍ଟି ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଗଣତିକୁ ନେଇ ଜୋ ବାଇଡେନ୍ ଢ଼େର ଆଗରେ ଥିବାରୁ ଟ୍ରମ୍ପ ପୁଣି ଥରେ ଗଣତି କରିବାକୁ ଦାବି କରିଥିଲେ। ଏହା ସହ […]

ୱାଶିଂଗଟନ: ଆମେରିକାରେ କିଏ କରିବ ଶାସନ? କାହାକୁ ମିଳିବ ରାଷ୍ଟ୍ରପତି ପଦ? ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ ଏକ ନୂଆ ରେକର୍ଡ କରିଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ କୌଣସି ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ୭କୋଟି ଭୋଟ ମିଳିଛି। ଏହା ପୂର୍ବରୁ କାହାକୁ ୭କୋଟି ଭୋଟ ମିଳିନଥିଲା। ୭କୋଟି ଭୋଟ ପାଇ ‌‌ସେ ପୂର୍ବ ରାଷ୍ଟ୍ରପତି […]

ନ୍ୟୁୟର୍କ: ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଓ ପ୍ରାକ୍ତନ ଉପରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ହ୍ବାଇଟ୍‌ହାଉସ ଦଖଲ ଭାଗ୍ୟ ଏବେ ଭୋଟବାକ୍ସ ଭିତରେ ବନ୍ଦ ରହିଛି। ଜାତୀୟସ୍ତରୀୟ ଏବଂ ରାଜ୍ୟସ୍ତରୀୟ ଯାବତୀୟ ଜନମତ ସର୍ଭେରେ ବାଇଡେନ୍‌ ଅଗ୍ରଣୀ ରହିବା ସହ ତାଙ୍କ ବିଜୟ ସମ୍ଭାବନା ଅଧିକ ରହିଛି। ଇ‌ଲେକ୍ଟୋରାଲ୍‌ ଭୋଟ୍‌ରେ ବାଇଡେନ୍‌ ଆଗୁଆ ରହିଥିବା ସୂଚନା ମିଳିିଛି। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ୨୦୨୦ ପାଇଁ ରିପବ୍ଲିକାନ୍ ଦଳର ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ […]

Social media & sharing icons powered by UltimatelySocial