ଜଣକ ପାଇଁ କସରତ କରୁଛି ପ୍ରଶାସନ : ଜମି ପ୍ରଦାନକାରୀଙ୍କ ମଧ୍ୟରେ ‌କୁହୁଳୁଛି ଅସନ୍ତୋଷ ଭୁବନେଶ୍ୱର : ଶ୍ରୀ ଲିଙ୍ଗରାଜ ମନ୍ଦିର ଚାରିପଟ ବିକାଶ ପାଇଁ ରାଜ୍ୟ ସରକାର କରିଥିବା ଏକାମ୍ର ଯୋଜନାର ସଫଳ ରୂପାୟନ ପାଇଁ ଶତାଧିକ ଲୋକ ଜମି ହରାଇଲେ। ଏହି ଜମି ହରାଇଥିବା ଲୋକ ଜମି ବଦଳରେ ଜମି ଦେବା ପାଇଁ ଦାବି କରିଥିଲେ। ହେଲେ ବିଏମ୍‌ସି କାହାରିକୁ ଜମି ଦେଲା ନାହିଁ। ଅଥଚ ଜଣେ […]

କଟକ: ୪ ବର୍ଷ ହେଲାଣି ସାହିରେ ଚାଲିଛି ଜାଇକା କାମ। ପ୍ରତିବର୍ଷ ଏକାଧିକଥର ରାସ୍ତାକୁ ଖୋଳାଯାଇ କାମ ହେଉଛି। ମାତ୍ର କାମ ପରେ ରାସ୍ତା ମରାମତି ହେଉ ନାହିଁ କି ଜାଇକା ପ୍ରକଳ୍ପ କାମ ଅଞ୍ଚଳରୁ ଶେଷ ହେଉ ନାହିଁ। ୧ କିଲୋମିଟର ରାସ୍ତାରେ ଚ୍ୟାମ୍ବର ଓ ପାଇପ ବିଛା କାମ ‌ଶେଷ କରିବାକୁ ଜାଇକା କର୍ତ୍ତୃପକ୍ଷ ଦୀର୍ଘ ୪ବର୍ଷରୁ ଅଧିକ ସମୟ ନେଇ ସାରିଲେଣି। କାମ ‌ଶେଷ ହେଉ […]

ମୁମ୍ବାଇ: ଗତ ବିଳମ୍ବିତ ରାତ୍ରୀରେ ବାନ୍ଦ୍ରା, ଅନ୍ଧେରୀ ଏବଂ ଲୋଖଣ୍ଡଓ୍ଵାଲା ଅଞ୍ଚଳରେ କ୍ରମାଗତ ଚଢ଼ାଉ ପରେ ‘ନାକ୍ରୋଟିକସ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ’ (ଏନ୍‌ସିବି) ଜଣେ ମାଦକ ଦ୍ରବ୍ୟ ଯୋଗାଣକାରୀଙ୍କୁ ହାଜତ ନେଇଛି। ଗତକାଲି ‘ଏନ୍‌ସିବି’ ମୁମ୍ବାଇ କ୍ରୁଜ୍‌ ପାର୍ଟିରେ ଭାଗ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୮ଜଣଙ୍କୁ ଗିରଫ କରିଥିଲା। ଆର୍ୟ୍ୟାନ୍‌ ଖାନ୍‌, ଅର୍ବାଜ୍‌ ସେଠ୍‌ ମର୍ଚାଣ୍ଟ୍‌ ଏବଂ ମୁନ୍‌ମୁନ୍‌ ଧମେଚାଙ୍କୁ ଏସ୍‌ପ୍ଲାଣ୍ଡେ୍‌ କୋର୍ଟ ଆଜି ପର୍ଯ୍ୟନ୍ତ ‘ଏନ୍‌ସିବି’ ହାଜତକୁ ରିମାଣ୍ଡ୍‌ରେ ପଠାଇଛନ୍ତି। […]

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ଚାଲିଥିବା ରେଭ୍ ପାର୍ଟି ଓ ସେଠାରୁ ଜବତ ହୋଇଥିବା ଡ୍ରଗ୍ସ ମାମଲା‌ରେ ଅଟକ ଥିବା ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଗିରଫ ହୋଇଛନ୍ତି। ଏଥିସହିତ ତାଙ୍କର ଅନ୍ତରଙ୍ଗ ବନ୍ଧୁ ଅରବାଜ୍ ମର୍ଚ୍ଚାଣ୍ଟ, ମୁନମୁନ୍ ଧେମେକା, ନୂପୁର ସାରିକା, ଇସମିତ୍ ସିଂ, ମୋହକ ଜସୱାଲ୍, ବିକ୍ରାନ୍ତ ଚ୍ଛୋକର ଓ ଗୋମିତ୍ ଚୋପ୍ରାଙ୍କୁ ମଧ୍ୟ ଗିରଫ କରାଯାଇଛି। ଆର୍ଯ୍ୟନ୍‌ ଓ ତାଙ୍କ […]

ମୁମ୍ୱାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଅସୁବିଧାରେ ଫସି ଯାଇଛନ୍ତି। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜରେ ଚାଲୁଥିବା ଡ୍ରଗ୍ସ ପାର୍ଟି ଉପରେ ଚଢ଼ାଉ କରିଥିଲା। ଏହି ପାର୍ଟିରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ନାମ ବି ସାମ୍ନାକୁ ଆସିଛି। ଆର୍ଯ୍ୟନଙ୍କୁ ଏନସିବି ଟିମ ପଚରାଉଚରା କରୁଛି। ଏହି ଘଟଣା ପରେ ଶାହାରୁଖ ଖାନଙ୍କ ତରଫରୁ କୌଣସି ପ୍ରକାର ପ୍ରତିକ୍ରିୟା […]

ବଡ଼ବିଲ: କେନ୍ଦୁଝର ଜିଲ୍ଲାର ବଡ଼ବିଲ ଫିଲ୍ମହଲ ଛକ ଠାରେ ଥିବା ଓଡ଼ିଶା ହାର୍ଡୱେର୍ ଦୋକାନ ଉପରକୁ ବୋମା ମାଡ଼ ହୋଇଥିବାର ଖବର ମିଳିଛି। ଏକ କଳା ରଙ୍ଗର ପଲସର ବାଇକରେ ଦୁଇଜଣ ଯୁବକ ବୋମା ମାଡ଼ କରିଥିଲେ। ବୋମା ମାଡ଼ରେ କୌଣସି ଧନ, ଜୀବନ ନଷ୍ଟ ହୋଇନଥିଲେ ହେଁ, ଦୋକାନୀ ଦିନେଶ ଅଟଳ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ବୋମାମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ, ପୁଲିସ ତନାଘନା ଆରମ୍ଭ କରିଛି।

ନୂଆଦିଲ୍ଲୀ: ରାଜସ୍ଥାନର ଡିଏସପି ଏବଂ ମହିଳା କନଷ୍ଟେବଳଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଉଭୟ ସୁଇମିଂ ପୁଲରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ଏହି ମାମଲାରେ ଉଭୟଙ୍କୁ ଗିରଫ କରାଯିବା ସହିତ ଚାକିରିରୁ ବିଦା କରାଯାଇଛି। ଏହି ଘଟଣାକୁ ନେଇ ପୁଲିସ ବିଭାଗକୁ ନିନ୍ଦା ଅପବାଦ ଶୁଣିବାକୁ ହୋଇଥିଲା। ରାଜସ୍ଥାନ ଡିଜିପି ଏମଏଲ ଲେଥରଙ୍କ ଅନୁଯାୟୀ ଗତ ଶନିବାର ଦିନ ଚାକିରିରୁ ନିଲମ୍ବନ ପତ୍ର ଉଭୟଙ୍କୁ ଦିଆଯାଇଛି। ସେପ୍ଟେମ୍ବରରେ […]

କୋଲକାତା: ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭବାନୀପୁର ବିଧାନସଭା ଆସନରୁ ବଡ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା। ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ୫୮,୮୩୨ ଭୋଟରେ ପରାଜୟ ଦେଇଛନ୍ତି ମମତା। ଭବାନୀପୁରବାସୀଙ୍କ ଭରସାର ଭୋଟ ପାଇଁ ମମତା କେବଳ ଏହି ନିର୍ବାଚନ ଜିତିନାହାନ୍ତି ବରଂ ନିଜ ରେକର୍ଡ ଭାଙ୍ଗିଛନ୍ତି। ୨୧ ରାଉଣ୍ଡର ଗଣତି ପରେ ମମତା ବିଜୟୀ ହୋଇଥିବା ଜଣାପଡ଼ିଛି। ଆନୁଷ୍ଠାନିକ ଭାବେ କୌଣସି […]

୩୨ ଆୟୁଷ ଡାକ୍ତରଙ୍କୁ ରିଲିଭ୍ ପାଇଁ ଚିଠି ଲେଖିଲେ ଆୟୁଷ ନିର୍ଦ୍ଦେଶକ ଭୁବନେଶ୍ବର : ରାଜଧାନୀରେ କରୋନା ସଂକ୍ରମଣ ଏବେ ୨ଶହକୁ ଖସି ଆସିଲାଣି। ପ୍ରତ୍ୟେକ ଦିନ ଏହା ଉପର-ତଳ ହେଉଛି। ତେଣୁ କୋଭିଡ ଡ୍ୟୁଟିରେ ନିୟୋଜିତ ହୋଇଥିବା ଆୟୁଷ ଡାକ୍ତରଙ୍କୁ ମୁକ୍ତି ମିଳୁନି। ସେମାନଙ୍କୁ ରିଲିଭ୍ କରିବା ଲାଗି ଗତ ଜୁନ୍ ୨୧ତାରିଖରୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିସାରିଲାଣି। ଏହା ସତ୍ତ୍ବେ ବିଏମ୍‌ସି ଅଧୀନରେ ଏବେ ବି ୩୨ଜଣ […]

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୮୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୯୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୫୭ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୧ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା […]

Social media & sharing icons powered by UltimatelySocial