ମମତାଙ୍କ ଦମଦାର୍ ବିଜୟ : ୫୮ ହଜାରରୁ ଅଧିକ ଭୋଟରେ ଜିତିଲେ

ମମତାଙ୍କ ଦମଦାର୍ ବିଜୟ

କୋଲକାତା: ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭବାନୀପୁର ବିଧାନସଭା ଆସନରୁ ବଡ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା। ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ୫୮,୮୩୨ ଭୋଟରେ ପରାଜୟ ଦେଇଛନ୍ତି ମମତା। ଭବାନୀପୁରବାସୀଙ୍କ ଭରସାର ଭୋଟ ପାଇଁ ମମତା କେବଳ ଏହି ନିର୍ବାଚନ ଜିତିନାହାନ୍ତି ବରଂ ନିଜ ରେକର୍ଡ ଭାଙ୍ଗିଛନ୍ତି। ୨୧ ରାଉଣ୍ଡର ଗଣତି ପରେ ମମତା ବିଜୟୀ ହୋଇଥିବା ଜଣାପଡ଼ିଛି। ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇ ନଥିଲେ ମଧ୍ୟ ମମତାଙ୍କ ବିଜୟୀ ହୋଇଥିବା ସ୍ପଷ୍ଟ ହୋଇଛି। ଗତ ୩୦ ତାରିଖରେ ଭବାନୀପୁର ଉପ-ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଆଉ ଏହି ଉପ-ନିର୍ବାଚନରେ ମମତା ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିଥିଲେ । ମମତାଙ୍କ ପାଇଁ ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ନିର୍ବାଚନର ଫଳାଫଳ ମମତାଙ୍କ ସପକ୍ଷରେ ନ ଯାଇଥିଲେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାନ୍ତା। କାରଣ ନିୟମ ଅନୁଯାୟୀ, କୌଣସି ବ୍ୟକ୍ତି ବିଧାନସଭାର ସଦସ୍ୟ ନଥାଇ ଯଦି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିଥାଏ। ନଚେତ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାଏ। ଯେହେତୁ ମମତା ନନ୍ଦୀଗ୍ରାମ ଆସନରୁ ପରାଜିତ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ରହିଛନ୍ତି ତେଣୁ ଭବାନୀପୁର ଆସନରେ ବିଜୟୀ ହେବା ତାଙ୍କ ପାଇଁ ଜରୁରୀ ହୋଇ ପଡିଥିଲା।

Share Now:

Kalinga News Beuro

Next Post

ମହଙ୍ଗା ପଡ଼ିଲା ସୁଇମିଙ୍ଗପୁଲ୍ ରୋମାନ୍ସ : ଡିଏସପି ଓ ମହିଳା କନଷ୍ଟେବଲ୍ ଚାକିରିରୁ ବିଦା

Sun Oct 3 , 2021
ନୂଆଦିଲ୍ଲୀ: ରାଜସ୍ଥାନର ଡିଏସପି ଏବଂ ମହିଳା କନଷ୍ଟେବଳଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଉଭୟ ସୁଇମିଂ ପୁଲରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ଏହି ମାମଲାରେ ଉଭୟଙ୍କୁ ଗିରଫ କରାଯିବା ସହିତ ଚାକିରିରୁ ବିଦା କରାଯାଇଛି। ଏହି ଘଟଣାକୁ ନେଇ ପୁଲିସ ବିଭାଗକୁ ନିନ୍ଦା ଅପବାଦ ଶୁଣିବାକୁ ହୋଇଥିଲା। ରାଜସ୍ଥାନ ଡିଜିପି ଏମଏଲ ଲେଥରଙ୍କ ଅନୁଯାୟୀ ଗତ ଶନିବାର ଦିନ ଚାକିରିରୁ ନିଲମ୍ବନ ପତ୍ର ଉଭୟଙ୍କୁ ଦିଆଯାଇଛି। ସେପ୍ଟେମ୍ବରରେ […]
ମହଙ୍ଗା ପଡ଼ିଲା ସୁଇମିଙ୍ଗପୁଲ୍ ରୋମାନ୍ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial