ଭୁବନେଶ୍ବର : ପୂର୍ବ ଆକଳନ ଅନୁଯାୟୀ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ସୋମବାର ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ରାଜ୍ୟରେ ଆଉ ୨୪ ଘଣ୍ଟା ଲଘୁଚାପଜନିତ ବର୍ଷା ଲାଗି ରହିବ ଏବଂ ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବ। […]

ଭୁବନେଶ୍ବର : ପୁଲିସ ଅବହେଳାର ସୁଯୋଗ ନେଇ ଅଭିଯୁକ୍ତମାନେ ଖସିଗଲେ। ଏବେ ଖୋଜିଲା ବେଳକୁ ସେମାନେ ଚମ୍ପଟ୍ ମାରିଛନ୍ତି। ତେଣୁ ମାସକ ପରେ ବି ପୁଲିସ ହାତ ଖାଲି। ଏହା ହେଉଛି ପାଣ୍ଡରା ନିଶା ନିବାରଣ କେନ୍ଦ୍ରରେ ତ୍ରିନାଥ ସେଠୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ମାମଲାରେ ପୁଲିସର ଅସହାୟତାର କାହାଣୀ। ଏଣେ ମୃତକଙ୍କ ପରିବାର ଲୋକେ ପୁଅର ହତ୍ୟାକାରୀଙ୍କୁ ଗିରଫ କରିବା ଦାବି କରି ଥାନାକୁ ଧାଇଁ ଧାଇଁ ନୟାନ୍ତ […]

କାବୁଲ: ପଞ୍ଜଶୀର ପ୍ରଦେଶରେ ତାଲିବାନ ଆଡ୍ଡାକୁ ଟାର୍ଗେଟ କଲା ଅଜ୍ଞାତ ସାମରିକ ବିମାନ। ଆଫଗାନିସ୍ତାନର ପଞ୍ଜଶୀର ପ୍ରଦେଶକୁ ସମ୍ପୂର୍ଣ୍ଣ ଦଖଲ କରିଥିବା ନେଇ ତାଲିବାନ ଦାବି କରିବାର ଗୋଟିଏ ଦିନ ପରେ ଅଜ୍ଞାତ ସାମରିକ ବିମାନ ପଞ୍ଜଶୀର ପ୍ରଦେଶରେ ଥିବା ତଲିବାନର ଆଡ୍ଡାକୁ ଟାର୍ଗେଟ କରିଛି। ତେବେ ଏହି ଆକ୍ରମଣରେ କେତେଜଣ ମୃତାହତ ହୋଇଛନ୍ତି, ସେ ନେଇ କୌଣସି ସୂଚନା ମିଳିନାହିଁ। ଗତକାଲି ପଞ୍ଜଶୀର ପାଇଁ ଚାଲିଥିବା ଲଢ଼େଇରେ ଆମେ […]

୫୦ ବର୍ଷରେ ଓଭାଲରେ ଭାରତର ପ୍ରଥମ ଟେଷ୍ଟ ବିଜୟ ଲଣ୍ଡନ : ଓଭାଲ ଟେଷ୍ଟରେ ଐତିହାସିକ ବିଜୟ ସହ ଭାରତ ଲର୍ଡ୍ସ ଟେଷ୍ଟରେ ଭୋଗିଥିବା ଲଜ୍ଜାଜନକ ପରାଜୟର ପ୍ରତିଶୋଧ ନେଇଛି। ଏହା ସହିତ ଭାରତ ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି। ବିଜୟ ପାଇଁ ଇଂଲଣ୍ଡ ଆଗରେ ୩୬୮ ରନର ଲକ୍ଷ୍ୟ ଥିବାବେଳେ ଦଳ ୨୧୦ ରନ କରି ଅଲଆଉଟ ହୋଇଯାଇଥିଲା। ଇଂଲଣ୍ଡ ପକ୍ଷରୁ ଦୁଇ ଓପନର ରୋରି ବର୍ନସ ଓ […]

ବାରଙ୍ଗ : ରାଜଧାନୀ ଉପକଣ୍ଠ ପଥରଗାଡ଼ିଆ ଗ୍ରାମରେ ତିନି ଦିନ ହେଲା ଉପଦ୍ରବ କରୁଥିବା ଦନ୍ତା ହାତୀ ଆଜି ରାତିରେ ନନ୍ଦନକାନନରେ ପଶିଛି। ନନ୍ଦନକାନନ ହାତୀ ସଫାରି ନିକଟରେ ଥିବା ଖଣ୍ଡୁଆଳ ମନ୍ଦିର ପାଖରେ ତାର ଜାଲି ବାଡ଼ ଭାଙ୍ଗି ବଜ୍ରକାପ୍ତା ଏନକ୍ଲୋଜର ଆଡ଼କୁ ପଶି ଆସିଛି। ଚିଡ଼ିଆଖାନା କର୍ମଚାରୀ ହାତୀକୁ ଘଉଡ଼ାଇବା ପାଇଁ ବାଣ ଫୁଟାଇ ଉଦ୍ୟମ ଚଳାଇଛନ୍ତି। ହେଲେ ହାତୀଟି ନନ୍ଦନକାନନ ଭିତରୁ ବାହାରିବା ନାଁ ଧରୁନାହିଁ। […]

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଏବଂ ବଙ୍ଗୋପସାଗରର ପଶ୍ଚିମ-କେନ୍ଦ୍ରୀୟ ଉପକୂଳରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଏବେ ଦକ୍ଷିଣ ଦିଗକୁ ବିସ୍ତୃତ ହେଉଥିବା ଦେଖାଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଅଧିକ ପ୍ରଭାବଶାଳୀ ହୋଇ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଅତିକ୍ରମ କରିବାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବରେ ପ୍ରାୟ ଏକ ସପ୍ତାହ କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ ପୂର୍ବ ଏବଂ କେନ୍ଦ୍ରୀୟ ଅଂଶଗୁଡ଼ିକ […]

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ପିମ୍ପୁଡ଼ି। ଭୂଟାନ ରାଜକୁମାରଙ୍କୁ ଲଣ୍ଡନ ନେଇ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନରେ ପିମ୍ପୁଡ଼ି ଥିବା ଦେଖି ଉଡ଼ାଣ ବାତିଲ କରାଯାଇଥିବା ଜଣାପଡ଼ିଛି। ପିମ୍ପୁଡ଼ି ମିଳିବା ପରେ ରାଜକୁମାରଙ୍କୁ ଅନ୍ୟ ଏବେ ବିମାନରେ ଲଣ୍ଡନ ପଠାଯାଇଥିବା ନେଇ ସୂଚନା ମିଳିଛି। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଏୟାର ଇଣ୍ଡିଆ ବିମାନରେ ବାଦୁଡ଼ି ମିଳିଥିବାର ଖବର ଆସିସାରିଛି। ମେ’ ୨୮ରେ ଏହି ଘଟଣା […]

କିଲୋପିଛା ୮୦୦ ଟଙ୍କାରେ ବିକି ହେଲେ ମାଲାମାଲ୍‌ ନୂଆଦିଲ୍ଲୀ: ଏକ ସୁସ୍ୱାଦୁ ଏବଂ ସ୍ୱାସ୍ଥ୍ୟପ୍ରଦ ପରିବା ରୂପେ ବିବେଚିତ ଭେଣ୍ଡି ପାରମ୍ପରିକ ଭାବରେ ସବୁଜ ରଙ୍ଗରେ ଉପଲବ୍ଧ ହୋଇଥାଏ। ତେବେ, ମଧ୍ୟପ୍ରଦେଶର ଜନୈକ ପରିବା ଚାଷୀ ତାଙ୍କ କ୍ଷେତରେ ଏକ ନୂତନ କିସମର ଲାଲ୍‌ ରଙ୍ଗର ଭେଣ୍ଡି ଅମଳ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଖାଲି ଏତିକି ନୁହେଁ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭରପୂର ମାତ୍ରାରେ ଭିଟାମିନ୍‌ ରହିଥିବା […]

ଭୁବନେଶ୍ବର: ଏବେ ରାଜଧାନୀରେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ କିଛି ଦିନ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୨୦୦ଭିତରେ ରହୁଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୬ଜଣ ଥିବା […]

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକରେ ୪୪୩ ଶିକ୍ଷକ ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ଅବସରରେ ନବନିଯୁକ୍ତ ଶିକ୍ଷକ ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟର ସବୁ ଅଞ୍ଚଳର ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ମୋର ଲକ୍ଷ୍ୟ। ଏହି ଉଦ୍ଦେଶ୍ୟରେ ରାଜ୍ୟରେ ମାଧ୍ୟମିକ ଓ ଉଚ୍ଚ […]

Social media & sharing icons powered by UltimatelySocial