ରାଞ୍ଚି : ସଂସଦରେ ନାଗରିକତା ସଂଶୋଧନ ବିଲ୍‌ ଗୃହୀତ ହେବା ପରେ ଆସାମ, ତ୍ରିପୁରା ପ୍ରଭୃତି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ପ୍ରବଳ ହିଂସାକାଣ୍ଡ ଦେଖାଦେଇଛି । ଆସାମରେ ଗତ କାଲିଠାରୁ ୪୮ ଘଣ୍ଟା ପାଇଁ କର୍ଫ୍ୟୁ ଲଗାଯାଇଛି ଓ ଇଣ୍ଟରନେଟ୍‌ ବନ୍ଦ କରାଯାଇଛି । ରାଜ୍ୟ ସରକାର ଗୁଆହାଟୀ ପୁଲିସ ମୁଖ୍ୟଙ୍କୁ ବଦଳି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି […]

ବିଲ୍ ସଂଖ୍ୟାଲଘୁ ବିରୋଧୀ ନୁହେଁ: ଅମିତ ଶାହ,ବିଲ୍‌ର କପି ଚିରିଲେ ଅୱେସି, ବିଲ୍‌କୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ବିରୋଧ ଆଦିଲ୍ଲୀ :‌ ଲୋକସଭାରେ ଆଜି ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍ ଗୃହୀତ ହୋଇଯାଇଛି। ଆଜି ଦିନରେ ଆଗତ ହୋଇଥିବା ଏହି ବିଲ୍ ଉପରେ ୧୨ ଘଣ୍ଟା ଧରି ଆଲୋଚନା ପରେ ମଧ୍ୟରାତିରେ ଅନୁମୋଦନ ଲାଭ କରିଛି। ବିଲ୍ ସପକ୍ଷରେ ୩୧୧ ଜଣ ମତଦାନ କରିଥିବା ବେଳେ ୮୦ ଜଣ ଏହାର […]

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ନିକଟରୁ ଜବରଦଖଲ ଉଚ୍ଛେଦକୁ ଅସନ୍ତୋଷ ଦେଖା ଦେବାପରେ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ ବନ୍ଦ କରାଯାଇଥିବା ଜଣାଯାଇଛି । ମନ୍ଦିରର ପ୍ରଶାସକଙ୍କ ଅନୁଯାୟୀ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ବେଳେ ଭୁବନେଶ୍ୱର ମହାନଗର ନିଗମ କମିସନରଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯିବ। ଏଥିରେ ଦୋକାନ ହରାଇଥିବା ବ୍ୟବସାୟୀମାନେ ନିଜର ମତ ରଖିପାରିବେ ଏବଂ ସେଥିରେ ଥଇଥାନ ନେଇ ନିଷ୍ପତ୍ତି କରାଯିବ । ସୂଚନାଯୋଗ୍ୟ, ଆଗେ ଥଇଥାନ […]

ନୂଆଦିଲ୍ଲୀ: ଦିଲ୍ଲୀ ରାଣୀ ଝାନ୍‌ସୀ ମାର୍ଗ ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡରେ ୪୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି | ଏହି ମୃତକମାନଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରାଯାଇଛି | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓ ପକ୍ଷରୁ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ସହାୟତା ଦେବାକୁ ମଧ୍ୟ ଘୋଷଣା କରାଯାଇଛି | ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ […]

ନୂଆଦିଲ୍ଲୀ: ନିଆଁରେ ପୋଡି ଗୁରୁତର ଆହତ ହୋଇଥିବା ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପରେ ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ଖପ୍ପା ହୋଇଛନ୍ତି | ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଦାବି କରିବା ସହ କହିଛନ୍ତି ଯେ ଏଭଳି କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ଯେପରି ମହିଳାଙ୍କ ଉପରେ ଖରାପ ନଜର ପକାଉଥିବା ଲୋକ ଭୟରେ କମ୍ପି ଉଠିବେ | ଏଠାରେ ସୂଚନା ଥାଉ […]

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବାର ସପ୍ତାହେ ନ ପୁରୁଣୁ ଦଳରେ ବିଦ୍ରୋହ ପରିଲକ୍ଷିତ ହୋଇଛି। ବିଜେପିକୁ ଛାଡ଼ି କଂଗ୍ରେସ ଓ ଏନସିପି ସହ ମିଶି ଶିବସେନାର ସରକାର ଗଠନକୁ ଅନେକ ଶିବସୈନିକ ନାପସନ୍ଦ କରିଛନ୍ତି । ପ୍ରଥମ ଦିନରୁ ହିଁ ଏଭଳି ବିରୋଧାଭାସ ଦେଖିବାକୁ ମିଳିଥିଲା । ହେଲେ ୪୦୦ ଶିବସୈନିକ ଦଳ ଛାଡି ବିଜେପିରେ ସାମିଲ ହେବା ପରେ ଏହା ସ୍ପଷ୍ଟ ହୋଇଛି […]

ବାଙ୍ଗାଲୁରୁ : ଆଜି କର୍ଣ୍ଣାଟକରେ ୧୫ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଇଛି । ଅନ୍ୟ କୌଣସି ଉପନିର୍ବାଚନ ତୁଳନାରେ ଏହି ଉପନିର୍ବାଚନର ଗୁରୁତ୍ୱ ବେଶ ଅଧିକ କାରଣ ଏହାର ଫଳାଫଳ ଉପରେ କର୍ଣ୍ଣାଟକରେ ଶାସନ କରୁଥିବା ବିଜେପି ସରକାରର ଭବିଷ୍ୟତ ନିର୍ଭର କରୁଛି । ଏହି ୧୫ଟି ଆସନରୁ ବିଜେପିକୁ ଅତି କମରେ ୭ଟି ଜିତିବାକୁ ପଡିବ, ନୋଚେତ ସରକାର ଭାଙ୍ଗିବା ନିଶ୍ଚିତ। ଏସବୁ ଆସନର ପ୍ରତିନିଧିତ୍ୱ […]

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ମହିଳା ମୋର୍ଚ୍ଚା । ପୁରୀରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାକୁ ନବୀନ ନିବାସ ଅଭିମୁଖେ ବାହାରିଥିଲେ ମହିଳା ମୋର୍ଚ୍ଚା । ନବୀନ ନିବାସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା । ଫଳରେ ପୁଲିସ ଓ ବିଜେପି ମହିଳା ମୋର୍ଚ୍ଚା ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି […]

Social media & sharing icons powered by UltimatelySocial