ଫ୍ଲୋରିଡ଼ାରେ ପବ୍ଲିକ୍‌ ହେଲ୍‌ଥ ଏମର୍ଜେନ୍ସି, ଇରାନ୍‌ରେ ୬୬ ଜଣଙ୍କ ମୃତ୍ୟୁ ନୂଆଦିଲ୍ଲୀ : କରୋନା ଭାଇରସ୍‌ ଏବେ ୬୦ରୁ ଅଧିକ ରାଷ୍ଟ୍ରକୁ ବ୍ୟାପିସାରିଛି। ଭାଇରସ୍‌ ଯୋଗୁଁ ଏବେ ବିଶ୍ୱବ୍ୟାପୀ ୩,୦୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୮୮,୦୦୦ରୁ ଅଧିକ ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଆମେରିକାରେ କରୋନା ଯୋଗୁଁ ଗତକାଲି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ପୁଣି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ୱାସିଂଟନ୍‌ର କିଙ୍ଗ୍‌ କାଉଣ୍ଟିରେ ଜଣଙ୍କର […]

ଆକ୍ରାନ୍ତଙ୍କ ସଂଖ୍ୟା ୩୧୦୦ ଟପିଲା, ଘରୁ ବାହାରକୁ ବାହାରିବାକୁ ମନା ନୂଆଦିଲ୍ଲୀ : ଚୀନ୍‌ ପରେ ଏବେ ଦକ୍ଷିଣ କୋରିଆରେ କରୋନା ଭାଇରସ୍‌ ସାଂଘାତିକ ରୂପ ନେଇଛି। ଦକ୍ଷିଣ କୋରିଆର ସବୁ ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାର ମୁକାବିଲା ପାଇଁ ସେନାକୁ ଦାଇତ୍ୱ ଅର୍ପଣ କରାଯାଇଛି। ଦେଶରେ ୩୧୫୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଭାଇରସ୍‌ ଯୋଗୁଁ ଦକ୍ଷିଣ କୋରିଆରେ ମୃତ୍ୟୁସଂଖ୍ୟା ୧୭ରେ ପହଞ୍ଚିଛି ଏବଂ ସମୁଦାୟ […]

ବାରାଣସୀ: ଅଧିକ ଲଗେଜ୍‌ ଆଣିଥିବା କାରଣରୁ ମରିସସ୍‌ର ରାଷ୍ଟ୍ରପତି ପୃଥ୍ଵୀରାଜସିଂହ ରୂପନଙ୍କୁ ଶୁକ୍ରବାର ଉତ୍ତର ପ୍ରଦେଶ ଅନ୍ତର୍ଗତ ବାରାଣସୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅଟକା ଯାଇଥିଲା। ସେ ବାରାଣସୀରୁ ଦିଲ୍ଲୀ ଅଭିମୁଖେ ଯାଉଥିଲେ। ବିମାନ ବନ୍ଦରର କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା ପରେ ତାଙ୍କୁ ଛଡ଼ାଯାଇଥିଲା। ଛଅଜଣିଆ ପ୍ରତିନିଧି ଦଳ ସହ ମରିସସ୍‌ର ରାଷ୍ଟ୍ରପତି ଗୁରୁବାର ଦିନ ଦୁଇଦିନିଆ ଗସ୍ତରେ ମନ୍ଦିର ନଗରୀ ବାରାଣସୀ ଆସିଥିଲେ। […]

ମଦୁରାଇ: ୟୋକୋହାମା ବନ୍ଦରରେ ପୃଥକ କରି ରଖାଯାଇଥିବା ବିଳାସମୟ ଜାହାଜ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ରୁ ଭାରତୀୟ ପରିଚାରକମାନଙ୍କୁ (କ୍ରୁ’ ମେମ୍ବର୍ସ) ସ୍ଥାନାନ୍ତର କରାଯାଇପାରେ। ଏଥି ନିମନ୍ତେ ପ୍ରସ୍ତୁତ ରହିବାକୁ ଜାପାନସ୍ଥିତ ଭାରତୀୟ ଦୂତାବାସ ତରଫରୁ ମଙ୍ଗଳବାର ଦିନ ସେମାନଙ୍କୁ କୁହାଯାଇଛି। ଏକ ଚାଟର୍ଡ ବିମାନରେ ସେମାନଙ୍କୁ ପାଣିଜାହାଜ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ରୁ ଉଦ୍ଧାର କରାଯିବ। କେତେକ ଯାତ୍ରୀ ‘କରୋନାଭାଇରସ୍‌’ ଆକ୍ରାନ୍ତ ହୋଇଥିବା କଥା ଜଣାପଡ଼ିବା ପରେ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’କୁ ପୃଥକ୍‌ ରଖାଯାଇଛି। ମଙ୍ଗଳବାର […]

ଭୁବନେଶ୍ୱର: ଦେଶରେ ବର୍ତ୍ତମାନର ପରିପାର୍ଶ୍ଵିକ ପରିସ୍ଥିତି ଯାହା ତାହାକୁ ଅଣଦେଖା କରି କେନ୍ଦ୍ର ସରକାର ବା ମୋଦି ସରକାର ନିଜର ପ୍ରଚାର ଉଦ୍ଦେଶ୍ୟରେ ଯାହା ସବୁ କରୁଛନ୍ତି ତାହା ବଡ ଦୁର୍ଭାଗ୍ୟ ଜନକ। ଦେଶରେ ବଢୁଥିବା ବେକାରୀ ସମସ୍ୟା,କୃଷି ଓ କୃଷକ ମାନଙ୍କ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ,ଶିକ୍ଷା ,ସ୍ୱାସ୍ଥ୍ୟ ,ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ମଧ୍ୟ ବର୍ଗିୟ ଲୋକମାନଙ୍କ ଅଣ୍ଟା ଭାଙ୍ଗୁଥିବା ବେଳେ ,ଭାରତକୁ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ […]

ଭୁବନେଶ୍ୱର: ‘ଗାନ୍ଧୀ ଶାନ୍ତି କେନ୍ଦ୍ର’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଉଦ୍‌ଘାଟନ କରିଛନ୍ତି। ଗାନ୍ଧୀଜୀଙ୍କ ସମ୍ପର୍କିତ ୬ଟି ପ୍ରଦର୍ଶନୀ କକ୍ଷ ଏହା ମଧ୍ୟରେ ରହିଛି। ପ୍ରତ୍ୟେକ କକ୍ଷରେ ଡିଜିଟାଲ ପରଦା ଜରିଆରେ ଗାନ୍ଧୀଜୀଙ୍କ ସମ୍ପର୍କିତ କଥା ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଜାଣିବାର ସୁଯୋଗ ମିଳୁଛି। ଏହି ପରିସରରେ ଅହିଂସା ଗ୍ୟାଲେରି, ଏକବିଂଶ ଶତାବ୍ଦୀରେ ମହାତ୍ମା, ମୋହନ ଦାସରୁ ମହାତ୍ମା, ମହାତ୍ମାରୁ ବାପୁ, ଗାନ୍ଧୀଙ୍କ ମାର୍ଗ ଓ ଶାଶ୍ୱତ ଗାନ୍ଧୀ […]

ଭୁବନେଶ୍ୱର: ଇକୋ ଟୁରିଜିମ୍‌ ଟୁର୍‌ ପ୍ୟାକେଜ୍‌ ପର୍ଯ୍ୟଟକଙ୍କ ଦ୍ୱାରା ବିପୁଳ ଆଦୃତ ହେବାରୁ ଆହୁରି ନୂଆ ଟୁର୍‌ ପ୍ୟାକେଜ୍‌ ଆରମ୍ଭ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଗତ ଜାନୁଆରି ମାସରେ ଓଟିଡିସି ଓ ଜଙ୍ଗଲ ବିଭାଗ ପକ୍ଷରୁ ଭିତରକନିକା ଓ ସାତକୋଶିଆ ପାଇଁ ଦିନିକିଆ ଟୁର୍‌ ପ୍ୟାକେଜ୍‌ର ଶୁଭାରମ୍ଭ ହୋଇଥିବା ବେଳେ ଟିକେଟ୍‌ ବୁକିଂ ତାରିଖରୁ ସପ୍ତାହେ ମଧ୍ୟରେ ସମସ୍ତ ବୁକିଂ ଶେଷ ହୋଇଯାଉଛି। ତେଣୁ ଏହି ସଫଳତାକୁ ଆଧାର […]

ଭାରତରେ ହାଇ ଆଲର୍ଟ ନୂଆଦିଲ୍ଲୀ: ଉହାନ୍‌ରେ ଆଉ ୮୧ ଜଣଙ୍କର ମୃତ୍ୟୁ ଘଟିବାରୁ ରବିବାର ସୁଦ୍ଧା ଚୀନ୍‌ରେ କରୋନାଭାଇରସ୍‌ ସଂକ୍ରମଣଜନିତ ସମୁଦାୟ ମୃତ୍ୟୁସଂଖ୍ୟା ୮୦୩ ପହଞ୍ଚିଛି। ତେଣୁ, ଏହି ମହାମାରୀଜନିତ ମୃତ୍ୟୁସଂଖ୍ୟା ‘ସିଭର୍‌ ଆକ୍ୟୁଟ୍‌ ରେସ୍‌ପାଇରେଟରି ସିଣ୍ଡ୍ରମ୍‌’ (ସାର୍ସ)ଜନିତ ମୃତ୍ୟୁସଂଖ୍ୟାକୁ ଟପିଯାଇଥିବା କଥା ଆନୁଷ୍ଠାନିକଭାବେ ଘୋଷଣା କରାଯାଇଛି। ୨୦୦୨-୨୦୦୩ରେ ସମଗ୍ର ବିଶ୍ୱରେ ‘ସାର୍ସ’ ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୭୭୪ ହୋଇଥିଲା। ସମ୍ପ୍ରତି ସମଗ୍ର ଚୀନ୍‌ରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୬, ୬୯୦ […]

ଭୁବନେଶ୍ୱର: କଳା ଓ କଳାକାରଙ୍କ ଉପରେ ଆୟୋଜିତ ହୋଇ ଆସୁଥିବା ଜେଡି ସେଣ୍ଟର ଅଫ୍‌ ଆର୍ଟ‌୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ଆସନ୍ତା ୮ ଓ ୯ ତାରିଖ ଦୁଇଦିନ ଧରି ଇଡ୍‌କଲ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ଏହି ଅବସରରେ ଚଳିତ ବର୍ଷ ୧୭ଟି ଦେଶର ୪୮ଟି ଚଳଚ୍ଚିତ୍ର ଦେଖିବାର ସୁଯୋଗ ମିଳିବ। ଏଥି‌ମଧ୍ୟରେ ଓଡ଼ିଆ ଓ ଓଡ଼ିଶା ସଂକ୍ରାନ୍ତ ୧୨ଟି ଚଳଚ୍ଚିତ୍ର ଦେଖିବାର ସୁ‌ଯୋଗ ମିଳିବ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ […]

ବେଜିଂ : କରୋନା ଭାଇରସ୍‌ର କେନ୍ଦ୍ରସ୍ଥଳ ଚୀନ୍‌ର ଉହାନ୍‌ ଏବେ ଭୂତ ସହର ପାଲଟିଥିବା ବେଳେ ମକାଓ ବି ଭୂତ ସହରରେ ପରିଣତ ହୋଇଛି। ଦୁଇ ବିଶାଳ ସହରର ରାସ୍ତାଘାଟ ଶୂନଶାନ ରହିଛି ଏବଂ କାଁ ଭାଁ ସ୍ୱାସ୍ଥ୍ୟକର୍ମୀ ଏବଂ କରୋନା ଭାଇରସ୍‌ ମୁକାବିଲାରେ ନିୟୋଜିତ ସଦସ୍ୟଙ୍କୁ ହିଁ ଦେଖିବାକୁ ମିଳୁଛି। କରୋନା ଯୋଗୁଁ ଚୀନ୍‌ରେ ବର୍ତମାନ ସୁଦ୍ଧା ୪୯୦ ଜଣଙ୍କ ମୃତ୍ୟୁ ହେଲାଣି। ୨୪,୩୦୦ ଜଣ ଭାଇରସ୍‌ ଆକ୍ରାନ୍ତ […]

Social media & sharing icons powered by UltimatelySocial