ଭୁବନେଶ୍ବର : ଆସନ୍ତା ୨୩ ତାରିଖରୁ ରାଜଧାନୀର ସମସ୍ତ ମନ୍ଦିର ସମେତ ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବ। ଏ ନେଇ ଆଜି ବିଏମ୍‌ସି ପକ୍ଷରୁ କରେନା କଟକଣାକୁ ଆଧାର କରି ଏସ୍‌ଓପି ଜାରି ହୋଇଛି। ଏହି ଏସ୍‌ଓପି ଅନୁସରଣ କରି ସମସ୍ତ ମନ୍ଦିର ସର୍ବସାଧାରଣଙ୍କୁ ପ୍ରବେଶ ଅନୁମତି ଦେବେ। କଟକଣା ଉଲ୍ଲଂଘନ ହେଲେ ମନ୍ଦିର ବନ୍ଦ କରି ଦିଆଯିବ। ତେବେ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ସମ୍ପୃକ୍ତ ଟ୍ରଷ୍ଟ ବୋର୍ଡ […]

ମୁମ୍ବାଇ: ବଲିଉଡ ଫିଲ୍ମ ଓ ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ ଘଟିଛି। ମାତ୍ର ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କର କିଡନିଜନିତ ସମସ୍ୟା ଥିଲା। ଆଜି ଏକାଧିକ ଅଙ୍ଗ କାମ କରିବା ବନ୍ଦ କରିବାର କିଛି ସମୟରେ ତାଙ୍କର ମୃତ୍ୟୁ ହୋଇଛି। ‘ପ୍ରତିଜ୍ଞା’ ଧାରାବାହିକରେ […]

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୦୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୫୭ […]

ବିଶ୍ୱ ଆଦିବାସୀ ଦିବସରେ ମାନବଶୃଙ୍ଖଳ କରି ବିରୋଧ ଥୁଆମୂଳରାମପୁର : କର୍ଲାପାଟରେ ସୋମବାର ବିଶ୍ୱ ଆଦିବାସୀ ଓ କ୍ରାନ୍ତି ଦିବସ ଉପଲକ୍ଷେ ଖଣ୍ଡୁଆଳ ମାଳି ସୁରକ୍ଷା ପରିଷଦ ଦ୍ୱାରା ଆୟୋଜିତ ହୋଇଛି ମାନବ ଶୃଙ୍ଖଳ। ଖଣ୍ଡୁଆଳ ମାଳିକୁ ବିନା ଗ୍ରାମସଭାରେ ଖଣି ଖନନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ତୀବ୍ର ବିରୋଧ କରିଛନ୍ତି ହଜାର ହଜାର ଆଦିବାସୀ। ଜାନ୍‌ ଯାଉ ଜୀବନ ଯାଉ ଖଣ୍ଡୁଆଳ ମାଳି ବଞ୍ଚିଥାଉ ବୋଲି ବଜ୍ର […]

ଭୁବନେ‌ଶ୍ବର: ଜଳଚକ୍ରରେ ଘଟିବ ବଡ଼ ଧରଣର ପରିବର୍ତ୍ତନ। ଏହା ପ୍ରଭାବରେ ହେବ ମୂଷଳ ଧାରାର ବର୍ଷା ଏବଂ ଏହାପରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେବ। କିଛି ସ୍ଥାନରେ ମରୁଡ଼ି ଦେଖାଦେବ। ସମୁଦ୍ର ପତନ ଲଗାତାର ବୃଦ୍ଧିପାଇବ ଯେଉଁଥିପାଇଁ ତଳିଆ ଅଞ୍ଚଳରେ ବଡ଼ଧରଣର ବନ୍ୟା ଏବଂ ମୃର୍ତ୍ତିକା କ୍ଷୟ ହେବ। ଯେଉଁ ଘଟଣା ଶହେ ବର୍ଷରେ ଥରେ ଲେଖାଏଁ ଘଟୁଥିଲା ତାହା ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ତାହା ପ୍ରତିବର୍ଷ […]

ଭୁବନେଶ୍ବର : ୟୁନିଟ୍‌-୪ ଅଞ୍ଚଳରେ ଥିବା ମାଛ ମାର୍କେଟ୍‌କୁ ସିଲ୍‌ କରିଛି ବିଏମ୍‌ସି। ରବିବାର ସଟ୍‌ଡାଉନ୍‌ ସତ୍ତ୍ବେ ଏଠାରେ ‌ମାଛ, ମାଂସ ଦୋକାନ ଖୋଲା ରହିବା ସହ ଭିଡ଼ ଜମିଥିବାରୁ ବିଏମ୍‌ସି ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଖୁଚୁରା ଓ ହୋଲ୍‌ସେଲ୍‌ ଦୋକାନ ଖୋଲା ଥିବା ଦେଖାଯାଇଥିଲା। ଏଣୁ ବଜାରକୁ ସିଲ୍‌ କରାଯାଇଛି। ବ୍ୟାରିକେଡ୍‌ କରାଯାଇ ସର୍ବସାଧାରଣ ପ୍ରବେଶ ଉପରେ କଟକଣା କରାଯାଇଛି। ଏହା ଭିତରକୁ ପ୍ରବେଶ କଲେ […]

ଅଗଷ୍ଟ ୧୨ରେ ଉତ୍‌କ୍ଷେପଣ ହେବ ଅତ୍ୟାଧୁନିକ ସାଟେଲାଇଟ ନୂଆଦିଲ୍ଲୀ: ସ୍ବାଧୀନତା ଦିବସର ମାତ୍ର ତିନିଦିନ ପୂର୍ବରୁ ଭାରତ ଶେଷରେ ଏହାର ଅତ୍ୟାଧୁନିକ ଭୂଚିତ୍ର ଉତ୍ତୋଳନକାରୀ ଉପଗ୍ରହ (ଜିଓ-ଇମେଜିଂ ସାଟେଲାଇଟ୍‌) ଜିସାଟ୍‌-୧ ଉତ୍‌କ୍ଷେପଣ କରିବାକୁ ଯାଉଛି, ଯାହା ସାରା ଦେଶର ଛବି ଦିନକୁ ୪-୫ ଥର ଉତ୍ତୋଳନ କରି ଉପମହାଦେଶର ସୁ-ପରିଚାଳନା କରିବା ସହ ପାକିସ୍ତାନ ଓ ଚୀନ୍ ସୀମା ଉପରେ ବି ନଜର ରଖିପାରିବ। ଶ୍ରୀହରିକୋଟାଠାରେ ଅଗଷ୍ଟ ୧୨ ତାରିଖ […]

କାବୁଲ: ଆଫଗାନିସ୍ତାନର ଗୁରୁତ୍ବପୂର୍ଣ୍ଣ ସହରଗୁଡ଼ିକୁ ତାଲିବାନ ଆତଙ୍କବାଦୀଙ୍କ କବ୍‌ଜାରୁ ମୁକ୍ତ କରିବା ପାଇଁ ଆଫ୍‌ଗାନ ଏବଂ ଆମେରିକା ସେନା ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଆମେରିକାର ଶକ୍ତିଶାଳୀ ବୋମାବର୍ଷୀ ବିମାନଗୁଡ଼ିକୁ ଏହି ଅଭିଯାନରେ ସାମିଲ କରାଯାଇଛି। ବିଗତ ୨୪ ଘଣ୍ଟାରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୫୭୨ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୩୦୦ରୁ ଅଧିକ ଆହତ ହୋଇଛନ୍ତି ବୋଲି ଆଫ୍‌ଗାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ […]

କୋରାପୁଟ : ପ୍ରଥମେ ଓଡ଼ିଶା ସରକାରଙ୍କ ବିରୋଧରେ ମତାଇଲେ। ଏହାପରେ ପ୍ରଲୋଭିତ କରି ଅକ୍ତିଆର ପାଇଁ ଉଦ୍ୟମ କଲେ। ତଥାପି ବିଶେଷ ସଫଳତା ମିଳିଲା ନାହିଁ। ଏବେ ଆଭିମୁଖ୍ୟରେ ପରିବର୍ତ୍ତନ କରି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ହାତେଇବା ଲାଗି ନୂଆ ଷଡ଼୍‌ଯନ୍ତ୍ର ଚଳାଇଛନ୍ତି ଆନ୍ଧ୍ର ସରକାର। ଭାଷା ଭିତ୍ତିରେ ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା ଲାଗି ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। […]

ଟୋକିଓ : ‘ମୁଁ ଘୋଷଣା କରୁଛି ୩୨ତମ ଅଲିମ୍ପିକ୍ ଉଦ୍‌ଯାପିତ ହେଲା। ପରମ୍ପରାକୁ ଆଗକୁ ନେଇ ୩ ବର୍ଷ ପରେ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ୩୩ତମ ଅଲିମ୍ପିକରେ ଏକାଠି ହେବାକୁ ବିଶ୍ବର ସମସ୍ତ ଯୁବ ସମ୍ପ୍ରଦାୟକୁ ନିମନ୍ତ୍ରଣ କରୁଛି’। ଏଭଳି ଦୁଇଟି ବାକ୍ୟ କହି ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି (ଆଇଓସି)ର ସଭାପତି ତଥା ୧୯୭୬ ଅଲିମ୍ପିକ୍ସର ଅସିଚାଳନା ବିଜେତା ଥମାସ୍ ବାକ୍‌ ଟୋକିଓ ୨୦୨୦କୁ ଉଦ୍‌ଯାପିତ କରିଛନ୍ତି। କୋଭିଡ୍‌ ମହାମାରୀର […]

Social media & sharing icons powered by UltimatelySocial