ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି ଆହୁରି ଅଗ୍ରଗତି କରି ଉତ୍ତର ଆରବ ସାଗର, ଦକ୍ଷିଣ ଗୁଜୁରାଟର ଆଉ କିଛି ଅଂଶ, ଦକ୍ଷିଣ ମଧ୍ୟପ୍ରଦେଶ ଓ ଛତିଶଗଡ଼, ଓଡ଼ିଶାର ଆଉ କିଛି ଅଂଶ, ପଶ୍ଚିମବଙ୍ଗର କିଛି ଅଂଶକୁ ସ୍ପର୍ଶ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସମଗ୍ର ଓଡ଼ିଶା ଓ ଛତିଶଗଡ଼, ମଧ୍ୟପ୍ରଦେଶର ଓ ବିହାରର ଆଉ କିଛି ଅଂଶ ଓ ଉତ୍ତରପ୍ରଦେଶରେ ପହଞ୍ଚିବାର ସମ୍ଭାବନା ରହିଛି। ଗତ […]

ପୁରୀ: ଗତବର୍ଷ ଭଳି ଚଳିତ ବର୍ଷ ବି ବିନା ଭକ୍ତରେ କେବଳ ପୁରୀରେ ହେବ ରଥଯାତ୍ରା। ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର୍। ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ତେବେ ରଥଯାତ୍ରାରେ କେଉଁମାନେ ସାମିଲ ହୋଇପାରିବେ ଏନେଇ ସବିଶେଷ ସୂଚନା ଏସଆରସି ପକ୍ଷରୁ ଦିଆଯାଇଛି। ରଥଯାତ୍ରାରେ କୌଣସି ଭକ୍ତ ସାମିଲ ହୋଇପାରିବେ […]

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ରୁଜୁ। କୋଲକାତାର ସଲ୍ଟ ଲେକ୍ ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟର ପାଚେରୀ ନିର୍ମାଣ ପାଇଁ ହୋଇଥିବା ଚୁକ୍ତିନାମା ସହ ଜଡିତ ଦୁର୍ନୀତି ଅଭିଯୋଗରେ ସିବିଆଇ ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନବମ୍ ଟୁକିଙ୍କ ବିରୋଧରେ ଏକ ନୂତନ ଏତଲା ପଞ୍ଜିକରଣ କରିଛି। ଏନେଇ ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ସିବିଆଇ ପ୍ରାଥମିକ ଅନୁସନ୍ଧାନ କରିବା ପରେ ଅଭିଯୋଗ କରିଛି ଯେ ଅରୁଣାଚଳ […]

ନୂଆଦିଲ୍ଲୀ: ଆମେରିକାର ‘ନାସା’ ପ୍ରେରିତ ‘ପର୍ସ୍ୟୁଭିୟରାନ୍‌ସ୍‌ ରୋଭର୍‌’ ଅବତରଣସ୍ଥଳ ‘ଅକ୍ଟାଭିଆ ଇ. ବଲ୍‌ଟର୍‌’ ଛାଡ଼ି ଜୁନ୍‌ ୧ ତାରିଖରୁ ମଙ୍ଗଳ ଗ୍ରହ ପୃଷ୍ଠରେ ମନ୍ଥର ଗତିରେ ବୁଲି ବୁଲି ଆଦିମ ‘ଅଣୁଜୀବ’ ସନ୍ଧାନ ଆରମ୍ଭ କରିଥିବା କଥା ‘ଜଏଣ୍ଟ୍‌ ପ୍ରପଲ୍‌ସନ୍‌ ଲାବ୍ରଟରି’ ବିବୃତି ଦେଇ କହିଛି। ଏହି ବିଜ୍ଞାନ ଅଭିଯାନର ପ୍ରଥମ ପର୍ଯ୍ୟାୟର ପ୍ରଥମ ଅଳ୍ପ କେତେ ସପ୍ତାହରେ ମଙ୍ଗଳ ଗ୍ରହର ‘ଜାଜିରୋ କ୍ରେଟର୍‌’ ବା ‘ଜାଜିରୋ ଗହ୍ବର’କୁ ସାମଗ୍ରିକ […]

କଟକ: ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ପଲ୍ୟୁମନାରି ମେଡିସିନ ବିଭାଗରେ ଆଜି ଅତ୍ୟାଧୁନିକ ଇବସ୍‌ (ଏଣ୍ଡୋ ବ୍ରୋଙ୍କିଆଲ ଅଲଟ୍ରାସାଉଣ୍ଡ ବ୍ରଙ୍କୋସ୍କୋପି) ମେସିନ ପ୍ରତିଷ୍ଠା କରାଯାଇଛି। ସୁଜି ସିଲମ ଇଣ୍ଡିଆ କଂପାନି ନିର୍ମିତ ଏହି ମେସିନର ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହି ମେସିନ ଦ୍ୱାରା ଛାତି ରୋଗ ପୀଡିତଙ୍କ ଚିକିତ୍ସା ସହଜ ହେବ। କୋଭିଡ ଚିକିତ୍ସାରେ ମଧ୍ୟ ଏହି ମେସିନ କାମ ଦେବ। […]

ଭୁବନେଶ୍ୱର: ରାଜ୍ୟ ସରକାର ବାତ୍ୟା ‘ୟାସ୍‌’ ପ୍ରଭାବିତ ଚାଷୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କର ଏହି ଘୋଷଣା ହେବା ପରେ ଛୋଟ ଓ ନାମମାତ୍ର ଚାଷୀମାନେ ମଧ୍ୟ ଇନ୍‌ପୁଟ ସହାୟତା ପାଇପାରିବେ। ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ନାମମାତ୍ର ଚାଷୀଙ୍କ ପାଇଁ ସହାୟତା ଘୋଷଣା ହୋଇଛି। ୩୩ ପ୍ରତିଶତରୁ ଅଧିକ କ୍ଷୟକ୍ଷତି ହୋଇଥିଲେ ସ୍ୱଳ୍ପ ଓ […]

ଭୁବନେଶ୍ବର: ଏବେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ଭୁବନେଶ୍ୱରରେ ବି ତଳକୁ ଖସୁଛି କରୋନା ଗ୍ରାଫ୍। ଯଦି ଆମେ ଗତ ୭ଦିନର କରୋନା ରିପୋର୍ଟ ଉପରେ ନଜର ପକାଇବା ତେବେ, ମେ ୩୧ ତାରିଖରେ ୮୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୧୦୪୬ ଜଣ ସୁସ୍ଥ ହୋଇଥିଲେ। ସେହିଭଳି ଜୁନ୍ ୧ ତାରିଖରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଥିଲା। ଜୁନ୍ ୧ତାରିଖ ଦିନ ୯୭୪ ଆକ୍ରାନ୍ତ […]

ବେଜିଂ : ଚୀନ ସରକାରଙ୍କ ଦାବି ସତ୍ତ୍ବେ ଏହି ଦେଶରୁ ଯେ କରୋନା ଭୁତାଣୁ ସଂପୂର୍ଣ୍ଣ ଲୋପ ପାଇନାହିଁ ତାହା ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି। ଦକ୍ଷିଣ ଚୀନର ଗ୍ବାଙ୍ଗଡଙ୍ଗ ରାଜ୍ୟର ରାଜଧାନୀ ଗ୍ବାଙ୍ଗଝୋ ସହରରେ ପୁଣି କରେନା ବ୍ୟାପିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଠୋର ଲକଡାଉନ ଲାଗୁ କରାଯ଼ାଇଛି। ଏହା ସହିତ ଗତ କିଛି ଦିନ ମଧ୍ୟରେ ସହରର ସମଗ୍ର ୧କୋଟି ୮୦ ଲକ୍ଷ ଜନତାଙ୍କ […]

ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ଦେଶରେ କରୋନାର ଭିନ୍ନ ଭିନ୍ନ ପର୍ଯ୍ୟାୟ ସଂକ୍ରମଣ କେଉଁଠାରେ ବି ପିଲାମାନଙ୍କ ପାଇଁ ଅଧିକ ଘାତକ ସାବ୍ୟସ୍ତ ହୋଇଥିବା ପ୍ରମାଣ ନାହିଁ। ଭାରତରେ କରୋନାର ତୃତୀୟ ଲହରକୁ ନେଇ ମଧ୍ୟ କୌଣସି ଡେଟା ନାହିଁ। ଏଭଳି ସ୍ଥିତିରେ ତୃତୀୟ ଲହର ପିଲାମାନଙ୍କ ପାଇଁ ଘାତକ ହେବ ବୋଲି ଆଶଙ୍କା ପଛରେ କିଛି ଭିତ୍ତି ନାହିଁ ବୋଲି ଏମ୍‌ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି। ଲକ୍‌ଡାଉନ୍‌ […]

ତୁଷୁରା: ଦେଓଗାଁରେ ତୁଷୁରା ତହସିଲଦାରଙ୍କୁ ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ ଦାବିରେ ତୁଷୁରା ତହସିଲ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। କର୍ମଚାରୀମାନେ ତହସିଲ କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିଛନ୍ତି। ଯେଉଁ ପର୍ଯ୍ୟନ୍ତ ଉକ୍ତ ଯୁବକକୁ ଗିରଫ କରାନଯାଇଛି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ସୂଚନା ମୁତାବକ ଗତ ଦୁଇ ଦିନ ତଳେ ଦେଓଗାଁ ପ୍ୟାକ୍ସରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ଚାଷୀମାନେ ରାସ୍ତାରୋକ କରିଥିଲେ। […]

Social media & sharing icons powered by UltimatelySocial