ପ୍ରକ୍ରିୟା ସରିବା ଯାଏଁ ପବନର ବେଗ ରହିବ ୧୩୦ ରୁ ୧୪୦ କିମି ଭଦ୍ରକ: ଶେଷରେ ଉପକୂଳକୁ ଛୁଇଁଛି ବାତ୍ୟା ୟାସ। ବାତ୍ୟା ‘ୟାସ’ ବର୍ତ୍ତମାନ ବାଲେଶ୍ୱର-ଭଦ୍ରକର ବାହାନଗାରେ ଲ୍ୟାଣ୍ଡଫଲ କରୁଛି। ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଅପରାହ୍ନ ୧ଟା ସୁଦ୍ଧା ସରିବ। ପ୍ରାୟ ୩ରୁ ୪ ଘଣ୍ଟା ଧରି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ। ଆଜି ସକାଳ ୯ଟାରେ ଲ୍ୟାଣ୍ଡଫଲ ଆରମ୍ଭ ହୋଇଥିବାବେଳେ ଧାମରାର ଉତ୍ତର ବାଲେଶ୍ୱର ସହର ତଳକୁ […]

କଟକ: ରାଜ୍ୟରେ କରୋନା ସଂକ୍ରମଣର ଶୀର୍ଷ ତାଲିକାରେ ରହିଛି କଟକ। ଖୋର୍ଦ୍ଧାକୁ ଆଜି କଟକ ଟପି ଯାଇଛି। ଗାଁଗୁଡିକରେ ସଂକ୍ରମଣ ମାଡି ଚାଲିଥିବାବେଳେ ଆଜିଠୁ ଆରମ୍ଭ ହୋଇଛି ଘରକୁ ଘର ସର୍ଭେ କାର୍ଯ୍ୟକ୍ରମ। ଏଭଳିସ୍ଥିତିରେ ଏବେ ବାତ୍ୟା ସହ କରୋନା ମୁକାବିଲା ପ୍ରଶାସନ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଗୃହ ସଙ୍ଗରୋଧରେ ଥିବା ସଂକ୍ରମିତଙ୍କ ଚିକିତ୍ସା ଏଭଳି ସମୟରେ କିପରି କରାଯିବ, ସବୁ କୋଭିଡ୍‌ ହସ୍ପିଟାଲ ଓ ସିସିସିରେ ନିରବଚ୍ଛିନ୍ନ […]

କମ୍ପାନି କହିଲା, ସେ ଏଲୋପାଥି ଚିକିତ୍ସା କରାଉଥିଲେ ନୂଆଦିଲ୍ଲୀ: ଯୋଗ ଗୁରୁ ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦର ଦୁଗ୍ଧଜାତ ସାମଗ୍ରୀ ବ୍ୟବସାୟର ମୁଖ୍ୟ ସୁନୀଲ ବଂଶଲ୍‌ କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା କଥା ସୋମବାର ଦିନ କମ୍ପାନି କହିଛି। ଏଥିସହ କମ୍ପାନି ମଧ୍ୟ କହିଛି ଯେ, ବଂଶଲ୍‌ଙ୍କ ‘ଏଲୋପାଥି’ ଚିକିତ୍ସାରେ କମ୍ପାନିର କୌଣସି ଭୂମିକା ନ ଥିଲା। ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌ର ଦୁଗ୍ଧଜାତ ବିଭାଗର ଉପାଧ୍ୟକ୍ଷ ଥିବା ୫୭ ବର୍ଷିୟ […]

ବାଲେଶ୍ବର: ବାତ୍ୟା ୟାସ୍ ବାଲେଶ୍ୱର ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ ପରେ ଜିଲ୍ଲାକୁ ଗଲେ ଶକ୍ତିମନ୍ତ୍ରୀ। କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିଠାରେ ରହି ବାତ୍ୟା ସ୍ଥିତିର କରିବେ ଅନୁଧ୍ୟାନ କରିବେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ସେପଟେ, ଅତିଭୀଷଣ ବାତ୍ୟା ଆକାରରେ ୟାସ୍ କେଉଁଠି ସ୍ଥଳଭାଗ ଛୁଇଁବ ତାର ଆକଳନକୁ ପରିବର୍ତ୍ତନ କଲା ଭାରତୀୟ ପାଣିପାଗ ବିଭାଗ। ଆଇଏମଡି ଜାରି କରିଥିବା ତାଜା ବୁଲେଟିନରେ […]

ପୂର୍ବତନ ବିଧାୟକ ପ୍ରଶ୍ନ ଉଠା‌ଇବା ପରେ ବି ପ୍ରଶାସନ ଚୁପ୍‌ କଟକ: କରୋନା କାଳରେ କଷଣ ଦେଉଛନ୍ତି ଘରୋଇ ମେଡିକାଲ। କରୋନା ମହାମାରୀକୁ ସୁ‌ଯୋଗ ଭାବି ‌ରୋଗୀଙ୍କଠାରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। କରୋନା ବେଳେ ବି ଦଲାଲି କରି ଅର୍ଥ ‌ରୋଜଗାର କରିବାର ବାଟ ବାଛିଛନ୍ତି କିଛି ଘରୋଇ ମେଡିକାଲ। ଗତକାଲି ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ତାଙ୍କ ପୁଅର ଚିକିତ୍ସା କରୁଥିବା କଟକ-ପାରାଦୀପ ରୋଡ୍‌ସ୍ଥିତ […]

ଗୋଟିଏ ସମୟରେ ୨ ବଡ଼ ବିପଦର ସାମ୍ନା କରୁଛୁ,ପ୍ରଶାସନକୁ ପୂରା ସହଯୋଗ କରନ୍ତୁ ଭୁବନେଶ୍ବର : ‘‘ଆମେ ଏକା ସମୟରେ ଦୁଇଟି ବଡ ବିପଦର ସାମ୍‌ନା କରୁଛୁ। ଗୋଟିଏ କୋଭିଡ ଓ ଅନ୍ୟଟି ବାତ୍ୟା ‘ୟାସ୍’। ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରନ୍ତୁ ଏବଂ ବାତ୍ୟା ଆଶ୍ରୟସ୍ଥଳ ବା ପକ୍କା ଘର, ଯେଉଁଠାରେ ବି ଥାଆନ୍ତୁ, ଦୁଇଟି ମାସ୍କ ଏକ ସମୟରେ ପିନ୍ଧନ୍ତୁ। ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ନୁହେଁ, […]

ଭୁବନେଶ୍ବର : ଗତବର୍ଷ ପରି କୋଭିଡ ମହାମାରୀର ଦ୍ବିତୀୟ ଲହରୀ ପାଇଁ ନିୟୋଜିତ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରାଣହାନୀ ଘଟିଲେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିବ। ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ସ୍ତରୀୟ ଡିଏସ୍‌ଡବ୍ଲୁଓଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ଏଥିପାଇଁ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଅନ୍ତର୍ଗତ ସ୍ବାସ୍ଥ୍ୟ […]

ତଥ୍ୟ ଲୁଚାଉଛନ୍ତି ସରକାର-ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ଟପିଲା, ସୁସ୍ଥ ହେଲେ ୬ଲକ୍ଷରୁ ଅଧିକ ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରରେ ରାଜ୍ୟ‌ରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ରେକର୍ଡ କରୁଛି କରୋନା ମୃତ୍ୟୁ। ପୂର୍ବରୁ ଏହା ୨୨-୨୪ ଭିତରେ ସୀମିତ ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। କରୋନାରେ ମୃତ୍ୟୁର ପ୍ରକୃତ ତଥ୍ୟକୁ ନେଇ […]

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଠାରେ ବ୍ଲାକ୍ ଏବଂ ହ୍ବାଇଟ୍‌ ଫଙ୍ଗସ୍‌ ପରେ ଏବେ ୟେଲୋ ଫଙ୍ଗସ୍‌ ଦେଖାଦେଲାଣି। ଉତ୍ତର ପ୍ରଦେଶରେ ଗାଜିଆବାଦ ଜିଲ୍ଲାରେ ୟେଲୋ ଫଙ୍ଗସ୍‌ରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି କର୍ଣ୍ଣ, ନାସା ଓ ଗଳା ବି‌ଭାଗ ବିଶେଷଜ୍ଞ ଡାକ୍ତର ବି ପି ତ୍ୟାଗୀ ସୂଚନା ଦେଇଛନ୍ତି। ସଂପୃକ୍ତ ରୋଗୀ ଜଣକ ସେଠାକାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସଂପୃକ୍ତ ରୋଗୀଜଣକ ବ୍ଲାକ୍ ଏବଂ ହ୍ବାଇଟ୍ […]

ବାଲେଶ୍ବର ପାଖାପାଖି ସ୍ଥଳଭାଗ ଛୁଇଁବା ସମ୍ଭାବନା ଭୁବନେଶ୍ବର : ଗତକାଲି ବିଳମ୍ବିତ ରାତିରେ ହଠାତ୍ ସ୍ଥିର ହୋଇଗଲା ବାତ୍ୟା ‘ୟାସ୍’, ସୋମବାର ମଧ୍ୟାହ୍ନ ଯାଏ। ସମୁଦ୍ର ଭିତରେ ରହି ଯଥେଷ୍ଟ ବଳ ଗୋଟାଇଲା। ବାତ୍ୟା ରୂପ ଧାରଣ କରିବା ପରେ ଶକ୍ତିଶାଳୀ ହୋଇ ଅପରାହ୍ନ ୫ଟା ଯାଏ ଧୀର ଗତିରେ ଆଗକୁ ବଢ଼ିଲା। ଏବେ ଧୀରେ ଧୀରେ ଅଧିକ ଭୟଙ୍କର ରୂପ ଧାରଣ କରି ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ […]

Social media & sharing icons powered by UltimatelySocial