କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଚିରସ୍ରୋତା ଭାବେ ପରିଚିତ କଲ୍ୟାଣୀ ନଦୀ। କିନ୍ତୁ ଉନ୍ନୟନ ପ୍ରକଳ୍ପ ପାଇଁ ଏବେ ଏହି ନଦୀ ଶୁଖିବାରେ ଲାଗିଛି। ଯାହାର ସିଧାସଳଖ ପ୍ରଭାବ ଜଳଚର ପ୍ରାଣୀଙ୍କ ସହ ନଦୀ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଆଖାପାଖ ଗାଁର ଲୋକଙ୍କ ଉପରେ ପଡ଼ିଛି। ଏପରିକି ବହୁ ଲୋକଙ୍କ ଜୀବିକା ଉଜୁଡ଼ି ଯିବାର ଆଶଙ୍କା ପ୍ରକାଶ ପାଇଛି। ପ୍ରଚଣ୍ଡ ଗ୍ରୀଷ୍ମରେ ବି କଲ୍ୟାଣୀ ନଦୀ କେବେ […]

ରାୟ ଆସିବା ପରେ ଦାବି କରିପାରିବେନି ଲଟେରି ବିଜେତା ଭୁବନେଶ୍ୱର : ରାଜ୍ୟରେ ମଦ ବ୍ୟବସାୟକୁ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ହୋଇଥିବା ଲଟେରି ବ୍ୟବସ୍ଥାକୁ ଝଟ୍‌କା ଲାଗିଛି। ସରକାର ଲଟେରି ବ୍ୟବସ୍ଥାରେ ନୂଆ ବ୍ୟବସାୟୀଙ୍କୁ ଚିହ୍ନଟ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପରେ ମଦ ବ୍ୟବସାୟୀ ସଂଘ ସୁପ୍ରିମକୋର୍ଟ ଯାଇଥିଲା। ଆବେଦନର ବିଚାର କରି ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି କି ଏହି ଆବେଦନର ରାୟ ଆବେଦନକାରୀଙ୍କ ସପକ୍ଷରେ ଗଲେ […]

ଭୁବନେଶ୍ବର: ରାଜ୍ୟରେ ବନ୍ଦ ହେବନି ସରକାରୀ ସ୍କୁଲ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, କୋଭିଡ୍ ପାଇଁ ରାଜ୍ୟରେ ଏବେ ନବମ ଏବଂ ଏକାଦଶ ଶ୍ରେଣୀର କ୍ଲାସ ବନ୍ଦ ହେବ ନାହିଁ। ଏବେ ରାଜ୍ୟର କେବଳ କିଛି ବେସରକାରୀ ଶିକ୍ଷାନୁଷ୍ଠାନରୁ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସରକାରୀ ଶିକ୍ଷାନୁଷ୍ଠାନରେ କିନ୍ତୁ ଏସଓପିକୁ ପାଳନ କରାଯାଇ କ୍ଲାସ ହେଉଛି। ସରକାରୀ ଶିକ୍ଷାନୁଷ୍ଠାନରୁ […]

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮୬ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୪୦୨ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୬ ହଜାର ୬୯୧ଜଣ ଓ ଏବେ ବି ସକ୍ରିୟ […]

ଭୁବନେଶ୍ବର : ନୂଆପଲ୍ଲୀ ଆଇଆରସି ଭିଲେଜ୍‌ ପ୍ଲଟ ନମ୍ବର ଏନ୍‌୩/୨୧୧ରେ ଥିବା ଘରେ ପଶି ସଂଘବଦ୍ଧ ଆକ୍ରମଣ କରିବା ଏବଂ ଆସବାବପତ୍ର ଭାଙ୍ଗିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଓ ଜ୍ବାଇଁ ଶୁଭ୍ରାଂଶୁ ଶେଖର ବିଶ୍ବାଳ ଆଗୁଆ ଜାମିନ୍‌ ପାଇଁ ହାଇକୋର୍ଟରେ ପହଞ୍ଚିଛନ୍ତି। ଏମାନଙ୍କୁ ରାଜ୍ୟ ବାହାରେ ନୂଆପଲ୍ଲୀ ପୁଲିସ ଖୋଜୁଥିବା ବେଳେ ଏମାନେ ଜାମିନ୍‌ ଆବେଦନ କରିଛନ୍ତି। ଏମାନଙ୍କ ସହ ଜେଲ୍‌ରେ […]

ଶୁଖିଲା ପଡ଼ିଛି ଜଳାଶୟ, ଅଭୟାରଣ୍ୟରେ ପାଣି ପାଇଁ ବୁଲୁଛନ୍ତି ୩୭ ହାତୀ ମେଣ୍ଢାଶାଳ : ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥମୁନି ଜଙ୍ଗଲ ନିଆଁ। ବନ ବିଭାଗ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଲାଗି ପଡ଼ିଥିଲେ ବି ନିଆଁକୁ ପ୍ରତିଦିନ କେଉଁଠି ନା କେଉଁଠି ଜଙ୍ଗଲ ଜଳୁଛି। କେତେବେଳେ ଡମପଡ଼ା ରେଞ୍ଜରେ ଲାଗୁଛି ତ ଆଉ କେତେବେଳେ କୁମ୍ଭାରଖୁଣ୍ଟି ବିଟ୍‌ରେ ଗଛ ଜଳିପୋଡ଼ି ପାଉଁଶ ହୋଇଯାଉଛି। ଦୁଇ ମାସ ହେଲା […]

ଭୁବନେଶ୍ବର: ରାଜଧାନୀରେ ଏବେ କରୋନା ସଂକ୍ରମଣ ଗତବର୍ଷ ନଭେମ୍ବର ମାସର ସ୍ଥିତି ଆଡ଼କୁ ମୁହାଁଇଲାଣି। ଗତ କିଛିଦିନ ହେବ ରାଜଧାନୀରେ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଥିବା ବେଳେ ଆଜି ‌ଗୋଟିଏ ଦିନରେ ରାଜଧାନୀରେ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଗତ ୪ମାସ ଭିତରେ ସର୍ବାଧିକ। ଗତବର୍ଷ ନଭେମ୍ବର ୧୮ତାରିଖରେ ରାଜଧାନୀରେ ସର୍ବାଧିକ ୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭୁବନେଶ୍ବରରେ ହଠାତ୍ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା କରୋନା […]

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀଙ୍କୁ ପିପିଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଭେଟିଛନ୍ତି। ପିପିଲି ମୈଦାନକୁ ଓହ୍ଲାଇବା ପୂର୍ବରୁ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଛନ୍ତି ରୁଦ୍ର। ଏହାସହ ନବୀନ ନିବାସରୁ ଟିକେଟ ନେଇ ଫେରିଛନ୍ତି ରୁଦ୍ର ପ୍ରତାପ। ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରୁଦ୍ର। ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଧେନ୍ଦୁଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରୁଦ୍ର ପ୍ରତାପ […]

ଭୁବନେଶ୍ବର : କରୋନା ସଂକ୍ରମଣକୁ ଆଖି ଆଗରେ ରଖି ସରକାର ହୋଲି ଖେଳ ଉପରେ କଟକଣା ଲଗାଇଛନ୍ତି। କେବଳ ଘରେ ଖେଳିବା ପାଇଁ ନିର୍ଦ୍ଦେଶ ରହିଛି। ବାହାରେ ଖେଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରତ୍ୟେକ ଗଳିକନ୍ଦିରେ ପିସିଆର ଭ୍ୟାନ୍‌ ବୁଲିବା ସହ ପ୍ରତ୍ୟେକ ଥାନା ସ୍ବତନ୍ତ୍ର ଟିମ୍‌ କରି ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ […]

ନୂଆଦିଲ୍ଲୀ : ଆଜି ପଶ୍ଚିମବଙ୍ଗ ଏବଂ ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୩୦ ଆସନରେ ଭୋଟ୍‌ ଗ୍ରହଣ ହେବ। ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ମୋଟ୍‌ ୭.୩୨ କୋଟି ଭୋଟର ୧,୦୧,୯୧୬ ନିର୍ବା‌ଚନୀ ବୁଥ୍‌ରେ ଭୋଟ୍‌ ଦେବେ। ତେବେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ୭୩ ଲକ୍ଷରୁ ଅଧିକ ଭୋଟର ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ନିର୍ବାଚନ ଥିବା ଜିଲ୍ଲାମାନଙ୍କରେ ୬୮୪ କମ୍ପାନି କେନ୍ଦ୍ରୀୟ ବାହିନୀ […]

Social media & sharing icons powered by UltimatelySocial