ଡ୍ରେନ୍‌ ବନ୍ଦ ନକରି ପାଣି ଛାଡ଼ିଲେ ସମସ୍ୟା ପୁରୁଣା ଭୁବନେଶ୍ୱର : ଦିନକୁ ଦିନ ରାଜଧାନୀର ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ତେଣୁ ଗତ କିଛି ବର୍ଷ ହେଲା ଖରା ଦିନ ଆରମ୍ଭରୁ ରାଜଧାନୀରେ ପା‌ଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେଉଛି। ଯେଉଁ ଅଞ୍ଚଳକୁ ପାଇପ୍‌ ଜଳ ଯୋଗାଣ ହେବା ବ୍ୟବସ୍ଥା ହୋଇନାହିଁ, ସେଠାରେ ଲୋକେ ଗ୍ରୀଷ୍ମ ଋତୁ ସାରା ଛଟପଟ ହେଉଛନ୍ତି। ଏଭଳି ସ୍ଥିତିରେ ଦୟାୱେଷ୍ଟ୍‌ […]

ରାସୋଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଦାଣ୍ଡିରୀ ପଞ୍ଚାୟତ କାଠଖୁମ୍ପା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ସୁଷମା ସାହୁ (୪୫) ଆଜି ସକାଳୁ ପୋଖରୀରେ ଗାଧୋଇ ଫେରୁଥିବା ସମୟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ସୁଷମାଙ୍କୁ ପାଦରେ ଦଳି ଦେବା ପରେ ଶୁଣ୍ଢରେ ଫୋପାଡ଼ି ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ସୁଷମାଙ୍କ ମୃତ୍ୟୁ ହୋଇଥିଲା। ସୁଷମା ନିଜ ବାପଘର ତର୍କବେଡାରୁ […]

ବିରୋଧ, ବିକ୍ଷୋଭ, ହୁଳହୁଳି, କୋଳାକୋଳି ଭୁବନେଶ୍ବର : ‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହକୁ ଆସୁନାହାନ୍ତି। କେଉଁଠି ଅଛନ୍ତି, ଆମେ ଖୋଜିବୁ।’’ ଏମିତି କହି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ବରେ ବିଜେପି ବିଧାୟକମାନେ ଆଜି ପ୍ରଥମେ ଲୋକସେବା ଭବନ ଓ ପରେ ନବୀନ ନିବାସ ଯାଇଥିଲେ। ଗେଟ୍ ବନ୍ଦ କରିଦିଆଗଲା ବୋଲି କହି ନବୀନ ନିବାସ ସାମ୍ନାରେ ଧାରଣା ଦେଲେ। କିଛି ମୁହୂର୍ତ୍ତ ପାଇଁ ଏହି ପ୍ରସଙ୍ଗ ଓଡ଼ିଶା […]

ଭୁବନେଶ୍ବର : ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଆସନ୍ତାକାଲି ଅପରାହ୍ନରୁ ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ। ଏଥିସହ ୨୦ ତାରିଖ ଦିନ ଅପରାହ୍ନରୁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ମଧ୍ୟ କାଳବୈଶାଖୀ ବର୍ଷାର ସମ୍ଭାବନା […]

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଚାଷୀ ଆନ୍ଦୋଳନକୁ ମେଘାଳୟ ରାଜ୍ୟପାଳ ସତ୍ୟପାଲ୍‌ ମଲିକ ପୁଣି ଥରେ ଦୃଢ଼ ସମର୍ଥନ କରିଛନ୍ତି। ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ମଲିକ ଆଜି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମଲିକ କହିଛନ୍ତି, ଯଦି କୁକୁର ମରୁଛି ତେବେ ଶୋକ କରାଯାଉଛି କିନ୍ତୁ ଆନ୍ଦୋଳନ ଆରମ୍ଭରୁ ଏଯାଏଁ ୨୫୦ ଚାଷୀ ମଲେଣି କିନ୍ତୁ କେହି ଦୁଃଖ ପ୍ରକାଶ […]

ଭୁବନେଶ୍ବର : ଶେଷରେ ଧରାପଡ଼ିଛି ଗାଈ ଚୋର। ଗତ ଜାନୁଆରି ୩୧ ତାରିଖ ଦିନ ଜଣେ କାର୍ଯ୍ୟରତ ପୁଲିସ କନେଷ୍ଟବଳଙ୍କୁ ମାଡ଼ ମାରି ଗାଈ ନେଇ ପଳାଇଥିବା ଗାଙ୍ଗ୍‌ର ଜଣକୁ ଧରିଛି ବଡ଼ଗଡ଼ ଥାନା ପୁଲିସ। ସେ ହେଉଛି ପିପିଲି ଦାନଗୋହିରାର ମହମ୍ମଦ ରହିମ୍‌। ଜାନୁଆରି ୩୧ ତାରିଖ ରାତି ପ୍ରାୟ ୨ଟା ବେଳେ ବଡ଼ଗଡ଼ ଥାନା ଠାରୁ ମାତ୍ର କିଛି ଦୂରରେ କନେଷ୍ଟବଳ ଧୀରେନ୍ଦ୍ର ସାହୁ ଡ୍ୟୁଟି କରୁଥିଲେ। […]

ଦୁର୍ଗାଙ୍କ ସୁମରଣା ଢାଳିଲା ଭକ୍ତିରସ, ସମ୍ମାନିତ ହେଲେ ୪ ଶିଳ୍ପୀ ଭୁବନେଶ୍ୱର: ନୃତ୍ୟରେ ହେଉଥିଲା ଦୁର୍ଗାଙ୍କ ଆରଧନା। ନୃତ୍ୟଶିଳ୍ପୀ ସୁପ୍ରଭା ସାହୁ ମଙ୍ଗଳାଚରଣରେ ପରିବେଷଣ କରିଥିଲେ ‘ନବଦୁର୍ଗା ନୃତ୍ୟ’। ଯାହା ଭକ୍ତିରସରେ ଦର୍ଶକଙ୍କୁ ବିମୋହିତ କରିଥିଲା। ଆଦିଗୁରୁ ପଙ୍କଜ ଚରଣ ଦାସ ଏହାର ନୃତ୍ୟ ସଂଯୋଜନା ଓ ପରିକଳ୍ପନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଲିଙ୍ଗରାଜ ପ୍ରଧାନ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁରୁ […]

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ଏକ ଅଭିନବ ଉନ୍ନତ କୋଭିଡ୍‌ ଟିକା ଉପଲବ୍‌ଧ ହୋଇପାରିବ ଯାହା ପାଇଁ ଶୀତଳୀକରଣର ଆବଶ୍ୟକତା ପଡ଼ିବନି କି ଟିକାକରଣରେ ସିରିଞ୍ଜ୍‌ ଲାଗିବନି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ପ୍ରମୁଖ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ ଆଶା ବ୍ୟକ୍ତ କରିଛନ୍ତି। ସମ୍ପ୍ରତି ୧୨୨ଟି ଦେଶରେ ୭ରୁ ୮ଟି କୋଭିଡ୍‌ ଟିକାର ବ୍ୟବହାର ଜାରି ରହିଛି, ତେବେ ଅଭିନବ କରୋନାଭୂତାଣୁର ରୂପାନ୍ତରିତ ପ୍ରଜାତିର ସଂକ୍ରମଣ ବ୍ୟାପିବା ଆରମ୍ଭ […]

ଭୁବନେଶ୍ବର : ନୂଆପଲ୍ଲୀରେ ୫୦ରୁ ଅଧିକ ଯୁବକ ନୂଆପଲ୍ଲୀ ଆଇଆରସି ଭିଲେଜ୍‌ ପ୍ଲଟ ନମ୍ବର ଏନ୍‌୩/୨୧୧ରେ ଭଡ଼ାରେ ରହୁଥିବା ପ୍ରଣବ ରାୟଙ୍କ ଘରେ ପଶି ସଂଘବଦ୍ଧ ଆକ୍ରମଣ କରିବା ଏବଂ ଆସବାବପତ୍ର ଭାଙ୍ଗିବା ଘଟଣାରେ ବୁଧବାର ପୁଲିସ ୧୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ମଧ୍ୟରେ ଜ‌ଣେ ହାବିଲଦାର, ଜଣେ ଓକିଲ, ଚିଟ୍‌ଫଣ୍ଡ ଠକ, ଘର ମାଲିକ ବିଜୟ ନାୟକ ଓ ତାଙ୍କ ପତ୍ନୀ ସଂଯୁକ୍ତା […]

ଭଦ୍ରକ: ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଉତ୍ତେଜନା ଦେଖା ଦେଇଛି। ଯୁକ୍ତତିନ ଦ୍ୱିତୀୟ ବର୍ଷର ସମସ୍ତ ବିଭାଗର ଅଧିକାଂଶ ଛାତ୍ରଛାତ୍ରୀମାନଙ୍କ ସେକେଣ୍ଡ ସେମିଷ୍ଟାର ପରୀକ୍ଷାରେ ବ୍ୟାକ ଲାଗିଥିବା ନେଇ ଉ‌‌ତ୍ତେଜନା ଲାଗିରହିଛି। କଲେଜ ମୁଖ୍ୟ ଫାଟକ ତାଲା ପକାଇ ବିକ୍ଷୋଭ କରୁଛନ୍ତି ଛାତ୍ରଛାତ୍ରୀ। କରୋନା ସମୟରେ ସେକେଣ୍ଡ ସେମିଷ୍ଟାର ପରୀକ୍ଷା ହୋଇ ନଥିବା ବେଳେ କିପରି ବ୍ୟାକ ଲାଗିଲା ତାହାକୁ କେନ୍ଦ୍ର କରି ଅଶାନ୍ତି ଦେଖା ଦେଇଛି। […]

Social media & sharing icons powered by UltimatelySocial