ଆଜି ୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା: ଜାରି ହେ‌ଲା ୟେଲୋ ୱାର୍ଣ୍ଣିଂ

ଆଜି ୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର : ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଆସନ୍ତାକାଲି ଅପରାହ୍ନରୁ ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ। ଏଥିସହ ୨୦ ତାରିଖ ଦିନ ଅପରାହ୍ନରୁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ମଧ୍ୟ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଏଣୁ ଆସନ୍ତା ୨ ଦିନ ପାଇଁ ଉକ୍ତ ଜିଲ୍ଲାଗୁଡ଼ିକରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ରାଜ୍ୟର ସର୍ବାଧିକ ବର୍ଷା ସିମିଳିଗୁଡ଼ାଠାରେ ୨୦ ମିମି ହୋଇଯାଇଛି। ସେହିପରି ଉପକୂଳ ଓଡ଼ିଶାର ଖୋର୍ଧା ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦିନ ଓ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯାଇନାହିଁ। କିମ୍ବା ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ସେମିତି କିଛି ଆଖିଦୃଶିଆ ପରିବର୍ତ୍ତନ ହେବ ନାହିଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟର କିଛି କିଛି ଜିଲ୍ଲାର ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଥିବା ବେଳେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ତାପମାତ୍ରା ଜାରି ରହିବ। ଆସନ୍ତାକାଲି ଭୁବ‌ନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳର ସର୍ବାଧିକ ତାପମାତ୍ରା ୩୮ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ରହିବ ବୋଲି ପୂର୍ବାନୁମାନ କରାଯାଇଛି।

Share Now:

Kalinga News Beuro

Next Post

ବିଧାନସଭାରୁ ନବୀନ ନିବାସ : ବିଜେପି ବିଧାୟକଙ୍କ ହାଇଡ୍ରାମା‌

Fri Mar 19 , 2021
ବିରୋଧ, ବିକ୍ଷୋଭ, ହୁଳହୁଳି, କୋଳାକୋଳି ଭୁବନେଶ୍ବର : ‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହକୁ ଆସୁନାହାନ୍ତି। କେଉଁଠି ଅଛନ୍ତି, ଆମେ ଖୋଜିବୁ।’’ ଏମିତି କହି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ବରେ ବିଜେପି ବିଧାୟକମାନେ ଆଜି ପ୍ରଥମେ ଲୋକସେବା ଭବନ ଓ ପରେ ନବୀନ ନିବାସ ଯାଇଥିଲେ। ଗେଟ୍ ବନ୍ଦ କରିଦିଆଗଲା ବୋଲି କହି ନବୀନ ନିବାସ ସାମ୍ନାରେ ଧାରଣା ଦେଲେ। କିଛି ମୁହୂର୍ତ୍ତ ପାଇଁ ଏହି ପ୍ରସଙ୍ଗ ଓଡ଼ିଶା […]
ବିଧାନସଭାରୁ ନବୀନ ନିବାସ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial