ପଙ୍ଗୁ କରୁଛି ପ୍ଲାଷ୍ଟିକ ପାଣି ବୋତଲ ଭୁବନେଶ୍ୱର: ଅନିୟମିତ ଋତୁଚକ୍ର ସାବଧାନ ହେବାକୁ ଇସାରା ଦେଲାଣି। ଅସହ୍ୟ ତାତିରେ ମଣିଷ କଲବଲ ହେଲାଣି। ଭଲ ପାଣି ମୁନ୍ଦେ ପାଇଁ ଚିନ୍ତା ଘାରିଲାଣି। ପରିବେଶବିତ୍‌ମାନେ ସତର୍କ ବାଣୀ କଲେଣି। ଏବେଠୁ ପ୍ରତ୍ୟେକ ବ୍ୟକ୍ତି ସଚେତନ ନହେଲେ ପରିବେଶ ବିଗିଡ଼ିଯିବ। ତଥାପି ମାନବ ସମାଜ ପରିବେଶ ମନସ୍କ ହୋଇପାରିନି। ପରିବେଶ ପ୍ରଦୂଷଣରେ ପ୍ଲାଷ୍ଟିକ୍‌ର ଭୟାବହତା ଚଳିତ ବର୍ଷ ପରିବେଶ ଦିବସର ବିଷୟବସ୍ତୁ ରହିଛି। […]

ବ୍ରାସିଲିଆ: ବିଶ୍ୱାସ ହେଉ ନ ଥିଲେ ବି କଥାଟି ସତ। ବ୍ରାଜିଲିୟ ଫୁଟ୍‌ବଲ୍‌ର ରୋନାଲିଡିନୋ ଅଗଷ୍ଟ ମାସରେ ନିଜର ଦୁଇ ପ୍ରେମିକା ଫ୍ରିସିଲା ଜୋଏଲୋ ଏବଂ ବ୍ରିଟିଜ୍‌ ସୁଜାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୁଇ ଜଣଙ୍କୁ ଭିନ୍ନ ତିଥିରେ ନୁହେଁ ବରଂ ଏକ ସଙ୍ଗେ ବିବାହ କରିବାକୁ ଯାଉଛନ୍ତି ସେ। ମିଡିଆ ରିପୋର୍ଟ ମୁତାବକ ବ୍ରିଟିଜ୍‌ଙ୍କ ସହିତ ରୋନାଲ୍‌ଡିନୋ ୨୦୧୬ ମସିହାରୁ ପ୍ରେମ ସମ୍ପର୍କରେ ଅଛନ୍ତି। ଏଣେ ଉଭୟ ଫ୍ରିସିଲା […]

ସିଓଲ: ଉତ୍ତର କୋରିଆ ତା’ର ପାରମାଣବିକ କାର୍ଯ୍ୟକ୍ରମ ପରିତ୍ୟାଗ କରୁ ବୋଲି ଯଦି ଓ୍ଵାସିଂଟନ୍‌ ଏକତରଫା ଭାବେ ଦାବି କରେ ତେବେ ଯୁକ୍ତରାଷ୍ଟ୍ର ଆମେରିକା ସହ ଶିଖର ବୈଠକରେ ବସିବା କଥାର ପୁନର୍ବିଚାର କରିବ ଉତ୍ତର କୋରିଆ। ଏକଥା ବୁଧବାର ଦିନି ଉତ୍ତର କୋରିଆର ରାଷ୍ଟ୍ରାୟତ ଗଣମାଧ୍ୟମ କହିଛି। ବୈଦେଶିକ ବ୍ୟାପାରର ପ୍ରଥମ ଉପମନ୍ତ୍ରୀ କିମ୍‌ କିୟେ ଗ୍ଵାନ୍‌ଙ୍କ କଥାକୁ ଉଦ୍ଧାର କରି ଉତ୍ତର କୋରିଆର କେନ୍ଦ୍ରୀୟ ଏଜେନ୍‌ସି ଆହୁରି […]

ବେଜିଙ୍ଗ୍‌: ଆଜି ଚୀନ୍‌ର ନିଜସ୍ୱ ନିର୍ମିତ ବିମାନବାହୀ ପୋତକୁ ସମୁଦ୍ରରେ ପରୀକ୍ଷାମୂଳକ ଭାବେ ଚଳା ଯାଉଛି। ବିବାଦୀୟ ଜଳରାଶିରେ ଚୀନ୍‌ ନୌସେନାର ଉପସ୍ଥିତିକୁ ଦୃଢ଼ ତଥା ଆଧୁନିକିକରଣ କରାଯିବା ଅଭିଯାନର ଏହା ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି। ୫୦ ହଜାର ମେଟ୍ରିକ୍‌ ଟନ୍‌ ଓଜନବିଶିଷ୍ଟ ଏହି ପୋତ ଲିଆଓନିଙ୍ଗ୍‌ ପ୍ରଦେଶରେ ଥିବା ଦାଲିଆନ୍‌ ସିପ୍‌ବିଲ୍‌ଡିଙ୍ଗ୍‌ ଇଣ୍ଡଷ୍ଟ୍ରି ଘନ କୁହୁଡ଼ି ଭରା ସକାଳ, ପ୍ରାୟ ୭ଟା ବେଳେ, କେତେକ ଟଗ୍‌ବୋଟ୍‌ […]

ନୂଆଦିଲ୍ଲୀ : କେନ୍ଦ୍ର ଏସୀୟ ଦେଶ ତାଜିକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ଆଜି ଭାରତୀୟ ସମୟ ଅପରାହ୍ନ ୪ଟା ୧୫ ମିନିଟରେ ଏକ ୬.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଏହାର ପ୍ରଭାବ ଏହି ଦୁଇ ଦେଶ ସମେତ ପାକିସ୍ତାନ ଓ ଉତ୍ତରଭାରତରେ ଅନୁଭୂତ ହୋଇଛି । ଏହା ତାଜିଖସ୍ତାନର ୬୭ ମାଇଲ ଦକ୍ଷିଣରେ ଥିବା ଖୋରୋ ରାଜ୍ୟରେ ହୋଇଛି । ଏହି ଭୂମିକମ୍ପ ଯୋଗୁଁ ଆଫଗାନିସ୍ତାନ ରାଜଧାନୀ […]

କାବୁଲ: ସୋମବାର ଦିନ କାବୁଲରେ ଦୁଇଟି ଆତ୍ମଘାତି ବିସ୍ଫୋରଣ ଘଟି ଏଜେନ୍‌ସି ଫ୍ରାନ୍‌ସ୍‌-ପ୍ରେସ୍‌ର ମୁଖ୍ୟ ଫଟୋଗ୍ରାଫର୍‌ ଶାହ୍‌ ମାରାଇ ଓ ଅନ୍ୟ ତିନିଜଣ ସାମ୍ବାଦିକଙ୍କ ସମେତ ୨୧ ଜଣ ନିହତ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ଏବଂ ଏଫ୍‌ପି କହିଛନ୍ତି। ମନ୍ତ୍ରାଳୟ ମୁଖପାତ୍ର ଓ୍ଵାହିଦ୍‌ ମଜ୍‌ରୋହ୍‌ କହିଛନ୍ତି ଯେ ୨୭ ଜଣ ଆହତ ଲୋକଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସାଙ୍ଘାତିକ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି […]

ବେଜିଙ୍ଗ : ଚୀନର ଉହାନ ସହରରେ ଗତ ଦୁଇ ଦିନ ରହି ସ୍ୱଦେଶ ପତ୍ୟାବର୍ତ୍ତନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ ଅନଔପଚାରିକ ବୈଠକ ପାଇଁ ସେ ଚୀନ ଗସ୍ତ କରିଥିଲେ। ସେଠାରେ ପହଁଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଧନା ମିଳିଥିଲା। ଅତିଥି ସତ୍କାର କରିବାରେ କୌଣସି ପ୍ରକାରର ଆଭାବ ରଖିନଥିଲେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ଉହାନର ଇଷ୍ଟ ଲେକ୍‌ ନିକଟରେ ଚା’ର ଚର୍ଚ୍ଚାଠୁ ଆରମ୍ଭ କରି ବଲିଉଡ୍‌ […]

ବର୍ଲିନ୍‌: ଶୁକ୍ରବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଜର୍ମାନ୍‌ ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲ୍‌ଙ୍କ ସହ ତାଙ୍କର ସାକ୍ଷାତ୍‌କାର ଥିଲା ଅତି ଚମତ୍କାର। ଦ୍ୱିପାକ୍ଷିକ ସହଯୋଗ ବିଭିନ୍ନ ଦିଗ ଏବଂ ବିଶ୍ୱ ସମସ୍ୟା ଉପରେ ଉଭୟେ ଆଲୋଚନା କରିଛନ୍ତି। ଇଂଲଣ୍ଡ୍‌ ଗସ୍ତ ପରେ ପରେ ବର୍ଲିନ୍‌ ଠାରେ ସଂକ୍ଷିପ୍ତ ରହଣି ସମୟରେ ମୋଦି ମର୍କେଲ୍‌ଙ୍କୁ ସାକ୍ଷାତ୍‌ କରିଥିଲେ। ଏହା ଥିଲା ମୋଦିଙ୍କ ତ୍ରି-ରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ […]

ସିଓଲ: ଆଣବିକ ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା ସ୍ଥଗିତ ରଖିବା ସହ ଆଣବିକ ପରୀକ୍ଷଣ ସ୍ଥଳୀ ବନ୍ଦ କରିବାକୁ ଯୋଜନା କରୁଥିବା କଥା ଶନିବାର ଦିନ ଉତ୍ତର କୋରିଆ କହିଛି। ପାୟୋଙ୍ଗ୍ୟାଙ୍ଗ୍‌, ସିଓଲ୍‌ ଏବଂ ଓ୍ଵାସିଂଟନ୍‌ ମଧ୍ୟରେ ଆଣବିକ ବୁଝାମଣାର ଏକ ନୂତନ ପର୍ଯ୍ୟାୟ ସ୍ୱାକ୍ଷର ହେବା ପୂର୍ବରୁ ଏ ଭଳି ଘୋଷଣା କରାଯାଇଥିଲେ ମଧ୍ୟ ଉତ୍ତର କୋରିଆ ନିଜର ଅସ୍ତ୍ରଶସ୍ତ୍ର ନିର୍ମାଣ ବନ୍ଦ ରଖିବ କି, ନାହିଁ ତାହା […]

ଆମେରିକାର ମୁକାବିଲା ପାଇଁ ପ୍ରସ୍ତୁତି ବିରୁଟ: ସିରିୟାର ପୂର୍ବାଞ୍ଚଳ ଘୌଟା ପ୍ରଦେଶରୁ ବିଦ୍ରୋହୀଙ୍କୁ ମୂଳପୋଛ କରିବାକୁ ରୁଷ୍‌ ସହାୟତାରେ ଏବେ ସିରିୟା ସେନା ବିଶାଳ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଯେ କୌଣସି ମୁହୂର୍ତ୍ତରେ ବିଦ୍ରୋହୀ ଅଧ୍ୟୁଷିତ ଅଂଚଳରେ ବୋମାବର୍ଷା ଆରମ୍ଭ ହେବ ଏବଂ ମିଳିତ ପଦାତିକ ସେନା ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ ବୋଲି ସିରିୟା ସରକାର ଘୋଷଣା କରିଛନ୍ତି। ଘୌଟା ପ୍ରଦେଶରେ ବିଦ୍ରୋହୀଙ୍କୁ ନିପାତ ପରେ ସିରିୟା […]

Social media & sharing icons powered by UltimatelySocial