ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ଦାଉଦ୍‌ ଇବ୍ରାଇମ୍‌ ସହ ତାଙ୍କର ସମ୍ପର୍କ ପଦାରେ ପଡ଼ିଯିବା ପରେ ପାକିସ୍ତାନୀ ଅଭି‌ନେତ୍ରୀ ମେହୱିସ ହାୟତ ଏବେ ଭାରତୀୟ ଗଣମାଧ୍ୟମ ଉପରେ ଖପ୍ପା ହୋଇଯାଇଛନ୍ତି। ମେହୱିସ କହିଛନ୍ତି, ଭାରତୀୟ ଗଣମାଧ୍ୟମର ଏଜେଣ୍ଡା କ’ଣ ଏବଂ କାହିଁକି ସେମାନେ ତାଙ୍କ ପଛରେ ପଡ଼ିଛନ୍ତି ତାହା ତାଙ୍କୁ ଜଣାନାହିଁ। ଏହା ଏକପ୍ରକାର ହଟଚମଟ ସୃଷ୍ଟିକାରୀ ସାମ୍ବା‌ଦିକତା। ଅପରପକ୍ଷେ, କା‌ଶ୍ମୀ‌ରର ଜନସାଧାରଣଙ୍କ ଉପରେ କରାଯାଉଥିବା ଅତ୍ୟାଚାର ଓ ମାନବାଧିକାର ଉଲ୍ଲଂଘନ […]

୧୯୦ ପ୍ରକାର ଟିକାର ବିକାଶ ଜାରି ରହିଛି ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ ଦ୍ବାରା ସାରା ବିଶ୍ବରେ ଅଦ୍ୟାବଧି ପାଖାପାଖି ୨ କୋଟି ୪୪ଲକ୍ଷ ଲୋକ ସଂକ୍ରମିତ ହେବା ସହ ୮ଲକ୍ଷ ୩୧ ହଜାରରୁ ଅଧିକ ଆଖି ବୁଜିଲେଣି। କିଛି ଦେଶରେ ମଧ୍ୟ ଦ୍ବିତୀୟ ପର୍ୟ୍ୟାୟ ସଂକ୍ରମଣ ଆରମ୍ଭ ନେଇ ଚର୍ଚ୍ଚା ହେଉଛି। କରୋନା ଭୂତାଣୁ ସାର୍ସ-କୋଭ୍-୨ର ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ବିଶ୍ବବ୍ୟାପୀ ଏହାର ମୁକାବିଲା ପାଇଁ ସମ୍ପ୍ରତି […]

ମସ୍କୋ: ରୁଷୀୟ ଆଣବିକ ଶକ୍ତି ସଂସ୍ଥା ରୋଜାଟମ୍‌ ପକ୍ଷରୁ ଗତ ସପ୍ତାହରେ ଏକ ୪୦ ମିନିଟ୍‌ର ଅତ୍ୟନ୍ତ ଗୋପନ ଭିଡିଓକୁ ସାର୍ବଜନୀନ କରାଯାଇଛି। ଏହି ଭିଡିଓରେ ବିଶ୍ବର ସବୁଠୁ ଶକ୍ତିଶାଳୀ ଉଦ୍‌ଜାନ ବୋମାର ବିସ୍ଫୋରଣ ଚିତ୍ର ରହିଛି। ତିଜାର ବମ୍ବା ବା ତିଜାର ବୋମା ନାମରେ ପରିଚିତ ଏହି ବୋମାକୁ ୧୯୬୧ ମସିହା ଅକ୍ଟୋବର ୩୦ରେ ଉତ୍ତର ମେରୁ ମହାସାଗରର ନୋବାୟା ଜେମଲ୍ୟା ଦ୍ବୀପସମୂହରେ ବିସ୍ଫୋରିତ କରାଯାଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ […]

କଟକ : କଟକ ବଡ଼ ମେଡିକାଲ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିବା ଗୁରୁତର ରୋଗୀଙ୍କ ଜୀବନ ଏବେ ସଙ୍କଟରେ। କୋଭିଡ-୧୯ର ଚିକିତ୍ସା ନିୟମାବଳୀ ଅନୁଯାୟୀ ଏବେ ଚିକିତ୍ସା ଆରମ୍ଭ ପୂର୍ବରୁ ରୋଗୀଙ୍କ ତୁରନ୍ତ ଆଣ୍ଟିଜେନ ପରୀକ୍ଷା ପାଇଁ କିଟ୍ସ ନାହିଁ। ଫଳରେ ରୋଗୀଙ୍କ ଆରଟିପିସିଆର ପରୀକ୍ଷା କରି ରିପୋର୍ଟକୁ ଅପେକ୍ଷା କରାଯାଉଛି। ଆରଟିପିସିଆର ରିପୋର୍ଟ ପାଇଁ ଗୋଟିଏ ଦିନରୁ ଅଧିକ ଲାଗି ଯାଉଥିବାରୁ ସେତେବେଳକୁ ଗୁରୁତର […]

ପୋର୍ଟବ୍ଲେୟାର: ଆଣ୍ଡାମାନ ନିକୋବରରେ ବା‌ସ କରୁଥିବା ଏକ ବିରଳ ଜନଜାତିର ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜିର ଦିନରେ ଆଣ୍ଡାମାନରେ ଉକ୍ତ ନିର୍ଦ୍ଦିଷ୍ଟ ବିରଳ ଜନଜାତି ଗୋଷ୍ଠୀର ମାତ୍ର ୫୦ ଜଣ ଲୋକ ବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଛି। ଏହି ୧୦ ଜଣ କରୋନା ସଂକ୍ରମିତ ଜନଜାତି ଲୋକଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣ […]

ପୁରୀ : ଶ୍ରୀମନ୍ଦିର ତିନି ଦ୍ୱାରରେ ଲାଗିବ ରୁପା ଚାଦର। ମହାପ୍ରଭୁଙ୍କ ଜନୈକ ଭକ୍ତ ଏ ବାବଦକୁ ୧୯୨୦ କେଜି ଓଜନର ରୁପା ଦାନସୂତ୍ରରେ ଦେବେ। ଆବଶ୍ୟକ ଶାଗୁଆନ କାଠ ବି ଯୋଗାଇ ଦେବେ। ଶ୍ରୀମନ୍ଦିର ପ୍ରଶାସନ କେବଳ ନିର୍ମାଣ ଖର୍ଚ୍ଚ ବହନ କରିବ। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ ବିଚାରବିମର୍ଷ ଚଳାଇଛି। ବିଭିନ୍ନ ନିଯୋଗ ସହ ଆଲୋଚନା କରି ମତାମତ ଲୋଡ଼ିଛି। ଏ […]

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ମୁସଲିମ୍‌ ସମ୍ପ୍ରଦାୟର ପବିତ୍ର ମହରମ୍‌ ଶୋଭାଯାତ୍ରା ପାଇଁ ଅନୁମତି ଦେବାକୁ ଗୁରୁବାର ମନା କରିଦେଇଛନ୍ତି। ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରାଙ୍କୁ ଯେଭଳି ଅନୁମତି ଦିଆଗଲା ଆମକୁ ସେଭଳି ଅନୁମତି ଦେବା ପାଇଁ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ତେବେ ଆବେଦନକାରୀଙ୍କ ମତକୁ ସୁପ୍ରିମ କୋର୍ଟ ଗ୍ରହଣ କରି ନଥିଲେ। ଖଣ୍ଡପୀଠ କହିଥିଲେ ପୁରୀରେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇଥିଲା। ସବୁ ସ୍ଥାନରେ […]

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଲାଗିରହିଛି। ଏହା ଫଳରେ ବୈତରଣୀ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଯାହାକୁ ନେଇ ବ୍ଲକ ପ୍ରଶାସନ ତତ୍ପର ହୋଇଉଠିଛି। ବୋଡ଼କ ପଞ୍ଚାୟତ ଓରାଳି ଠାରେ ଏକ ଘାଇ ସୃଷ୍ଟି ହୋଇ ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କା କରାଯାଉଛି। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନେବାପାଇଁ ବୁଧବାର ଅପରାହ୍ନରେ ତହସିଲଦାର […]

ନୂଆଦିଲ୍ଲୀ: ଭାରତ ସହ ସୀମାରେ ବିବାଦ ଚାଲିଥିବା ବେଳେ ଚୀନକୁ ଝଟକା ଦେଇଛି ଶ୍ରୀଲଙ୍କା। ଭାରତ ହିଁ ଶ୍ରୀଲଙ୍କାର ପ୍ରଥମ ଗୁରୁତ୍ୱ ରହିବ ବୋଲି କହିଛନ୍ତି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ। ସେ କହିଛନ୍ତି ଯେ, ଶ୍ରୀଲଙ୍କା “ପ୍ରଥମେ ଭାରତ’ ନୀତି ଆପଣେଇବ। ଭାରତ ପ୍ରତି ବିପଦକୁ ଶ୍ରୀଲଙ୍କା ଅଣଦେଖା କରିପାରିବ ନାହିଁ ଓ ଏଥିପ୍ରତି କଲମ୍ବୋକୁ ଧ୍ୟାନ ଦେବାକୁ ପଡ଼ିବ। ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ପରୋକ୍ଷରେ ଚୀନ୍ […]

ଭୁବନେଶ୍ୱର : ଭୁବନେଶ୍ୱରରେ ଗତ ଦୁଇଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ଆଜି ସକାଳ ସୁଦ୍ଧା‌ ୯୧.୬ମିମି ବର୍ଷା ହୋଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ପାଣି ଜମିଥିଲା। କିନ୍ତୁ ରାଜଧାନୀ ଉପକଣ୍ଠ ଅବସ୍ଥା ସଙ୍ଗିନ ହୋଇଯାଇଛି। ସତ୍ୟବିହାରରୁ ଆରମ୍ଭ କରି ନହରକଣ୍ଟା, ହଂସପାଳ, ସୁନ୍ଦରପଦା ଆଦି ଅଞ୍ଚଳରେ ବନ୍ୟାଞ୍ଚଳ ପରିସ୍ଥିତି ସୃଷ୍ଟି ହୋଇଯାଇଛି। ଉପକଣ୍ଠ ଭାସୁଥିଲେ ହେଁ ଏଠାରେ ପ୍ରଶାସନ ପକ୍ଷରୁ ପାଣି ନିଷ୍କାସନ ବ୍ୟବସ୍ଥା କରାଯାଇନି। ଫଳରେ […]

Social media & sharing icons powered by UltimatelySocial