ବେଙ୍ଗାଲୁରୁ: ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା କର୍ଣ୍ଣାଟକର ଲିଙ୍ଗାୟତ ସାଧୁ ଶିବମୂର୍ତ୍ତି ମୁରୁଗା ଶରାନାରୁଙ୍କୁ ଶୁକ୍ରବାର ଦିନ ଚାରି ଦିନିଆ ପୁଲିସ ହେପାଜତକୁ ପଠାଯାଇଛି। ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଚିତ୍ରଦୁର୍ଗାର ମୁରୁଗା ମଠର ମୁଖ୍ୟ ସାଧୁଙ୍କୁ ଗୁରୁବାର ଗିରଫ କରାଯାଇଥିଲା। ଏହା ପୂର୍ବରୁ ଶୁକ୍ରବାର ଦିନ ହାଜତରେ ଗିରଫ ସାଧୁଙ୍କର କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବା ପରେ ଶିବମୂର୍ତ୍ତି ମୁରୁଗା ଶରାନାରୁଙ୍କୁ ବେଙ୍ଗାଲୁରୁ ସ୍ଥାନାନ୍ତର କରାଯାଇଥିଲା। ସୂଚନା […]

କଟକ: ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି। ଆଜି କଟକର ସିଡିଏ ସେକ୍ଟର -୯ ସ୍ଥିତ ସରକାରୀ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ସିଡିଏ ସ୍ଥିତ ବାସଭବନରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ କଟକର ଏକ ବେସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ […]

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଜଣେ ପ୍ରମୁଖ ଲିଙ୍ଗାୟତ ମଠର ସାଧୁଙ୍କ ବିରୋଧରେ ଅଗଷ୍ଟ ୩୦ ତାରିଖରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲ୍ଲାର ଏକ ପ୍ରମୁଖ ମୁରୁଘ ମଠର ସାଧୁ ଶିବମୂର୍ତ୍ତି ମୁରୁଘ ଶରଣାରୁଙ୍କ ବିରୋଧରେ ପୋକ୍ସ ଆଇନ ଅଧୀନରେ ଏହି ମାମଲା ରୁଜୁ ହୋଇଥିଲା। ମଠ ଦ୍ବାରା ପରିଚାଳିତ ଏକ ଅନୁଷ୍ଠାନର ୨ଜଣ ନାବାଳିକା ଛାତ୍ରୀଙ୍କୁ ସେ ଯୌନ ଉତ୍ପୀଡ଼ନ ଦେଇଥିବା ଅଭିଯୋଗ ହୋଇଛି। ୨ ଜଣ […]

ଭୁବନେଶ୍ୱର: ରାଜଧାନୀରେ ଡିସିପି ଅଫିସ ଆଗରେ ଜଣେ ଦୋକାନୀଙ୍କୁ ନିର୍ମମ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ଏହି ମାମଲାରେ ୨ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ସୂଚନା ଅନୁଯାୟୀ, ସୌମ୍ୟ କୁଣ୍ଡୁ ନାମକ ଜଣେ ପାନ ଦୋକାନୀଙ୍କୁ ୬/୭ ଜଣ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ସୌମ୍ୟ କୁଣ୍ଡୁଙ୍କର ମୃତ୍ୟୁ ଘଟିଥିଲା। ସମସ୍ତ ଅଭିଯୁକ୍ତ ପଥରବନ୍ଧ ଅଞ୍ଚଳର ବୋଲି ଜଣାଯାଇଛି। ସହିଦ ନଗର ପୁଲିସ ଏହି […]

ଭୁବନେଶ୍ବର: ବ୍ୟାଗ ଭିତରେ ମୃତଦେହ ଧରି ଜଣେ ଲୋକ ବୁଲୁଥିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ଉତକ୍ଷିପ୍ତ ହୋଇ ‌ଲୋକେ ତାଙ୍କୁ ପିଟିଛନ୍ତି। ୮ ମାସର ଶିଶୁକନ୍ୟାର ମୃତଦେହ ଖଣ୍ଡଗିରି ଛକରୁ ଉଦ୍ଧାର ହୋଇଥିଲା। ତେବେ ପରିବାର ଲୋକେ କହିଛନ୍ତି ଯେ ୮ ମାସର ଶିଶୁକନ୍ୟାର ମୃତଦେହକୁ ଶବସଂସ୍କାର ପାଇଁ ନେଉଥିଲେ। ଘଟଣାସ୍ଥଳରେ ଖଣ୍ଡଗିରି ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।

ଚନ୍ଦ୍ରଶେଖରପୁର: ସପ୍ଟୱେର ଇଂଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାର ଖୋଳତାଡ଼ରୁ ‌ଆଜି ଆଉ ଏକ ସନ୍ଦେହଜନକ କଥା ପୁଲିସ ତଦନ୍ତ ପରିସରଭୁକ୍ତ ହୋଇଥିବା ଜଣାପଡ଼ିଛି। ଶ୍ବେତା ଏକ ବ୍ୟାଙ୍କରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଋଣ କରିଥିବା ଜଣାପଡ଼ିଛି। ଉକ୍ତ ଋଣରୁ ମାସିକ କିସ୍ତି ହିସାବରେ ସେ ସୁଝିଚାଲିଥିବା ମଧ୍ୟ ଜଣାପଡ଼ିଛି। ମାସିକ ଅଧ ଲକ୍ଷରୁ ଅଧିକ ଟଙ୍କା ଦରମା ପାଉଥିବା ଶ୍ବେତା କେଉଁ କାରଣରୁ ଏହି ବ୍ୟାଙ୍କ […]

କୋଇଡା : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କନ୍ତରକୋଇଡା ଗ୍ରାମରେ ଅଭାବନୀୟ ଘଟଣା। ଘରୋଇ କଳିକୁ କେନ୍ଦ୍ର କରି ନାତିର ବିଧା ମାଡ଼ରେ ଜେଜେବାପ ର ମୃତ୍ୟୁ ହୋଇଛି। ସୂଚନା ମୁତାବକ ପୂର୍ବ ରାତିରେ ଜେଜେ ବାପା ମନୋଜ ମହାନ୍ତ (୬୫) ଏବଂ ନାତି ରୋହିତ ମହାନ୍ତ ମଧ୍ୟରେ ବଚସା ହୋଇଥିଲା ଯେଉଁଥିରେ ଉତ୍ତକ୍ଷିପ୍ତ ହୋଇ ନାତି ରୋହିତ ମହାନ୍ତ (୨୩) ଜେଜେବାପା ଙ୍କୁ ଆକ୍ରମଣ କରିଥିଲା। ଏମିତିକି […]

ଭୋଗରାଇ: ପୂର୍ବ ଶତ୍ରୁତାରୁ ପିଟାପିଟି ହେଲେ ୨ ଶିକ୍ଷୟିତ୍ରୀ। ସ୍କୁଲ ଆସିବା ବେଳେ ଜଣେ ଶିକ୍ଷୟିତ୍ରୀଙ୍କ ଫଟୋ ଅନ୍ୟ ଜଣେ ଶିକ୍ଷୟିତ୍ରୀ ନିଜ ମୋବାଇଲରେ ଉଠାଇବା ଘଟଣାକୁ ନେଇ ୨ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ନିଜ ନିଜର ବ୍ୟକ୍ତିଗତ କଥାକୁ ନେଇ ବୃତ୍ତିଗତ ଆକ୍ରୋଶରୁ ଘଟିଛି ଏଭଳି ଅଭାବନୀୟ ଘଟଣା। ଘଟଣାରେ ୨ ଶିକ୍ଷୟିତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କର ମୁଣ୍ଡ ଫାଟିଛି। ଏନେଇ ଥାନାରେ […]

ଅନ୍ୟ ଦୁଇ ସହଯୋଗୀଙ୍କୁ ଖୋଜୁଛି ଇଓଡବ୍ଲ୍ୟୁ ଭୁବନେଶ୍ବର: ଫ୍ଲାଟ୍‌ ଦେବା ନାଁରେ ୨୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଓଡ଼ିଶା ହୋମ୍ସ ଓ କମର୍ସିଆଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ସେ ହେଲେ ଅରବିନ୍ଦ ସାମନ୍ତରା। ଏନେଇ ଇଓଡବ୍ଲ୍ୟୁ କେସ ନଂ-୧୪/୨୨ରେ ଆଇପିସି ଦଫା ୪୦୬, ୪୨୦, ୪୬୭, ୪୬୮, ୪୭୧ ଏବଂ ୧୨୦(ବି)ରେ ମାମଲା ରୁଜୁକରି ତାଙ୍କୁ କୋର୍ଟ ଚାଲାଣ କରିଛି। ଅନ୍ୟପଟେ […]

ନୂଆଦିଲ୍ଲୀ: ବିଲ୍‌କିସ୍‌ ବାନୋ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୧୧ଜଣ ଦୋଷୀ ସାବ୍ୟସ୍ତଙ୍କୁ ମୁକ୍ତ କରାଯିବା ଘଟଣାରେ ଆଜି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ବାଧୀନ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଆଜି ବିଲ୍‌କିସ୍‌ ବାନୋ ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ଜଣଙ୍କ ପ୍ରତି ଗୁଜରାଟ ସରକାରଙ୍କ ସଜା କୋହଳ ମଞ୍ଜୁରିକୁ ଚାଲେଞ୍ଜ୍‌ କରି ଆଗତ […]

Social media & sharing icons powered by UltimatelySocial