ମାଲକାନଗିରି: ପେଟ୍ରୋଲ ଓ ଡିଜେଲ ଦର ଏବେ ହୁ ହୁ ହୋଇ ବଢି ଚାଲିଛି। ଆଜି ପୁଣି ପେଟ୍ରୋଲ ଦର ୮୦ ପଇସା ବଢିଥିବା ବେଳେ ଡିଜେଲ ଦର ୮୫ ପଇସା ବଢିଛି। ମାଲକାନଗିରିରେ ଏବେ ପେଟ୍ରୋଲ ଲିଟର ପିଛା ୧୧୫.୦୪ ଟଂକା ରହିଥିବା ବେଳେ ଡିଜେଲ ଦର ୧୦୪.୬୩ ଟଙ୍କାରେ ପହଞ୍ଚିଛି। ତେଲ ଦର ବଢୁଥିବାରୁ ସାଧାରଣ ଲୋକଙ୍କ ପକେଟକୁ ବାଧୁଥିବା ଜଣାପଡିଛି।ଏହା ସହ ତାଳଦେଇ ଅତ୍ୟାବଶକୀୟ ଜିନିଷର […]

ଭୁବନେଶ୍ୱର : ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଇଲେକ୍ଟ୍ରିକ୍‌ ବସ୍‌(ଇ-ବସ୍‌) ଗଡ଼ିବ। ବସ୍‌ ପାଇଁ କ୍ରୁଟ୍‌ (କ୍ୟାପିଟାଲ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ) ତିଆରି କରିବାକୁ ଯାଉଛି ଚାର୍ଜିଂ ଷ୍ଟେସନ୍‌। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୫ଟି ବସ୍‌ ଗଡ଼ିବ। ଏହି ୫ଟି ବସ୍‌ ପାଇଁ ୩ଟି ଚାର୍ଜିଂ ଷ୍ଟେସନ୍‌ ନିର୍ମାଣ କରାଯିବ। ଏଥିପାଇଁ ‌ଖୁବ୍‌ଶୀଘ୍ର ଟେଣ୍ଡର୍‌ ଡକାଯିବ ବୋଲି ଜଣାପଡ଼ିଛି। କ୍ରମାଗତ ଭାବେ ରାଜଧାନୀର ତାପମାତ୍ରା ବୃଦ୍ଧି ପାଇବା ସହ ପରିବେଶ ପ୍ରଦୂଷଣ […]

ରାଉରକେଲା: ରାଉରକେଲା ସହରରେ ଖୋଲିଲା ଜିଲ୍ଲାର ପ୍ରଥମ ‘ମିଲେଟ୍ ଶକ୍ତି କାଫେ’। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ, ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ କୋଏଲ ନଗରଠାରେ ଆଜି ଉଦ୍‌ଘାଟିତ ହୋଇଛି। ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହାର ଉଦଘାଟ୍‌ନ କରି କହିଲେ, ଜିଲ୍ଲାରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହିତ କରାଯାଉଛି। ଜିଲ୍ଲାର ବ୍ଲକସ୍ତରରେ ମିଲେଟ୍ ଶକ୍ତି ଟିଫିନ ସେଣ୍ଟର ଖୋଲାଯାଉଥିବା ବେଳେ ରାଉରକେଲା ସହରରେ ଆଜି ଗୋଟିଏ କାଫେ ଖୋଲାଯାଇଛି। ଏହା […]

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରଠାରୁ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ଋଷ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ଆମେରିକା ଋଷ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏଭଳି ପରିସ୍ଥିତିରେ ଋଷ ନିଜର ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ବିକ୍ରୟ କରିବାକୁ ସଂଘର୍ଷ କରୁଛି। ଏପରି ପରିସ୍ଥିତିରେ ଋଷ ନିଜର ମିତ୍ର ଦେଶ ଭାରତ ସହ ସମ୍ପର୍କ କରିଛି। ଏ ବାବଦରେ ଭାରତୀୟ ଅଧିକାରୀ […]

ଭୁବନେଶ୍ବର : ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ରାଜ୍ୟରେ ବିଜୁଳି ଦର ନ ବଢାଇବାକୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି)ଙ୍କୁ ଅନୁରୋଧ କରିଛି ଓଡ଼ିଶା ଶକ୍ତି ବିଭାଗ। ଶନିବାର ଓଇଆରସି ପକ୍ଷରୁ ଗ୍ରିଡକୋର ବାର୍ଷିକ ରାଜସ୍ବ ଆବଶ୍ୟକତା (ଏଆରଆର) ସଂପର୍କରେ ଶୁଣାଣି ବେଳେ ଶକ୍ତି ବିଭାଗ ଏହି ଅନୁରୋଧ କରିଛି। ଚଳିତ ଆର୍ଥିକ ବର୍ଷରେ ବିତରଣ କମ୍ପାନିମାନେ ରାଜସ୍ବ ବଳକା ଥିବାରୁ ତାହାକୁ ବିଚାରକୁ ନେଇ ନୂଆ […]

ଦୂରଦୂରାନ୍ତ ଦୁର୍ଗମ କ୍ଷେତ୍ରରେ ମିଳିବ ବ୍ରଡବ୍ୟାଣ୍ଡ୍ ସେବା ନୂଆଦିଲ୍ଲୀ: ଜିଓ ପ୍ଲାଟଫର୍ମସ୍ ଏବଂ ବିଶ୍ୱରେ ଉପଗ୍ରହ ଭିତ୍ତିକ ଯୋଗାଯୋଗ ସେବା ଯୋଗାଣକାରୀ କମ୍ପାନି ଏସ୍‌ଇଏସ୍ ପକ୍ଷରୁ ଜିଓ ସ୍ପେଶ୍ ଟେକ୍ନୋଲୋଜି ନାମରେ ଏକ ମିଳିତ ଉଦ୍ୟୋଗ ଗଠନ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ନୂତନ ମିଳିତ ଉଦ୍ୟୋଗ ଦେଶବ୍ୟାପୀ ଉପଗ୍ରହ ଭିତ୍ତିକ ପ୍ରଯୁକ୍ତିର ବ୍ୟବହାର କରି ଦ୍ରୁତଗାମୀ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନ କରିବ। ଜିଓ ପ୍ଲାଟଫର୍ମ୍‌ସ୍ ଏବଂ ଏସ୍‌ଇଏସ୍ ନିକଟରେ […]

ମୁମ୍ବାଇ : ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଆଶଙ୍କା ମଧ୍ୟରେ ସମଗ୍ର ବିଶ୍ବର ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି। ଏହାର କମ୍ପନ ଭାରତୀୟ ଷ୍ଟକ ବଜାରରେ ମଧ୍ୟ ଅନୁଭୂତ ହୋଇଛି। ଆଜି ସେନସେକ୍ସ ପ୍ରାୟ ୧୭୪୭ ପଏଣ୍ଟ ହ୍ରାସ ପାଇ ୫୬,୪୦୫.୮୨ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫଟୀ ୫୩୧.୯୫ ପଏଣ୍ଟ ହ୍ରାସ ପାଇ ୧୬,୮୪୨.୮୦ ପଏଣ୍ଟରେ ବନ୍ଦ ହୋଇଛି। ଏହା ଫଳରେ ନିବେଶକମାନେ […]

ନୂଆଦିଲ୍ଲୀ: ଆଜି ୨୦୨୨-୨୩ ବର୍ଷ ପାଇଁ ଆର୍ଥିକ ବଜେଟ୍ ଘୋଷଣା କରାଯାଇଛି। ଏହି ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ଏବେ ତୈଳ ଦର ଉପରମୁହାର୍ ରହିଥିବା ବେଳେ ଆଗକୁ ଏହା ଆହୁରି ମହଙ୍ଗା ହେବ ବୋଲି କହିଛନ୍ତି ନିର୍ମଳା ସୀତାରମଣ। ଯଦି ଲୋକେ ମିଶ୍ରିତ ଇନ୍ଧନର ବ୍ୟବହାର ନକରନ୍ତି, ତେବେ ସେମାନଙ୍କୁ ୨ଟଙ୍କା ଅଧିକ ଦେଇ ନିଜ ଗାଡ଼ିରେ ପେଟ୍ରୋଲ ପକାଇବାକୁ ହେବ ବୋଲି […]

ମୁମ୍ବାଇ: ପ୍ରତିକୂଳ ବୈଶ୍ବିକ ପ୍ରଭାବରୁ ଆଜିକୁ ମିଶାଇ କ୍ରମାଗତ ୫ ଦିନ ଧରି ଭାରତୀୟ ସେୟାର୍‌ ମାର୍କେଟ୍‌ ନିମ୍ନଗାମୀ ହୋଇଛି। ନିବେଶକମାନେ ‘ଫେଡେରାଲ୍‌ ରିଜିର୍ଭ’ ବୈଠକକୁ ପ୍ରତୀକ୍ଷା କରୁଥିବାରୁ ଏସୀୟ ସେୟାର୍‌ ବଜାର ତଳକୁ ଖସୁଥିବା କୁହାଯାଉଛି। ପ୍ରାପ୍ତ ସୂଚନା ଅନୁସାରେ, ଦିନ ୧:୪୪ ସୁଦ୍ଧା ୩୦-ସେୟାର୍‌ ‘ବିଏସ୍‌ଇ ସେନ୍‌ସେକ୍ସ୍‌ ପ୍ୟାକ୍‌’ ୧,୫୦୫ ପଏଣ୍ଟ୍‌ ବା ୫୭,୫୩୨ରେ ୨.୫୫% ନିମ୍ନଗାମୀ ହୋଇଛି। ସେହିପରି, ‘ବ୍ରଡର୍‌ ଏନ୍‌ଏସ୍‌ଇ ନିଫ୍‌ଟି’ ୪୫୫ ପଏଣ୍ଟ୍‌ […]

ଭୁବନେଶ୍ବର: ଜାନୁଆରି ପହିଲାରୁ ଅନଲାଇନରେ ହେବ ପରିବହନ ବିଭାଗର ସବୁ କାମ। ଆଉ ଗାଡିଚାଳକଙ୍କୁ ଆରଟିଓ ଅଫିସକୁ ବାରମ୍ବାର ଧାଇଁବାକୁ ପଡ଼ିବନି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଏଣିକି ଅନଲାଇନ ହେବ ପରିବହନ ବିଭାଗ। ନୂଆବର୍ଷରୁ ବଡ଼ ସଂସ୍କାର ଆଣିବାକୁ ପରିବହନ ବିଭାଗର ବଡ଼ ଉଦ୍ୟମ ହୋଇଛି। ଡିଏଲଠାରୁ ଆରମ୍ଭ କରି ଗାଡ଼ି ପରମିଟ ଭଳି ସମସ୍ତ କାମ ଏଣିକି ଅନଲାଇନରେ ହେବ। ବିଭିନ୍ନ ସମୟରେ ଅଭିଯୋଗ […]

Social media & sharing icons powered by UltimatelySocial