ଭୁବନେଶ୍ୱର : ଓଡ଼ିଶାରେ ଆଂଶିକ ସୂର୍ଯ୍ୟୋପରାଗ ରବିବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୭ ମିନିଟ ୫୫ ସେକେଣ୍ଡରେ ଆରମ୍ଭ ହୋଇ ଦିନ ୨ଟା ୯ ମିନିଟ୍‌ ୨୫ ସେକେଣ୍ଡରେ ଶେଷ ହୋଇଛି। ତେବେ ଏହି ସମୟରେ ରାଜଧାନୀରେ ଆକାଶ ମେଘାଛନ୍ନ ଦେଖାଯାଉଥିବାରୁ ରାଜଧାନୀ ବାସୀ ଏହାକୁ ସଠିକ୍‌ ଭାବେ ଦେଖି ପାରି ନାହାନ୍ତି ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରକାଶ। କିନ୍ତୁ ଓଡ଼ିଶାର ଅନ୍ୟ ସ୍ଥାନରେ ଏହା […]

ମୋଗଲ ଆକ୍ରମଣ ସମୟରେ ଭୋଗମଣ୍ଡପରେ ହୋଇଥିଲା ଶ୍ରୀଗୁଣ୍ଡିଚା ଯାତ୍ରା ପୁରୀ : ଦୀର୍ଘ ୨୮୪ ବର୍ଷ ମଧ୍ୟରେ କେବେ ବନ୍ଦ ହୋଇନଥିଲା ମହାପ୍ରଭୁଙ୍କ ଘୋଷଯାତ୍ରା। ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିରାଜମାନ ଥାଇ ୧୭୩୬ ପରଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ୨୮୪ ବର୍ଷ ଭିତରେ କେବେ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହୋଇନାହିଁ। ଏପରିକି ନଅଙ୍କ ଦୁର୍ଭିକ୍ଷ, ହଇଜା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଓଡ଼ିଶାରେ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହୋଇନାହିଁ। […]

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସମୟରେ ଘରକୁ ବାହୁଡ଼ିଥିବା ପ୍ରବାସୀ ଶ୍ରମଜୀବୀଙ୍କ କର୍ମସଂସ୍ଥାନ ସୃଷ୍ଟି ପାଇଁ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶାଳ ଜନ କର୍ମ ଯୋଜନା ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଆରମ୍ଭ କରିଛନ୍ତି। ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀଙ୍କ ଉପସ୍ଥିତିରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ବିହାରର ଖଗାରିଆ ଜିଲ୍ଲା ଅନ୍ତର୍ଗତ ତେଲିହର ଗାଁରେ ଏହି ୫୦ ହଜାର […]

କୋଲକାତା: ସୀମାରେ ଭାରତୀୟ ସେନା ଉ‌ପରେ ଚୀନ୍‌ ସେନାର ଆକ୍ରମଣ ପ୍ରତିବାଦରେ ସମଗ୍ର ଦେଶରେ ଚାଇନା ସାମଗ୍ରୀ ବର୍ଜନ ଦାବିରେ ବିକ୍ଷୋଭ ଆରମ୍ଭ ହୋଇଛି। ଗୁରୁବାରଠାରୁ ପଶ୍ଚିମବଂଗର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରାଜନୈତିକ ଦଳ, ସ୍ବେଚ୍ଛାସେବୀ ସଂଗଠନ ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ସାମାଜିକ ଦୂରତ୍ବ ରକ୍ଷା ପୂର୍ବକ ଶହଶହ ଜନତା ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିକ୍ଷୋଭକାରୀମାନେ ଚାଇନା ସାମଗ୍ରୀ, ପତାକା ଏବଂ ରାଷ୍ଟ୍ରପତିଙ୍କ ପୋଷ୍ଟର ଭଙ୍ଗାରୁଜା କରିବା […]

ଡୁମଡୁମା ସୁବାସ ନଗର ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୧୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ୪ ଜଣ ଗୃହ ସଙ୍ଗରୋଧରେ ଥିଲେ ବୋଲି ଏଥିରେ କୁହାଯାଇଛି। ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଏମାନଙ୍କ ଭିତରେ ଏକ ଘରୋଇ ହସ୍ପିଟାଲର ୩ ମହିଳା […]

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୨୯ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୫୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୫ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏଥିରେ […]

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନଙ୍କୁ ପାଥୋଲୋଜି ବିଭାଗରେ ମିଳୁଥିବା ଉଚ୍ଚମାନର ପରୀକ୍ଷା ବନ୍ଦ ହୋଇଯାଇଛି। ପରୀକ୍ଷା କରିବା ଲାଗି ଚୁକ୍ତି କରିଥିବା ସଂସ୍ଥା ନିଜ କର୍ମଚାରୀଙ୍କୁ ଦରମା ନ ଦେବା କାରଣରୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ଫଳରେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଘରୋଇ ଡାଏଗ୍ନୋଷ୍ଟିକ୍ ସେଣ୍ଟର୍‌ ଉପରେ ନିର୍ଭର କରି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ତେବେ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ସଂପୃକ୍ତ ସଂସ୍ଥାର ବିକଳ୍ପ […]

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ତ୍ତମାନର ସ୍ଥିତି ସଂପର୍କରେ ରାଜନୈତିକ ନେତାମାନଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଯେକୌଣସି ସ୍ଥିତିର ମୁକାବିଲା କରିବା ପାଇଁ ସେନା ପ୍ରସ୍ତୁତ ରହିଛି। ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କହିଛନ୍ତି ଯେ ସୀମାରେ […]

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୬୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୨୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୭ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ତଥ୍ୟ ପ୍ରଦାନ […]

ଭୁବନେଶ୍ୱର: ରାଜଧାନୀର ସବୁ ଘର ପାଇଁ ଏକ ସ୍ୱତନ୍ତ୍ର ଡିଜିଟାଲ ନମ୍ବର ମିଳିବ। ଏହି ନମ୍ବରକୁ ଗୁଗୁଲ୍‌ ମ୍ୟାପ୍‌ରେ ପକାଇଦେଲେ ଲୋକଙ୍କୁ ଆଉ ଘର ଠିକଣା ଖୋଜିବାକୁ ପଡ଼ିବନି। କେବଳ ଏତିକି ନୁହେଁ ବିଏମ୍‌ସି ପାଖରେ ଘରର ସବିଶେଷ ତଥ୍ୟ ରହିବ, ସେହି ଅନୁଯାୟୀ ହୋଲ୍‌ଡିଂ ଟିକସ ବି ଆଦାୟ କରିବ। ରାଜ୍ୟ ସରକାର ବି ଏହି ନମ୍ବର ମାଧ୍ୟମରେ ଘରର ସମ୍ପୂର୍ଣ୍ଣ ତଥ୍ୟ ରଖି ବିଭିନ୍ନ ସରକାରୀ ଯୋଜନାକୁ […]

Social media & sharing icons powered by UltimatelySocial