ଖଣ୍ଡଗିରି: ବୁଧବାର ବିଳମ୍ବିତ ରାତିରେ ଡୁମୁଡୁମା ଛକ ଉପରିସ୍ଥ ଏକ ଅସ୍ଥାୟୀ ବଜାରରେ ନିଅାଁ ଲାଗିଯିବାରୁ ସେଠାରେ ଥିବା ସମସ୍ତ ୧୩ଟି ଯାକ ଦୋକାନ ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ପୋଡ଼ି ଛାରଖାର୍‌ ହୋଇଯାଇଛି। ଦୁଇଟି ଫଳଦୋକାନ, ଏକ ବଡ଼ ପୂଜା ସାମଗ୍ରୀ ଦୋକାନ, ଓମ୍‌ଫେଡ୍‌ ଷ୍ଟଲ୍‌, ଚିକେନ୍‌ ସେଣ୍ଟର୍‌, ଫାଷ୍ଟଫୁଡ୍‌ ଷ୍ଟଲ୍‌ ଓ ୪ଟି ଜଳଖିଆ ଦୋକାନ ଜଳି […]

ପାତ୍ରପୁର : ଖାରିଆଗୁଡ଼ା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡ଼ା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ଉପରେ ଜରଡ଼ା ଥାନା ପୁଲିସ୍‌ ନରମ ଆଭିମୁଖ୍ୟ ପୋଷଣ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ପୀଡ଼ିତା ଓ ତାଙ୍କ ପରିବାର ପକ୍ଷରୁ ପ୍ରତିବାଦ ପରେ ପୀଡ଼ିତାଙ୍କ ୧୬୪ ବୟାନ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୫୪ରେ ମାମଲା ରୁଜୁ କରାଯାଇଛି। ଆଜି ଜରଡ଼ା ଥାନା ଅଧିକାରୀ ଏନେଇ ସୂଚନା […]

କେନ୍ଦ୍ରାପଡ଼ା: ରାଜନଗର ଥାନା ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି। ବାଇକରେ ଯାଉଥିବା କୂଳଲାଞ୍ଜୁଡ଼ା ଗ୍ରାମର ଗଣିଆ ମଲ୍ଲିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାଜନଗର ଥାନା ଅନ୍ତର୍ଗତ ଗୋପାଳପୁର ଫରେଷ୍ଟ କାର୍ଯ୍ୟାଳୟ ସମ୍ମୁଖରେ ବାଇକ୍‌ ଆରୋହୀଙ୍କୁ ଏକ କାର ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ଗଣିଆର ମୃତ୍ୟୁ ହୋଇଛି। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ବାଇକ୍‌ଟି ସମ୍ପୂର୍ଣ୍ଣ ରୂପେ […]

୩ ଥାକିଆ ଯାଞ୍ଚ ବ୍ୟବସ୍ଥା ମିଳିତ ରିପୋର୍ଟ ପ୍ରସ୍ତୁତ ହେବ ପରବର୍ତୀ ସମୟରେ ଚୂଡ଼ାନ୍ତ ହେବ ତାରିଖ ପୁରୀ : ରତ୍ନଭଣ୍ଡାର ଯାଞ୍ଚ ନେଇ ଆଜି ୧୦ଜଣିଆ କମିଟି ଗଠନ କରାଯାଇଛି। ଏଥିରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କିମ୍ବା ତାଙ୍କ ପ୍ରତିନିଧି, ଭଣ୍ଡାର ମେକାପ, ପାଟ୍ଟଯୋଶୀ ମହାପାତ୍ର, ଦେଉଳ କରଣ ଓ ତଢ଼ଉକରଣଙ୍କ ସମେତ ଏଏସ୍‌ଆଇ, କୋର କମିଟି ଓ ହାଇକୋର୍ଟଙ୍କ ପ୍ରତିନିଧି ରହିଛନ୍ତି। ଏହି କମିଟି ରତ୍ନଭଣ୍ଡାର […]

ଯାଜପୁର: ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଦନା ଗାଁରେ ଘଟିଛି ଏକ ଅଭବନୀୟ ଘଟଣା। ନିଶାସକ୍ତ ପୁଅର ମାଡ଼, ଗାଳି ଓ ପ୍ରତିଦିନର ଗଣ୍ଡଗୋଳରେ ଅତିଷ୍ଟ ହୋଇ ଜଣେ ବାପା ନିଜ ପୁଅକୁ ଠେଙ୍ଗରେ ପିଟି ପିଟି ହତ୍ୟା କରିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପାକୁ ଧରି ଥାନାକୁ ଆଣିଥିବା ବେଳେ ମୃତଦେହର ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଛି। ପୁଲିସ ଠାରୁ ମିଳିଥିବା […]

ଅବାଟରେ ସରକାରୀ ଅର୍ଥ, ଜଙ୍ଗଲ ପାଲଟିଛି ଅତିଥିଗୃହ ପୁରୀ : ଆଉ କାହାର ସମ୍ପତ୍ତି ନୁହେଁ, ଖୋଦ୍‌ ବିଧାନସଭାର ସମ୍ପତ୍ତି। ଆକଳନ କଲେ ମୂଲ୍ୟ କୋଟି କୋଟି ଟଙ୍କା ହେବ। ସବୁକିଛି ଲୁଟି ନେଇଛନ୍ତି ଦୁର୍ବୃତ୍ତ। କାଠ ପଟାଟିଏ ବି ଛାଡ଼ିନାହାନ୍ତି। ଏଭଳି ଦୟନୀୟ ସ୍ଥିତିରେ ପଡ଼ିଛିି ପୁରୀ ତାଳବଣିଆରେ ଥିବା ବିଧାନସଭା ଅତିଥି ଭବନ । ୯ ବର୍ଷ ତଳେ ତିଆରି ହୋଇଥିବା ଏହି ଅତିଥି ଭବନ ଜଗାରଖା […]

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କୁ ଏଥର ମିଳିବ ମାଗଣା ପ୍ରସାଦ। ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଦ୍ଵିତୀୟ ବୈଠକରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏଥିଲାଗି ଚଳିତ ବାର୍ଷିକ ବଜେଟ୍‌ରେ ଦେଢ଼ କୋଟିର ବ୍ୟୟବରାଦ କରାଯାଇଛି। ଏଥିସହ ବଜେଟ୍‌ରେ ଶ୍ରୀମନ୍ଦିର ଗୁରୁକୁଳ ଓ ସେବାୟତଙ୍କ ବାସଗୃହ ଖର୍ଚ୍ଚକୁ ବୃଦ୍ଧି କରି ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଅଧଘଣ୍ଟାର ସ୍ୱତନ୍ତ୍ର ଦର୍ଶନ ସାଙ୍ଗକୁ ଅନ୍ୟାନ୍ୟ […]

କଟକ : ବାଲେଶ୍ୱରର ମାଜିଷ୍ଟ୍ରେଟ୍‌ ଅନୁପମା ବେହେରା ହତ୍ୟାକଣ୍ଡ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। କଟକର ପ୍ରଥମ ଅତିରିକ୍ତ ଦୌରା ଜଜ୍‌ ସଂଜୟ କୁମାର ସାହୁ ଦୁଇ ଅଭିଯୁକ୍ତ ଭାଇଙ୍କୁ ଆଇପିସିର ଦଫା ୩୦୨ ଓ ୧୨୦-ବିରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୁଇ ଭାଇ ଜ୍ୟୋତିରଂଜନ ମହାନ୍ତି ଓ ମିକି ଓରଫ୍‌ ପ୍ରିୟରଂଜନ ମହାନ୍ତିଙ୍କୁ ଆଇପିସିର ଦଫା ୩୦୨ରେ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଲେଖାଏ […]

କେନ୍ଦ୍ରାପଡ଼ା/ମାର୍ଶାଘାଇ : ମାଛ ଚୋରି ରୋକିବା ପାଇଁ ଯେଉଁ ବିଦ୍ୟୁତ୍‌ ତାର ବିଛା ଯାଇଥିଲା, ସେହି ତାର ହିଁ କାଳ ହେଲା। ଏହାର ସଂସ୍ପର୍ଶରେ ଆସି ୨ ଜଣ ମାଛ ଧରାଳି ପ୍ରାଣ ହରାଇଛନ୍ତି। ଅଘଟଣରୁ ବର୍ତ୍ତି ଯାଇଥିବା ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ରାପଡ଼ା ବ୍ଲକ୍‌ ଆୟବା ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ଏହି ଘଟଣା ଘଟିଛି। ଅଙ୍ଗୁଳାଇ ଗ୍ରାମର ବିଶ୍ୱପ୍ରକାଶ ପାଣି ବ୍ରହ୍ମପୁର ଗାଁର […]

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମୃତ ଘୋଷିତ ଶିଶୁ ବଞ୍ଚଯିବା ଘଟଣା ଦିନତମାମ ଚର୍ଚ୍ଚାର ବିଷୟ ପାଲଟିଥିଲା। ମିଳିଥିବା ସୂଚନା ଅନୁସାରେ, ରାଜନଗର ତାଳଚୂଆଁ ଶୈଳେନ୍ଦ୍ରୀସରାଇ ଗାଁର ଶୁଭଙ୍କରୀ ଗିରିଙ୍କର ପ୍ରସବ ବେଦନା ହେବାରୁ ପରିବାର ଲୋକେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଅପରାହ୍ନ ୪ଟାରେ ମହିଳା ଜଣଙ୍କ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। […]

Social media & sharing icons powered by UltimatelySocial