ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ହିତାଧିକାରୀ ୬ବର୍ଷ ହେଲା ୧୫କୋଟିର ସୁଧ ଖାଉଛି ହାଉସିଂବୋର୍ଡ ଭୁବନେଶ୍ୱର: ଲୋକଙ୍କୁ ୩ବର୍ଷରେ ଘର ମିଳିବ। ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଦେବେ। ଯେତିକି ବେଡ୍‌ରୁମ୍‌ର ଘର ନେବେ ସେହି ଅନୁଯାୟୀ ଅର୍ଥ ଦେବେ। ଏହିଭଳି ପ୍ରଚାର କରି ହାଉସିଂବୋର୍ଡ ହିତାଧିକାରୀଙ୍କ ସହ ଚୁକ୍ତି କଲା। ଏହାପରେ ହିତାଧିକାରୀ ଅର୍ଥ ଜମା କରି ଚାଲିଲେ। କିନ୍ତୁ ହାଉସିଂବୋର୍ଡ ଘର ଦେଲାନି। ୩ବର୍ଷରେ ଘର ଦେବେ କହି ୭ବର୍ଷ […]

ବାଙ୍କି: କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ତାଳବସ୍ତ ଗାଁରେ ବାପାମାଆଙ୍କ ପାଖରେ ଶୋଇଥିବା ୧୬ଦିନର ଏକ ଶିଶୁ ପୁତ୍ରକୁ ମାଙ୍କଡ଼ ଉଠାଇ ନେଇଛି। ଶିଶୁଟିକୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଏହି ଅପରେସନ୍‌ରେ ଗ୍ରାମବାସୀ ବନବିଭାଗର ୩ ଜଣିଆ ଟିମ୍‌ ସାମିଲ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ତାଳବସ୍ତ ଗ୍ରାମର ରାମକୃଷ୍ଣ ନାୟକ ଓରଫ କାଠିଆଙ୍କ ପତ୍ନୀ ଗତ ୧୭ ଦିନ ତଳେ ଏକ […]

ଏରସମା: ଗତ ୨୨ତାରିଖରେ ଗଡହରିଶିପୁରରେ ଚତୁର୍ଥ ଶ୍ରେଣୀ ଛାତ୍ରୀକୁ ଗଣଦୁଷ୍କର୍ମ ଓ ହତ୍ୟା କରାଯିବା ଘଟଣା ଏବେ ଏରସମା ଅଞ୍ଚଳରେ ପ୍ରମୁଖ ବିଷୟ ପାଲଟିଛି। ଏହ ଘଟଣାର ଅଭିଯୁକ୍ତ ଉକ୍ତ ଗ୍ରାମର ଯୁବକ କାଳିଆ ମାନ୍ନା ନିଶାଶକ୍ତ ଅବସ୍ଥାରେ ଏଭଳି ଘଟାଇଥିବା ଜଣାପଡିବା ପରେ ଏରସମା ବ୍ଲକରେ ମଦ ସେବନକୁ ବିରୋଧ କରି ପ୍ରତିଦିନ ଶହ ଶହ ମହିଳା ରାଜରାସ୍ତାକୁ ଓହ୍ଲାଉଛନ୍ତି। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ […]

ଭୁବନେଶ୍ୱର: ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଶନିବାରଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ଏଥିଲାଗି କଳିଙ୍ଗ ଷ୍ଟାଡିୟମ ପୁରା ପ୍ରସ୍ତୁତ ରହିଛି। ଏସୀୟ ଦୌଡ଼କୁଦ ପରେ ହକି ବିଶ୍ୱଲିଗ୍‌ ଫାଇନାଲ୍ସ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜିତ ହୋଇଥିଲା। ଏହାପରେ ଆଇଏସ୍‌ଏଲ୍‌ର ଜାମସେଦପୁର ଏଫ୍‌ସି-ବେଙ୍ଗାଲୁରୁ ଏଫ୍‌ସି ମ୍ୟାଚ୍‌ ଖେଳାଯାଇ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା। ଏହାର ସଫଳତା ପରେ ଭୁବନେଶ୍ୱରକୁ ମିଳିଥିଲା ସୁପର କପ୍‌ ଆୟୋଜନ ଅଧିକାର। […]

ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସଙ୍ଗ ଭୁବନେଶ୍ୱର : ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସଙ୍ଗରେ ଆଇନ୍‌ଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏହାକୁ ବିରୋଧ କରି ଆଇନଜୀବୀମାନେ ଏପ୍ରିଲ୍‌-୨କୁ ପ୍ରତିବାଦ ଦିବସ ଭାବେ ପାଳନ କରିବାକୁ ନିଖିଳ ଓଡ଼ିଶା ଆଇନଜୀବୀ ସଂଘ ଏବଂ ଭୁବନେଶ୍ୱର ଓକିଲ ସଂଘ ଆହ୍ଵାନ ଦେଇଛି। ଆଜି ଭୁବନେଶ୍ୱର କୋର୍ଟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ସଭାପତି ଜ୍ଞାନରଞ୍ଜନ […]

ଭୁବନେଶ୍ୱର : ଆନ୍ଦୋଳନ ଜାରି ରଖିଛନ୍ତି ବ୍ଲକଗ୍ରାଣ୍ଟ ଶିକ୍ଷକ। ରାତିଦିନ ଏକ କରି ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ଲୋୟର ପିଏମ୍‌ଜିରେ ଧାରଣାରେ ବସିରହିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ପଡ଼ିନି। ଯୁକ୍ତ୨ ଖାତା ମୂଲ୍ୟାୟନ ବର୍ଜନ କରିବାକୁ ବି ଧମକ ଦେଇଛନ୍ତି। ତଥାପି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରି ଖାତା ମୂଲ୍ୟାୟନ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛି। ଏହାରି ଭିତରେ […]

ଭୁବନେଶ୍ୱର : ଶନିବାରଠାରୁ ଉପକୂଳ ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶା ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା ଜିଲ୍ଲାରେ ଝଡ଼ବର୍ଷା ହୋଇପାରେ। ଘଣ୍ଟା ପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବୋହିବାର ବି ଆଶଙ୍କା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ର ପୂର୍ବାନୁମାନ […]

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା କୂଟନୈତିକ ବିବାଦର ଅନ୍ତ ଘଟିବ। ଆପୋସ ଆଲୋଚନା ଦ୍ୱାରା ଏହି ବିବାଦର ସମାଧାନ କରିବାକୁ ଉଭୟ ଦେଶ ରାଜି ହୋଇଛନ୍ତି। ଉଭୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରାଳୟ ଏ ବାବଦରେ ଆନୁଷ୍ଠାନିକ ଘୋଷଣା କରିଛନ୍ତି।। ୧୯୯୨ ମସିହାରେ ଧାର୍ଯ୍ୟ ନୀତି ଅନୁଯାୟୀ ଉଭୟ ଦେଶ ମଧ୍ୟରେ କୂଟନୈତିକ ବିବାଦର ସମାଧାନ ହେବ ବୋଲି ଭାରତର ବିଦେଶ ମନ୍ତ୍ରାଳୟ ଏକ ପ୍ରେସ୍‌ […]

କଡ଼ପା: ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟ୍‌ ସମୟରେ କଡ଼ପା ଜିଲ୍ଲା ଅନ୍ତର୍ଗତ ବୋନ୍ତିମିତ୍ତା ଗାଁ’ରେ ଅଚାନକ ମୂଷଳଧାରାରେ ବର୍ଷା ଏବଂ କୁଆପଥର ପଡ଼ିବା ଯୋଗୁଁ ୪ ଜଣ ଲୋକଙ୍କର ମୃତ୍ୟୁ ହେବା ସହ ପାଖାପାଖି ୩୦ ଜଣ ଆହତ ହୋଇଛନ୍ତି। ପ୍ରସିଦ୍ଧ କୋଦଣ୍ଡରାମ ମନ୍ଦିର ପରିସରରେ ରାମ ନବମୀ ଉତ୍ସବ ପାଳନର ଅଂଶ ସ୍ୱରୂପ ଶ୍ରୀରାମଙ୍କ ବିବାହ ଅନୁଷ୍ଠାନ ଉପଲକ୍ଷେ ହଜରା ହଜାର ଲୋକ ଏକତ୍ର ହୋଇଥିଲେ। […]

ନିରାକାରପୁର(ଖୋର୍ଦ୍ଧା): ଜଙ୍କିଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ ନମ୍ବର ଗୋଳବାଇ ଛକରେ ଶୁକ୍ରବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଲୋମହର୍ଷଣକାରୀ ଦୁର୍ଘଟଣାରେ ୩ ବର୍ଷର ଶିଶୁ ପ୍ରଜ୍ଞାପରମିତା ସୁନ୍ଦରାୟଙ୍କ ମୃତ୍ୟୁ ହୋଇଥିବା ବେଳେ ତା’ର ମାମୁଁ ଓ ମା’ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ରାମେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଡ଼ା ମଝିସାହୀ ନିବାସୀ କିଶୋର ସୁନ୍ଦରାୟଙ୍କ […]

Social media & sharing icons powered by UltimatelySocial