କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଆର୍ସେଲର ମିତ୍ତଲ: ନିବେଶ କରିବ ୫୦ ହଜାର କୋଟି

କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଏକ ଖୁସି ଖବର। ପ୍ରତିଷ୍ଠା ହେବ ଏକ ଷ୍ଟିଲ ପ୍ଲାଣ୍ଟ। ବିଶ୍ବର ବୃହତ୍ତମ ଷ୍ଟିଲ କମ୍ପାନି ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ଓଡ଼ିଶା ସରକାରଙ୍କ ସହ ଏମଓୟୁ କରିଛି। ଏହି ଷ୍ଟିଲ ପ୍ଲାଣ୍ଟର କ୍ଷମତା ବାର୍ଷିକ ୧୨ ନିୟୁତ ଟନ ବିଶିଷ୍ଟ ହେବ ଓ ଏହି ପ୍ରକଳ୍ପରେ କମ୍ପାନି ପ୍ରାୟ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ। ଆଜି ଲୋକସଭା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସମାରୋହରେ ଏହି ଏମଓୟୁ (ବୁଝାମଣାପତ୍ର) ସ୍ବାକ୍ଷରିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କମ୍ପାନିର ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତ୍ତଲ ଉପସ୍ଥିତ ଥିଲେ। ଏହି ଏମଓୟୁ ପୂର୍ବରୁ ଆଜି ଶ୍ରୀ ମିତ୍ତଲ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଗତ ମଙ୍ଗଳବାର ସେ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ। ଗତ ୨୦୧୯ରେ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ଓଡ଼ିଶାର ପାରାଦୀପଠାରେ ଥିବା ଏସାର ଷ୍ଟିଲର ପେଲେଟ, ବେନିଫିସିଏସନ ପ୍ରକଳ୍ପ ଓ ପାଇପଲାଇନକୁ ଖରିଦ କରିଥିଲା। ଗତ ବର୍ଷ ହୋଇଥିବା ଖଣି ନିଲାମରେ ମଧ୍ୟ ଆର୍ସେଲର ମିତ୍ତଲ ଠାକୁରାଣୀ ଓ ସାଗସାହି ଲୁହାପଥର ଖଣି ହାସଲ କରିଥିଲା। ଗତ ୨୦୦୬ ରେ ମିତ୍ତଲ ଷ୍ଟିଲ କେନ୍ଦୁଝରରେ ଏକ ଷ୍ଟିଲ ପ୍ଲାଣ୍ଟ କରିବାକୁ ଏମଓୟୁ କରିଥିଲେ ମଧ୍ୟ ପରେ ତାହା ବାତିଲ ହୋଇଯାଇଥିଲା।

Share Now:

Kalinga News Beuro

Next Post

ମମତାଙ୍କ ସମର୍ଥନରେ ଶିବସେନା: ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ ପାଇଁ ପ୍ରଚାର କରିବ

Thu Mar 4 , 2021
ମୁମ୍ବାଇ: ଶିବସେନା ଆଜି (ଗୁରୁବାର) ଘୋଷଣା କରିଛି ଯେ ସେମାନେ ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ; କିନ୍ତୁ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ମମତା ବାନାର୍ଜୀଙ୍କୁ ଜିତାଇବା ପାଇଁ ନିର୍ବାଚନ ପ୍ରଚାର କରିବେ। ଦଳର ସଭାପତି ଉଦ୍ଧବ ଠାକରେଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆ ଯାଇଥିବା କହିଛନ୍ତି ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ। ପଶ୍ଚିମବଙ୍ଗର ସାଂପ୍ରତିକ ଦୃଶ୍ୟକୁ ଦେଖିଲେ ଲାଗୁଛି ଚଳିତ […]
ମମତାଙ୍କ ସମର୍ଥନରେ ଶିବସେନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial